June 29, 2025

Odia Express

Here, There and Everywhere

ଘରୁ ମାଛି ଘଉଡିବାର ଏ ହେଉଛି ସବୁଠୁ ସହଜ ଓ ଘରୋଇ ଉପାୟ – ଏବେ ଜାଣିରଖନ୍ତୁ – ମାଛି ଆପଣଙ୍କ ଘର ଠୁ ୧୦୦ ମିଟର ଦୂର ରେ ରହିବେ…

1 min read

ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଜାଣିବାକି ମାଛି କୁ ଗୋଡେଇବାର ଗୋଟେ ସବୁଠୁ ବଢିଆ ଉପାୟ ଜାଣିବା।ଯଦି ଆପଣଙ୍କ ଘରେ କୌଣସି ଖାଦ୍ୟ ଦ୍ରଵ୍ୟ ଯଦି ତଳେ ପଡ଼ିଯାଏ ଖାସ କରି କୌଣସି ମିଠା ଜିନିଷ ତଳେ ପଡ଼ିଯାଏ ତ ମାଛି ମାନେ ସାଙ୍ଗେ ସାଙ୍ଗେ ବିଳମ୍ବ ନକରି ତୁରନ୍ତ ସେ ଜାଗାକୁ ଚାଲି ଆସନ୍ତି।ଆଉ ଏ ମାଛିମାନେ ବହୁତ କ୍ଷ୍ୟତି କାରକ ହୋଇଥାନ୍ତି ଓ ବାହାରର ଅଳିଆ ଆବର୍ଜନାକୁ ଘରକୁ ଆଣିଥାନ୍ତି ଓ ସାଧାରଣତଃ ବର୍ଷାଦିନେ ବହୁତ ମାଛି ଆସିଥାନ୍ତି ଆଉ ଆପଣ ଜାଣିଥିବେ ସାଧାରଣତଃ ବର୍ଷା ଦିନ ମାନେ ରୋଗର ଘର ଓ ବର୍ଷା ଦିନେ ସବୁ ମାଛିଙ୍କୁ ଘରେ ପୁରେଇବା ମାନେ ବିପଦକୁ ନିମନ୍ତ୍ରଣ କରିବା ମାଛି ଦ୍ୱାରା ଆପଣ ଜାଣିଥିବେକି ହଇଜା ଓ ଡାଇରିଆ ଭଳି ବହୁତ ଭୟାନକ ରୋଗ ହୋଇଥାଏ।

ଆଜି ଆମକୁ ଏଠି ମାଛି ଘଉଡାଇବାର ବହୁତ ସହଜ ଉପାୟ କହିବୁ ଆସନ୍ତୁ ଜାଣିବା ଆପଣଙ୍କୁ ନେବାର ଅଛି ଗନ୍ଧକର୍ପୂର ଏହା ଆପଣଙ୍କୁ ଯେକୌଣସି ଡାଲି ଚାଉଳ ଦୋକାନରେ ମିଳିଯିବ ଓ ଗୋଟେ ପ୍ୟାକେଟରୁ ବହୁତ ମାତ୍ରରେ ଗନ୍ଧକର୍ପୂର ବାହାରି ଥାଏ ଓ ଘର କାମରେ ଏହାର ବହୁତ ବ୍ୟବହାର ହୋଇଥାଏ।ଆପଣଙ୍କୁ ମାତ୍ର ୩-୪ ଟି ଗୁଳି ନେବାର ଅଛି।ଆପଣ ଏହାକୁ ଥରେ କିଣନ୍ତୁ ଆପଣଙ୍କ ବହୁତ ଜିନିଷରେ କାର୍ଯ୍ୟରେ ଆସିବ।ଆପଣ ଗୋଟେ ପେପରରେ ୩-୪ ଗୁଳି ନେବେ ଓ ଗୋଟେ ପଥର କିମ୍ବା ହେମଦସ୍ତା ର ପୁଆ ସାହାର୍ଯ୍ୟରେ ପୁରା ମିଶେଇ ଗୁଣ୍ଡ କରିଦେବେ।

