November 21, 2024

Odia Express

Here, There and Everywhere

ଗ୍ୟାସ ସିଲିଣ୍ଡର ଥିବା ଲୋକେ ହୋଇଯାନ୍ତୁ ସାବଧାନ, ଭୁଲରେ ମଧ୍ୟ ଏହି ପୋଜିସନରେ ରଖନ୍ତୁ ନାହିଁ ସିଲିଣ୍ଡର ନହେଲେ ହୋଇପାରେ ଦୁର୍ଘଟଣା….

1 min read

ଆଜିର ସମୟରେ ପ୍ରତ୍ୟେକ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଗ୍ୟାସ ସିଲିଣ୍ଡରର ହିଁ ବ୍ୟବହାର କରୁଛନ୍ତି । ଗୋଟେ ସମୟ ଥିଲା ଯେବେ ଲୋକମାନେ ଖାଦ୍ୟ ପ୍ରସ୍ତୁତ ନିମନ୍ତେ କାଠ, ଘଷିର ବ୍ୟବହାର କରୁଥିଲେ । କିନ୍ତ ଆଧୁନିକ ସମୟରେ ଲୋକଙ୍କୁ ଏହି ଜିନିଷ ସହଜରେ ଉପଲବ୍ଧ ହେଉନାହିଁ । ଆଜିଠାରୁ କିଛି ସମୟ ପୂର୍ବ ପର୍ଯ୍ୟନ୍ତ କେବଳ ସହରରେ ଗ୍ୟାସର ବ୍ୟବହାର ଖାଦ୍ୟ ପ୍ରସ୍ତୁତ ନିମନ୍ତେ କରାଯାଉଥିଲା କିନ୍ତୁ ଆଜିର ସମୟରେ ଗ୍ରାମ ମାନଙ୍କରେ ଦ୍ରୁତ ଗତିରେ ଗ୍ୟାସ ସିଲିଣ୍ଡରର ବ୍ୟବହାର କରଜିବାରେ ଲାଗିଛି ।ଗ୍ୟାସ ସିଲିଣ୍ଡରର ବ୍ୟବହାର ଯୋଗୁ ସୁବିଧା ତ ହେଉଛି କିନ୍ତ ଏହାର ବ୍ୟବହାର ଦ୍ଵାରା କିଛି ବିପଦ ମଧ୍ୟ ରହିଛି। ଯଦି ଗ୍ୟାସ ସିଲିଣ୍ଡର ବ୍ୟବହାର କରିବା ସମୟରେ କିଛି ସାବଧାନତା ଅବଲମ୍ବନ କରା ନଯିବ ତେବେ କୌଣସି ବଡ ଦୁର୍ଘଟଣା ହୋଇପାରେ। ଅନେକ ସମୟରେ ଗ୍ୟାସ ସିଲିଣ୍ଡର ଯୋଗୁ ହେଉଥିବା ଦୁର୍ଘଟଣା ବିଷୟରେ ଶୁଣିବାକୁ ମିଳୁଛି ।

ଗ୍ୟାସ ସିଲିଣ୍ଡରକୁ ବ୍ୟବହାର କରିବା ଆଗରୁ କିଛି ଖାସ ନିୟମର ସବୁବେଳେ ପାଳନ କରିବା ଉଚିତ। ଏହାଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା କମ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଲୋକମାନେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ ।

ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଲୋକମାନେ ଆପଣାନ୍ତୁ ଏହି ସାବଧାନତା :

– ଗ୍ୟାସ ବ୍ୟବହାର କରୁଥିବା ସମୟରେ ଗ୍ୟାସ ଅନ କରିବା ଆଗରୁ ଡିଆସିଲି ଜଳେଇ ରଖନ୍ତୁ। ଖାଦ୍ୟ ବନେଇବା ସମୟରେ ସବୁବେଳେ କଟନ (ସୂତା) କପଡାର ବ୍ୟବହାର କରିବା ଉଚିତ। ଶିଳ୍କ କିମ୍ବା ଶିଫନର କପଡା ପିନ୍ଧି ଖାଦ୍ୟ ବନେଇବାରୁ କ୍ଷାନ୍ତ ରହିବା ଉଚିତ ।

– ଯଦି ଆପଣଙ୍କୁ ଏଭଳି ଅନୁଭବ ହେଉଛି ଯେ ଗ୍ୟାସ ଲିକ ହେଉଛି ତେବେ ଭୁଲରେ ମଧ୍ୟ ବୈଦୁତିକ ସ୍ଵିଚ କୁ ଅନ କରନ୍ତୁ ନାହିଁ । ତୁରନ୍ତ ଇଲେକ୍ଟ୍ରିକ ସପ୍ଲାଇ ବନ୍ଦ କରିଦିଅନ୍ତୁ। ଏହାଦ୍ୱାରା କୌଣସ ଦୁର୍ଘଟଣା ହେବାରୁ ରକ୍ଷା ମିଳିଯିବ ।

