November 15, 2024

Odia Express

Here, There and Everywhere

ଏହି ସାହସୀ IPS ଅଫିସରଙ୍କର ଅସଲି କାହାଣୀ ନେଇ ହେଇଚି ଫିଲ୍ମ, ଯାହା ଆପଣ ସମସ୍ତେ ‘ଭୌକାଲ’ରେ ଦେଖିଛନ୍ତି – ପଢନ୍ତୁ ତାଙ୍କ ସାହାସିକତା କାହାଣୀ…

ପ୍ରତ୍ୟେକ ସହର ନିଜ ନିଜ ମଧ୍ୟରେ ପରିଚୟ ରଖିଥାଏ ଯେଉଁଥିରେ ଆଗ୍ରା ଜୋତା ନିମନ୍ତ, ବରେଲୀ କାଜଲ ନିମନ୍ତେ ତ ମୁଜାଫ୍ଫରନଗର କେଉଁ ଜିନିଷ ନିମନ୍ତେ ପ୍ରସିଦ୍ଧ ଅଟେ ଏହି ପ୍ରଶ୍ନ ଯଦି ମୁଁ ଆପଣଙ୍କୁ ଆଜିଠାରୁ ଦେଢ ଦଶକ ତଳେ ପଚାରିଥାନ୍ତି ତେବେ ନିଶ୍ଚିତ ରୂପେ ଆପଣଙ୍କ ଉତ୍ତର ହୋଇଥାନ୍ତା, ଅପରାଧ। ଏଠାରେ ବଦମାଶଙ୍କର ଆତଙ୍କ ଏପରି ଥିଲା ଯେ ମୁଜାଫ୍ଫରନଗରର ମଥାରେ ଅପରାଧର ରାଜଧାନୀର କଳାଦାଗ ଲାଗିଯାଇଥିଲା । ପ୍ରତି ବ୍ୟକ୍ତି ଆୟରେ ସେହି ସମୟରେ ସାରା ଦେଶରେ ପ୍ରଥମ ଥିଲା। ମୁଜାଫ୍ଫରନଗରର ଏହି ଅବସ୍ଥା ଥିଲା ଯେ ଲୋକମାନେ ଏଠାକୁ ଆସିବାକୁ ମଧ୍ୟ ଭୟ କରୁଥିଲେ। ଅପହରଣ ଓ ସଂଗଠିତ ଅପରାଧ ଏଠାକାର ପରିଚୟ ପାଲଟି ଥିଲା। ହତ୍ୟା, ଲୁଟ ଏବଂ ଡକାୟତିର ଅନେକ ଗୁଡିଏ ଘଟଣା ହେଉଥିଲା ।

ସେତିକିବେଳେ ସେଠିକି ‘ସୁପରକପ’ ରୂପରେ ଉତ୍ଥାନ ହୋଇଥିଲା ଆଇପିଏସ ନବନୀତ ଶିକୋରାଙ୍କର ପୋଷ୍ଟିଂ ହୋଇଥିଲା ଯାହାପରେ ଆରମ୍ଭ ହେଲା ବଦମାଶଙ୍କର ଶେଷ ହେବାର ପ୍ରକ୍ରିୟା। ଯେଉଁଥିରେ ଶିକୋରାଙ୍କ ନେତୃତ୍ଵରେ ମୁଜାଫ୍ଫରନଗର ପୋଲିସ ବଦମାଶଙ୍କ ଉପରେ ଦୃଢତାର ସହ ଦମନ କରିବା ଆରମ୍ଭ କରିଦେଲେ ଓ କିଛି ନାମୀ ବଦମାଶଙ୍କୁ ତ ସିଧା ମୃତ୍ୟୁ ପଥ ଦେଖେଇଦେଲେ। ପ୍ରକୃତ ଜୀବନର ନାୟକ ଆଇପିଏସ ନବନୀତ ଶିକୋରା ଙ୍କର ଆଗମନ ମୁଜାଫ୍ଫରନଗରରେ ରିଲ ଲାଇଫରେ ସିଙ୍ଘମ ଭଳି ହୋଇଥିଲା ଓ ଦେଖୁଦେଖୁ ଅପରାଧ ରାଜଧାନୀ କୁହାଯାଉଥିବା ମୁଜାଫ୍ଫରନଗର ଶାନ୍ତିର ପଥରେ ଆଗେଇବାକୁ ଲାଗିଲା।

