June 20, 2025

Odia Express

Here, There and Everywhere

ଯେଉଁ ମହିଳାଙ୍କ ଠାରେ ହୋଇଥାଏ ଏହି ଗୁଣ ସେମାନଙ୍କୁ କୁହାଯାଏ – ଆଲଫା ଓମେନ , କୋଟିଏ ରେ ଜଣେ ଥାନ୍ତି ଏପରି ମହିଳା…

କୁହନ୍ତି ଯେ ମହିଳାଙ୍କର ମୁଡ ଠିକ କରିବା ପାଇଁ ତାଙ୍କର ପ୍ରଶଂସା କରିବା ଉଚିତ। ପ୍ରଶଂସା ଯଦି ସତ ହୋଇଥିବ ତେବ ଠିକ ନହେଲେ ମିଛ ପ୍ରଶଂସା ଆପଣଙ୍କୁ ମୁସ୍କିଲ ରେ ପକେଇପାରେ। ଛାଡନ୍ତୁ ଆମେ ମହିଳା ମାନଙ୍କର ମୁଡ ର କଥା ହେଉଛେ । ଆମେ ଆଜି ଏପରି ମହିଳାଙ୍କର ବିଷୟରେ କଥା ହେବୁ ଯେଉଁ ମାନଙ୍କର ପ୍ରଶଂସା ମିଛ ହୋଇନଥାଏ ଏବଂ ତାଙ୍କର ଭଲ ଗୁଣ ଆପେଆପେ ହିଁ ପ୍ରଶଂସା ସଂଗ୍ରହ କରିନେଇଥାଏ। ‘ଆଲ୍ଫା ଓମେନ’ କୁ ଇଂରାଜୀରେ ‘ସୁପର ଓମେନ’ ନାମରେ ଜଣାଜାଏ । ଏମାନେ ସେହି ମହିଳା ଅଟନ୍ତି ଯେଉଁ ମାନଙ୍କର କୌଣସି ବିରୋଧୀ ନଥାନ୍ତି। ଏହି ମହିଳାଙ୍କ ମଧ୍ୟରେ ଏତେ ଅଧିକ ଗୁଣ ଥାଏ ଯେ ବୋଧହୁଏ ପ୍ରଶଂସା ନିମନ୍ତେ ଶବ୍ଦ କମ ପଡିଯିବ କିନ୍ତୁ ସେମାନଙ୍କର ଗୁଣ ଶେଷ ହେବ ନାହିଁ ।

କେଉଁ ମହିଳାଙ୍କୁ କୁହାଯାଏ ‘ଆଲ୍ଫା ଓମେନ’: ଏହି ମହିଳା ମାନଙ୍କୁ ‘ଆଲ୍ଫା ଓମେନ’ର ସ୍ଥାନ ଏମିତି ହିଁ ଦିଆଯାଇନଥାଏ। ଅନେକ ଅଧ୍ୟୟନ ପରେ ସେମାନକୁ ଏହି ନାମରେ ପ୍ରଦାନ କରାଯାଇଛି । ଏହା ସେହି ମହିଳାମାନେ ହୋଇଥାନ୍ତି ଯେଉଁ ମାନଙ୍କ ଠାରେ ଅନ୍ୟ ମହିଳାଙ୍କ ତୁଳନାରେ ବିଶେଷ ଗୁଣ ଥାଏ। ଆସନ୍ତୁ ଜାଣିବା ଯେ କଣ ଅଟେ ସେହି ଗୁଣ ଏବଂ ଆପଣ କେଉଁ ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟନ୍ତି ।

– ଆପଣ ନିଜର ଆତ୍ମବିଶ୍ଵାସ ନିମନ୍ତେ 10ରୁ କେତେ ନମ୍ବର ଦେବେ? ବୋଧହୁଏ 6,7 କିମ୍ବା 8। କିନ୍ତୁ ଆଲ୍ଫା ଓମେନଙ୍କୁ ଆତ୍ମବିଶ୍ଵାସ ନିମନ୍ତେ 10ରୁ 11ନମ୍ବର ମିଳିବା ଉଚିତ। କିନ୍ତୁ ଏମାନଙ୍କର ଆତ୍ମବିଶ୍ଵାସକୁ ଓଭର କନ୍ଫିଡେନ୍ସ ବୁଝିବାର ଭୁଲ କରନ୍ତୁ ନାହିଁ ।

