November 17, 2024

Odia Express

Here, There and Everywhere

ଆଜିର ମଜାଦାର ୨୦ ଟି ହସକଥା ଶିକ୍ଷକ – ଆଛା ପୁଅ ତମ ଘରେ ସବୁଠାରୁ ଛୋଟ କିଏ ? ଛାତ୍ର – ମାଡାମ ଆମ ଘରେ ମୋ ବାପା ସବୁଠୁ ସାନ ଅଟନ୍ତି କାରଣ ସେ…ଶୁଣିଲେ ହସି ହସି ଗଡିବେ ଆପଣ

1 min read

ହସିବା ଆମର ଜୀବନର ଏକ ମହତ୍ଵପୂର୍ଣ୍ଣ ଅଂଶ ଅଟେ । ଆପଣ ଡାକ୍ତରଙ୍କ ଦ୍ଵାରା ମଧ୍ୟ ଶୁଣିଥିବେ ଯେ “ହସିବା ଦ୍ଵାରା ରକ୍ତ ବୃଦ୍ଧି ପାଏ” । ଏଥିପାଇଁ ବହୁତ ଲୋକ ହସିବାର ବ୍ୟାୟମ କରନ୍ତି। ସମୟର ବରିବର୍ତ୍ତନ ସହିତ ଯୁବପିଢି ମଧ୍ୟ ବହୁତ ପରିବର୍ତ୍ତିତ ହୋଇଯାଇଛନ୍ତି। ଏବେ ଲୋକମାନେ ନିଜର କାର୍ଯ୍ୟରେ ଏତେ ବ୍ୟସ୍ତ ଅଟନ୍ତି ଯେ ସେମାନେ ନିଜର ଲୋକଙ୍କ ସହିତ ବସି କିଛି ସମୟ କଟେଇ ପାରୁନାହାନ୍ତି । ଏମିତିରେ ତାଙ୍କର ଜୀବନ ଚାପ ଗ୍ରସ୍ତ ହୋଇଯାଉଛି । ବହୁତ ଲୋକଙ୍କୁ ତ ଏହା ମଧ୍ୟ ମନେନଥିବ ଯେ ସେମାନେ ଶେଷଥର ନିଜ ପରିବାର ସହିତ କେବେ ଖୋଲା ହସ ହସିଥିଲେ । କିନ୍ତୁ , ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ହସର ଗୁଲୁଗୁଲା ନେଇ ଆସିଛୁ, ଯାହାକୁ ପଢିକି ଆପଣଙ୍କ ସାରା ଦିନର ଥକ୍କା ଏବଂ ଚାପ ଦୂରକୁ ଚାଲିଯିବ। ଏତିକି ନୁହେଁ ପରନ୍ତୁ ଏହି ମଜାଦାର ଜୋକ୍ସ ଆପଣଙ୍କ ଦିନକୁ ଭଲ କରିଦେବ। ତେବେ ଆସନ୍ତୁ ମଜା ଉଠେଇବା ହସର ।

ସ୍ଵାମୀ- ଶୀଘ୍ର ଟିଫିନ ଦିଅ ମୁଁ ଲେଟ ହେଇଗଲି ଅଫିସ କୁ । ପତ୍ନୀ- ଚିଲ୍ଲାଉଛ କାହିଁକି, ନିଅ ଧର! । ସ୍ଵାମୀ- କି ତରକାରୀ ତିଆରି କରିଛ? ପତ୍ନୀ- ତରକାରୀ ଛାଡ, ସନ୍ଧ୍ୟାରେ ଶୀଘ୍ର ଘରକୁ ଆସିବ । ସ୍ଵାମୀ- କଣ ମୁଁ ମନେପଡୁଛି ସନ୍ଧ୍ୟାରେ ? ପତ୍ନୀ- ଅଧିକ ରୋମାଣ୍ଟିକ ହୁଅନାହିଁ ସନ୍ଧ୍ୟାରେ ବାସନ ଧୋଇବା ପାଳି ତୁମର ଅଟେ!

ଗ୍ରାମର ଦୁଇଜଣ ମହିଳା ପରସ୍ପର ସହିତ ବାର୍ତ୍ତାଳାପ କରୁଥିଲେ । ପ୍ରଥମ କହିଲା- “ ହେ ଭଉଣୀ ଏଇ ହଜବ୍ୟାଣ୍ଡ କଣ ହୋଇଥାଏ”? ଦ୍ଵିତୀୟ ହସିକି କହିଲା-“ ଭଉଣୀ ଏହହା ଅଦ୍ଭୁତ ପ୍ରକାର ବ୍ୟାଣ୍ଡ ହୋଇଥାଏ” । ଯାହା କେବଳ ଘରର ବେଲଣା କାଠିରେ ହିଁ ବଜାହୁଏ ।