ସେହି ସମୟରେ ହୋଇଥିବା ବଦମାଶଙ୍କର ମୃତ୍ୟୁ ର କାହାଣୀକୁ ୱେବ ସିରିଜ ଭୌକାଲରେ ଫିଲ୍ମ ଅଭିନେତା ଓ ନିର୍ମାତା ହରମନ ବୱେଜା ବହୁତ ରୋଚକ ଢଂଗରେ ଦେଖାଇଛନ୍ତି। ଯେଉଁଥିରେ ଫିଲ୍ମର ପଟକଥା ଲେଖିଥିବା ଡାକ୍ତର ଅରୁଣ ଶର୍ମା ଆଇପିଏସ ନବନୀତ ଶିକୋରାଙ୍କର ଦୁଃସାହସର ଜୀବନ୍ତ ଚିତ୍ରଣ କରିଛନ୍ତି।

ଏହା ନୁହେଁ ଯେ କୌଣସି ବାହାଦୁର ପୋଲିସ ଅଫିସର ଉପରେ ଆଗରୁ କୌଣସି ଫିଲ୍ମ ନଥିଲା କିନ୍ତୁ ଭୌକାଲ ସେହି ସମସ୍ତଙ୍କ ଠାରୁ ଭିନ୍ନ ଅଟେ ଯାହା ଆଇପିଏସ ନବନୀତ ଶିକୋରାଙ୍କର ପ୍ରକୃତ ଜୀବନର ବହୁତ ନିକଟତର ଅନୁଭବ ହେଉଛି। ଫିଲ୍ମରେ ତାଙ୍କ ଦ୍ଵାରା କରାଯାଇଥିବା ଏନକାଉଣ୍ଟର ଓ ଗ୍ୟାଙ୍ଗର ଧ୍ଵଂସର ଦୃଶ୍ୟ ଶିକୋରାଙ୍କର ବାହାଦୁରିକୁ ପ୍ରଦର୍ଶିତ କରୁଛି।

ଏହି ୱେବ ସିରିଜରେ ନବନୀତ ଶିକୋରାଙ୍କର ଚରିତ୍ରର ନାମ ନବୀନ ଶିକୋରା ଅଟେ, କିଛି ଅନ୍ୟ ଚରିତ୍ରର ନାମ ମଧ୍ୟ ବଦଳେଇ ଦିଆଯାଇଛି। ୱେବ ସିରିଜର ପ୍ରାରମ୍ଭରେ ହିଁ ମିରଟ

ରେ ଅବସ୍ଥାପିତ ଆଇଜି ନବୀନ ଶିକୋରାଙ୍କୁ ମୁଜାଫ୍ଫରନଗର ଏସଏସପି ପଦରେ ଅବସ୍ଥାପିତ କରିବାର ପତ୍ର ଦେଉଛନ୍ତି ଏବଂ କହୁଛନ୍ତି ଯେ ଏହି ଦେଶରେ ଦୁଇଟି ରାଜଧାନୀ ରହିଛି, ଗୋଟିଏ ଦିଲ୍ଲୀ ଯେଉଁଠାରେ ଆଇନ ତିଆରି କରାଯାଏ, ଅନ୍ୟଟି ମୁଜାଫ୍ଫରନଗର କ୍ରାଇମ କ୍ୟାପିଟାଲ ଯେଉଁଠାରେ ଆଇନ ଭଙ୍ଗା ଯାଏ। ପ୍ରକୃତରେ, ଆଇପିଏସ ନବନୀତ ଶିକୋରା ମୁଜାଫ୍ଫରନଗର ଜିଲ୍ଲାରେ 15ମାସ ମଧ୍ୟରେ ନିଜର କାର୍ଯ୍ୟକାଳରେ ବଡ ବଡ ଚତୁର ଅପରାଧୀ ମାନଙ୍କୁ ମାରି ଦେଇଥିଲେ।

ସେ ଏଠାରେ ପ୍ରାୟ 55ବଡ ଅପରାଧୀଙ୍କର ଏନକାଉଣ୍ଟର କରିଥିଲେ। ଆଇଆଇଟି ରୁର୍କୀର ଇଞ୍ଜିନିଅରିଂ କରିଥିବା ଶିକୋରା ସେତେବେଳେ ସର୍ଭିଲାନ୍ସ ଜରିଆରେ ଅପରାଧୀଙ୍କର ଧ୍ଵଂସ କରି ଜିଲ୍ଲାର ଲୋକଙ୍କୁ ବଡ ଶାନ୍ତି ଆଣିଦେଇଥିଲେ। ଥାନାଭବନରେ ବିଟ୍ଟୁ କଇଲ ର ଏନକାଉଣ୍ଟର କରିବା ଉପରେ ତତ୍କାଳୀନ ଡ଼ିଆଇଜି ଚନ୍ଦ୍ରିକା ରାୟ ତାଙ୍କୁ ଶିକୋରା ବଦଳରେ ନବନୀତ ‘ଶିକାରୀ’କହି ସମ୍ବୋଧିତ କରୁଥିଲେ। ବର୍ତ୍ତମାନରେ ନବନୀତ ଶିକୋରା ଆଇଜି ପୋଲିସ ଅବସ ନିଗମ ଅଟନ୍ତି। ତାଙ୍କର ଦଳରେ ସାମିଲ ଥିବା ତତ୍କାଳୀନ ଭୋପା ଏଏସଓ ବିନୋଦ ସିରୋହୀ ଏବେ ଡ଼ିଏସପି ଅଟନ୍ତି ଓ ଏସଟିଏଫରେ ଅବସ୍ଥାପିତ ଅଛନ୍ତି।

