October 28, 2024

Odia Express

Here, There and Everywhere

ସୁସ୍ଥ ରହିବା ନିମନ୍ତେ ପ୍ରତିଦିନ କେତୋଟି ରୁଟି ଖାଇବା ଉଚିତ? ଏବେ ଜାଣିରଖନ୍ତୁ ଓ ସୁସ୍ଥ ରୁହନ୍ତୁ…

1 min read

ଭୋଜନ ବିନା ଜୀବନ ଅସମ୍ଭବ ଅଟେ। ଭୋଜନ ରେ ମଧ୍ୟ ରୁଟିର ସବୁଠାରୁ ଅଧିକ ମହତ୍ଵ ଥାଏ କାରଣ ଏହି ଏକମାତ୍ର ଭୋଜନ ଅଟେ ଯାହାକୁ ପ୍ରତିଦିନ ଖିଆଯାଏ। ଏଭଳି କୁହାଯାଏ ଯେ 2ଯୋଡି ରୁଟି ହିଁ ବ୍ୟକ୍ତିଙ୍କ ନିମନ୍ତେ ବହୁତ ହୋଇଥାଏ। ରୁଟି ଖାଇବା ଶରୀର ନିମନ୍ତେ ବହୁତ ଲାଭଜନକ ହୋଇଥାଏ। ରୁଟି ଖାଇବା ଦ୍ଵାରା ଶରୀରକୁ ଭରପୁର କାର୍ବୋହାଇଡ୍ରେଟ ଓ ଅନେକ ଜରୁରୀ ପୋଷକ ତତ୍ଵ ମିଳିଥାଏ। ଯାହା ଶରୀରକୁ ଭରପୁର ଶକ୍ତି ଏବଂ ବଳ ପ୍ରଦାନ କରିଥାଏ। ଅଧିକତର ଲୋକ ଏହା ମାନନ୍ତି ଯେ ରୁଟି ଖାଇବା ଦ୍ଵାରା ଶରୀରକୁ ମେଦବହୁଳତା ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ଥିର ସୀମା ଅନୁଯାୟୀ ରୁଟି ଖାଇବା ଉଚିତ। ଯେଉଁ ଲୋକମାନେ ଅଧିକ କିମ୍ବା କମ ରୁଟି ଖାଆନ୍ତି ତଦ୍ୱାରା ଶରୀରକୁ ଅନେକ କ୍ଷତି ହୋଇଥାଏ ।

କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ସୁସ୍ଥ ରହିବା ନିମନ୍ତେ ଶରୀରକୁ ସାରା ଦିନରେ କେତେ ରୁଟିର ଆବଶ୍ୟକତା ହୋଇଥାଏ? କାରଣ ଅଧି ରୁଟି ଖାଇବା ମଧ୍ୟ ଶରୀର ନିମନ୍ତେ କ୍ଷତିଦାୟକ ହୋଇଥାଏ। ଆଜିର ସମୟରେ ଏହି ଖାସ ଲେଖାରେ ଆମେ ଆପଣଙ୍କୁ ରୁଟି ବିଷୟରେ କିଛି ସ୍ଵତନ୍ତ୍ର ତଥ୍ୟ ଜଣେଇବାକୁ ଯାଉଛୁ। ତାସହ ଆମେ ଆପଣଙ୍କୁ ଜଣେଇବୁ ଯେ ଆପଣଙ୍କୁ ଏକ ଦିନରେ କେତୋଟି ରୁଟି ଖାଇବା ଉଚିତ ଯଦ୍ୱାରା ଆପଣ ବିଲକୁଲ ଫିଟ ଏବଂ ହେଲଦି ଜୀବନ ବ୍ୟତିତ କରିବେ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର। କେତେ ରୁଟି ଅଟେ ମନୁଷ୍ୟ ଶରୀର ନିମନ୍ତେ ଆବଶ୍ୟକ?

ରାତିରେ ନୁହେଁ ଦିନରେ ଖାଆନ୍ତୁ ରୁଟି

ଓଜନ କମ କରିବାର ସବୁଠାରୁ ସାମାନ୍ୟ ନିୟମ ଏହା ଅଟେ ଏବଂ ବିଶେଷଜ୍ଞ ମଧ୍ୟ ଏହା କହୁଛନ୍ତି ଯେ ଆପଣଙ୍କୁ କାର୍ବୋହାଇଡ୍ରେଟ ଭଳି ରୁଟିକୁ ଯେତେ ସମ୍ଭବ ଦିନରେ ହିଁ ଖାଇବା ଉଚିତ। ଆପଣ ଚାହିଁଲେ ତ ଲଞ୍ଚ କିମ୍ବା ଅପରାହ୍ନ 4ଟା ସମୟ ପର୍ଯ୍ୟନ୍ତ ରୁଟି ଖାଇପାରିବେ। କିନ୍ତୁ ଏହାପରେ ମାନେ ସନ୍ଧ୍ୟାରେ ଏବଂ ରାତିରେ ଆପଣଙ୍କୁ କାର୍ବୋହାଇଡ୍ରେଟ ସେବନ କମ କରିବା ଉଚିତ ।

