ମହିଳାଙ୍କ ଠାରେ ଆସିବ ଯେବେ ଏହି ପରିବର୍ତ୍ତନ ତ ହେବ କଳିଯୁଗର ଅନ୍ତ, ଜାଣନ୍ତୁ କିପରି ହେବ ଦୁନିଆର ଅନ୍ତ…
1 min readଦୁନିଆର ଅନ୍ତ ହେବାର ଖବର ଆପଣମାନେ ବହୁତ ଥର ନ୍ୟୁଜ ଚାନେଲସ କିମ୍ବା ଖବକାଗଜରେ ଶୁଣିଥିବେ କିନ୍ତୁ ଆଜି ପର୍ଯ୍ୟନ୍ତ ଦୁନିଆ ସେହିଠାରେ ରହିଛି । ଏହି ବିଷୟରେ ସମସ୍ତ ଧାର୍ମିକ ଗ୍ରନ୍ଥରେ ଲେଖାଯାଇଛି ଯେ ଗୋଟିଏ ଦିନ ସର୍ବନାଶ ତ ହେବ କିନ୍ତୁ ଏହାର କାରଣ ସମସ୍ତେ ଭିନ୍ନ ଭିନ୍ନ କହିଛନ୍ତି। ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଗୀତାରେ ସଂସାର ଏବଂ ବ୍ୟକ୍ତିଙ୍କ ସହ ଜଡିତ ବହୁତ ଗୁଡିଏ କଥା ଲେଖାଯାଇଛି ଯାହାକୁ ଭଗବାନ ବିଷ୍ଣୁ ସ୍ଵୟଂ କହିଥିଲେ । ଭଗବାନ ବିଷ୍ଣୁ ସଂସାର ଚଳେଇବାର ଏହି ଦୁନିଆର ରକ୍ଷକ ଅଟନ୍ତି । ଯାହାକୁ ଚଳେଇବାର ଦାୟିତ୍ଵ ଭଗବାନ ଶଙ୍କର ତାଙ୍କୁ ଦେଇଥିଲେ। ଏହା ଏଥିପାଇଁ ଶିବ କରିଥିଲେ କାରଣ ବିଷ୍ଣୁଙ୍କ ପାଖରେ ସୁନ୍ଦରତା ମଧ୍ୟ ରହିଛି ଏବଂ ତୀବ୍ର ବୁଦ୍ଧି ମଧ୍ୟ ରହିଛି । ବିଷ୍ଣୁ ଗୀତାର କିଛି ଅଂଶରେ କହିଛନ୍ତି ଯେ କଳିଯୁଗର ଆରମ୍ଭ କିପରି ହେବ ଏବଂ କିପରି ହେବ ଦୁନିଆର ଅନ୍ତ? ମହିଳାଙ୍କ ଠାରେ ଆସିବ ଯେବେ ଏହି ପରିବର୍ତ୍ତନ ସେତେବେଳେ ହେବ କଳିଯୁଗର ଅନ୍ତ, ଏପରି କୁହାଯାଉଛି ଯେ ଏହି ଦୁନିଆର ଅନ୍ତ ଜଣେ ମହିଳାଙ୍କ କାରଣରୁ ହିଁ ହେବ କିନ୍ତୁ ଏକଥାରେ କେତେ ସତ୍ୟତା ଅଛି ଏହାକୁ ଜାଣିବା ପାଇଁ ଆପଣଙ୍କୁ ଗୀତା ପଢିବାକୁ ହେବ ।
ମହିଳାଙ୍କ ଠାରେ ଆସିବ ଯେବେ ଏହି ପରିବର୍ତ୍ତନ ସେତେବେଳେ ହେବ କଳିଯୁଗର ଅନ୍ତ
1 – ଭଗବାନ ବିଷ୍ଣୁ କହିଛନ୍ତି ଯେ କଳିଯୁଗର ପ୍ରାରମ୍ଭ ସବୁଠାରୁ ପ୍ରଥମେ ସ୍ତ୍ରୀଙ୍କ କେଶରୁ ହେବ, ଯେଉଁ କେଶକୁ ସ୍ତ୍ରୀଙ୍କର ଶୃଙ୍ଗାର କୁହାଯାଏ, କଳିଯୁଗରେ ସମସ୍ତ ମହିଳାମାନେ ନିଜର କେଶ କାଟିବା ଆରମ୍ଭ କରିଦେବେ ।
2 – ବିଷ୍ଣୁ କହିଛନ୍ତି ଯେ ଯେବେ ଲୋକମାନେ ନିଜର କେଶକୁ ରଙ୍ଗ କରିବା ଆରମ୍ଭ କରିଦେବେ, ପଛକେ ସେ ମହିଳା ହୁଅନ୍ତୁ ବା ପୁରୁଷ। ସମସ୍ତେ ନିଜର ପ୍ରକୃତିକ ରଙ୍ଗକୁ ରଙ୍ଗେଇବା ଆରମ୍ଭ କରିଦେବେ, କଳିଯୁଗରେ କାହାର ମଧ୍ୟ କେଶ କଳା ଏବଂ ଦୀର୍ଘ ଦେଖାଯିବ ନାହିଁ ।
3 – ଯେଉଁ ଦିନ ଗୋଟିଏ ପୁଅ ନିଜର ପିତାଙ୍କ ଉପରେ ହାତ ଉଠେଇବ ସେତେବେଳ ଠାରୁ ଜାଣିବ ଯେ କଳିଯୁଗ ନିଜର ଚରମ ସୀମାରେ ଅଛି । ପ୍ରତି ଘରେ କଳହ ହେବ କେହି ପରସ୍ପର ସହିତ ମିଳିମିଶି ରହିବେ ନାହିଁ ଏବଂ ଲୋକମାନେ ନିଜ ଘରେ ନିଜର ଲୋକଙ୍କର ହତ୍ୟା କରିବେ।
4 – କଳିଯୁଗରେ କେହି ମଧ୍ୟ ପରସ୍ପର ସହିତ ସତ କଥା ହେବେ ନାହିଁ , ନା ସ୍ଵାମୀ ସ୍ତ୍ରୀ ଙ୍କ ସହିତ ନା ଛୁଆମାନେ ନିଜର ମାତା ପିତାଙ୍କୁ, ସବୁଆଡେ କେବଳ ମିଥ୍ୟାର ପ୍ରସାର ହେବ ଏବଂ ସତ୍ୟର ଆଖିରେ ପଟି ବନ୍ଧା ହେବ ।
5 – କଳିଯୁଗରେ ଝିଅମାନେ ବିଲକୁଲ ମଧ୍ୟ ଅସୁରକ୍ଷିତ ରହିବେ, ତାଙ୍କର ନିଜ ଘରେ ମଧ୍ୟ ଶୋଷଣ କରାଯିବ। ନିଜ ଘରର ଲୋକମାନେ ତାଙ୍କ ସହିତ ବ୍ୟଭିଚାର କରିବେ ଏବଂ ବାପ ଝିଅ ଭାଇ ଭଉଣୀ କୌଣସି ସମ୍ପର୍କ ସଠିକ ରହିବ ନାହିଁ ।
6 – କଳିଯୁଗରେ ବିବାହ କେବଳ ଏକ ଚୁକ୍ତି ହୋଇ ରହିଯିବ । ପତ୍ନୀ-ପତିଙ୍କର ଇଜ୍ଜତ କରିବ ନାହିଁ ଏବଂ ନା ହିଁ ପତି ପତ୍ନୀଙ୍କର ଇଜ୍ଜତ କରିବ, ବିବାହ ଭଳି ପବିତ୍ର ବନ୍ଧନ ମଧ୍ୟ ଅପବିତ୍ର ହୋଇଯିବ, କାହାର ମଧ୍ୟ ବିବାହିତ ଯୋଡିଙ୍କର ଜୀବନ ଠିକ ରେ ଚାଲିବ ନାହିଁ ।
7 – ଯେଉଁ ପ୍ରକାର ସତ୍ୟଯୁଗରେ ଲୋକଙ୍କର ବୟସ ଦୀର୍ଘ ଥିବା ସତ୍ବେ ମୃତ୍ୟୁ ହୋଇଯାଉଥିଲା, ଏବେ ଘୋର କଳିଯୁଗରେ ଏଭଳି ବହୁତ କମ ଦେଖିବାକୁ ମିଳିବ । କଳିଯୁଗରେ ଯେବେ କାହାର ମୃତ୍ୟୁ ହେବ ସେତେବେଳେ ତାଙ୍କର ବୟସ 20ରୁ 30 ବର୍ଷ ଭିତରେ ହେବ ଏବଂ ତାଙ୍କର ମୃତ୍ୟୁ ଅକାଳ କିମ୍ବା ପୀଡାଦାୟକ ହେବ ।
