June 27, 2025

Odia Express

Here, There and Everywhere

କ୍ୟାରିମିନାତି ନିଜର ଲକ୍ଷ ପାଇଁ ସ୍କୁଲ ଛାଡି ଦେଇଥିଲେ, ଆଜି ମାତ୍ର ୨୦ ବୟସ ରେ ବର୍ଷକୁ ଏତେ କୋଟି ଟଙ୍କା ରୋଜଗାର କରୁଛନ୍ତି – ଜାଣିଲେ ଆପଣ ମଧ୍ୟ କହିବେ ସାବାସ କ୍ୟାରି…

କ୍ୟାରିମିନାତି ଆଜି ୟୁ ଟ୍ୟୁବ ତଥା ସୋସିଆଲ ମିଡ଼ିଆ ର ଏକ ବହୁତ ବଡ଼ ନାମ ବନି ସାରିଛନ୍ତି। ତାଙ୍କର ଆଜି କୋଟି କୋଟି ସମର୍ଥକ ଆଉ ଏବେ ଏବେ ହି ସେ ଟିକ ଟକ କୁ ରୋଷ୍ଟ କରିବା ପାଇଁ ବହୁତ ଚର୍ଚ୍ଚା କୁ ଆସିଥିଲେ। ଏକ ସମୟ ଥିଲା ଯେବେ କି ସେ ନିଜର ପ୍ୟାସନ ଫୋଲୋ କରିବା ପାଇଁ ନିଜର ଇଂଟର୍ମିଡିଏଟ ପରୀକ୍ଷା ବି ଦେଇ ନଥିଲେ। ମାତ୍ର ଆଜି ସେ ମାତ୍ର ୨୦ ବର୍ଷ ବୟସ ରେ କୋଟି କୋଟି ଟଙ୍କା ର ମାଲିକ ଅଟନ୍ତି। ତାଙ୍କର ଅସଲି ନାମ ଅଜୟ ନାଗର ଅଟେ। ସେ ହରିୟାଣା ର ଫରିଦାବାଦ ର ବାସିନ୍ଦା ଅଟନ୍ତି।

କ୍ୟାରି ଯେତେବେଳେ ଇଂଟର୍ମିଡିଏଟ ରେ ଥିଲେ ତ ତାଙ୍କର ଇକୋନୋମିକ୍ସ ର ପେପର ଖରାପ ଯାଇଥିଲା। ସେ ୟୁ ଟ୍ୟୁବ ଆଡକୁ ବେସି ଆକର୍ଷିତ ହେବା ଦ୍ୱାରା ତାଙ୍କର ପରୀକ୍ଷା ଖରାପ ହେଇଗଲା ଜାହାପରେ କି ସେ ଆଉ ସ୍କୁଲ ହି ଯାଇନଥିଲେ।କ୍ୟାରିମିନାତି ମାତ୍ର ୧୫ ବର୍ଷ ବୟସ ରେ ନିଜର ପ୍ରଥମ ୟୁ ଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ ମାତ୍ର ସେତେବେଳେ ସେ ଏତେ ଆଉ ସଫଳତା ପାଇନଥିଲେ।

ଅସଫଳତା କୁ ହାର ନମାନି କ୍ୟାରିଅରରେ କ୍ୟାରି ଦେଓଲ ନାମରେ ଏକ ୟୁ ଟ୍ୟୁବ ଚ୍ୟାନେଲ ଖୋଲିଲେ ଯାହା ଭିତରେ କି ସେ ବଡ଼ ବଡ଼ ଷ୍ଟାର ମାନଙ୍କର ମିମିକରି କରିବାକୁ ଲାଗିଲେ। ତାଙ୍କର ଫୋଲୋୟର ଧୀରେ ଧୀରେ ବଢି ବାକୁ ଲାଗିଲେ।କ୍ୟାରି ଙ୍କର ସଫଳତା ସେତେବେଳେ ବଢ଼ିଲା ଯେତେବେଳେ ସେ କିଛି ଦିନ ତଳେ ୟୁ ଟ୍ୟୁବ ର ଜଣା ଶୁଣା ୟୁ ଟ୍ୟୁବର ଭୁବନ ବାମ ଙ୍କୁ ରୋଷ୍ଟ କଲେ। ଏହା ପରେ ତାଙ୍କର ସବସକ୍ରାଇବର ବହୁତ ଜଲଦି ବଢିବାକୁ ଲାଗିଲେ।

କ୍ୟାରି ଆଜି ଭାରତ ର ଜଣାଶୁଣା ୟୁ ଟ୍ୟୁବର ଅଟନ୍ତି। ତାଙ୍କର ଆଜି ଦୁଇଟି ଚ୍ୟାନେଲ। ଗୋଟେର ନାମ କ୍ୟାରି ମିନାତି ଆଉ ଗୋଟେର ନାମ କ୍ୟାରିସ ଲାଇଭ। କ୍ୟାରିମିନାତି ରେ ଆଜି ପ୍ରାୟ ୨୦ ମିଲିଅନ ସବସକ୍ରାଇବର ଅଛନ୍ତି ଆଉ କ୍ୟାରିସଲାଇଭ ରେ ସେ ସର୍ବଦା ଲାଇଭ ଆସିକି ଗେମ ଖେଳନ୍ତି ଆଉ ଚିଟ ଚ୍ୟାଟ କରନ୍ତି।

ମିଡ଼ିଆ ରିପୋର୍ଟସ ଙ୍କ କଥା ଶୁଣିବା ତ କେବଳ ୟୁ ଟ୍ୟୁବ ଜରିଆ ରେ ତାଙ୍କର ବାର୍ଷିକ କମେଇ ପ୍ରାୟ ୨୭ କୋଟି ଟଙ୍କା ଅଟେ। ତାଙ୍କୁ ଏକ ରିପୋର୍ଟ ୨୦୧୯ ରେ ଦୁନିଆ ର ନେକ୍ସ୍ଟଁ ଜେନେରେସନ ର ଲିଦରସ ଙ୍କ ଭିତରେ ବି ସ୍ଥାନ ଦେଇଥିଲା। ଏହା ତାଙ୍କ ପାଇଁ ଏକ ବହୁତ ବଡ଼ ସଫଳତା ଅଟେ।

Leave a Reply

Your email address will not be published. Required fields are marked *