January 20, 2025

Odia Express

Here, There and Everywhere

ରାଷ୍ଟ୍ରପତିଙ୍କ କାରରେ କାହିଁକି ନଥାଏ ନମ୍ବର ପ୍ଳେଟ? ୯୯ ପ୍ରତିଶତ ଲୋକ ଏହାର କାରଣ ଜାଣିନଥିବେ – ଜାଣିନିଅନ୍ତୁ କାହିଁକି ତାଙ୍କ ନିମନ୍ତେ ଅଛି ଏହି ଅଲଗା ଆଇନ…

1 min read

ନୂଆଦିଲ୍ଲୀ- ଯଦି ଆପଣଙ୍କୁ ଜଣା ନଥିବ ତ ସବୁଠାରୁ ପ୍ରଥମେ ଜଣେଇଦେବୁ ଯେ ଆମ ଦେଶର ରତରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ସହିତ ଅନେକ VVIPଙ୍କ କାରରେ ରେଜିଷ୍ଟ୍ରେଶନ ନମ୍ବର ପ୍ଳେଟ ନଥାଏ। ଏବେ ବୋଧହୁଏ ଆପଣ ଏହା ଭାବୁଥିବେ ଯେ ଯେବେ ଦେଶର ସମସ୍ତ ବାହନରେ ନମ୍ବର ପ୍ଳେଟ ରହେ ତେବେ ରାଷ୍ଟ୍ରପତିଙ୍କ କାରରେ ନମ୍ବର ପ୍ଳେଟ ରହିନଥାଏ କାହିଁକି। ଏପରି କାହିଁକି ହୋଇଥାଏ? ରାଷ୍ଟ୍ରପତିଙ୍କ ନିମନ୍ତେ ଅଲଗା ଆଇନ କାହିଁକି କରାଯାଇଛି? ତେବେ ଆଜି ଆମେ ଆପଣଙ୍କ ନିମନ୍ତେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦେବୁ। ରାଷ୍ଟ୍ରପତିଙ୍କର କାର ଉପରେ ନମ୍ବର ପ୍ଳେଟ କାହିଁକି ନଥାଏ , ଆପଣ ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

କଣ ଅଟେ ନମ୍ବର ପ୍ଳେଟର ନିୟମ – ସାରବାରପଥମେ ଟିକେ ଚିନ୍ତା କରନ୍ତୁ ଯଦି ଆମେ ଏବଂ ଆପଣ ନିଜର ଗାଡିକୁ ବିନା ନମ୍ବର ପ୍ଳେଟ ଲଗେଇ ବାହାରକୁ ଯିବା ତେବେ କଣ ହେବ? ଆମର ଗାଡି ପୋଲିସ ଜବତ କରିବ କିମ୍ବା ଚାଲାଣ କଟିବ। କିନ୍ତୁ ଦେଶର ରାଷ୍ଟ୍ରପତିଙ୍କ ନିମନ୍ତେ ନିୟମ କିଛି ଅଲଗା ଅଛି । ଆପଣଙ୍କୁ ଜଣେଇଏଦେବୁ ଯେ ରାଷ୍ଟ୍ରପତିଙ୍କର ପାଖରେ 14ଏପରି ଗାଡି ଅଛି, ଯାହା ଉପରେ ନମ୍ବର ପ୍ଳେଟ ଲଗାଯାଇ ନାହିଁବୋଧହୁଏ ଆପଣ ଏହା ଭାବୁଥିବେ ଯେ ଦେଶର ରାଷ୍ଟ୍ରପତିଙ୍କୁ କେଉଁ ନିୟମ ଦ୍ଵାରା ଏହି ସୁବିଧା ମିଳୁଛି? ତେବେ ଆସନ୍ତୁ ଆପଣଙ୍କୁ ରାଷ୍ଟ୍ରପତିଙ୍କର କାର ଉପରେ ନମ୍ବର ପ୍ଳେଟ କାହିଁକି ନାହିଁ ଏହା ଜଣେଇବୁ ।

ପ୍ରକୃତରେ ଯେକୌଣସି ଗାଡିକୁ ସଡକ ଉପରେ ଚଳେଇବା ପାଇଁ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେଶନର ଆବଶ୍ୟକତା ହୋଇଥାଏ । ଯାହାକୁ ସରକାରଙ୍କ ତରଫରୁ ଜାରି କରାଯାଏ । ଏହାକୁ RC ମଧ୍ୟ କୁହାଯାଏ। ଏହି ରେଜିଷ୍ଟ୍ରେଶନ ନମ୍ବର ଆପଣଙ୍କ ଗାଡିର ନମ୍ବର ପ୍ଳେଟଉପରେ ଲେଖା ହୋଇଥାଏ। ଏହି ରେଜିଷ୍ଟ୍ରେଶନ ନମ୍ବର ଦିଲ୍ଲୀରେ DL, ଚଣ୍ଡିଗଡରେ CH, ଉତ୍ତରପ୍ରଦେଶରେ UP, ଉତ୍ତରାଖଣ୍ଡରେ UK, ପଞ୍ଜାବରେ PB, ଏବଂ ବିହାରରେ BR ରୁ ଆରମ୍ଭ ହୋଇଥାଏ। କୌଣସି ବି ସାଧାରଣ ନାଗରିକଙ୍କର ଗାଡି ର ରେଜିଷ୍ଟ୍ରେଶନ 15ବର୍ଷ ନିମନ୍ତେ ମାନ୍ୟ ହୋଇଥାଏ। ରେଜିଷ୍ଟ୍ରେଶନ ନମ୍ବର ବିନା କେହି ମଧ୍ୟ ଗାଡି ସଡକ ଉପରେ ଚଳେଇପାରିବେ ନାହିଁ । କିନ୍ତୁ, ରାଷ୍ଟ୍ରପତିଙ୍କର କାର ଉପରେ ନମ୍ବର ପ୍ଳେଟ ଲଗେଇବା ନିମନ୍ତେ ନିୟମ କିଛି ଅଲଗା ଅଟେ।

