November 19, 2024

Odia Express

Here, There and Everywhere

ପିଆଜର ସେବନ କରୁଥିବା ଲୋକମାନେ 99 ପ୍ରତିଶତ ଲୋକଙ୍କୁ ଜଣା ନାହିଁ ଏକଥା, ଜାଣିକି ବିସ୍ମିତ ହୋଇଯିବେ ଆପଣ…

ପିଆଜ ଖାଇବାର ଲାଭ: ଭାରତୀୟ ରୋଷେଇରେ ଯେଉଁ ଜିନିଷର ସବୁଠାରୁ ଅଧିକ ବ୍ୟବହାର କରାଯାଏ ତାହା ପିଆଜ ଅଟେ। ପିଆଜ ବିନା କୌଣସି ବ୍ୟଞ୍ଜନ ଅସଂପୂର୍ଣ୍ଣ ହୋଇଥାଏ । ପିଆଜ ଖାଇବାର ସ୍ଵାଦକୁ ଉତ୍ତମ କରିଦେଇଥାଏ। ଏହା ଖାଦ୍ୟର ସ୍ଵାଦ ବଢେଇ ଦେଇଥାଏ। ବହୁତ କମ ଏପରି ଲୋକ ଅଛନ୍ତି ଯେଉଁମାନଙ୍କୁ ପିଆଜ ଖାଇବା ପସନ୍ଦ ନଥିବ । ବହୁତ ଲୋକ ପିଆଜକୁ ସାଲାଡ କରି ନଖାଇଲେ ଖାଦ୍ୟ ହଜମ ହୋଇନଥାଏ। ସେମାନଙ୍କୁ ଖାଦ୍ୟ ସହିତ ପିଆଜ ନମିଳିଲେ ସେମାନେ ଖାଇ ପାରନ୍ତି ନାହିଁ । କିନ୍ତୁ ବହୁତ କମ ଲୋକଙ୍କୁ ସୂଚନା ଥିବ ଯେ ପିଆଜ ଖାଉନଥିବା ଲୋକଙ୍କ ତୁଳନାରେ ପିଆଜ ଖାଉଥିବ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ।

ସେମାନ ପିଆଜ ଖାଉନଥିବା ଲୋକଙ୍କ ତୁଳନାରେ ଅଧିକ ସୁସ୍ଥ ରହନ୍ତି । ଏଥିରେ ଭରପୁର ମାତ୍ରାରେ ପୋଷକତତ୍ଵ ଏବଂ ପ୍ରୋଟେକ୍ଟିଭ କମ୍ପାଉଣ୍ଡ ଉପସ୍ଥିତ ଥାଏ ଯାହା ପ୍ରକାର ପ୍ରକାରର ରୋଗରୁ ଲଢିବାରେ ଆମର ସହାୟତା କରେ। ପିଆଜରେ ଔଷଧୀୟ ଗୁଣ ଥିବା କାରଣରୁ ଏହାର ବ୍ୟବହାର ଅନେକ ପ୍ରକାରର ରୋଗରେ ମଧ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ପିଆଜ ଖାଇବାର ଲାଭ ବିଷୟରେ ଜଣେଇବୁ ।

– ପିଆଜ ଉଚ୍ଚ ରକ୍ତଚାପକୁ ନର୍ମାଲ କରିବାରେ ଆମର ସହାୟତା କରିଥାଏ। ଏହା ବନ୍ଦ ରକ୍ତର ଧମନୀ ସବୁ ଖୋଲିଦିଏ ଯାହାଦ୍ୱାରା ହୃଦୟର ରୋଗ ହେବାର ସମ୍ଭାବନା କମ ହୋଇଯାଏ।

– ଥଣ୍ଡା ସର୍ଦି ଏବଂ କଫରେ ମଧ୍ୟ ପିଆଜ ବହୁତ ଲାଭଜନକ ହୋଇଥାଏ। ଏଥିରେ ଆପଣଙ୍କୁ କେବଳ କଞ୍ଚା ପିଆଜର ରସ ବନେଇ ତାହାକୁ ସେବନ କରିବାକୁ ହୁଏ। ଆପଣ ପିଆଜର ରସରେ ଗୁଡ କିମ୍ବା ମହୁ ମଧ୍ୟ ମିଶାଇ ପାରିବେ। ଏଥିରେ ଗଳାର ରୋଗ ଦୂର ହୋଇଥାଏ ।

