June 21, 2025

Odia Express

Here, There and Everywhere

ଅମ୍ବାନୀ ଙ୍କ ଘରର ଭିତର କୌଣସି ରାଜା ମହଲ ଠାରୁ କମ ନୁହଁ , ପ୍ରଥମଥର ଦେଖନ୍ତୁ ଦୁନିଆ ର ସବୁଠୁ ଦାମୀ ଘରର ର ଭିତର ଦୃଶ୍ୟ..

1 min read

ଯେବେ ମଧ୍ୟ ଦୁନିଆର ସବୁଠାରୁ ଧନୀ ମନୁଷ୍ୟଙ୍କ କଥା ହୁଏ, ତ ସେଥିରେ ଅମ୍ବାନୀ ପରିବାରର ନାମ ନେବାକୁ କେହି ଭୁଲନ୍ତି ନାହିଁ । ହଁ ଆଜ୍ଞା, ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କର ଜୀବନ ଶୈଳୀ ତ କେହି କଳ୍ପନା କରିପାରିବ ନାହିଁ । ତାଙ୍କ ନାମରୁ ହିଁ ଲୋକମାନେ ତାଙ୍କର ଲାଇଫଷ୍ଟାଇଲର ଅନୁମାନ ଲଗେଇ ପାରନ୍ତି ।ଆଣ୍ଟିଲିଆ ଦେଶର ସବୁଠାରୁ ମହଙ୍ଗା ଇଲାକାରେ ମୁମ୍ବାଇର ଅଲ୍ଟାମାଉଣ୍ଟ ରୋଡରେ ନିର୍ମାଣ କରାଯାଇଛି। ଏହି ଏରିଆରେ ପ୍ରପର୍ଟିର ମୂଲ୍ୟ ବହୁତ ଅଧିକ ଅଟେ। ଏଠାରେ ପ୍ରତି ସ୍କୋୟାର ଫୁଟର ମୂଲ୍ୟ 80000ରୁ 85000ଟଙ୍କା ଅଟେ ।

ମୁକେଶ ଅମ୍ବାନୀଙ୍କର ଲାଇଫଷ୍ଟାଇଲର କଥା ହେଲେ, ତ ସବୁଠାରୁ ପ୍ରଥମେ ସମସ୍ତଙ୍କର ଦୃଷ୍ଟି ତାଙ୍କର ଘର ଉପରକୁ ଯାଏ, ଯାହାକି ଦୁନିଆର ଦ୍ଵିତୀୟ ସବୁଠାରୁ ମହଙ୍ଗା ଘର ଅଟେ । ମୁକେଶ ଅମ୍ବାନୀଙ୍କର ଘର ବାହାରର ଫଟୋ ତ ଆପଣମାନେ ଅନେକଥର ଦେଖିଥିବେ, କିନ୍ତୁ କଣ ଆପଣ ତାଙ୍କର ଘରର ଭିତରର ଫଟୋ ଦେଖିଛନ୍ତି କି? ଯଦି ନାହିଁ , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଅମ୍ବାନୀହାଉସର ଘର ଭିତରର ଫଟୋ ସହିତ ମୁହାଁମୁହିଁ କରେଇବୁ। ତେବେ ଆସନ୍ତୁ ଜାଣିବା ଯେ ଆମର ଏହି ଲେଖାରେ ଆପଣଙ୍କ ନିମନ୍ତେ କଣ ରହିଛି ।

ମୁକେଶ ଅମ୍ବାନୀଙ୍କର ଘରର ନାମ ଆଣ୍ଟିଲିଆ ଅଟେ । ଆଣ୍ଟିଲିଆ ଏହି ଦୁନିଆର ଦ୍ଵିତୀୟ ସବୁଠାରୁ ମହଙ୍ଗା ଅଟେ । ଯାହାକି ଭିତରୁ କୌଣସି ସ୍ଵର୍ଗରୁ କମ ଲାଗେ ନାହିଁ । ଆଣ୍ଟିଲିଆ ମୁମ୍ବାଇର ମହଙ୍ଗା ସ୍ଥାନରେ ନିର୍ମିତ ହୋଇଛି। ଯାହାର ଆକାର ଅନେକ ଲୋକ ଟିଭି କିମ୍ବା ଅନ୍ୟ ମାଧ୍ୟମରେ ଦେଖନ୍ତି ।

