October 23, 2024

Odia Express

Here, There and Everywhere

କୁକୁର ଭାବି ଘରକୁ ନେଇ ଆସିଥିଲେ ଏହି ପରିବାର ଲୋକେ, ଡାକ୍ତର ଦେଖିବା ମାତ୍ରେ ଡକେଇଲେ ପୋଲିସ କହିଲେ ଏହା..

1 min read

ଚୀନ ର ୟୂନାନ ପ୍ରଦେଶରେ ରହୁଥିବା ସୁ ୟୁନ ତାଙ୍କର ପରିବାର ଏକ କୁକୁର ପାଳିବାକୁ ଚାହୁଁ ଥିଲେ । ଏବଂ ଦିନେ ସୁ ୟୁନଙ୍କର ପରିବାର ବଜାରରୁ ଏକ ଛୋଟ କୁକୁର ଛୁଆ କୁ ଘରକୁ ଆଣିଲେ, କିନ୍ତୁ ବଜାରରେ ସେମାନଙ୍କୁ କୁକୁରଙ୍କର ଅଧିକ ପ୍ରଜାତି ଦେଖିନଥିଲେ ଏବଂ ଯେଉଁ କୁକୁର ଥିଲେ ସେମାନଙ୍କ ଠାରେ କିଛି ଖାସ କଥା ନଥିଲା । ଏହାପରେ ବଜାରରେ ସୁ ୟୁନଙ୍କୁ ଏକ ସୁନ୍ଦର ଛୋଟ କୁକୁର ଛୁଆ ଦେଖାଗଲା, ତାକୁ ଦେଖିବା ମାତ୍ରେ ତୁରନ୍ତ ତାଙ୍କର ମନ ଆସିଗଲା। ପୁରା ପରିବାରକୁ ଛୋଟ କୁକୁର ଛୁଆ ପସନ୍ଦ ଆସିଲା ଏବଂ ତାକୁ କିଣିକି ଘରକୁ ନେଇ ଆସିଲେ ।

ସୁ ୟୁନଙ୍କର ପରିବାର କୁକୁର କିଣିବା ପୂର୍ବରୁ ପ୍ରଥମେ ତାହାର ଜାତି ବିଷୟରେ ଦୋକାନୀକୁ ପଚାରିଲେ। ସେତେବେଳେ ଦୋକାନୀ କହିଲା ଯେ ଛୁଆ ମସ୍ତିଫ ପ୍ରଜାତିର ଅଟେ। ଏହା ଶୁଣିବା ପରେ ପରିବାରକୁ ଲାଗିଲା ଯେ ଏହି କୁକୁର ଠାରେ କିଛି ଖାସ କଥା ଅଛି। ପରିବାର କୁ କୁକୁର ଠାରେ ଅନେକ କିଛି ଖାସ କଥା ଦେଖାଗଲା। ଆସନ୍ତୁ ଜାଣିବା, କଣ ଥିଲା ଏହି ଖାସ କଥା ସବୁ…

2ବାଲଟି ପାସ୍ତା ଏବଂ ଏକ ପେଟି ଫଳ ଖାଉଥିଲା – କୁକୁର ଛୁଆକୁ ଯେବେ ଫାମିଲି ଘରକୁ ଆଣିଲେ ତ ଦେଖିଲେ ଯେ କୁକୁର ତ ବହୁତ ଭୋକିଲା ଅଛି। ସେ ପ୍ରତିଦିନ 2ବାଲଟି ପାସ୍ତା ଏବଂ 1ପେଟି ଫଳ ଖାଇଯାଉଥିଲା । ଫାମିଲିକୁ ଏକଥା ତ ଜଣା ଥିଲା ଯେ , କୁକୁରକୁ ଭୋକ ଲାଗୁଥିବ କିନ୍ତୁ ସେମାନେ ଏତେ ଖାଉଥିବ କୁକୁର କେବେ ଦେଖିନଥିଲେ।

