June 29, 2025

Odia Express

Here, There and Everywhere

ଦୁଇ ମିନିଟ ରେ ମଇଳା ଦାନ୍ତକୁ ମୋତି ଭଳି ଚମକେଇ ଦିଏ ଏହି ଉପାୟ…

ଏକ ସୁନ୍ଦର ହସ ପଛରେ ଥାଏ ଚମକୁ ଥିବା ଧଳା ଦାନ୍ତ। ଦାନ୍ତ ଯଦି ଚମକୁ ଥାଏ ତେବେ କୌଣସି କାର୍ଯ୍ୟ, ମିଟିଂ, କଥାବାର୍ତ୍ତା ଆଦିରେ ଆମକୁ ଏକ ଉତ୍ସାହ ମିଳେ। ଅନେକ ଲୋକ ଥାନ୍ତି ଯେଉଁମାନେ ନିଜ ଦାନ୍ତ ର ଯତ୍ନ ଠିକରେ ନିଅନ୍ତି ନାହିଁ। ପାନ ଗୁଡାକୁ, ଖାଇନି, ସିଗାରେଟ ଟାଣି ନିଜ ଦାନ୍ତ କୁ ମଇଳା କରିଦିଅନ୍ତି। ଦାନ୍ତ ଯଦି ଅନ୍ୟ ଲୋକ ଙ୍କୁ ମଇଳା ଦେଖା ଯାଏ ତେବେ ଲୋକ ମାନେ ମନେ ମନେ ଘୃଣା କରନ୍ତି। ଯଦି ଆପଣ ପାନ, ଗୁଟକା ଖାଇନି ଆଦି ଖାଉନଥିବେ ତେବେ ମଧ୍ୟ ଆପଣଙ୍କ ଦାନ୍ତ ଯଦି ମଇଳା କସ ଯୁକ୍ତ ହୁଏ ତେବେ ଜାଣନ୍ତୁ ଆପଣ ଟ୍ୟାପ ପାଣି ପିଉଛନ୍ତି। ପାଣିରେ ଅଧିକ ଗନ୍ଧକ ରହୁଛି ଏହା ଦାନ୍ତ କୁ ନଷ୍ଟ କରିଦିଏ। ଦାନ୍ତ ର ମଇଳା ପଣ ଏହା ଆମ ହାଇଜିନ ବା ସ୍ୱାସ୍ଚତା ପ୍ରତି ପ୍ରଶ୍ନ ବାଚି ଅଟେ। ଲୋକମାନେ ଭାବନ୍ତି ଏହି ଲୋକଟି ଅଭେକ ଏବଂ ଗରିବ ଅଟେ।

ଦାନ୍ତ ଯଦି କସ ଯୁକ୍ତ କଳା, ହଳଦିଆ, ଖଇରିଆ ହୋଇଥାଏ ତେବେ ଆମକୁ ମଧ୍ୟ ନିଜ ଦାନ୍ତ ଦେଖାଇବା ଏବଂ ଚାରି ଲୋକ ରେ ହସିବାକୁ ଲାଜ ଲାଗେ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଶୟରେ କହିବୁ ଯାହା କି କିଛି ଦିନ ମଧ୍ୟରେ ଆପଣଙ୍କ ଦାନ୍ତ କୁ ମୋତି ପରି ଚମକେଇ ଦେବ। ତେବେ ଏହି ଆର୍ଟିକେଲେ ଟିକୁ ସମ୍ପୁର୍ଣ୍ଣ ପଢ଼ନ୍ତୁ। ଦୁଇ ମିନିଟ ରେ ହଳଦିଆ ଦାନ୍ତକୁ ମୋତି ଭଳି ଧଳା ଓ ଚମକଦାର କରିଦେବ।ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଉପାୟ ଆଣିକି ଆସିଛୁ ଯାହା ଦ୍ବାରା ଆପଣ ନିଜ ଦାନ୍ତ କୁ ସଫା କରିପାରିବେ ଏହା ଦ୍ବାରା ଆପଣଙ୍କ ଦାନ୍ତ ମୋତି ପରି ଚମକିବା। ପ୍ରାୟ ୭୦ % ଲୋକ ଦାନ୍ତ ହଳଦିଆ ଦ୍ବାରା ଚିନ୍ତିତ ଥାନ୍ତି ଏହା ଦ୍ବାରା ତାଙ୍କ ସୁନ୍ଦରତା ଉପରେ ପ୍ରଭାବ ପଡିଥାଏ।

ଅବଶ୍ୟକୀୟ ସାମଗ୍ରୀ ; ହଳଦୀ ଏକ ଚାମଚ, ଲୁଣ ଅଧ ଚାମଚ, ସୋରିଷ ତେଲ ଅଧା ଚାମଚ ଏବଂ ଅଳ୍ପ ଲେମ୍ବୁ  ଲୁଣ ,ହଳଦୀ, ତେଲ କୁ ଭଲଭାବରେ ଗୋଳାଇ ସାରିବା ପରେ ଏଥିରେ ଅଳ୍ପ ଲେମ୍ବୁ ଚୁପୁଡି ଦିଅନ୍ତୁ ଏଥିରେ। ପରେ ଏହା ମଧ୍ୟରେ କିଛି ହଳଦି ମିଶାଇ ଦିଅନ୍ତୁ।ହଳଦୀ ଏକ ଏପରି ଜିନିଷ ଯାହା ଶରୀର ପାଇଁ ବହୁତ ଲାଭ ଦାୟକ।ଏହା ପରେ ଏହି ସବୁକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ଏହା ଭଲ ଭାବରେ ମିଶିବା ପରେ ପେଷ୍ଟ ଭଳି ହୋଇଯିବ।

ଏହାକୁ ଏକ ବ୍ରସ ଦ୍ବାରା ୨ ମିନିଟ ଭଲ ଭାବରେ ଦାନ୍ତ ଘସନ୍ତୁ ଦେଖିବେ ଦାନ୍ତ ପୁରା ସଫା ହେବ ଓ ମୋତି ଭଳି ଚମକିବା କୁ ଲାଗିବ।ଏବେ ପ୍ରସ୍ତୁତ ହୋଇଯାଇଛି ଆମର ଏହି ଆୟୁର୍ବେଦିକ ପେଷ୍ଟ। ଏହି ପେଷ୍ଟ କୁ ଲଗାଇ ସକାଳ ଏବଂ ସନ୍ଧ୍ୟାରେ ଦୁଇ ଥର ଘଷିଲେ ଅଳ୍ପ ଦିନ ମଧ୍ୟରେ ଦାନ୍ତ ମୋତି ପରି ଚମକିବାକୁ ଲାଗିବ।

Leave a Reply

Your email address will not be published. Required fields are marked *