November 16, 2024

Odia Express

Here, There and Everywhere

ସକାଳୁ ଗରମ ପାଣିରେ ମହୁ ମିଶାଇ ପିଅନ୍ତୁ ଏବଂ ଫାଇଦା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ,ଭଲ ହୋଇଯିବ ଏହି ୧୦ ରୋଗ।

ଆମ ଧର୍ମଗ୍ରନ୍ଥରେ ଅମୃତ ଶବ୍ଦର ଆମେ ବହୁତ ବ୍ୟବହାର କରିଥାଉ। ଅନେକ ଜାଗାରେ ଆମେ ଏହି ଶବ୍ଦର ବ୍ୟବହାର କରିଥାଉ। ଅମୃତ ସେହି ଜିନିଷ ଯାହା ଆମକୁ ଅମର କରିଥାଏ ଓ ଆମକୁ ମରିବାକୁ ଦେଇନଥାଏ। ଦିନେ କେହି ଜଣେ ମତେ ପଚାରିଲା କଣ ତୁମେ ଅମୃତ ଦେଖିଛ?ମୁଁ କହିଲି ହଁ ତ ସେ ହଇରାଣ ହୋଇଗଲା ଓ କହିଲା ତୁମେ ଅମୃତ କେଉଁଠି ଦେଖିଲା। ମୁଁ ତାଙ୍କୁ କହିଲି ଯଦି ଆପଣଙ୍କ ଘରେ ମହୁ ଅଛି ତ ଅମୃତ ଅଛି। କାରଣ ମହୁ ଆମ ଶରୀରକୁ କେତେ ସୁସ୍ଥ ରଖିଥାଏ ଆପଣ ଜାଣିନଥିବେ। ଆୟୁର୍ବେଦ ଅନୁସାରେ ମହୁକୁ ଅମୃତ କୁହାଯାଇଛି। ଯଦି ଆପଣ ଯଦି ଆପଣଙ୍କୁ ଥଣ୍ଡା,କାଶ ଓ ଜ୍ଵର ହେଉଛି ମହୁ ଏହା ପାଇଁ ଏକ ଭଲ ଔଷଧ କିନ୍ତୁ ଆପଣ ଭାବୁଥିବେ ମାର୍କେଟରେ ମିଳୁଥିବା ଔଷଧ ହିଁ ଭଲ। ଆୟୁର୍ବେଦ ଆପଣଙ୍କୁ ରୋଗ ଭଲ ହେବା ପାଇଁ ଭଲ ଉପାୟ କହିଥାଏ। ବହୁତ ଲୋକଙ୍କୁ କାଶର ସମସ୍ୟା ଯାଇନଥାଏ ତାଙ୍କ ପାଇଁ ମହୁ ଏକ ଚମତ୍କାର ଔଷଧ ଅଟେ ଏହାକୁ ଆମ କହିବା ଅନୁସାରେ ଖାଇବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ମହୁ ବା ଅମୃତର ବ୍ୟବହାର କିପରି କରିବେ ଯାହାଦ୍ୱାରା ଆପଣ ଅନେକ ରୋଗରୁ ମୁକ୍ତି ପାଇଁ ପାରିବେ।

ସାଙ୍ଗମାନେ ମହୁ ଖାଇବାର ସବୁଠୁ ଭଲ ସମୟ ଅଟେ ସକାଳ। ସକାଳେ ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ମହୁକୁ ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ ଯଦି ଆପଣ ପ୍ରତିଦିନ ଏପରି କରିବେ ତ ଆପଣ ସୁସ୍ଥ ରହିବେ ଓ ଆପଣଙ୍କ ପରିବାରକୁ ବି ଏପରି କରିବା ଆବଶ୍ୟକ। ଆଜିର ସମୟରେ ଆମେମାନେ ଦୁଇଟି କାମ ପାଇଁ ପଇସା ସଞ୍ଚୟ କରିଥାଉ ପ୍ରଥମ ରୋଗ ପାଇଁ ଓ ଅନ୍ୟଟି ପିଲାଙ୍କ ପାଠ ପଢ଼ା ପାଇଁ। ଯଦି ଆପଣ ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଆମ ସହିତ ରୁହନ୍ତୁ ଓ ଆୟୁର୍ବେଦ ଅନୁସାରେ କାମ କରନ୍ତୁ। ସେହି ଅନୁସାରେ ମହୁର ସେବନ ପ୍ରତିଦିନ କରନ୍ତୁ ପାଣି ସହ ମିଶ୍ରଣ କରି ଏବଂ କ୍ଷୀର ସହିତ ବି ମିଶାଇ କରିପାରିବେ।

