ଅଚାନକ ଟିଭି ସ୍କ୍ରିନରେ ଦେଖାଯାଏ କିଛି ନମ୍ବର, କଣ ଆପଣ ଜାଣନ୍ତି ଏହାର ଅର୍ଥ – ୯୯ ପ୍ରତିଶତ ଲୋକ ଏ ବିଷୟରେ ଜାଣି ନଥିବେ…
କିଛି ଜିନିଷ ଆମ ଆଖପାଖରେ ଘଟି ଚାଲିଥାଏ କିନ୍ତୁ ସାଧାରଣତଃ ଆମର ଧ୍ୟାନ ତା ଉପରକୁ କମ ଯାଏ କିମ୍ବା ତାହାକୁ ଜାଣିଶୁଣି ନଜର ଅନ୍ଦାଜ କରିଦେଉ କିନ୍ତୁ ବାସ୍ତବରେ ଲକ୍ଷ୍ୟ କରିବେ ତ ତା ପଛରେ କିଛି ନା କିଛି ଉଦ୍ଦେଶ୍ୟ ଥାଏ । ଏଭଳି ହିଁ କିଛି ଆମର ଟିଭି ଏବଂ ଗାଜେଟସ ସହିତ ହୁଏ… ଆମେ ସେମାନଙ୍କର ବ୍ୟବହାର ତ କରିଥାଉ କିନ୍ତୁ ଅନେକ ଜିନିଷ ବିଷୟରେ ଜାଣିନଥାଉ । ଯେପରିକି ଆପଣମାନେ ଅନେକଥର ଦେଖିଥିବେ ଯେ ଆପଣଙ୍କ ଟିଭି ସ୍କ୍ରୀନରେ କୌଣସି କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ସ୍କ୍ରୀନ ଉପରେ କିଛି ନମ୍ବର ଦେଖା ଦେବାରେ ଲାଗନ୍ତି କିନ୍ତୁ କଣ ଆପଣମାନେ କେବେ ଏହାର ଅର୍ଥ ଜାଣିବାର ଚେଷ୍ଟା କରିଛନ୍ତି କି? ଯଦି ନାହିଁ ତେବେ ଆସନ୍ତୁ ଆପଣଙ୍କୁ ଏହି ନମ୍ବରର ଗଣିତ ବୁଝେଇଦେବୁ ।
ପ୍ରକୃତରେ, ଟିଭି ସ୍କ୍ରୀନର କୋଣରେ ଦେଖାଯାଉଥିବା ଏହି ନମ୍ବର ସଂପୂର୍ଣ୍ଣ ରୂପେ ସ୍ଵତନ୍ତ୍ର ହୋଇଥାଏ ମାନେ ଏକ ଟିଭିରେ ଯେଉଁ ନମ୍ବର ଦେଖାଯାଏ ତାହା ଦେଶରେ ଅନ୍ୟ କୌଣସି ଟିଭିରେ ଦେଖା ଯାଇନଥାଏ। ଏମିତିରେ ଏହି ନମ୍ବର ସାଧାରଣତଃ 8ଅଙ୍କବିଶିଷ୍ଟ ହୋଇଥାନ୍ତି ଯେଉଁଥିରେ ଇଂରାଜୀର କିଛି ଅକ୍ଷର ସହିତ 1ରୁ 0ପର୍ଯ୍ୟନ୍ତ ଅଙ୍କ ଅନିୟମିତ କ୍ରମରେ ସାମିଲ ହୋଇଥାଏ। ଏହି ନମ୍ବର ଟିଭିରେ କୌଣସି କାର୍ଯ୍ୟକ୍ରମର ପ୍ରସାରଣ ସମୟରେ କିଛି ସେକଣ୍ଡ ପର୍ଯ୍ୟନ୍ତ ଦେଖା ଦେଇଥାଏ ଏବଂ ପୁଣି ଆପେଆପେ ଗାୟବ ହୋଇଯାଏ ।
ଅସଲରେ ଏହି ବିଶେଷ ନମ୍ବର ଜରିଆରେ ଡିଜିଟାଲ ଟିଭି ପ୍ରଦାତା କିମ୍ବା ଚାନେଲ ଏହା ସହଜରେ ଜାଣିପାରିବେ ଯେ କିଏ କେଉଁ ଟିଭି କନେକସନ କିମ୍ବା ସେଟଟପ ବକ୍ସ କେଉଁ ଉପଭୋକ୍ତାଙ୍କ ଘରେ ଲାଗିଛି ।