ରାଷ୍ଟ୍ରପତିଙ୍କର କାର ଉପରେ ନମ୍ବର ପ୍ଳେଟ କାହିଁକି ନଥାଏ? ରାଷ୍ଟ୍ରପତିଙ୍କର କାର ଉପରେ ନମ୍ବର ପ୍ଳେଟ କାହିଁକି ଲାଗି ନଥାଏ । ଏହା ଜଣେଇବା ପୂର୍ବରୁ ଆପଣଙ୍କୁ ଜଣେଇଦେବୁ ଯେ ଯଦି କୌଣସି ବ୍ୟକ୍ତି କୌଣସି ନୂଆ ଗାଡି କିଣନ୍ତି ତ ତାହାକୁ ରେଜିଷ୍ଟ୍ରେଶନ ନମ୍ବର ଜାରି ହେବା ପର୍ଯ୍ୟନ୍ତ ଏକ ଟେମ୍ପରାରି ରେଜିଷ୍ଟ୍ରେଶନ ନମ୍ବର ଜାରି କରାଯାଏ। ସେ ଏହି ନମ୍ବର ଦ୍ଵାରା ନିଜର ଗାଡି ଚଳେଇ ପାରିବେ । ଏବେ କଥା ହେବା ଯେ ରାଷ୍ଟ୍ରପତିଙ୍କର କାର ଉପରେ ନମ୍ବର ପ୍ଳେଟ କାହିଁକି ନଥାଏ। ଆପଣଙ୍କୁ ଜଣେଇଦେବୁ ଯେ ଭାରତର କୌଣସି ରାଜ୍ୟ ଅବା କେନ୍ଦ୍ରଶାସିତ ପ୍ରଦେଶରୁ ଗାଡି କ୍ରୟ କରିବା ଦ୍ଵାରା ତାହାର ରେଜିଷ୍ଟ୍ରେଶନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ମାନ୍ୟ ହୋଇଥାଏ । କିନ୍ତୁ, ଆପଣ ଯେଉଁ ରାଜ୍ୟରୁ ଗାଡି କିଣିଛନ୍ତି ସେହି ରାଜ୍ୟକୁ ଛାଡି କୌଣସି ଅନ୍ୟ ରାଜ୍ୟରେ ତାକୁ 12ମାସ ରୁ ଅଧିକ ସମୟ ଚଳଉଛନ୍ତି ତ ଆପଣଙ୍କୁ ସେହି ରାଜ୍ୟରେ ନିଜର ଗାଡିର ପୁଣି ରେଜିଷ୍ଟ୍ରେଶନ କରିବାକୁ ହେବ ।

ବ୍ରିଟିଶ ସିଷ୍ଟମ ଅନୁଯାୟୀ ‘କିଙ୍ଗ କ୍ୟାନ ଡୁ ନୋ ରଙ୍ଗ’ ମାନେ ଏକ ରାଜା କେବେ ମଧ୍ୟ ଭୁଲ କରିପାରିବେ ନାହିଁ। ଏହି କାରଣରୁ ରାଷ୍ଟ୍ରପତି ଏବଂ ଅନ୍ୟ ମାନନୀୟଙ୍କର ଗାଡି ଉପରେ ରେଜିଷ୍ଟ୍ରେଶନ ନମ୍ବର ନଥାଏ। ଏହି କାରଣ ଅଟେ ଯେ ରାଷ୍ଟ୍ରପତିଙ୍କର କାର ଉପରେ ନମ୍ବର ପ୍ଳେଟ ନଥାଏ । ବ୍ରିଟିଶ ସିଷ୍ଟମକୁ ମାନ୍ୟତା ଦେବାକୁ ଯାଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ସହିତ ସମସ୍ତ VVIPଙ୍କର କାର ଉପରେ ନମ୍ବର ପ୍ଳେଟ ଲଗାଯାଏ ନାହିଁ । କିନ୍ତୁ ନିକଟରେ କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏହି ସମ୍ବନ୍ଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଶପଥପତ୍ର ଦାଖଲ କରି ଏହି ଗାଡି ମାନଙ୍କ ଉପରେ ନମ୍ବର ପ୍ଳେଟ ଲଗାଇବା ନିମନ୍ତେ ଦାବି କରିଛି ।

Leave a Reply

Your email address will not be published. Required fields are marked *