October 28, 2024

Odia Express

Here, There and Everywhere

୧୦ ଏପରି ଦେଶ ଯେଉଁଠାକୁ ଭାରତୀୟ ବିନା ଭିସା ରେ ଯାଇପାରିବେ – ଏବେ ନିଶ୍ଚୟ ଜାଣିରଖନ୍ତୁ…

ଆପଣଙ୍କୁ ଯଦି କେହି ପଚାରେ କି ଭାରତୀୟ ମାନେ ବିନା ଭିସା ରେ କେଉଁ ଦେଶକୁ ଯାଇ ପାରିବେ ତ ଆପଣଙ୍କ ମୁହଁ ରୁ ବହାରିଯିବ କି ଏକରେ ନେପାଳ ଆଉ ଦୁଇ ରେ ହେଉଛି ଭୁଟାନ। ମାତ୍ର ତୃତୀୟ ଦେଶର ନାମ ହୁଏତ ଆଉ କେହି କହି ପାରିବ ନାହିଁ। ତେଣୁ ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି କଥା କହିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବେ କି ଭାରତୀୟମାନେ କେଉଁ କେଉଁ ଦେଶକୁ ବିନା ଭିସା ରେ ଯାଇପାରିବେ। ତ ଚାଲନ୍ତୁ ଜାଣିବା।

୧: ନେପାଳ: ନେପାଳ ଭାରତ ର ସବୁଠାରୁ ଖାସ ପଡୋଶୀ ଦେଶ ଅଟେ ଆଉ ଏହା ଭାରତର ସବୁଠାରୁ ପାଖ ଦେଶ ବି ଅଟେ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୋହନୀୟ ଅଟେ ଆଉ ଏହାର ସଭ୍ୟତା ବି ଭାରତୀୟ ସଭ୍ୟତା ପରି ହି। ଏହା ଭିତରକୁ ଯିବାକୁ ନା ଭିସା ଆଉ ନା ପାସ୍ପୋର୍ଟ ର ଆବସ୍ଯକତା ଅଛି।

୨: ଭୁଟାନ: ଭୁଟାନ ପାହାଡ଼ ମାନଙ୍କ ମଧ୍ୟାରେ ଅବସ୍ଥିତ ଆଉ ଏହା ଦୁନିଆ ର କିଛି ସବୁଠାରୁ ସୁନ୍ଦର ଆଉ ଶାନ୍ତ ଦେଶ ମାନଙ୍କ ଭିତରୁ ଗୋଟେ ଅଟେ। ପ୍ରକୃତି ପ୍ରେମୀ ଏଠାକୁ ଟ୍ରାକିଂ କରିବାକୁ ଆସନ୍ତି। ଏଠାକୁ ଯିବାପାଇଁ ବି ଭିସା ର ଆବଶ୍ୟକତା ନାହିଁ।

୩: ଫିଜି: ପ୍ରଶାନ୍ତ ମହାସାଗର ର କିଛି ଛୋଟ ଛୋଟ ଦ୍ୱୀପ ମାନଙ୍କର ସମୂହ ହେଇଥିବା ଏହି ଫିଜି ସମୁଦ୍ର ପ୍ରେମୀ ମାନଙ୍କ ପାଇଁ ଅତ୍ୟନ୍ତ ସୁନ୍ଦର ଦେଶ ଅଟେ। ଏଠାକୁ ବି ଯିବାକୁ ଆପଣଙ୍କୁ ଭିସା ର ଆବଶ୍ୟକତା ନାହିଁ।

୪: କାମ୍ବୋଡିଆ: ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପାଇଁ କାମ୍ବୋଡିଆ ଦେଶ ଅତ୍ୟନ୍ତ ସ୍ୱର୍ଗ ଭାବେ ଜଣା ଯାଇଥାଏ। ଏଠାରେ ବୁଲିବା ବି ଅତ୍ୟନ୍ତ ଶସ୍ତା ଥାଏ ଆଉ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ସୁନ୍ଦର ଦେଶ ଅଟେ। ଏଠାରେ ବି କେହି ଭାରତୀୟ ବିନା ଭିସା ରେ ବୁଲି ପାରିବ।