– ପିଆଜ ଡାଇବେଟିସରେ ମଧ୍ୟ ଲାଭଜନକ ହୋଇଥାଏ। ଏହା ଶରୀରରେ ଇନସୁଲିନର ମାତ୍ରା ବୃଦ୍ଧି କରିଥାଏ। ଏଥିପାଇଁ ଡାଇବେଟିସର ରୋଗୀଙ୍କୁ ପିଆଜ ଖାଇବାର ପରାମର୍ଶ ଦିଆଯାଏ।

– ପିଆଜରେ ଆମିନୋ ଏସିଡ ଏବଂ ମିଥାଇଲ ସଲଫାଇଡ ଥାଏ ଯାହା କୋଲେଷ୍ଟରଲକୁ କମ କରି ଗୁଡ କୋଲେଷ୍ଟରଲ ବୃଦ୍ଧି କରିବାରେ ଆମର ସହାୟତା କରେ ।

– ପିଆଜରେ ସଲଫର ର ମାତ୍ରା ଅଧିକ ଥାଏ। ଏହା ଅନେକ ପ୍ରକାରର କ୍ୟାନ୍ସରରୁ ରକ୍ଷା କରିବାରେ ଆପଣଙ୍କ ସହାୟତା କରିଥାଏ। ପିଆଜ ଖାଇବାରେ ପେଟ,କୋଲୋନ, ବ୍ରେଷ୍ଟ, ଫୁସଫୁସ ଏବଂ ପ୍ରୋଷ୍ଟେଟ କ୍ୟାନ୍ସର ଆଦିର ବିପଦ କୁ କମ କରିଥାଏ। ୟୁରିନ ସହ ଜଡିତ ରୋଗରେ ମଧ୍ୟ ପିଆଜ ଖାଇବା ଦ୍ଵାରା ଠିକ ହୋଇଯାଏ।

– ସଲଫର କାରଣରୁ ପିଆଜକୁ କାଟିବା ଦ୍ଵାରା ଆଖିରେ ଲୁହ ଆସିଯାଏ। ଏହା ନାକ ଜରିଆରେ ଶରୀରରେ ପ୍ରବେଶ କରିଥାଏ। ସଲଫରରେ ଥିବା ଏକ ତେଲ ଏନିମିଆର ରୋଗରେ ସହାୟତା କରିଥାଏ। ପିଆଜକୁ ରାନ୍ଧିବା ଦ୍ଵାରା ଏହି ସଲଫର ନଷ୍ଟ ହୋଇଯାଏ।

– ପିଆଜରେ ଅଧିକ ମାତ୍ରାରେ ଫାଇବର ଥାଏ ଯାହା ପେଟର ଭିତରେ ଲାଗିଥିବା ଖାଦ୍ୟକୁ ବାହାରକୁ ବାହାର କରିବାରେ ଆମର ସହାୟତା କରିଥାଏ । ଏହା ପେଟକୁ ସଫା କରିଦିଏ। ଏଥିପାଇଁ ଯେଉଁ ଲୋକଙ୍କୁ କବ୍ଜର ସମସ୍ୟା ଅଛି ସେହି ଲୋକମାନେ ପିଆଜ ନିଶ୍ଚିତ ଖାଇବା ଉଚିତ ।

– ନାକରେ ଆଘାତ ଲାଗିଲେ ନାକସିରର ସମସ୍ୟା ହୋଇଯାଇଥାଏ। ଯଦି ଏହି ଅଭିଯୋଗ ଆପଣଙ୍କୁ ବାରମ୍ବାର ରହୁଛି ତେବେ କଞ୍ଚା ପିଆଜ ଶୁଙ୍ଘନ୍ତୁ । ଏପରି କରିବା ଦ୍ଵାରା ଆରାମ ମିଳିଯିବ। ଏହା ବ୍ୟତିତ ପିଆଜର ସେବନ ଆପଣଙ୍କୁ ବୱାସିର ରୁ ମଧ୍ୟ ଆରାମ ଦେଇଥାଏ ।

Leave a Reply

Your email address will not be published. Required fields are marked *