ଖରାପ ହଳଦିଆ ଦାନ୍ତକୁ ଆମେ କିପରି ସଫା କରିବା – ଚମତ୍କାର ଦାନ୍ତ ପାଇବା ପାଇଁ ଏକ ସରଳ ଉପାୟ…
1 min readସାଙ୍ଗମାନେ ଆଜି ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବା। ଯଦି ଆପଣ ଦାନ୍ତ ହଳଦିଆ ହେଇଯାଇଛି କିମ୍ବା ଖରାପ ଗନ୍ଧ ଆସୁଛି କିମ୍ବା ଅପରିଷ୍କାର ଅଛି ତେବେ ଏହି ଆର୍ଟିକିଲକୁ ନିଶ୍ଚିତ ପଢନ୍ତୁ। ତେବେ ବନ୍ଧୁଗଣ ଡେରି ନ କରି ଆସନ୍ତୁ ଆରମ୍ଭ କରିବା।ସାଧାରଣ ପ୍ରଥମରୁ ଯେତେବେଳେ ଆମ ଦାନ୍ତ ହଳଦିଆ ହୁଏ ତେବେ ଆମେ ଏହାକୁ ଏତେ ଗଭୀର ଭାବରେ ନେଇନଥାଉ ହେଲେ ଧୀରେ ଧୀରେ ଏହା ଅଧିକ ହୋଇ ଆମକୁ ବହୁତ ପୀଡା ଦେଇଥାଏ ଏବଂ ଆମ ଦାନ୍ତରେ ଗନ୍ଧ ମଧ୍ୟ ଆସିଥାଏ। ଆମେ ଯଦି କାହା ସହ କଥା ହେଉଛେ ଏବଂ ମଝିରେ ଦୁର୍ଗନ୍ଧ ପାଟିରୁ ଆସୁଛି ତେବେ ଏହା ଲଜ୍ଜାର ବିଷୟ ଅଟେ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇକି ଆସିଛୁ। ତେବେ ଡେରି ନ କରି ଚାଲନ୍ତୁ ଜାଣିବା।ଏହି ଉପାୟ ଛୁଆ ଠାରୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତେ କରି ପାରିବେ।
ଆପଣଂକୁ ଏକ ପାତ୍ର ଖାଲି ନେବାର ଅଛି ଏବଂ ଆଉ ଏକ ପାତ୍ରରେ ଚାଉଳ ନେବାର ଅଛି । ଚାଉଳକୁ ପେଷି ଅଟା ଭାବରେ କରିଦେବା ଆବଶ୍ୟକ ଅଟେ। ଆମେ ଏହି ଉପାୟରେ ତିନୋଟି ଜିନିଷର ବ୍ୟବହାର କରିବା। ତେବେ ଏହାକୁ ଆପଣ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ ଏବଂ ଭଲରେ ଜାଣନ୍ତୁ।
ତାପରେ ଆପଣଂକୁ ୨.୫ ଚାମଚ ଅଟା ଏକ ଶୁଖିଲା ପାତ୍ରକୁ ନେବା ଆବଶ୍ୟକ ଅଟେ। ଏହା ମଧ୍ୟରେ ଆପଣଂକୁ ଗୋଲାପ ଜଳ ଅଳ୍ପ ମିଶେଇବାର ଅଛି ଯାହା ମାତ୍ର ୨ରୁ ୩ ଚାମଚ ଅଟେ। ତାପରେ ତାକୁ ଭଲ ଭାବରେ ମିକ୍ସ କରିଦେବାର ଅଛି। ଯଦି କାଠୁଆ ରହିଲା ତେବେ ଆଉ କିଛି ପରିମାଣରେ ଗୋଲାପ ଜଳ ପକେଇବେ ହେଲେ ଅଧିକ ନୁହେଁ। ଯଦି ଆପଣଙ୍କ ପାଖରେ ଗୋଲାପ ଜଳ ନାହିଁ ତେବେ ଆପଣ ଗରମ ପାଣି ମଧ୍ୟ ବ୍ୟବହାର କରି ପାରିବେ।
ତାହାପରେ ଆପଣଂକୁ ପୋଦିନା ବ୍ୟବହାର କରିବାକୁ ହେବ। ଆପଣ ମାନେ ଜାଣିଥିବେ ପୋଦିନା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ। ଆପଣଙ୍କ ଦାନ୍ତରେ ଥିବା ପୋକକୁ ମାରିବାରେ ଏହା ସାହାଯ୍ୟ କରିଥାଏ ଏବଂ ଯେଉଁମାନଙ୍କ ମୁଁହରୁ ଖରାପ ଗନ୍ଧ ଆସିଥାଏ ତାହା ମଧ୍ୟ ପୋଦିନା ବନ୍ଦ କରିଦେଇଥାଏ। ଯଦି ଆପଣଙ୍କ ପାଖରେ ଡାବର ପୋଦିନାର କ୍ୟାପ୍ସୁଲ ଅଛି ତେବେ ଆପଣଙ୍କୁ ୨ଟି କ୍ୟାପ୍ସୁଲ ବ୍ୟବହାର କରିବା ଆବଶ୍ୟକ ଅଟେ। ତାପରେ ତାକୁ ସେହି ଚାଉଳ ଏବଂ ଗୋଲାପ ଜଳ ଥିବା ପାତ୍ରରେ ପକେଇ ଭଲ ଭାବରେ ଘାଣ୍ଟି ଦେବା ଆବଶ୍ୟକ ଅଟେ ଏବଂ ଏକ ପେଷ୍ଟ ବନେଇଦେବା ଆବଶ୍ୟକ ଅଟେ। ଆପଣ ଏହାକୁ ସପ୍ତାହରେ ଦୁଇଥର କରିବା ଆବଶ୍ୟକ ଅଟେ।
ଏହାକୁ ବ୍ୟବହାର କରିବା:- ଯେତେବେଳେ ଆପଣ ସକାଳୁ ଉଥିବେଶ ସେତେବେଳେ ଆଗ ଆପଣ ପାଣିରେ କୁଳି କରିବେ ଏବଂ ତାହା ପରେ ନିଜ ବ୍ରସରେ ନେଇ ଧୀରେ ଧୀରେ ଆପଣଙ୍କ ଦାନ୍ତରେ ଲଗାଇ ଆପଣଙ୍କ ଦାନ୍ତକୁ ସଫା କରିବା ଆବଶ୍ୟକ ଅଟେ। ଏହାକୁ ଦୁଇରୁ ତିନି ଥର କରି ସାରିବା ପରେ ଭଲ ଭାବରେ କୁଳି କରିବେ। ଏହାକୁ କରିବା ଦ୍ୱାରା ଆପଣ ଦାନ୍ତର ଗନ୍ଧ, ଅପରିସ୍କାର ଏବଂ ସବୁ ଖରାପ ଜିନିଷ ଦୂର ହୋଇଯିବ।