ମୁକେଶ ଅମ୍ବାନୀଙ୍କ ଘରେ ରହୁଥିବା ଚାକର ଙ୍କର ଦରମା କେତେ ? ଜାଣିଲେ ଆପଣ ମଧ୍ୟ କହିବେ ମୋତେ ଦରକାର…
1 min readସାଙ୍ଗମାନେ ଆଜି ଆମେ ମୁକେଶ ଅମ୍ବାନି ଙ୍କ ଘରେ ଥିବା ଚାକର ର ଦରମା କହିବୁ। ମୁକେଶ ଅମ୍ବାନୀ ତ ଭାରତରେ ଘରେ ଘରେ ପରିଚିତ ଅଟନ୍ତି। କେତେ ଲୋକ ମୁକେଶ ଅମ୍ବାନୀ ଙ୍କ ବିଷୟରେ ଜାଣିନଥିଲେ ହେଲେ ଜିଓ ସିମ ଏବଂ ମୋବାଇଲ ଫୋନ ପାଇଁ ଜାଣିଗଲେଣି। ଜିଓ ପାଇଁ ମୁକେଶ ଅମ୍ବାନୀଙ୍କୁ ବହୁତ ଲୋକ ଚିହ୍ନି ଯାଇଛନ୍ତି ଏବଂ ଜିଓ ବଜାରରେ ବହୁତ ଭଲ ବ୍ୟବସାୟ କରୁଛି। ଆପଣଂକୁ କହିଦେଉଛୁ କି ଅମ୍ବାନୀ ପରିବାରଙ୍କୁ ତାଙ୍କ ଦୌଲତ ପାଇଁ ସମସ୍ତେ ଜଣନ୍ତି। ଦୁନିଆରେ ଅମ୍ବାନୀ ପରିବାର ଙ୍କ ନାମ ଟପ ୫୦ ରେ ଆସେ। ତେବେ ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କୁ ଘରେ ଚାକିରୀ କରୁଥିବା ଚାକର ଙ୍କର ଦରମା କେତେ।
ଆମେ ସମସ୍ତେ ଜାଣୁ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି। ମୁକେଶ ଅମ୍ବାନୀଙ୍କ ପରିବାର ଭାରତର ସବୁଠୁ ବଡ଼ ଘରେ ରୁହନ୍ତି ଏବଂ ତାଙ୍କର ଘରର ନାମ “ଆଂଟିଲିଆ” ରଖା ଯାଇଛି। ଯେଉଁ ଘରେ ସେ ରୁହନ୍ତି ସେହି ଘରର ମୂଲ୍ୟ “୧ ମିଲିୟନ ଆମେରିକା ଡ଼ଲାର” ଠାରୁ ମଧ୍ୟ ଅଧିକ ଅଟେ।ଏହି ଘରେ ପାଖା ପାଖି ୬୦୦ଜଣ ଲୋକ ରହିଛନ୍ତି। ମୁମ୍ୱାଇର ଅଲଟାମାଉଣ୍ଡ ରୋଡ଼ କୁଂବାଲା ହିଲ ରେ ଅଛି। ଏହା ଏତେ ଅଧିକ ଉଚ୍ଚତା ବିଶିଷ୍ଟ ହେଲେ ମଧ୍ୟ ୮ ରେକ୍ଟର ସ୍କେଲ ଭୁକମ୍ପକୁ ମଧ୍ୟ ସହ୍ୟ କରିପାରେ। ପ୍ରତି ମାସରେ ୧୫ ଲକ୍ଷ ଏହି ଘରର ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଏ। ଏହି ଘରକୁ Z+ ସିକୁରୀଟି ଦିଆଯାଇଛି।
ମୁକେଶ ଅମ୍ବାନୀ ନିଜ ଘରର ଚାକର କୁ ଚାକର ନ ମାନି ସଦସ୍ୟ ମାନିଥାନ୍ତି। ତାଙ୍କ ସହିତ ସେହିଭଳି କଥା ହୋଇଥାନ୍ତି ଯେଉଭଳି ନିଜ ଘରର ଲୋକଙ୍କ ସହ କଥା ହୋଇଥାନ୍ତି।
ଏକ ରିପୋର୍ଟ ଅନୁସାରେ ଅମ୍ବାନୀ ଙ୍କ ଘରେ କାମ କରୁଥିବା ଚାକର ଙ୍କର ଦରମା ଆଗରୁ ମାସିକ ୬ ହଜାର ଥିଲା ହେଲା ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ପାଉଛନ୍ତି। ମାସକୁ ୨ ଲକ୍ଷ ଟଙ୍କା କମାଉଛନ୍ତି ମୁକେଶ ଅମ୍ବାନୀ ଙ୍କ ଘରେ ଥିବା ଚାକର ମାନେ। ତାଙ୍କ ଘରେ କାମ କରୁଥିବା ଲୋକଙ୍କ ଅଲଗା କିଛି ମଧ୍ୟ ସୁବିଧା ଉପଲବ୍ଧ ଅଛି। ପ୍ରତି ଚାକର ର ଦୁଇ ଛୁଆଙ୍କୁ ଆମେରିକାରେ ପଢିବା ର ସୁଯୋଗ ମଧ୍ୟ ରହିଛି। ଏମିତି ଭଲ ସୁବିଧା ଦେଖି କେହି ନା କେହି ମୁକେଶ ଅମ୍ବାନୀଙ୍କ ଘରେ କାମ କରିବାକୁ ଚାହିଁବେ।
କେତେ ଲୋକଙ୍କ ମନରେ ଏହା ପ୍ରଶ୍ନ ଆସୁଥିବ ମୁକେଶ ଅମ୍ବାନୀଙ୍କ ଘରେ କାମ କରିବା ପାଇଁ କଣ ଆବଶ୍ୟକ ଅଟେ ଏବଂ ତାହା ପାଇଁ କଣ ପଢେଇବା ଆବଶ୍ୟକ।ଏହି ଘରେ କାମ କରିବା ପାଇଁ ଏକ ଖାସ ଲିଖିତ ପରୀକ୍ଷା ଦେବାକୁ ହେବ। ଯେଉଁଥିରେ ହୋଟେଲ ମ୍ୟାନେଜମେଣ୍ଟ ଠୁ ନେଇ ଜେନେରାଲ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ ହୋଇଥାଏ।ଏହି ପରୀକ୍ଷା ରେ ପାସ ହୋଇଥିବା ଲୋକଙ୍କୁ ହିଁ ମୁକେଶ ଅମ୍ବାନୀ ଙ୍କ ଘରେ ଚାକିରୀ କରିବାର ସୁଯୋଗ ମିଳିଥାଏ। ଏହି ଘରେ ବିଶେଷ ରୂପରେ କେବଳ ଭାରତୀୟ ଖାଦ୍ୟ ବନିଥାଏ। ଖବର କାଗଜ ରେ ଏହାର ଆଡ଼ଭଟାଇଜମେଣ୍ଟ ଆସିଥାଏ।