କୁକୁର ଭୁକୁନଥିଲା କିନ୍ତୁ ଚିଲ୍ଲାଉଥିଲା – ଏହାପରେ ସୁ ୟୁନଙ୍କ ପରିବାର ଦେଖିଲେ ଯେ , କୁକୁର ବହୁତ ଅଦ୍ଭୁତ ପ୍ରକାରେ ଚିଲ୍ଲାଉଛି। ସେମାନେ କୁକୁରକୁ ଏହି ପ୍ରକାରର ଶବ୍ଦ କେବେ ଶୁଣିନଥିଲେ। ଫାମିଲି ଜଣେଇଲେ ଯେ , ସେହି କୁକୁରର ସ୍ଵର ଶୁଣିକି କେବେ ଏହା ଲାଗୁନଥିଲା ଯେ ସେ ଭୁକୁଛି। ବରଂ କୁକୁରର ସ୍ବରରୁ ଲାଗୁଥିଲା, ଯେପରିକି ସେ ଚିଲ୍ଲାଉଛି। କୁକୁରର ଏଅପରି ଅଦ୍ଭୁତ ବ୍ୟବହାର ଦେଖି ପରିବାର ଲୋକମାନେ କିଛି ଭୟ କରିଯାଇଥିଲେ , କିନ୍ତୁ ସୁ ୟୂନ ଏବଂ ତାଙ୍କର ପରିବାର ଜାଣିଥିଲେ ଯେ କୁକୁର ସ୍ଵତନ୍ତ୍ର ଅଟେ, ଏଥିପାଇଁ ସେମାନେ ଏହାକୁ ବହୁତ ଭଲ ପାଉଥିଲେ ଏବଂ ତାହାର ଦେଖାଶୁଣାରେ କୌଣସି ଅଭାବ ରଖିନଥିଲେ ।

ଦିନେ କୁକୁର କଲା ଅଦ୍ଭୁତ ଆଚରଣ – ଦିନେ ପରିବାର ଲୋକମାନେ ଦେଖିଲେ ଯେ , କୁକୁର ନିଜକୁ ନିଜେ ଠିଆ ହୋଇଗଲା। ଯେହେତୁ କେହି ତାକୁ ଠିଆ ହେବା ଶିଖାଇ ନଥିଲେ, ଏଥିପାଇଁ ଏହା ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାକୁ ଦେଖି ପରିବାର ଲୋକମାନେ ଭାବିଲେ ଯେ ହୁଏତ ଏହା ସେ ଆପେ ଶିଖିଯାଇଛି କିମ୍ବା ପୁଣି ତାହାର ପ୍ରଜାତିର ଏହା ଗୁଣ ହୋଇଥିବ ।

କୁକୁର ର ଓଜନ ଏବଂ ଉଚ୍ଚତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା – ପରିବାର ସେହି କୁକୁରର ନାମ ‘ଛୋଟୁ ବ୍ଳାକି’ ରଖିଥିଲେ। ସେ ଜମେଇକି ଖାଦ୍ୟ ଖାଉଥିଲା, ଏଥିପାଇଁ ଦ୍ରୁତ ଗତିରେ ବଡ ହୋଇଗଲା । 2ବର୍ଷର ବୟସର କୁକୁର 1ମିଟର ଉଚ୍ଚ ଏବଂ ଓଜନ 110କିଲୋ ବଢିଗଲା। କୁକୁର ଛୁଆର ଉଚ୍ଚତା ଏବଂ ଓଜନ ବଢୁଥିବା ଦେଖି ସୁ ୟୁନ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ମନକୁ ଏହି  ପ୍ରଶ୍ନ ଆସିଲା ଯେ, କୌଣସି କୁକୁର ଏତେ ଦ୍ରୁତ ଗତିରେ କିପରି ବଡ ହେବ?