ତାପରେ ତାକୁ ଗୋଟେ ଗିନାରେ କାଢି ନେବେ ଓ ତାପରେ ଗୋଟେ ପାତ୍ର ନେବେ ସେଥିରେ ଗୋଟେ ଗିଲାସ ପାଣି ନେବେ ଏବେ ସେ ପାଣିରେ ମିସେଇବା ଭିନେଗର ଯାହାକୁ ଖାଇବାରେ ବ୍ୟବହାର କରାଯାଏ।ଏହାର ଦରକାର ନାହିଁ ତଥାପି ପକାଉଛୁ କାରଣ ଚଟାଣର ସଫେଇ ହୋଇଯିବ ଭଲ ଭାବରେ ଓ ଯେତେ ବ୍ୟାକ୍ଟେରିଆ ଓ ବିଜାଣୁ,କିଟାଣୁ ଥିବ ତାକୁ ମଧ୍ୟ ସଫା କରିଦେବ ଆପଣ ଏଠି ଗୋଟେ କପ ଭିନେଗାର ନେବା।

ଏବେ ଆପଣ ପକାଇବେ ସେ ଗନ୍ଧକର୍ପୁର ଗୁଣ୍ଡ ଓ ଏହାକୁ ଚାମୁଚ ସାହାର୍ଯ୍ୟରେ ଗୋଳାଇବା ଓ ଏ ଯେଉଁ ଗୁଣ୍ଡ ଥାଏ ତାହା ପାଣିରେ ମିଶି ନଥାଏ ଆପଣ ସେ କଂସା କୁ ନେବେ ଓ ଗ୍ୟାସକୁ ଚାଲୁ କରିବେ ଯେମିତି ଯେମିତି ପାଣି ଗରମ ହେବ ସେ ଗନ୍ଧକର୍ପୁର ତରଳି ମିଶିଯିବ ଓ ଧୀରେ ଧୀରେ ସବୁ ପାଣି ମିଶିଯିବ।ଆପଣ ତାକୁ ଉଷୁମ ହେବା ପର୍ଯ୍ୟନ୍ତ ଛାଡି ଦେବେ ଦେଖିବେ ଯେତେବେଳ ପୁରା ଗରମ ରୁ ଉଷୁମ ହୋଇଯିବ ସେତେବେଳେ ଆପଣ ଏହାର ଉପଯୋଗୀ କରିବା ଆବଶ୍ୟକ।

ଏହା ଥଣ୍ଡା ହବତ ପୁନର୍ବାର ଟାଣ ହୋଇଯିବ ତେଣୁ ଏହାକୁ ଉଷୁମଥିଲା ବେଳେହିଁ ବ୍ୟବହାର କରିବେ।ତାପରେ ଆପଣ ଯେକୌଣସିବି ଗୋଟେ ସ୍ପ୍ରେ ବୋତଲ ନେବେ ଓ ଯେ କୌଣସି ସ୍ପ୍ରେ ବୋତଲ ଆପଣ ନେଇ ପାରିବେ ଓ ତାଭିତରେ ପୁରେଇବେ ବା ଭର୍ତ୍ତି କରିନେବେ ଓ ଏବେ ଆପଣଙ୍କ ଘରେ ଯେଉଁଠାରେ ମାଛି ବସୁଛନ୍ତି ସେଠାରେ ସ୍ପ୍ରେ କରିବେ ଆପଣ ନହେଲେ ଗୋଟେ ପୋଛାରେ ବୁଡ଼େଇ ଘର ଜାଙ୍କ ପୋଛି ପାରିବେ।

ତାପରେ ଆପଣ ଦେଖିବେ ଯଦି ଗୋଟେ ସ୍ଥାନରେ ମାଛି ବସିଥିବେ ଆପଣ ନେଇ ସ୍ପ୍ରେ କରିବା ଦ୍ୱାରା ଆପଣଙ୍କ ଘରେ ଥିବା ସମ୍ପୂର୍ଣ୍ଣ ମାଛି ସେ ସ୍ଥାନ ଛାଡି ପଳେଇବେ।ଆପଣ ଦେଖିବେ ପ୍ରାୟ ୨ରୁ ୩, ମିନିଟ ପରେ କେମିତି ସେ ଘର ଛାଡି ସବୁ ମାଛି ଚାଲି ଗଲେ କାରଣ ମାଛିକୁ ଏ ମିଶ୍ରଣର ଗନ୍ଧ ଅଲଗା ପ୍ରକାର ବୋଲି। ସେଥିପାଇଁ ସେଠାରେ ଆଉ ମାଛି ରହିବେ ନାହିଁ।

Leave a Reply

Your email address will not be published. Required fields are marked *