ଆଣ୍ଟିଲିଆ ବାହାରୁ ଦେଖିବାକୁ ଯେତିକି ସୁନ୍ଦର ଅଟେ, ତାଠାରୁ ଅଧିକ ସୁନ୍ଦର ଏହା ଭିତରୁ ମଧ୍ୟ ଅଟେ । ଭିତରୁ ଏହାର ଫଟୋ ଦେଖିବା ପରେ ତ ଆପଣଙ୍କ ହୋଶ ଉଡିଯିବ । କାରଣ ଏହା ପୂର୍ବରୁ ଏହାଠାରୁ ସୁନ୍ଦର ଘର ପୂର୍ବରୁ କେବେ ଆପଣ ଦେଖିନଥିବେ ।

ମୁକେଶ ଅମ୍ବାନୀଙ୍କର ଆଣ୍ଟିଲିଆ 200କୋଟି ଡଲାର ମୂଳଧନରେ ତିଆରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ 11ହଜାର କୋଟି ଟଙ୍କା ହେବ। ମୁକେଶ ଅମ୍ବାନୀଙ୍କର ଏହି ଘରେ ଏପରି କୌଣସି ସୁବିଧା ନାହିଁ, ଯାହା କି ନଥିବ ।

ପ୍ରତ୍ୟେକ ସୁଖସୁବିଧାରେ ପରିପୂର୍ଣ୍ଣ ଏହି ଘରକୁ ଯିଏ ଦେଖେ, ସେ ଚାହିଁ ରାହିଜାଏ। ଆଣ୍ଟଲାଟିକ ମହାସାଗରର ନାମ ଅନୁଯାୟୀ ମୁକେଶ ଅମ୍ବାନୀ ଏହି ଘରର ନାମ ଆଣ୍ଟିଲିଆ ରଖିଛନ୍ତି, ଯାହାକି ମହାସାଗର ଭଳି ଅଦ୍ଭୁତ ଅଟେ ।

ଆଣ୍ଟିଲିଆର ସମସ୍ତ ଚଟାଣ ଭିନ୍ନ ଭିନ୍ନ ଡିଜାଇନରେ ପ୍ରସ୍ତୁତ ହୋଇଛି। ଏହି ଘରେ 9ଏଲିଭେଟର ଅଛି, ଯାହା ଦ୍ଵାରା ଯେକୌଣସି ମହଲାକୁ ସହଜରେ ଯାଇହେବ। ଏତିକି ନୁହେଁ, ଏହି ଘରେ ବ୍ୟକ୍ତିଗତ ଥିଏଟର ଅଛି, ଯେଉଁଠାରେ ଅମ୍ବାନୀ ପରିବାର ଫିଲ୍ମ ଦେଖନ୍ତି। ଏହି ଥିଏଟରରେ ନୂଆ ନୂଆ ଫିଲ୍ମ ଦେଖାଯାଏ। ଏସବୁ ବ୍ୟତିତ ଏହି ଘରେ ଅଦ୍ଭୁତ ମନ୍ଦିର ରହିଛି, ଯାହାକି ଦେଖିବାକୁ ବହୁତ ଅଧିକ ସୁନ୍ଦର ଲାଗେ ।