ଛପାର ଥାନା ଇଲାକାର ଗ୍ରାମ ବରଲା ନିବାସୀ ସୌକିନ ବ୍ୟତିତ ଥାନାଭବନ କ୍ଷେତ୍ରର ଗ୍ରାମ କଇଲ ଶିକାରପୁର ନିବାସୀ ବିଟ୍ଟୁ ଓ ନିଟୁ ଅପରାଧିକ କ୍ରିୟା ଦ୍ଵାରା ଜିଲ୍ଲାରେ ଆତଙ୍କ ଖେଳାଇ ଥିଲେ। ସୌକିନ ଗ୍ରାମର ଦୁଇଜଣ ଲୋକଙ୍କର ହତ୍ୟା ବ୍ୟତିତ ଅପହରଣ ଏବଂ ହତ୍ୟାର ଅନେକ ଘଟଣାରେ ସଂଶ୍ଳିଷ୍ଟ ଥିଲେ, ଯାହାପରେ ସୌକୀନ ଙ୍କର ଏନକାଉଣ୍ଟର ହୋଇଥିଲା। ଏହି ପ୍ରକାର ନିଟୁ ଏବଂ ବିଟ୍ଟୁ ମଧ୍ୟ ଅନେକ ଗୁଡିଏ ଅପରାଧିକ ଘଟଣା ଘଟେଇ ଥିଲେ। ଗୋଟିଏ ମାମଲାରେ ତ ସେମାନେ ପୋଲିସ ଉପରେ ଆକ୍ରମଣ କରି କାର୍ବାଇନ ମଧ୍ୟ ଲୁଟ କରିନେଇଥିଲେ। ଏମାନଙ୍କୁ ମଧ୍ୟ ଶିକୋରା ଏନକାଉଣ୍ଟରରେ ମାରିଦେଇଥିଲେ।

ମୁଜାଫ୍ଫରନଗରରେ 6ସେପ୍ଟେମ୍ବର 2003ରୁ ଆରମ୍ଭ କରି 1ଡିସେମ୍ବର 2004 ପର୍ଯ୍ୟନ୍ତ ନବନୀତ ଶିକୋରା ଏସଏସପି ଥିଲେ। ଏଥିମଧ୍ୟରେ ସେ 55 ଧୂର୍ତ୍ତ ଏବଂ ପୁରସ୍କାର ଘୋଷିତ ଅପରାଧୀଙ୍କୁ ଏନକାଉଣ୍ଟରରେ ମାରିଦେଇଥିଲେ। ଏମାନଙ୍କ ମଧ୍ୟରୁ 20ହଜାରର ପୁରସ୍କାର ଘୋଷିତ ସୌକୀନ , ପୂର୍ବାଞ୍ଚଳର ଧୂର୍ତ୍ତ ଶୈଲେଶ ପାଠକ, ବିଜନୌରର ଛୋଟା ନବାବ, ରୋହତସ ଗୁରଜର, ମିରଟର ଧୂର୍ତ୍ତ ଅଞ୍ଜାର, ପୁଷ୍ପେନ୍ଦ୍ର, ସନ୍ଦୀପ ଓରଫ କଇଲ, ନରେନ୍ଦ୍ର ଓରଫ ବିଟ୍ଟୁ କଇଲ ଆଦି କୁଖ୍ୟାତ ବଦମାଶ ସାମିଲ ଥିଲେ।

ଏହି ପ୍ରକାର ମୁଜାଫ୍ଫରନଗରରୁ ଆତଙ୍କର ଅନ୍ତ ହେଲା ଏବଂ ଅପରାଧିଙ୍କୁ ତାଙ୍କର ପରିଣାମ ପର୍ଯ୍ୟନ୍ତ ପହଞ୍ଚେଇଥିବା ଆଇପିଏସ ନବନୀତ ଶିକୋରାଙ୍କର ପ୍ରୟାସ ଲୋକମାନଙ୍କୁ ଆଶ୍ଵସ୍ତିର ନିଶ୍ଵାସ ଆଣିଦେଲା ।

Leave a Reply

Your email address will not be published. Required fields are marked *