ଏହି ବ୍ୟାଣ୍ଡକୁ ବଜେଇବାର ଆନନ୍ଦ କେବଳ ବିବାହିତା ମହିଳାମାନେ ନେଇପାରିବେ, । ଏବଂ ଏହି ବ୍ୟାଣ୍ଡର ଭଲକଥା ଏହା ଯେ ଏହାକୁ ଯେତେ ବଜେଇବା ସେତିକି ମଧୁର ଧୁନ ବାହାରିବ ଏବଂ ଧୁନ କେବଳ ଘର ଭିତରେ ହିଁ ରହିବ । ମଜା କଥା ଏହା ଯେ ଏହାକୁ କେତେ ମଧ୍ୟ ବଜାଅ ଏହା ହସୁଥାଏ, ଏଥିପାଇଁ ଏହାକୁ ହସବ୍ୟାଣ୍ଡ କୁହନ୍ତି” ।

ସାନ୍ତା କାନ୍ଥ ରଙ୍ଗ କରୁଥିଲା। ପତ୍ନୀ- ମୋର ବାଥରୁମର ଅଳନ୍ଧୁ ସଫା କରିବାର ଅଛି । ସାନ୍ତା- ତାହେଲେ କର ମୁଁ କଣ କରିବି । ପତ୍ନୀ- ଠିକ ଅଛି, ମୁଁ ତୁମର ତଳୁ ଟୁଲ ନେଇଯାଉଛି, ତୁମେ ଦୃଢ ଭାବରେ ବ୍ରସ ଧରିକି ଥାଅ ।

ପତ୍ନୀ ଅଧଘଣ୍ଟା ହେବ ମୋବାଇଲର ଲେନ୍ସକୁ ଦୁପଟାରେ ଘସୁଥିଲେ। ସେଲଫି ନେଉଥିଲେ ଏବଂ ତାପରେ ଡ଼ିଲିଟ କରୁଥିଲେ। ସ୍ଵାମୀ ଲାପଟପରେ କାମ କରୁକରୁ ଏହି ଦୃଶ୍ୟ ଚୁପଚାପ ଦେଖୁଥିଲେ। ବହୁତ ସମୟ ଧୈର୍ଯ୍ୟ ରଖିବା ପରେ ଯେବେ ତାଙ୍କ ଦ୍ଵାରା ରହି ହେଲା ନାହିଁ ତ ସେ କହିଦେଲେ , “ଥରେ ମୁହଁ ଉପରେ ମଧ୍ୟ କପଡା ମାରି ଟ୍ରାଇ କରିନିଅ”! ସ୍ଵାମୀ 5ଦିନ ହେବ ରେହଡି ରେ ଛୋଲେ କୁଲଚା ଖାଉଛନ୍ତି!

ପତ୍ନୀ- ତୁମେ ମୋତେ କେତେ ଭଲ ପଉଚ? ସ୍ଵାମୀ- ତୁମେ ଚିନ୍ତା କରିପାରିବ ନାହିଁ ସେତିକି…!!! ପତ୍ନୀ- ତଥାପି କୁହ ନା, ଯେ କେତେ ଭଲ ପଉଚ? ସ୍ଵାମୀ- ଏତେ କି ମନ ହେଉଛି ତୁମ ଭଳି ଆଉ ଗୋଟେ ନେଇ ଆସିବି ।

ଗୋଟିଏ ବସରେ ପୁଅ ଝିଅକୁ- ତୁମ ଆଖିରେ ମୋତେ ସାରା ଦୁନିଆ ଦେଖାଯାଉଛି! । ଠିକ ସେତିକିବେଳେ ଦୁଷ୍ଟ ପିଲା ବାହାରିଲା ଆଉ କହିଲା, ସାଙ୍ଗ ଦେଖ ତ କେଉଁଠାରେ pokeman ଦେଖାଯାଉଛି କି?

ଜଣେ ଲୋକ ନିଜର ପାଦୋଷୀଙ୍କ ପୁଅକୁ ମାଟିର କଣ୍ଢେଇ ବନେଇବା ଶିଖାଉଥିଲା । ପିଲା ଟି ପଚାରିଲା – ଅଙ୍କଲ ଆପଣ ଏତେ ଭଲ ମାଟିର ଗୋଲ କିପରି ବନେଇଦେଉଛନ୍ତି ? ଲୋକ କହିଲେ- ପୁଅ ଏହା ତ ଅନୁଭବର କଥା ଅଟେ !! ଛୁଆ- ଆପଣଙ୍କର କିପରି ଅନୁଭବ ହେଲା? ଅଙ୍କଲ- ଆରେ ପୁଅ ଘରେ ରୁଟି ମୋତେ ହିଁ କରିବାକୁ ହୋଇଥାଏ ।

ଛୋଟ ବେଳେ ଡରାଉଥିଲେ ଯେ ବେଙ୍ଗକୁ ପଥର ମରିବ ତ ମୁକ ସ୍ତ୍ରୀ ମିଳିବ, । କେତେ ଦାରୁଥିଲେ ସେତେବେଳେ, ଏବେ ଲାଗୁଛି ଯେ ହୁଏତ ପଥର ମାରି ଦେଇଥାନ୍ତୁ !