ସମସ୍ତଙ୍କ ନିମନ୍ତେ ଗୋଟିଏ ନିୟମ ନୁହେଁ

ଆପଣଙ୍କୁ ଗୋଟିଏ ଦିନରେ କେତୋଟି ରୁଟି ଖାଇବା ଉକିତ ଏହା ଏକଥା ଉପରେ ନିର୍ଭର କରେ ଯେ ଆପଣଙ୍କ ଶରୀରକୁ କେତେ କାର୍ବୋହାଇଡ୍ରେଟର ଆବଶ୍ୟକତା ଅଛି ଏବଂ ଆପଣଙ୍କ ଓଜନ କମ କରିବାର ଲକ୍ଷ କଣ ଅଟେ । ଯଦି ଆପଣ କାର୍ବସର ଇନଟେକ କୁ କମ କରିବାକୁ ଚାହାନ୍ତି ତ ଆପଣଙ୍କୁ କମ ରୁଟି ଖାଇବା ଉଚିତ ଓ ତାହା ସନ୍ଧ୍ୟା 4ଟା ପୂର୍ବରୁ ଖାଇନେବା ଉଚିତ ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ ରୁଟିରେ କାର୍ବୋହାଇଡ୍ରେଟ, ପ୍ରୋଟିନ, କ୍ୟାଲୋରି ଏବଂ ଫାଇବର ଭଳି ପୌଷ୍ଟିକ ତତ୍ଵ ମହଜୁଦ ଥାଏ। ଯାହା ଶରୀର ନିମନ୍ତେ ଆବଶ୍ୟକ ତତ୍ଵର ପୁରଣ କରିଥାଏ । ଏକ 6ଇଞ୍ଚର ରୁଟିରେ 12ଗ୍ରାମ କାର୍ବୋହାଇଡ୍ରେଟ, 6ଗ୍ରାମ ପ୍ରୋଟିନ, ଏବଂ 0.9ଗ୍ରାମ ଫାଇବରର ମାତ୍ରା ମହଜୁଦ ଥାଏ। ଏଥିପାଇଁ ଜଣେ ସାମାନ୍ୟ ବ୍ୟକ୍ତିଙ୍କୁ ଦିନରେ 6-7ରୁଟି ଖାଇବା ଉଚିତ। ଯେଉଁ ଲୋକମାନେ ସାରାଦିନ କାମ ଏବଂ ପରିଶ୍ରମ କରନ୍ତି ସେମାନେ ଅଧିକ ରୁଟି ମଧ୍ୟ ଖାଇପାରିବେ। କାରଣ ତାଙ୍କ ଶରୀରକୁ ଅଧିକ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନର ଆବଶ୍ୟକତା ରହିଛି ଏବଂ ଯେଉଁମାନେ ସାରା ଦିନ ଅଫିସ କିମ୍ବା ଘରେ ରହି କାମ କରୁଛନ୍ତି ତାଙ୍କ ନିମନ୍ତେ ଚାରିଟି ରୁଟି ଯଥେଷ୍ଟ ହୋଇଥାଏ।

ଓଜନ କମ କରିବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ: ଆଜିର ଏହି ସମୟରେ ପ୍ରାୟ ଲୋକମାନଙ୍କ ମଧ୍ୟରେ ମେଦବହୁଳତାର ସମସ୍ୟା ବୃଦ୍ଧି ପାଉଛି। ପରନ୍ତୁ ଏମିତିରେ ନିଜର ଡାଏଟକୁ କମ କରିଦେବା ହିଁ ଏହି ସମସ୍ୟାର ଉପାୟ ନୁହେଁ। ଏହା ଏଥିପାଇଁ କାରଣ ଯଦି ଆପଣ ଓଜନ କମ କରିବାର ଚେଷ୍ଟା କରୁଛନ୍ତି ତେବେ ଏମିତିରେ ଆପଣଙ୍କୁ ସାରା ଦିନରେ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ଆବଶ୍ୟକତା ରହିବ ।

Leave a Reply

Your email address will not be published. Required fields are marked *