ଏହି ପାଞ୍ଚ ସଂକେତ ଜଣେଇଦିଏ ଯେ ଆପଣଙ୍କ ପତ୍ନୀ ଆପଣଙ୍କୁ ଧୋକା ଦେଉଛନ୍ତି – ସବୁ ପୁରୁଷ ବୁଝିବା ଦରକାର…
1 min read
ସମ୍ପର୍କର ଜୀବନରେ ଏକ ସ୍ଵତନ୍ତ୍ର ମହତ୍ଵ ହୋଇଥାଏ କାରଣ ଜୀବନରେ ପ୍ରେମର ଅର୍ଥ ସମ୍ପର୍କ ହୋଇଥାଏ ଏବଂ ସବୁ ସମ୍ପର୍କର ଏକ ଭିନ୍ନ ଭିନ୍ନ ମହତ୍ଵ ଏବଂ ଏକ ସ୍ଵତନ୍ତ୍ର ସ୍ଥାନ ହୋଇଥାଏ। ଆଜି ଆମେ ଏକ ଏପରି ସମ୍ପର୍କ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ଅଟେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ, ପ୍ରେମ ଏବଂ ଖଟାମିଠା କଥାରେ ପୂର୍ଣ୍ଣ ଏହି ସମ୍ପର୍କ ଯୋଗୁ ଜୀବନର ପ୍ରତି କ୍ଷଣ ବହୁତ ଅଲଗା ହୋଇଥାଏ। କାରଣ ଅପନନ ପ୍ରତ୍ୟେକ ସୁଖଦୁଖରେ ଆପଣଙ୍କ ସାଥି ଆପଣଙ୍କ ସହିତ ରହିଥାନ୍ତି। ଯେଉଁଥିରେ ଆପଣଙ୍କ ଜୀବନର ମୂହୁର୍ତ୍ତ ଖୁସି ଓ ଆନନ୍ଦରେ ଭରପୁର ରହେ। କିନ୍ତୁ କେବେ କେବେ ଏହି ସମ୍ପର୍କରେ ମଧ୍ୟ ଉତ୍ତେଜନା ଆସିପାରେ ଓ ଏହାର ଅନେକ କାରଣ ହୋଇପାରେ କିନ୍ତୁ ଏହାର ସବୁଠାରୁ ବଡ କାରଣ ଆପଣଙ୍କ ପତ୍ନୀଙ୍କର ଅବିଶ୍ଵାସୀ ହେବା ହୋଇପାରେ। କିନ୍ତୁ ଆପଣଙ୍କୁ କିପରି ଜଣା ପଡିବ ଯେ ଆପଣଙ୍କ ପତ୍ନୀ ଅବିଶ୍ଵାସୀ ଅଟନ୍ତି ଏବଂ ଧୋକାବାଜ ଅଟନ୍ତି ଆସନ୍ତୁ ଜାଣିବା ।
ବ୍ୟବହାରରେ ପରିବର୍ତ୍ତନ: ଯେବେ ଆପଣଙ୍କୁ ଲାଗିବ ଯେ ଆପଣଙ୍କ ପତ୍ନୀଙ୍କ ବ୍ୟବହାରରେ ପୁର୍ବଠାରୁ କିଛି ଅଦ୍ଭୁତ ଭଳି ପରିବର୍ତ୍ତନ ହୋଇଛି । ପ୍ରତ୍ୟେକ ମହିଳା ନିଜର ସାଥିଙ୍କ ସହିତ ଭାବନାତ୍ମକ ରୂପରେ ଜଡିତ ରହନ୍ତି। ପତ୍ନୀଙ୍କର ଧୋକାବାଜ ହେବାର ସବୁଠାରୁ ପ୍ରଥମ ସଂକେତ ଏହା ହୋଇଥାଏ ଯେ ସେ ଅବେଗିକ ରୂପରେ ନିଜର ସାଥିଙ୍କ ଠାରୁ ଦୂରତା ବନେଇବାରେ ଲାଗନ୍ତି। ଯଦି ଆପଣଙ୍କ ପତ୍ନୀ ମଧ୍ୟ ଆପଣଙ୍କ ସହିତ ଅବେଗପୂର୍ଣ ସମ୍ପର୍କ ଶେଷ କରି ଦୂରତା ରଖିବା ଆରମ୍ଭ କରିଛନ୍ତି ତେବେ ବୁଝିଯାଆନ୍ତୁ ଯେ ସେ ଅନ୍ୟ କାହା ସହିତ ଜଡିତ ଅଛନ୍ତି ।
ନୂତନ ବନ୍ଧୁ: ଯଦି ଆପଣଙ୍କ ପତ୍ନୀ ଏକ କାର୍ଯ୍ୟରତ ମହିଳା ଅଟନ୍ତି ଓ ସେ ଅଫିସ ଯାଉଛନ୍ତି ତେବେ ଟାକର ପୁରୁଷ ମିତ୍ରଙ୍କର ରହିବା ତ ସାଧାରଣ କଥା ଅଟେ। କିନ୍ତୁ ଯଦି ଆପଣଙ୍କ ପତ୍ନୀ ନିଜର ବୃତ୍ତିଗତ ଜୀବନର ଆଧିକ ଚର୍ଚ୍ଚା ନିଜର ବ୍ୟକ୍ତିଗତ ଜୀବନରେ କରିବାରେ ଲାଗନ୍ତି ଓ କୌଣସି ଜଣେ ବ୍ୟକ୍ତିଙ୍କ ବିଷୟରେ ଅଧିକ କଥା କୁହନ୍ତି ଓ ତାଙ୍କ ସହିତ ଜଡିତ ପ୍ରତ୍ୟେକ କଥା ଆପଣଙ୍କ ସହିତ ଭାଗ କରନ୍ତି ତେବେ ଏହାର ଅର୍ଥ ଏହା ଯେ ଆପଣଙ୍କ ପତ୍ନୀ ସେହି ବ୍ୟକ୍ତିଙ୍କ ସହିତ ଅଧିକ ନିକଟତର ହୋଇସାରିଛନ୍ତି ।