ପ୍ରକୃତରେ ଟିଭିରେ ଦେଖାଯାଉଥିବା ଏହି ନମ୍ବରର ପ୍ରୟୋଗ ପାଇରେସି ରୋକିବା ପାଇଁ ହୋଇଥାଏ । ଯଦ୍ୱାରା ଯଦି କୌଣସି ଟିଭି ଉପଭୋକ୍ତା ନିଜ ଟିଭିରେ କ୍ୟାମେରା କିମ୍ବା ସ୍କ୍ରୀନ ରେକର୍ଡର ଲଗେଇ କୌଣସି ଶୋ କିମ୍ବା ଫିଲ୍ମ ରେକର୍ଡ କରିବେ, ତେବେ ସେହି ପାଇରେଟେଡ ଭିଡିଓ ଦ୍ଵିତୀୟଥର କେଉଁଠାରେ ଦେଖେଇଲେ ତାହେଲେ ରେକରଡିଙ୍ଗରେ ଏହି ନମ୍ବର ଦୃଶ୍ୟ ହେବ ଯାହାଦ୍ଵାରା ଟିଭି କମ୍ପାନୀ ଏବଂ ଚାନେଲ କୁ ଏହା ସହଜରେ ଜଣା ପଡିଯିବ ଯେ ସେହି ଟିଭି ପ୍ରୋଗ୍ରାମ କେଉଁ ଉପଭୋକ୍ତା ରେକର୍ଡ କରିଥିଲେ ।
ପ୍ରକୃତରେ ଏହା ଏଥିପାଇଁ କରାଯାଏ ଯେ ଅନେକ ସମୟରେ କିଛି ମହଙ୍ଗା ଶୋ, କୌଣସି ବଡ ଫିଲ୍ମର ପ୍ରିମିଅର କିମ୍ବା ଇଭେଣ୍ଟସର ପ୍ରସାରଣ ଟିଭିରେ ତ କେବଳ ଥରେ କରାଯାଏ, କିନ୍ତୁ କିଛି ଉପଭୋକ୍ତା ତାହାକୁ ରେକର୍ଡ କରି ମାନେ ପାଇରେସି କରି ତାହାକୁ କୌଣସି ଲୋକାଲ ଚାନେଲକୁ କମ ମୂଲ୍ୟରେ ବିକ୍ରି କରିଦିଅନ୍ତି କିମ୍ବା ପୁଣି ଇଣ୍ଟରନେଟରେ ଛାଡି ଦିଅନ୍ତି। ଯାହାଦ୍ଵାରା ଚାନେଲ ବାଲାଙ୍କୁ ଆର୍ଥିକ କ୍ଷତି ହୋଇଥାଏ। ଏଥିପାଇଁ ଏହି ପ୍ରକାରର ପାଇରେସି ରୋକିବା ପାଇଁ ଟିଭି ପ୍ରସାରଣ କମ୍ପାନୀ ମାନେ କିମ୍ବା ଚାନେଲ ତରଫରୁ ପ୍ରତ୍ୟେକ ଟିଭି ସ୍କ୍ରୀନରେ ଏଭଳି ସ୍ଵତନ୍ତ୍ର ଏବଂ ଅନିୟମିତ ନମ୍ବର ଦେଖାଯାଏ । ଏହି ନମ୍ବର ସଫ୍ଟୱେର ଜରିଆରେ ସଂପୂର୍ଣ୍ଣ ରୂପେ ସ୍ଵୟଂକ୍ରିୟ ହୋଇଥାଏ ଏବଂ ଏଥିପାଇଁ କେବେ ମଧ୍ୟ କାହାର ବି ଦେଖାଦେଇଥାଏ ।
ଏମିତିରେ ଟିଭିରେ ହେଉଥିବା ପାଇରେସି ରୋକିବା ପାଇଁ ଏହି ପ୍ରଣାଳୀ ସଂପୂର୍ଣ୍ଣ ସଫଳ ଅଟେ । ତେବେ ଆସନ୍ତୁ ଆପଣ ଏହାର କାରଣ ତ ଜାଣିଲେ ଯେ କାହିଁକି କୌଣସି ଫିଲ୍ମ କିମ୍ବା ନିଜର ପସନ୍ଦର କାର୍ଯ୍ୟକ୍ରମ ଦେଖିବା ସମୟରେ ଆପଣଙ୍କୁ କିଛି ନମ୍ବର ଟିଭିସ୍କ୍ରୀନ ରେ ଦେଖାଦେଇଥାଏ, ଏମିତିରେ ଆଗାମୀ ଥର ଯେବେ ଏହି ନମ୍ବର ଦେଖାଯିବ ତ ଆପଣ ଅନ୍ୟମାନଙ୍କୁ ମଧ୍ୟ ଏହାର ଅର୍ଥ ଜଣେଇପାରିବେ ।