ଯେଉଁ ଝିଅ ଭିତରେ ଏହି ଲକ୍ଷଣ ଥାଏ ତାଙ୍କ ଉପରେ ମାତା ଲକ୍ଷ୍ମୀ କୃପାଳୁ ଅଛନ୍ତି…
ଆଚାର୍ଯ୍ୟ ଚାଣକ୍ୟ ଜଣେ ଅତ୍ୟନ୍ତ ମହାନ ଆଉ ଜ୍ଞାନୀ ବ୍ୟକ୍ତି ତଥା ଜଣେ ମାର୍ଗଦର୍ଶକ ଥିଲେ। ସେ ତାଙ୍କ ନୀତି ରେ ବହୁତ ଜ୍ଞାନ ଦେଇଛନ୍ତି। ସେ ତାଙ୍କର ନୀତି ରେ କିଛି ଏପରି ମହିଳା ମାନଙ୍କ ବାବଦରେ କହି ଛନ୍ତି ଯେଉଁ ମହିଳା ମାନଙ୍କ ଭିତରେ ଜଫି ଏହି ଗୁଣ ମିଳୁଥାଏ ତ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇ ଥାଆନ୍ତି। ଏମିତି ମହିଳା ମାନଙ୍କର ଘରେ ରହିବା ଦ୍ୱାରା ଘରେ ସୁଖ ସମୃଦ୍ଧି ର ବାସ ହେଇଥାଏ। ହିନ୍ଦୁ ଧର୍ମ ରେ ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ଙ୍କର ଦର୍ଜା ଦିଆ ଯାଇଥାଏ। ଯଦି କେଉଁ ପୁରୁଷ ଜଣେ ଚାରିତ୍ରବାନ ମହିଳା ର ଅପମାନ କରେ ଅଥବା ତାଙ୍କ ସହ ଅପଶବ୍ଦ ବ୍ୟବହାର କରି କଥା ହେଇଥାଏ ତ ତାଙ୍କୁ ତାଙ୍କ ଜୀବନ ରେ ଅସଫଳ ହେବାକୁ ପଡିଥାଏ ଆଉ ତାଙ୍କର ସର୍ବନାଶ ହୁଏ। କାରଣ ଜଣେ ମହିଳା ର ଅପମାନ ସ୍ୱୟଂ ମାତା ଲକ୍ଷ୍ମୀ ଙ୍କର ଅପମାନ ବୋଲି ମାନା ଯାଇଥାଏ।
ଇତିହାସ ତଥା ପୁରାଣ ଶାସ୍ତ୍ର ମାନଙ୍କରେ ବି ମହିଳା ଙ୍କର ଅପମାନ କରିଥିବା ରାଜା ମହାରାଜା ମାନେ ହି ସର୍ବନାଶ ର ଶିକାର ହେଇଥାନ୍ତି। ଆଉ କିଛି ମହିଳା ମାନେ ଥାଆନ୍ତି ଯେଉଁମାନେ କି ଚାରିତ୍ରହିନ ତଥା ଅଶୁଭ ହେଇ ଥାଆନ୍ତି। ଏହି ମହିଳା ଯେଉଁ ବି ଗୃହ ରେ ପ୍ରବେଶ କରନ୍ତି ସେହି ଘରକୁ ନଷ୍ଟ ଲରନ୍ତି ଆଉ ତାର ଭବିଷ୍ୟତ ଅନ୍ଧକାର କରି ଦିଅନ୍ତି। ଏହି ପ୍ରକାର ମହିଳା ମାନଙ୍କ ସହ କେଉଁ ବି ପ୍ରକାର ସମ୍ପର୍କ ସୁରକ୍ଷିତ ନଥାଏ। ଏହି ମହିଳା ମାନେ ନିଜର ସ୍ୱାର୍ଥ ପାଇଁ କାହାକୁ ବି ବାଜି ଲଗେଇ ପାରନ୍ତି। ତେଣୁ ବିବାହ ଆଗରୁ ମହିଳା ମାନଙ୍କୁ ଜାଣିବା ନିହାତି ଦରକାର।
ଆଜି ଆମେ ଆପଣଙ୍କ ପାଖରେ କିଛି ଏହିପରି ମହିଳା ଙ୍କ ବାବଦରେ କହିବାକୁ ଯାଉଛୁ ଯେଉଁ ମାନେ କି ଅତ୍ୟନ୍ତ ଭାଗ୍ୟଶାଳୀ ଆଉ ମାତା ଲକ୍ଷ୍ମୀ ଙ୍କର ସ୍ୱରୂପ ହେଇଥାନ୍ତି। ଯେଉଁ ମହିଳା ମାନନ୍କ ପାଖରେ ଏହି ଲକ୍ଷଣ ଥାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟବତୀ ହେଇଥାନ୍ତି।
୧: ମିଠା କଥା କହୁଥିବା ମହିଳା: ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ବ୍ୟକ୍ତି ର ପତ୍ନୀ ଅତ୍ୟନ୍ତ ମିଠା କଥା କହି ଥାଏ, ଯାହାକୁ କ୍ରୋଧ ଆଦୌ ଆସି ନଥାଏ ଆଉ ଯିଏ ସର୍ବଦା ଅନ୍ୟ ଲୋକ ମାନଙ୍କ ପାଇଁ ଭଲ ବିଚାର ନିଜର ଭାବନା ରେ ରଖିଥାଏ ସେହି ମହିଳା ସାକ୍ଷାତ ମାତା ଲକ୍ଷ୍ମୀ ଙ୍କର ପ୍ରତୀକ ହେଇଥାଏ।
୨: ପତିପ୍ରାଣା: ଯେଉଁ ମହିଳା ତାର ପତି କୁ ସବୁକିଛି ମନିଥାଏ ଆଉ ତାର ପତି ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଥାଏ ସେପରି ମହିଳା ହି ମାତା ଲକ୍ଷ୍ମୀ ଙ୍କର ସ୍ୱରୂପ ହେଇଥାନ୍ତି। ଏହି ଭଳି ମହିଳା ମାନଙ୍କୁ ହି ମହାନ ମାନା ଯାଇଛି।।