କଥା ଗୁପ୍ତ ରଖିବା: ଏହା ତ ସମସ୍ତେ ଜାଣିଛନ୍ତି ଯେ ମହିଳାଙ୍କ ଠାରେ କଥାକୁ ପେଟରେ ରଖିବା ସହଜ ହୋଇନଥାଏ । ମୁଖ୍ୟତଃ ସ୍ଵାମୀଙ୍କ ପାଖରେ ପତ୍ନୀଙ୍କର କୌଣସି କଥା ଅଛପା ନଥାଏ। ଯଦି ପତ୍ନୀ ନିଜର କଥାକୁ ସ୍ଵାମୀଙ୍କ ଠାରୁ ଲୁଚାନ୍ତି କିମ୍ବା ବୁଲେଇ ବଙ୍କେଇ କଥା ହୁଅନ୍ତି ତେବେ ବୁଝି ଯାଅନ୍ତୁ ଯେ ସେ ଆପଣଙ୍କୁ ଧୋକା ଦେଉଛନ୍ତି ।
ସୋସିଆଲ ମିଡିଆରେ ଅଧିକ ସମୟ ବିତେଇବା: ଯଦି ଆପଣଙ୍କ ପତ୍ନୀ ଏବେ ସୋସିଆଲ ମିଡିଆରେ ଅଧିକ ସମୟ ବିତିଏବରେ ଲାଗୁଛନ୍ତି ତେବେ ହୋଇପାରେ ଯେ ତାଙ୍କୁ କୌଣସି ନୂତନ ବନ୍ଧୁ ମିଳିଯାଇଛି । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ତୃତୀୟ ଲୋକ ପ୍ରବେଶ କରିବା ଉଚିତ ନୁହେଁ । ଯଦି ଏପରି ହେଉଛି ତାଙ୍କୁ ନିଜର ଫୋନ ଦେଖେଇବାକୁ କୁହନ୍ତୁ। ଯଦି ସେ ଦୋଦୋପାଞ୍ଚ ହେବେ ତେବେ ଏହା ଦର୍ଶାଉଛି ଯେ ସେ କିଛି ଲୁଚାଉଛନ୍ତି।
ତାଙ୍କର ଫୋନ ସହିତ ଜଡିତ ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ: ଏହା ଟିକେ କଷ୍ଟ ହୋଇପାରେ, କାରଣ ଅଧିକତର ମହିଳାମାନେ ନିଜର ଅଧିକତର ସମୟ ଫୋନ ସହିତ ବିତାଇଥାନ୍ତି। ଯଦି ଆପଣଙ୍କ ପତ୍ନୀ ଅଚାନକ ଫୋନରେ କଥାହେବା କିମ୍ବା ସନ୍ଦେଶ ପଠେଇବାରେ ଅଧିକ ସମୟ ଦେବାରେ ଲାଗନ୍ତି , କିମ୍ବା ଯଦି , ଯେମିତି ଆପଣ ପ୍ରକୋଷ୍ଠରେ ପ୍ରବେଶ କରିବେ ଓ ସେ ଏପରି କରିବା ବନ୍ଦ କରିଦେବେ ତ ଏହି ପ୍ରକାର ଅଭ୍ୟାସ ଏହି କଥାର ସଂକେତ ହୋଇପାରେ ଯେ ସେ ନିଜର ଜୀବନରେ କୌଣସି ନୂତନ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି ଯାହା ବିଷୟରେ ସେ ଆପଣଙ୍କୁ କହିବାକୁ ଚାହୁଁନାହାନ୍ତି ।
ନୋଟ: ଉପରେ କୁହାଯାଇଥିବା ସମସ୍ତ ସଂକେତକୁ ଦେଖି ଆପଣ ସେପର୍ଯ୍ୟନ୍ତ ନିଜର ପତ୍ନୀଙ୍କ ଉପରେ କୌଣସି ପ୍ରକାରର ଆରୋପ ଲଗେଇ ପାରିବେ ନାହିଁ ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ କୌଣସି ଦୃଢ ପ୍ରମାଣ ନାହିଁ ଯେ ତାଙ୍କର ଆଉ କାହା ସହିତ ସମ୍ପର୍କ ଚାଲୁଅଛି କାରଣ ଯଦି ଆପଣଙ୍କ ପତ୍ନୀ ଠିକ ଅଛନ୍ତି ଓ ଆପଣ ତାଙ୍କ ଉପରେ ଭିତ୍ତିହୀନ ଆରୋପ ଲଗାଉଛନ୍ତି ତେବେ ଏହା ଆପଣଙ୍କ ସମ୍ପର୍କକୁ ନଷ୍ଟ କରିଦେଇପାରେ । ଏଥିପାଇଁ ନିଜର ସାଥିଙ୍କ ଉପରେ ବିଶ୍ଵାସ ରଖନ୍ତୁ ଏବଂ ସମ୍ପର୍କ ଯୋଡିବାର ପ୍ରୟାସ କରନ୍ତୁ , ଭାଙ୍ଗିବାର ନୁହେଁ ।