– ଆଲ୍ଫା ଓମେନ ନିଜର ଆତ୍ମବିଶ୍ଵାସର ପ୍ରୟୋଗ ସକାରାତ୍ମକ ଉପାଯରେ କରନ୍ତି। ସେମାନେ କୌଣସି ବି ସ୍ଥିତିରେ ପରାଜୟ ସ୍ଵୀକାର କରନ୍ତି ନାହିଁ ଏବଂ ପରାଜୟ ଦ୍ଵାରା ନିରାଶ ମଧ୍ୟ ହୁଅନ୍ତି ନାହିଁ ।

– ଆଲ୍ଫା ଓମେନ କୌଣସି କାର୍ଯ୍ୟ ବହୁତ ସହଜରେ ସଫଳତା ପୂର୍ବକ ସମାପ୍ତ କରନ୍ତି। ଏହାର ପଛରେ ତାଙ୍କର କଠିନ ପରିଶ୍ରମ ଏବଂ ନିଜର କାମ ପ୍ରତି ତାଙ୍କର ଗମ୍ଭୀରତା ହୋଇଥାଏ। ସେମାନଙ୍କ ଦ୍ଵାରା ଭୁଲ ହେବାର କୌଣସି କାରଣ ନଥାଏ ।

– ଆଲ୍ଫା ଓମେନଙ୍କର ହୃଦୟରେ ଯାହା ଥାଏ ତାହା ସେମାନଙ୍କର ଓଠରେ ମଧ୍ୟ ଥାଏ। ଏଭଳି ମହିଳାମାନେ କେବେ ଧୋକା ଦିଅନ୍ତି ନାହିଁ । କିନ୍ତୁ ହଁ, ଏହି କାରଣରୁ ଅନେକ ଲୋକଙ୍କର ହୃଦୟ ମଧ୍ୟ ଦୁଃଖ ହୋଇଯାଏ। କିନ୍ତୁ ଯାହାଠାରେ ସତ୍ୟତାର ସାମ୍ନା କରିବାର ସାହସ ଥିବ ସେ ଏକଥାକୁ ଖରାପ ଭାବିବ ନାହିଁ

– ଆଲ୍ଫା ଓମେନ କୌଣସି ପରିସ୍ଥିତିରେ ଢଳି ଯାନ୍ତି ନାହିଁ । ଯଦି ତାଙ୍କୁ ଲାଗେ ଯେ ସେଥିରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି ତେବେ ସେ ତାହା କରିକି ରହନ୍ତି। ତାଙ୍କର ଚିନ୍ତାଧାରା ଏହା ହୋଇଥାଏ ଯେ ଯଦି କାହାର ଦୁର୍ଗୁଣ ବାହାର କରିବା ଦ୍ଵାରା ସଫଳତା ମିଳେ ତ ଏଥିରେ କୌଣସି ଭୁଲ ନାହିଁ ।

– ଆଲ୍ଫା ଓମେନ ଅନ୍ୟ ମାନଙ୍କର ନୁହେଁ ପରନ୍ତୁ ନିଜର ଶାନ୍ତି ନିମନ୍ତେ କାମ କରନ୍ତି। ତାଙ୍କର ଉଦ୍ଦେଶ୍ୟ କାହାକୁ ନୀଚ ଦେଖାଇବା ହୋଇନଥାଏ। ତାଙ୍କ ଅନୁସାରେ ଯେଉଁ ଲୋକମାନେ ପ୍ରତିଯୋଗୀତାର ଆଡେଇ ରହନ୍ତି ସେମାନେ ଜୀବନରେ ଅସଫଳ ରହନ୍ତି ।

– ଆଲ୍ଫା ଓମେନ ସମ୍ପର୍କକୁ ମହତ୍ଵ ଦିଅନ୍ତି । ଘର ଏବଂ ଅଫିସର କାମରେ ସେମାନେ ନିୟନ୍ତ୍ରଣ ବନେଇକି ଚଳନ୍ତି। ଏମାନଙ୍କୁ ପ୍ରତ୍ୟେକ କାମକୁ ସନ୍ତୁଳନ କରିବା ଆସେ। ଏମାନଙ୍କର ଏହି ଶୈଳୀକୁ ଦେଖି ପ୍ରତ୍ୟେକ ସେମାନଙ୍କୁ ସଲାମ କରିଥାନ୍ତି ।

Leave a Reply

Your email address will not be published. Required fields are marked *