କୁକୁର ଠାରେ ଦେଖାଗଲା ଚିନ୍ତିତ କରିବା ଭଳି କଥା – ନା କେବଳ ଓଜନ ଏବଂ ଉଚ୍ଚତା ବରଂ ତାହାର ଦାନ୍ତ ମଧ୍ୟ ଲଗାତାର ବଡ ହେଉଥିଲେ। କିଛିଦିନ ପରେ ସେ କୁକୁର ନୁହେଁ ବରଂ କୌଣସି ଶିକାରୀ ପଶୁ ଭଳି ଦେଖାଯିବାରେ ଲାଗିଲା। ଏସବୁ ଜିନିଷକୁ ଦେଖି ପରିବାର ବହୁତ ଚିନ୍ତିତ ହୋଇଗଲା। ସେମାନଙ୍କ ମନକୁ ଏହା ଆସିବାରେ ଲାଗିଲା ଯେ ଏକ କୁକୁର ପାଳିବାର ମୂଲ୍ୟ ହୁଏତ ଜୀବନ ଦେଇ ସୁଝିବାକୁ ପଡିନପାରେ ।

ପରିବାର ସମୟ ଥାଇ ବଡ ପଦକ୍ଷେପ ନେଲେ – ଏବେ କୁକୁରର ମାଲିକ ମାନେ ସୁ ୟୁନ ପଶୁ ଡାକ୍ତରଙ୍କ ପାଖରେ ପହଞ୍ଚିଲେ। ଡାକ୍ତର ଦେଖିବା ମାତ୍ରେ ବୁଝିଗଲେ ଯେ , ଏହା କୁକୁର ନୁହେଁ ବରଂ କୌଣସି ଅନ୍ୟ ପଶୁ ଅଟେ। ଡାକ୍ତର ବିଳମ୍ବ ନକରି ୟିଲିଆଙ୍ଗ କାଉଣ୍ଟି ପବ୍ଲିକ ଶିକ୍ୟୁରିଟୀ ବ୍ୟୁରୋ ବାଲାଙ୍କୁ ଡକେଇଲେ। ଏହାପରେ ଏହି ବ୍ୟୁରୋ କୁ ଫାମିଲି ଜଣେଇଲେ ଯେ , ଏହା ଦୁଇ ବାଲଟି ପାସ୍ତା ଏବଂ ଏକ ଫଳ ପେଟି ବହୁତ ଆରାମରେ ଖାଇନେଉଛି । ତାସହ ପରିବାର ସେହି ପଶୁର ଦାନ୍ତ ମଧ୍ୟ ଦେଖାଇଲେ ଏବଂ କହିଲେ ଯେ ଅଧିକତର ଦୁଇ ପାଦରେ ଠିଆ ହେଉଛି ।

ଏ କୁକୁର ନୁହେଁ ବରଂ  – ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ସେ କୁକୁର ନୁହେଁ ବରଂ ଭୟଙ୍କର କଳା ଏସିଆ ଭାଲୁ ଥିଲା, ୟିଲିୟାଙ୍ଗ କାଉଣ୍ଟି ପବ୍ଲିକ ଶିକ୍ୟୁରିଟୀ ବ୍ୟୁରୋର ଅଧିକାରୀ ଆସିଲେ ଏବଂ ଏହି ଭାଲୁକୁ ନିଜ ସହିତ ନେଇଗଲେ। IUCNର ଅନୁସାରେ ଏହି ପଶୁର ଅନେକ ନାମ ଅଛି । ଏହାକୁ ଲୋକମାନେ କଲାର ବିଅର, ମୁଁ ବିଅର କିମ୍ବା ତିବ୍ବତି ଭାଲୁ ମଧ୍ୟ କୁହାଯାଏ। IUCN ଏହି ଲୁପ୍ତପ୍ରାୟ ପ୍ରାଣୀର ଶ୍ରେଣୀରେ ରଖିଛି। ଏହି ଭାଲୁର ଅଧିକ ଶିକାର ହେବା କାରଣରୁ ଏହାର ସଂଖ୍ୟା ଏବେ ବହୁତ କମ ହୋଇସାରିଛି ।

Leave a Reply

Your email address will not be published. Required fields are marked *