June 20, 2025

Odia Express

Here, There and Everywhere

କଣ ଆପଣ ଜାଣନ୍ତି ଯେ ଚିପ୍ସ ପ୍ଯାକେଟରେ କେଉଁ ଗ୍ୟାସ ପୂର୍ଣ୍ଣ କରାଯାଏ ଏବଂ କାହିଁକି? ଏବେ ଜାଣିରଖନ୍ତୁ ସେ ବିଷୟରେ

ଯେବେ ମଧ୍ୟ ଆମେ ଚିପ୍ସର ପ୍ୟାକେଟ କିଣୁ ତ ତାକୁ ଦେଖିବା ମାତ୍ରେ ପ୍ରଥମ ପ୍ରଶ୍ନ ଏହା ଆସେ ଯେ ଏହି ଚିପ୍ସର ପ୍ୟାକେଟରେ ଚିପ୍ସ କମ ଏବଂ ପବନ ଅଧିକ କାହିଁକି ଥାଏ? ଏମିତିରେ ଚିପ୍ସ କମ୍ପାନୀ ସବୁ ଉପରେ ଗୋଟିଏ ଅଭିଯୋଗ ରହେ ଯେ ଆମେ ଟଙ୍କା ଚିପ୍ସ ପାଇଁ ଦେଉଛୁ ତ ସେମାନେ ଆମ ସହିତ ଧୋକା କରୁଛନ୍ତି କାହିଁକି । କିନ୍ତୁ ଆପଣଙ୍କୁ ଜଣେଇଦେବୁ ଯେ ପ୍ରକୃତରେ ଏହା ପଛର କାରଣ କିଛି ଅଲଗା ଅଟେ ଏବଂ ଯାହାକୁ ଆମେ କେବଳ ପବନ ଭାବୁଛୁ ପ୍ରକୃତରେ ଏହା ଏକ ସ୍ଵତନ୍ତ୍ର ଗ୍ୟାସ ଅଟେ। ତେବେ ଆସନ୍ତୁ ଜାଣିବା ଯେ ଚିପ୍ସର ପ୍ୟାକେଟରେ କେଉଁ ଗ୍ୟାସ ପୂର୍ଣ୍ଣ କରାଯାଏ। ଏବଂ କାହିଁକି?

ଯେବେ କେବେ ଆମେ ଚିପ୍ସର ପ୍ୟାକେଟ ଖୋଲିଥାଉ ତ ତା ଭିତରୁ ଏକ ଗ୍ୟାସ ବାହାରେ କିନ୍ତୁ ତାହାକୁ ଆମେ ଅନୁଭବ କରିପାରୁ ନାହୁଁ ଏବଂ ନା ହିଁ ଆମେ ତାହାର ବାସ୍ନାରୁ ଆମେ ତାକୁ ବାରିପାରୁ। ଏମିତିରେ ପ୍ରାୟତଃ ଆମର ମନରେ ଏହି ପ୍ରଶ୍ନ ଉଠେ ଯେ ପ୍ୟାକେଟରେ କେଉଁ ଗ୍ୟାସ  ଅଛି ଯାହାର କାରଣରୁ ଏହି ପ୍ୟାକେଟ ଫୁଲିଯାଇଛି। ଯଦି ଆପଣ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ତେବେ ଆଜି ଆପଣ ଜାଣିଯିବେ ଯେ ସେହି ପବନ ଆଉ କିଛି ନୁହେଁ କିନ୍ତୁ ନାଇଟ୍ରୋଜେନ ଗ୍ୟାସ ହୋଇଥାଏ। ଏବେ ଆପଣ ଜାଣିବାକୁ ଚାହିଁବେ ଯେ ଚିପ୍ସ କମ୍ପାନୀ ମାନେ ନାଇଟ୍ରୋଜେନ ଗ୍ୟାସ ପ୍ୟାକେଟରେ କାହିଁକି ଭର୍ତ୍ତି କରୁଛନ୍ତି ତ ଆପଣଙ୍କୁ ଜଣେଇଦେବୁ ଯେ ଏହା ପଛରେ କିଛି ଜରୁରୀ କାରଣ ଅଛି … ଯେପରି କି