– ଗ୍ୟାସ ସିଲିଣ୍ଡର ବାଲା ସବୁବେଳେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ) ବାଲା ଉପକରଣ ହିଁ ବ୍ୟବହାର କରନ୍ତୁ। BIS ମାନ୍ୟତା ପ୍ରାପ୍ତ ରେଗୁଲେଟର ଏବଂ ସୁରକ୍ଷା ରବର ଟ୍ୟୁବର ବ୍ୟବହାର କରନ୍ତୁ। ଏହି ଉପକରଣ କୌଣସି ମାନ୍ୟତା ପ୍ରାପ୍ତ ଦୋକାନରୁ କିଣନ୍ତୁ ।

– ସିଲିଣ୍ଡର ନେବା ସମୟରେ ସବୁବେଳେ କମ୍ପାନୀର ସିଲ ଏବଂ ସେଫଟି କ୍ୟାପ ଚେକ କରି ନେବା ଉଚିତ। ଯଦି ଆପଣ ପ୍ରଥମ ଥର ଗ୍ୟାସ ସିଲିଣ୍ଡରର ବ୍ୟବହାର କରିବାକୁ ଯାଉଛନ୍ତି ତେବେ ଗ୍ୟାସ ଡେଲିଭରି ଦେଉଥିବା ଲୋକଙ୍କ ଠାରୁ ସଠିକ ସୂଚନା ନିଅନ୍ତୁ ।

– ନିଜର ଗ୍ୟାସର ଉପକରଣର ସଠିକ ସମୟରେ ସର୍ଭିସ କରେଇ ନିଅନ୍ତୁ। ଭୁଲରେ ମଧ୍ୟ ଗ୍ୟାସ ଷ୍ଟୋଭକୁ ନିଜ ଦ୍ଵାରା ଠିକ କରିବାର ଭୁଲ କରନ୍ତୁ ନାହିଁ । କୌଣସି ଜ୍ଞାନପ୍ରାପ୍ତ ଲୋକଙ୍କ ଦ୍ଵାରା ଠିକ କରାନ୍ତୁ ।

– ଖାଦ୍ୟ ତିଆରି ସାରିବା ପରେ ଗ୍ୟାସ ସିଲିଣ୍ଡରର ନବ ବନ୍ଦ କରିଦିଅନ୍ତୁ। ତାହା ପରେ ଷ୍ଟୋଭର ନବ ମଧ୍ୟ ବନ୍ଦ କରିଦିଅନ୍ତୁ। ଯେବେ ସିଲିଣ୍ଡରର ବ୍ୟବହାର କରିବାର ନଥିବ ତେବେ ସୁରକ୍ଷା ଦୃଷ୍ଟିରୁ ରେଗୁଲେଟର କୁ ବନ୍ଦ ରଖିବା ଉଚିତ ।

ସିଲିଣ୍ଡରକୁ ରଖିବା ସମୟରେ ଏକଥାର ଧ୍ୟାନ ରଖିବେ ଯେ ତାହା କୌଣସି ଖୋଲା ସ୍ଥାନରେ ଠିଆ ହୋଇଥିବା ଅବସ୍ଥାରେ ହିଁ ରଖିବେ । ରୋଷେଇରେ ବାୟୁ ଚଳାଚଳର ଭଲ ସୁବିଧା ରହିବା ଉଚିତ। ଗ୍ୟାସ ଷ୍ଟୋଭ ସବୁବେଳେ ସିଲିଣ୍ଡର ଠାରୁ ଉପରେ ହିଁ ରଖିବା ଉଚିତ। ସିଲିଣ୍ଡରକୁ ଫ୍ଲୋର ଲେବଲରେ ଠାରୁ ତଳେ କିମ୍ବା କ୍ୟାବିନେଟ ଭିତରେ ରଖିବା ଉଚିତ।

– ସେଲ୍ଫ ଏବଂ ଷ୍ଟୋରେଜ କ୍ୟାବିନେଟ କେବେ ମଧ୍ୟ ଗ୍ୟାସ ଷ୍ଟୋଭ ରଖିବା ସ୍ଥାନର ଉପରେ ବନେଇବା ଉଚିତ ନୁହେଁ । ଏମିତିରେ ନିଆଁ ଧରିବାର ଅଧିକ ସମ୍ଭାବନା ରହେ । ଗ୍ୟାସ ଷ୍ଟୋଭର ଆଖପାଖରେ ପରଦା ମଧ୍ୟ ଲଗେଇବା ଉଚିତ ନୁହେଁ ।

– ସିଲିଣ୍ଡରକୁ କୌଣସି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠାରେ ବହୁତ ଅଧିକ ଗରମ ହେଉଥିବ। ସିଲିଣ୍ଡରକୁ କିରୋସିନୀ ତେଲର ଆଖପାଖରେ ମଧ୍ୟ ରଖନ୍ତୁ ନାହିଁ ।`

Leave a Reply

Your email address will not be published. Required fields are marked *