ଏହି ଘରକୁ ଏଭଳି ଡିଜାଇନରେ ନିର୍ମାଣ କରାଯାଇଛି ଯେ ଏହା 8ରିଆକ୍ଟର ଭୂକମ୍ପ କୁ ମଧ୍ୟ ସହଜରେ ସହ୍ୟ କରିପାରିବ। ଏହି ଘରେ ସୁରକ୍ଷାର ବହୁତ ବ୍ୟବସ୍ଥା କରାଯାଇଛି। କୌଣସି ବି ପ୍ରକୃତିକ ବିପଦରୁ ଏହି ଘରକୁ କୌଣସି କ୍ଷତି ହେବ ନାହିଁ । ଏହି ଘରେ ପ୍ରାଇଭେଟ ହେଲିପ୍ୟାଡ ମଧ୍ୟ ଅଛି, ଯେଉନ୍ଥରୁ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ଉଡଣ କରନ୍ତି ।

ଅମ୍ବାନୀଙ୍କର ଏହି ଘରକୁ ଦେଖିଲା ବାଲାଙ୍କର ଆଖି ଖୋଲା ରାହିଜାଏ। ପ୍ରତ୍ୟେକ ଜିନିଷ ଏକଦମ ପରଫେକ୍ଟ ତିଆରି ହୋଇଛି, ଯାହାର କୌଣସି ଜବାବ ନାହିଁ ।

ମୁକେଶ ଅମ୍ବାନୀଙ୍କର କାର ନିମନ୍ତେ ପାଗଳପଣ ତାଙ୍କ ଘରେ ମଧ୍ୟ ଦେଖାଯାଏ। ଆଣ୍ଟିଲିଆର 6ଟି ଫ୍ଲୋରରେ ଗ୍ୟାରେଜ ରହିଛି। ଏହି ଗ୍ୟାରେଜରେ 5କୋଟିର Maybach ସମେତ ଅନେକ ବିଳାସମୟ କାର ରହିଥାଏ। ଏହି ଗ୍ୟାରେଜରେ 168କାର ରହିପାରିବ, ଏତିକି ନୁହେଁ, 7ମ ଫ୍ଲୋରରେ କାର ସର୍ଭିସ ଷ୍ଟେସନ ରହିଛି ।

ପ୍ରତ୍ୟେକ ଫ୍ଲୋରର ଆଭ୍ୟନ୍ତରୀଣ ସାଜସଜ୍ଜା ବହୁତ ସୁନ୍ଦର ଅଟେ ।

ଆଣ୍ଟିଲିଆରେ ଯୋଗ ସେଣ୍ଟର, ପାର୍ଲର , ଡ୍ୟାନ୍ସ ଫ୍ଲୋର ଆଦି ଜିନିଷ ମଧ୍ୟ ରହିଛି। ମୁକେଶ ଅମ୍ବାନୀଙ୍କର ପରିବାର ଏହି ଘରୁ ବାହାରକୁ ନଯାଇ ମଧ୍ୟ ସମସ୍ତ ସୁଖ ସୁବିଧାର ଆନନ୍ଦ ନେଇପାରିବେ । 27ମହଲାର ଏହି ଘରେ ମୁକେଶ ଅମ୍ବାନୀଙ୍କର ପୁରା ପରିବାର ବାସ କରନ୍ତି। ଘରର ସମସ୍ତ ସଦସ୍ୟଙ୍କ ନିମନ୍ତେ ଏକ ଏକ ଫ୍ଲୋର ରହିଛି। ଘରେ ଖୋଲା ଆକାଶ ଏବଂ ସମୁଦ୍ରର ଦୃଶ୍ୟ ଦେଖିବାକୁ ମଧ୍ୟ ମିଳେ। ମୁକେଶ ଅମ୍ବାନୀଙ୍କୁ କାର ବହୁତ ଭଲ ଲାଗେ, ଏହି କାରଣ ଅଟେ ଯେ ଘରେ କାରକୁ ରଖିବା ପାଇଁ ମଧ୍ୟ ସେ ଚମତ୍କାର ସ୍ଥାନ ନିର୍ମାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *