June 20, 2025

Odia Express

Here, There and Everywhere

କୌଣସି ସ୍ଵର୍ଗ ଠାରୁ କମ ନୁହଁ କରୀନା ଏବଂ ସୈଫ ଙ୍କ ଘର, ଦେଖନ୍ତୁ ତାଙ୍କ ଘର ଭିତରର ସୁନ୍ଦର ଦୃଶ୍ୟ..

1 min read

ବଲିଉଡ ତାରକା ମାନଙ୍କର ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ କିଛି ଭିନ୍ନ ହୋଇଥାଏ ଏହି କାରଣ ଅଟେ ଯେ ତାଙ୍କ ପ୍ରଶଂସକ ତାଙ୍କ ପ୍ରତ୍ୟେକ ଚଳଣିକୁ ଜାଣିବାକୁ ଚାହାନ୍ତି। ତାଙ୍କର ସବୁ ଫିଲ୍ମ, ସବୁ ଷ୍ଟାଇଲ ଏବଂ ତାଙ୍କ ବିଷୟରେ ସମସ୍ତ ଜିନିଷ ଜାଣିବାକୁ ଚାହାନ୍ତି। ଏପରିକି ତାଙ୍କର ଜୀବନଶୈଳୀ କିପରି, ପ୍ରକୃତ ଜୀବନରେ ସେମାନେ କିପରି ରହନ୍ତି ଏହା ମଧ୍ୟ। ଅନେକ ପ୍ରଶଂସକ ଏପରି ମଧ୍ୟ ଅଛନ୍ତି ଯାହାଙ୍କର ସ୍ଵପ୍ନ ବଲିଉଡ ଷ୍ଟାର ମାନଙ୍କ ଘର ଦେଖିବା ଅଟେ । ଫିଲ୍ମ ଜଗତର ବେବୋ ଙ୍କୁ କିଏ ନଜାଣେ। ତାଙ୍କ ନାମ ତ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଆପଣ ସମସ୍ତେ ଏହା ମଧ୍ୟ ଜାଣନ୍ତି ଯେ ସେ ପ୍ରସିଦ୍ଧ ଅଭିନେତା ଏବଂ ପଟୌଦୀ ବଂଶର ଉତ୍ତରାଧିକାରୀ ସଇଫ ଅଲି ଖାନଙ୍କୁ ବିବାହ କରିଛନ୍ତି।

ଆପଣଙ୍କୁ ଜଣେଇଦେବୁ ଯେ ବେବୋ ଆରମ୍ଭରୁ ହିଁ ଚର୍ଚ୍ଚାରେ ଥିଲେ ଏତିକି ନୁହେଁ ଅନେକ ଫିଲ୍ମରେ କାମ କରିଥିବା କରୀନାଙ୍କର ବ୍ୟକ୍ତିଗତ ଜୀବନ ଉପରେ ଦ୍ରୁଷ୍ଟି ପକେଇବା ତ ବିବାହ ପୁରବାରୁ ତାଙ୍କର ସମ୍ପର୍କ ସାହିଦ କପୁରଙ୍କ ସହିତ ଥିଲା କିନ୍ତୁ ଦୁଇଜଣଙ୍କର ସମ୍ପର୍କ ସଫଳ ହୋଇପାରିଲା ନାହିଁ ଏବଂ ବ୍ରେକଅପ ହୋଇଗଲା । ଏହା ପରେ କରୀନା ସଇଫ ଅଲି ଖାନଙ୍କ ସହିତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲିଭ-ଇନ-ରିଲେସନଶିପରେ ରହିବା ପରେ ବିବାହ କରିଛନ୍ତି। ଏବେ ତାଙ୍କର ଏକ ଛୋଟ ପୁଅ ଅଛି ତଇମୁର ।

କରୀନା କପୁର ଏବଂ ସଇଫ ଅଲି ଖାନ ମୁମ୍ବାଇର ବାନ୍ଦ୍ରା ଇଲାକାରେ ରହୁଛନ୍ତି। ଫରଚୂନ ହାଇଟସ ନାମକ ବିଲଡିଙ୍ଗରେ ତାଙ୍କର ଭବ୍ୟ ଆପାର୍ଟମେଣ୍ଟ ଅଛି। କରୀନା ଏବଂ ସଇଫ ପୁଅ ତଇମୁର ସହିତ ଏହି ଘରେ ରହୁଛନ୍ତି। ଆପଣଙ୍କୁ ଏହା ମଧ୍ୟ ଜଣେଇଦେଉଛୁ ଯେ ସଇଫ ଅଲି ଖାନ ଏହା ବ୍ୟତିତ ଇବ୍ରାହିମ କୋଠି(ଗୁଜୁରାଟ ର ପଟୌଦୀ ପାଲେସ) ଏବଂ ଭୋପାଳରେ ମଧ୍ୟ ଅନେକ ପ୍ରପର୍ଟିର ମାଲିକ ଅଟନ୍ତି ।

ଯଦି ଆପଣ ତାଙ୍କ ଘରକୁ ଯିବେ ତ ଆପଣ ଦେଖିବେ ଯେ କରୀନାଙ୍କ ଘରେ ଅନେକ ପୁସ୍ତକ ରହିଛି, ବିଣ୍ଟେଜ ଲ୍ୟାମ୍ପସ ରହିଛି ଏବଂ ନବାବି ଖାନଦାନିର ସାଜସଜ୍ଜାର ଅନେକ ଜିନିଷ ରହିଛି। ଏତିକି ନୁହେଁ ଏହା ବ୍ୟତିତ ତାଙ୍କ ଘରେ ଫଟୋ ବହୁତ ସଜା ହୋଇଛି। କାନ୍ଥ ଗୁଡିକ ଫଟୋ ଫ୍ରେମରେ ପୂର୍ଣ୍ଣ ହୋଇଛି। ବୋଧହୁଏ ଏହି କାରଣ ଅଟେ ଯେ ଏହି ଘରେ ଭିତରକୁ ଯିବାମାତ୍ରେ ଏକ ରାଜକୀୟ ଅନୁଭବ ଆସିଥାଏ।

ଆପଣଙ୍କୁ ଜଣେଇଦେବୁ ଯେ କରୀନାଙ୍କ ଘର ବହୁତ ସୁନ୍ଦର ଦେଖାଯାଉଛି। ସଇଫ ଅଭିନେତା ହେବା ସହିତ ନବାବ ମଧ୍ୟ ଅଟନ୍ତି। ସେ ପଟୌଦୀ ରାଜ୍ୟର 10 ନବାବ ଥିଲେ । ପିତାଙ୍କ ମୃତ୍ୟୁ ପରେ ସଇଫ ଅଲି ଖାନଙ୍କୁ 10ମ ନବାବ ଚୟନ କରାଗଲା। ଏଥିପାଇଁ ଏବେ ପଟୌଦୀଙ୍କ ରାଜ୍ୟ ସଇଫଙ୍କ ହାତରେ ଅଛି ।

ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ ଏହି ଘରେ 3000ସ୍କୋୟାର ଫିଟ ର ଏହି ଫ୍ଲ୍ଯାଟରେ ଟେରାସ-ଗାର୍ଡେନ ଏବଂ ସ୍ଵିମିଂପୁଲ ମଧ୍ୟ ରହିଛି। ବେବୋ ଅଧିକାଂଶ ସମୟ ନିଜର ବନ୍ଧୁ ମାନଙ୍କୁ ପାର୍ଟି ଏହି ଘରେ ଦେଇଥାନ୍ତି। ଏହି ମହଲର ସୌନ୍ଦର୍ଜ୍ୟ ନବାବି ଷ୍ଟାଇଲର ଅଟେ । ଏହି ମହଲର ଡ୍ରଇଙ୍ଗ ରୁମ, ବେଡରୁମ, ଡ୍ରେସିଂ ରୁମ, ଏସବୁର ଡିଜାଇନ ବିଲକୁଲ ରାଜକୀୟ ଅନ୍ଦାଜରେ ନିର୍ମାଣ କରାଯାଇଛି ।

ଅଧିକାଂଶ ସମୟରେ କରୀନାଙ୍କ ଘରେ ପାର୍ଟି ହୋଇଥାଏ ଏବଂ ସୋସିଆଲ ମିଡିଆରେ ତାଙ୍କର ଘରର ଝଲକ ଦେଖାଯାଇଥାଏ। କରୀନାଙ୍କର ପୁରା ଘର ବିଣ୍ଟେଜ ଷ୍ଟାଇଲରେ ସଜା ହୋଇଥାଏ। ଘରେ ବହୁମୂଲ୍ୟ ଗାଲିଚା ବିଛା ହୋଇଥାଏ ତ କାନ୍ଥର ଶୋଭା ମହଙ୍ଗା ସଜେଇବା ଉପକରଣ ବୃଦ୍ଧି କରନ୍ତି। ତଇମୁର ଆସିବା ପରେ ତାଙ୍କ ଘରର ଶୋଭା ଆହୁରି ବଢିଯାଇଛି ।

Leave a Reply

Your email address will not be published. Required fields are marked *