୫: ଥାଇଲାଣ୍ଡ: ଦୁନିଆ ର କିଛି ସବୁଠୁ ସୁନ୍ଦର ଦେଶ ମାନଙ୍କ ଭିତରୁ ଏକ ଥାଇଲାଣ୍ଡ ବି ଭାରତୀୟ ମାନଙ୍କ ପାଇଁ ଅତ୍ୟନ୍ତ ଭଲ ଆଉ ଭିସା ବିହୀନ ହେଇଥାଏ। ମାତ୍ର ଏହି ଦେଶରେ ବୁଲିବା ଟିକେ ମହଙ୍ଗା ପଡିପାରେ।

୬: ମରିସସ: ଭାରତୀୟ ମାନଙ୍କ ପାଇଁ ମରିସସ ବି ୯୦ ଦିନର ଫ୍ରି ଭିସା ଅଫର କରିଥାଏ। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ଥାଏ ଆଉ ଭାରତୀୟ ମାନଙ୍କର ସଂଖ୍ୟା ବି ଅଧିକ ଥାଏ।

୭: ମାଲଦୀଭସ: ଭାରତର ପାଖରେ ଅବସ୍ଥିତ ମାଲଦୀଭ ଦେଶ ବି ଭାରତ କୁ ୩୦ ଦିନର ଭିସା ଅଫର କରିଥାଏ। ଦୁନିଆ ର କିଛି ସବୁଠୁ ସୁନ୍ଦର ଦେଶ ମାନଙ୍କ ଭିତରୁ ଏକ ମାଲଦୀଭ ବି ବୁଲିବା ପାଇଁ ଅତ୍ୟନ୍ତ ସୁନ୍ଦର ହେଇଥାଏ।

୮: ମକାଉ: ମକାଉ ଚୀନ ର ଶାସିତ ଅଂଚଳ ଅଟେ। ଚୀନ ସରକାର ଅଧିନ ରେ ଥିବା ସତ୍ତ୍ୱେ ଏଠାକୁ ଭାରତୀୟ ମାନଙ୍କର ଭିସା ଫ୍ରି ଅଟେ। ଏହା ଅତ୍ୟନ୍ତ ସୁନ୍ଦର ଦେଶ ଅଟେ।

୯: ଏଲ ସାଲଭେଦର: କେନ୍ଦ୍ରୀୟ ଆମେରିକା ରେ ଅବସ୍ଥିତ ଏହି ଦେଶ ବି ପ୍ରାକୃତିକ ଭାବେ ଅତ୍ୟନ୍ତ ସୁନ୍ଦର ଅଟେ। ଏହା ଭାରତୀୟ ମାନଙ୍କୁ ତିନି ମାସ ପାଇଁ ଫ୍ରି ଭିସା ଅଫର କରିଥାଏ। ମାତ୍ର ଏଠାରେ ରହିବାକୁ ଆପଣଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡିବ।

୧୦: ହଙ୍ଗ କଂଗ: ହଙ୍ଗ କଂଗ ଚୀନ ର ଏକ ଅଂଚଳ ଅଟେ ମାତ୍ର ଏହାର ନିଜସ୍ୱ ଆଇନ ତଥା ମୁଦ୍ରା ଅଛି। ଭାରତୀୟ ମାନଙ୍କ ପାଇଁ ଫ୍ରି ଭିସା ଏଣ୍ଟ୍ରି ଅଛି ମାତ୍ର ଏହା ବହୁତ ମହଙ୍ଗା ସହର ଅଟେ। ଏଠାରେ ବୁଲିବା ପାଇଁ ଆପଣଙ୍କ ବ୍ୟାଙ୍କ ରେ ଭଲ ପଇସା ଥିବା ଦରକାର।

Leave a Reply

Your email address will not be published. Required fields are marked *