ପ୍ରକୃତରେ ଚିପ୍ସର ଭାଙ୍ଗିବାକୁ ରକ୍ଷା କରିବା ପାଇଁ ସେହି ପ୍ୟାକେଟରେ ପବନ ଭର୍ତ୍ତି କରିବା ଜରୁରୀ ଅଟେ କାରଣ ଯଦି ସେହି ପ୍ୟାକେଟରେ ପବନ ନଥିବ ତେବେ ଚିପ୍ସ ର ପ୍ୟାକେଟ ହାତ ଲଗେଇବା ମାତ୍ରେ କିମ୍ବା ପରସ୍ପର ସହିତ ଧକ୍କା କାରଣରୁ ସହଜରେ ଭାଙ୍ଗିଯିବ। ଆପଣଙ୍କୁ ଜଣେଇଦେବୁ ଯେ ଚିପ୍ସ ବିକ୍ରି କରୁଥିବା କମ୍ପାନୀ ପ୍ରିଙ୍ଗିଲ୍ସ ବହୁତ ପୂର୍ବରୁ ଚିପ୍ସ ଭାଙ୍ଗିବାର ସମସ୍ୟାର ସମାଧାନ କରିବା ନିମନ୍ତେ ତାହାକୁ ପ୍ୟାକେଟ ବଦଳରେ କେନ ରେ ବିକ୍ରି କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଯେହେତୁ କେନର ମୂଳଧନ ଛୋଟ ଚିପ୍ସର ପ୍ୟାକେଟର ଅପେକ୍ଷା ବହୁତ ଅଧିକ ହୋଇଥାଏ, ଏମିତିରେ ପ୍ୟାକେଟରେ ଚିପ୍ସ ବିକ୍ରି କରିବା ପାଇଁ ସେଥିରେ ଗ୍ୟାସ ପୁରେଇବାର କୌଶଳ ହିଁ ଚିପ୍ସ ବିକ୍ରି କରୁଥିବା କମ୍ପାନୀ ମାନଙ୍କ ନିମନ୍ତେ ଠିକ ଥିଲା । କିନ୍ତୁ ତାପରେ ପ୍ରଶ୍ନ ଏହା ଉଠିଲା ଯେ କେଉଁ ଗ୍ୟାସ ପୂର୍ଣ୍ଣ କରାଯିବ କାରଣ ଅମ୍ଳଜାନ ତ ବହୁତ ପ୍ରତିକ୍ରିୟାଶୀଳ ଗ୍ୟାସ ଅଟେ ଯେଉଁ କାରଣରୁ ଚିପ୍ସ ସହଜରେ ଖରାପ ହୋଇଯାଇପାରେ ।

ଏମିତିରେ 1994ରେ ଏଥିପାଇଁ ଏକ ଅଧ୍ୟୟନ ମଧ୍ୟ କରାଗଲା , ଯେଉଁଥିରେ ଚିପ୍ସର ପ୍ୟାକେଟରେ ନାଇଟ୍ରୋଜେନ ଗ୍ୟାସ ପୂରେଇବା ନିରାପଦ ଜଣାଗଲା । ପ୍ରକୃତରେ ନାଇଟ୍ରୋଜେନ ଗ୍ୟାସ ସଂପୂର୍ଣ୍ଣ ରଙ୍ଗହୀନ, ଗନ୍ଧହୀନ ଏବଂ ସ୍ଵାଦହୀନ ହୋଇଥାଏ। ତାସହ ଏହି ଗ୍ୟାସ ନିଷ୍କ୍ରିୟ ମଧ୍ୟ ହୋଇଥାଏ ଯେବେକି ଅମ୍ଳଜାନ ଗ୍ୟାସ ବହୁତ ଶୀଘ୍ର ପ୍ରତିକ୍ରିୟା କରିଥାଏ ଯେଉଁ କାରଣରୁ ଚିପ୍ସ ଖରାପ ହୋଇଯାଏ ଏବଂ ସେଥିରେ ବ୍ୟାକ୍ଟେରିଆ ମଧ୍ୟ ଉତ୍ପର୍ଣ୍ଣ ହୋଇପାରନ୍ତି। ତାଶ ନାଇଟ୍ରୋଜେନ ଗ୍ୟାସ ଦ୍ଵାରା ପ୍ୟାକେଟରେ ରଖାଯାଇଥିବା ଚିପ୍ସ ଅଧିକ କୁରୁକୁରୁ ରହେ ଯେବେକି ଅମ୍ଳଜାନ ଗ୍ୟାସ ରହିବା ଦ୍ଵାରା ଚିପ୍ସ ଶୀଘ୍ର କୋମଳ ହୋଯାଏ। ଏମିତିରେ ଖାଦ୍ୟ ପଦାର୍ଥର ପ୍ୟାକେଟରେ ଅମ୍ଳଜାନ ବଦଳରେ ନାଇଟ୍ରୋଜେନ ଗ୍ୟାସ ପୂର୍ଣ୍ଣ କରାଯାଏ। ଏହା ବ୍ୟତିତ ନାଇଟ୍ରୋଜେନ ଗ୍ୟାସ ପୂର୍ଣ୍ଣ ହେବା କାରଣରୁ ଏହି ପ୍ୟାକେଟର ପରିବହନ ମଧ୍ୟ ସହଜ ହୋଇଥାଏ।

ଯଦି ବ୍ୟବସାୟ ହିସାବରେ ଦେଖାଯାଏ ତ ଗ୍ୟାସ ପୁରିଥିବା କାରଣରୁ ଚିପ୍ସର ପ୍ୟାକେଟର ସାଇଜ ବହୁତ ବଡ ଦେଖାଯାଏ, ଯାହାଦ୍ୱାରା ଗ୍ରାହକଙ୍କୁ ଲାଗେ ଯେ ସେଥିରେ ଚିପ୍ସ ମଧ୍ୟ ଅଧିକ ଥିବ ଏବଂ ଏହାଦ୍ବାରା ତାହାର ବିକ୍ରି ବୃଦ୍ଧିପାଏ ।

Leave a Reply

Your email address will not be published. Required fields are marked *