8 – କଳିଯୁଗରେ ବେଇମାନିର ପ୍ରଚାର ହେବ, ଲୋକମାନେ ପରସ୍ପରକୁ ଠକି ପଇସା କମେଇବେ। ପଇସା ପାଇଁ ମନୁଷ୍ୟର ନିର୍ଦୟ ହୋଇ ହତ୍ୟା କରିବ, ଅନ୍ୟମାନଙ୍କ ହକ ଛଡେଇନେବ, ସେତେବେଳେ ଘୋର କଳିଯୁଗ ଆସିବ ।
9 – କଳିଯୁଗରେ ନା କୌଣସି ଆଇନ ରହିବ ନା ବ୍ୟବସ୍ଥା । କେହି କାହାକୁ ଭୟ କରିବେ ନାହିଁ ସମସ୍ତେ ନିଜର ଇଚ୍ଛାନୁଯାୟୀ କରିବେ । ପ୍ରତ୍ୟେକ ଲୋକ ପଇସା ନିମନ୍ତେ କିଛି ବି କରିଯିବେ ।
10 – ଦେଶରେ ଚାରିଆଡେ ଅକାଳ ଏବଂ ଦୁର୍ଭିକ୍ଷ ପଡିବ, ଲୋକମାନେ ତୃଷା ଏବଂ ଭୋକରେ ମରିବାରେ ଲାଗିବେ ଏବଂ ଯେବେ ଏପରି ହେବ ସେତେବେଳେ କଳିଯୁଗ ନିଜର ଚରମ ସୀମାରେ ପହଞ୍ଚିଯିବ ।
11 – ବିଷ୍ଣୁ କହିଛନ୍ତି ଯେ ଯେବେ 7ବର୍ଷର ଝିଅ ଛୁଆ ଜନ୍ମ କରିବ ତ ବୁଝିଯିବ ଯେ ଏବେ ଘୋର କଳିଯୁଗ ଆସିଯାଇଛି । ଏହାର କିଛି ସମୟ ପରେ ଏହି ଦୁନିଆର ଅନ୍ତ ହେଇଯିବ ।
12 – ବିଷ୍ଣୁଙ୍କ କହିବା ଅନୁଯାୟୀ , ସେ, ଶିବ ଏବଂ ବ୍ରହ୍ମା ଏକ ହେଇଯିବେ ଏବଂ ତାପରେ ସେ ତିନିହେଁ ଏକତ୍ର ହୋଇ ଏହି ଯୁଗର ଅନ୍ତ କରିଦେବେ କାରଣ ସେମାନେ ଏହି ସୃଷ୍ଟିର ନିର୍ମାଣ କରିଛନ୍ତି ଏବଂ ସେମାନଙ୍କୁ ହିଁ ଧ୍ଵଂସ କରିବାକୁ ହେବ ।
13 – ବିଷ୍ଣୁ କହିଛନ୍ତି ଯେ ଯେବେ ସେହି ତ୍ରୟ (ବ୍ରହ୍ମା, ବିଷ୍ଣୁ, ଏବଂ ମହେଶ) ଙ୍କ ଉପରେ ସମସ୍ତେ ଜୋର ଦେବେ , ସେତେବେଳେ ଏହି ଯୁଗର ଅନ୍ତ କରିଦିଆଯିବ, ଯେଉଁଥିରେ ସର୍ବପ୍ରଥମେ ପ୍ରଳୟ ପାଣିରୁ ଆରମ୍ଭ ହେବ, ତାପରେ ଅଗ୍ନି, ଏବଂ ତାହାପରେ ବାୟୁ ଏବଂ ପରିଶେଷରେ ପୃଥିବୀ ତରଫକୁ ଆସି ଏହି ଯୁଗର ଅନ୍ତ ହୋଇଯିବ । ଏହାପରେ ଏକ ନୂତନ ଯୁଗର ପ୍ରାରମ୍ଭ ହେବ ଯେଉଁଠାରେ ପୁଣି ସତ୍ୟ ହିଁ ରହିବ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ? ଓଡ଼ିଆ ଏକ୍ସପ୍ରେସ୍ରେ ରେ ଏଥିରେ କୌଣସି ମତାମତ ନାହିଁ ଏହି ତଥ୍ୟ ଆମେ ବିଭିର୍ନ ଜାଗାରୁ ସଂଗ୍ରହ କରିଛୁ