ଚିନତୁ- ସାଙ୍ଗ ସତ ସତ କଃ ମୁଁ କିପରି ଦେଖାଯାଉଛି? ପିଣ୍ଟୁ- ତୋର କୌଣସି ଗାର୍ଲଫ୍ରେଣ୍ଡ ଅଛି କି? ଚିନତୁ- ନାହିଁରେ ସାଙ୍ଗ… । ପିଣ୍ଟୁ – ପୁଣି ତାହେଲେ ତୁ ନିଜେ ହିଁ ବୁଝି ଯା କିପରି ଦେଖାଯାଉଥିବୁ ।

ଜଣେ ମଦୁଆ ଲୋକ ଭଗବାନଙ୍କୁ ପଚାରିଲା – ହେ ପ୍ରଭୁ ତୁମେ ବାଲ୍ୟକାଳ ଦେଲ ତାହାକୁ ଛଡେଇନେଲ , । ଅଏସ ଆରାମ ଦେଲ ତାହା ମଧ୍ୟ ଛଡେଇନେଲ ,। ପଇସା ଦେଲ ତାହା ମଧ୍ୟ ବରବାଦ ହେଇଗଲା,। ପତ୍ନୀ ଦେଲ, ଆଉ ତାକୁ ନେବାକୁ ଭୁଲିଗଲ!

ସ୍ଵାମୀ ସ୍ତ୍ରୀ ଙ୍କୁ କହିଲେ ଗଲାମାସର ହିସାବ ଦିଅ । ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲେ ଏବଂ ମଝିରେ ମଝିରେ ଲେଖିବାରେ ଲାଗିଲେ ଭ.ଯା.କି.ଗ । 800ଭ.ଯା.କି.ଗ। 2000ଭ.ଯା.କି.ଗ। 500ଭ.ଯା.କି.ଗ। ସ୍ଵାମୀ ପଚାରିଲେ ଏହି ଭ.ଯା.କି.ଗ କଣ ଅଟେ? ସ୍ତ୍ରୀ କହିଲେ – ଭଗବାନ ଜାନେ କିଧର ଗୟା ।

ଝିଅମାନେ ପରସ୍ପରକୁ ଉପହାର ଦିଅନ୍ତି ପର୍ଫ୍ୟୁମ, ଇଅରରିଂ, ଡ୍ରେସ, ଫୁଲ, ଚୋକୋଲେଟ । ଆଉ ପୁଅମାନେ? ଏଇ ନେ ଭାଇ ପାୟେଲର ନମ୍ବର, ମୋ ନାମ ଜଣେଇବୁ ନାହିଁ କେବଳ ।

ସାନ୍ତା ଗୋଟିଏ କମ୍ପାନୀରେ ଶିକ୍ୟୁରୀଟି ଗାର୍ଡର ଚାକିରି କରିବା ପାଇଁ ଇଣ୍ଟରଭିୟୁ ଦେବାକୁ ଗଲା। ମ୍ୟାନେଜର ପଚାରିଲେ- ଦେଖ, ଆମକୁ ଏପରି ଲୋକ ଦରକାର ଯିଏ ସବଳ ହୋଇଥିବ, ଫୁର୍ତ୍ତିବାଜ, ଏବଂ ଚାଲାକ ହୋଇଥିବ। ଯଦି କେବେ ତାହାକୁ ଗାଳି ପଡେ ତ ଖରାପ ଭାବୁନଥିବ। କଣ ତୁମଠାରେ ଏସବୁ ଗୁଣ ଅଛି କି? ସାନ୍ତା କହିଲା- ସାହେବ, ଏ ସମସ୍ତ ଗୁଣ ମୋର ପତ୍ନୀ ଠାରେ ଅଛି , ତାକୁ ଡକେଇବି କି?

ଛାତ୍ର – ମାଡାମ ଆମ ଘରେ ମୋ ବାପା ସବୁଠୁ ସାନ ଅଟନ୍ତି | ଏକଥା ଶୁଣି ଶିକ୍ଷକ ଆଶ୍ଚର୍ଯ୍ୟ ହେଇ ପଚାରିଲେ – ଆରେ ଏମିତି କିପରି | ତାପରେ ଛାତ୍ର କହିଲେ – କାରଣ ସେ ଆଜି ଯାଏ ଡ଼ରିକି ସେ ବୋଉ ପାଖେ ଶୋଉଚନ୍ତି

Leave a Reply

Your email address will not be published. Required fields are marked *