ଆଜି ଆମେ କହିବୁ ଯଦି ଆପଣ ଗରମ ପାଣିରେ ମହୁ ମିଶାଇ ପିଇବେ ତ ଆପଣଙ୍କ ଥଣ୍ଡା,କାଶ,ଦୂର ହେବ ଏତିକି ହିଁ ନୁହେଁ ଯଦି ପ୍ରତିଦିନ ଏହାର ସେବନ କରିବେ ତେବେ ଆପଣଙ୍କ ଓଜନ ବହୁତ ଜଲ୍ଦି କମ ହେବ। ଆଜିକାଲି ଲୋକ ଓଜନ ବଢିବାରୁ ଚିନ୍ତିତ ଅଛନ୍ତି କାରଣ ହଜମ ଶକ୍ତି କମିଯାଉଛି ମହୁ ଖାଇବା ଦ୍ବାରା ଏହି ଶକ୍ତି ବଢିଥାଏ। ମହୁ ଖାଇବା ଦ୍ବାରା ବିନା ପରିଶ୍ରମରେ ଆପଣ ନିଜ ଓଜନ କମାଇପାରିବେ। ଏହାକୁ ଉପଯୋଗ ଦ୍ଵାରା ଏକ ମାସରେ ଆପଣଙ୍କ ୫ ରୁ ୧୦ କିଗ୍ରା ଓଜନ କମିଯିବ।

ଏହା ସହିତ ମହୁ ଆପଣଙ୍କ ଚେହେର ର ମଧ୍ୟ ଯତ୍ନ ନେଇଥାଏ ଆପଣଙ୍କ ଚେହେର କୁ ସୁନ୍ଦର କରିଥାଏ ଏହା ଉପରେ କୌଣସି ଦାଗ ଆସୁବାକୁ ଦେଇନଥାଏ। ଆପଣ ଦେଖିଥିବେ ବହୁତ ବିଉଟି ଜିନିଷରେ ମହୁ ମିସିକି ଥାଏ। କାରଣ ମହୁ ଚେହେରା ପାଇଁ ବି ବହୁତ ଲାଭ ଦାୟକ ହୋଇଥାଏ। ସେଥିପାଇଁ ସକାଳୁ ଖାଲି ପେଟରେ ମହୁ ଖାଇବା ଆବଶ୍ୟକ। ସକାଳୁ ଗରମ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ଆମ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

 

ଏହା ଆମକୁ ରୋଗ ମାନଙ୍କ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ ଓ ଏହାକୁ ବଢାଇବାରେ ମହୁ ବହୁତ ଲାଭ ଦାୟକ। ସକାଳୁ ଗରମ ପାଣିରେ ମହୁ ପିଇବା ଦ୍ବାରା ପେଟ ବି ସଫା ହୋଇଥାଏ ଓ କବଜର ସମସ୍ୟା ଭଲ ହୋଇଥାଏ। ସେଥିପାଇଁ ପ୍ରତିଦିନ ଆମେ କହିବା ଅନୁସାରେ ମହୁ ର ସେବନ କରନ୍ତୁ।ଯଦି ଏହି ଆର୍ଟିକିଲ ଟି ଭଲ ଲାଗିଛି ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *