ଦୁନିଆ ସୃଷ୍ଟି କରିଥିବା ଭଗବାନଙ୍କୁ କିଏ ସୃଷ୍ଟି କରିଛି? ସବୁ ମଣିଷ ମନରେ ଉଠୁଥିବା ଏହି ପ୍ରଶ୍ନ ର ଉତ୍ତର ଏବେ ଜାଣନ୍ତୁ..
1 min readବନ୍ଧୁଗଣ ବିଗତ 5000ବର୍ଷରୁ ଏକ ପ୍ରଶ୍ନ ଚାଲିଆସୁଛି। ଓ ଏହି ପ୍ରଶ୍ନ ଉଠିବ ସ୍ଵାଭାବିକ ଅଟେ, ପ୍ରାକୃତିକ ଅଟେ। ଆପଣ ଏହା ବିଷୟରେ ଯଦି ଗୁଗଲ ରେ ସର୍ଚ୍ଚ କରିବେ ତ ଆପଣଙ୍କୁ ଅନେକ ଭିଡିଓ ଓ ପୋଷ୍ଟ ମିଳିଯିବ, କିନ୍ତୁ କୌଣସିତିରେ ମଧ୍ୟ ସଠିକ ଉତ୍ତର ଦିଆଯାଇ ନାହିଁ। ବାସ୍ତବରେ ଏହି ପ୍ରଶ୍ନର ଉତ୍ତର ବେଦ ଓ ବୈଦିକ ଜ୍ଞାନ ଦ୍ଵାରା ହିଁ ସମ୍ଭବ ଅଟେ। ପ୍ରଶ୍ନ ଏହ ଯେ ଏତେ ବଡ ବ୍ରହ୍ମାଣ୍ଡକୁ ଇଶ୍ଵର ସୃଷ୍ଟି କରିଛନ୍ତି, ତେବେ ଇଶ୍ଵର ମାନେ ଭଗବାନଙ୍କୁ କିଏ ବନେଇଛି?WhoCreatedGodsinHindi ବନ୍ଧୁଗଣ ପ୍ରଶ୍ନ କୌଣସି ବଡ ନୁହେଁ ଏହି ପ୍ରଶ୍ନ କୌଣସି ବି ଜିଜ୍ଞାସୁ ବ୍ୟକ୍ତିଙ୍କ ମନରେ ଆସିବା ସ୍ଵାଭାବିକ ଅଟେ।
ଦୁନିଆରେ ଯେତେ ମଧ୍ୟ ବସ୍ତୁ ତିଆରି ହୋଇଛି ସେମାନଙ୍କୁ କିଏ ନା କିଏ ସୃଷ୍ଟି କର୍ତ୍ତା ଅଛନ୍ତି। ତାପରେ ଏହି ବ୍ରହ୍ମାଣ୍ଡକୁ ମଧ୍ୟ କିଏ ସୃଷ୍ଟି କରିଥିବେ, କିନ୍ତୁ ଯିଏ ବ୍ରହ୍ମାଣ୍ଡ ତିଆରି କରିଛନ୍ତି ତାଙ୍କୁ କିଏ ତିଆରି କରିଛି? ବେଦ ଓ ପୁରାଣ ଅନୁଯାୟୀ, ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଦେବାକୁ ଯାଉଛୁ।
WhoCreatedGodsinHindi
ବନ୍ଧୁଗଣ ତିଆରି ତାକୁ କରାଯାଏ ଯେଉଁତିରେ ବନେଇବାର ଥିବ। ଇଶ୍ଵରଙ୍କ ଠାରେ କୌଣସି ବନେଇବାର ହିଁ ନାହିଁ ତେଣୁ ତାଙ୍କୁ କିଏ ବନେଇବ। ଆପଣ ବ୍ରହ୍ମାଣ୍ଡରେ କୌଣସି ବି ବସ୍ତୁ କୁ ଦେଖନ୍ତୁ ପ୍ରତ୍ୟେକ ତିଆରି ବସ୍ତୁରେ ଆପଣଙ୍କୁ କୃତ୍ରିମତା ଦେଖାଯିବ, କଳାକୃତି ଦେଖାଯିବ , ଏଥିପାଇଁ ତାହାର କୌଣସି କଳାକାର ମଧ୍ୟ ଥିବେ। ଯେବେ ଇଶ୍ଵର ନିରାକାର ଅଟନ୍ତି ଓ ଇଶ୍ଵରଙ୍କ ଠାରେ କୌଣସି କୁତ୍ରିମତା ନାହିଁ ତେବେ ତାଙ୍କୁ ତିଆରି ହୋଇଥିବା ବା ଜନ୍ମ ହୋଇଥିବା କିପରି ମାନି ନିଆଯିବ। ଯଦି ମୁଁ ଆପଣଙ୍କୁ ପଚାରିବି ଯେ ଗୋଟିଏ ସାର୍ଟକୁ କିଏ ତିଆରି କରିଛି? ତେବେ ଆପଣ କହିବେ ଯେ ଦର୍ଜି ତିଆରି କରିଛି। ଆପଣ ଏହା କହିବେ ନାହିଁ ଯେ କମାର ତିଆରି କରିଛି। କାରଣ ସାର୍ଟରେ ଯେଉଁ ପ୍ରସ୍ତୁତ ପ୍ରଣାଳୀ ଦେଖାଯାଉଛି, ଯେଉଁ କଳା ଦେଖାଯାଉଛି , ତାହାର କଳାକାର ଦର୍ଜି ଅଟେ କମାର ନୁହେଁ। ମାନେ କଳାରୁ କଳାକାରର ପରିଚୟ ଜଣାପଡେ। ଆଉ ଯେବେ ପରମାତ୍ମା ମାନେ ଇଶ୍ଵର ନିରାକାର ଅଟନ୍ତି ତାଙ୍କଠାରେ କୌଣସି କୁତ୍ରିମତା ନାହିଁ ତ ତାଙ୍କର କୌଣସି କଳାକାର କିପରି ହୋଇପାରିବ? ଏଥିପାଇଁ ଇଶ୍ଵରଙ୍କୁ କେହି ତିଆରି କରିନାହାନ୍ତି ସେ ସର୍ବଦା ଅଛନ୍ତି।
ଯଦି କେହି ତଥାପି ଆପଣଙ୍କଠାରେ ଜିଦ୍ଦି କରେ ଯେ ପ୍ରତ୍ୟେକ ବସ୍ତୁ କୁ କେହି ନା କେହି ତିଆରି କରିବା ବାଲା ଅଛନ୍ତି । ତେଣୁ କେହି ଏହା ଜଣାଉ ଯେ ଶକ୍ତି ଅର୍ଥାତ ଏନର୍ଜି କିଏ ତିଆରି କରିଛି? ଏହି ଯେଉଁ ଆକାଶ ଦେଖାଯାଉଛି ତାହାକୁ କିଏ ବନେଇଛି? କଣ ଆକାଶରେ ଆପଣଙ୍କୁ କୁତ୍ରିମତା ଦେଖାଯାଉଛି , ଯେଉଁ ପ୍ରକାର ଆକାଶ ସର୍ବଦା ରହିଛି ସେହି ପ୍ରକାର ଇଶ୍ଵର ସର୍ବଦା ରହିଛନ୍ତି ତାଙ୍କୁ କେହି ତିଆରି କରିନାହିଁ। ଯେଉଁ ବି ବସ୍ତି ତିଆରି ହୋଇଛି ତାହାକୁ ତିଆରି କର ଯାଇଛି। ଇଶ୍ଵର, ଆକାଶ, ଶକ୍ତି, ଆତ୍ମା ଏବଂ ପରମାତ୍ମା ଏସବୁ କେବେ ତିଆରି ହିଁ ହୋଇନାହାନ୍ତି, ତେଣୁ ଏମାନଙ୍କୁ ତିଆରି କରିବା ବାଲା କିପରି ହେବ। ଏହା ସବୁବେଳେ ଅଛନ୍ତି ଓ ରହିବେ ମଧ୍ୟ ।
ବୈଦିକ ଶାସ୍ତ୍ରର ସିଦ୍ଧାନ୍ତ ଅଟେ
ମୂଳ ଭାବାର୍ଥ ମୂଳମଃ- ମାନେ ମୂଳ ର ମୂଳ ର ଅଭାବ ହୋଇଥାଏ। ଅର୍ଥ ମୂଳ କାରଣ ର କୌଣସି କାରଣ ହୋଇନଥାଏ।
ଆପଣ କୌଣସି ପଦାର୍ଥକୁ ଭାଙ୍ଗି ଚାଲନ୍ତୁ, କାଟି ଚାଲନ୍ତୁ, ଶେଷରେ ଏକ ଏପରି ଅବସ୍ଥା ଆସିବ ଯେବେ ଆପଣ ତାହାକୁ କାଟି କିମ୍ବା ଭାଙ୍ଗି ପାରିବେ ନାହିଁ, ତାହା ମୂଳ ଅଟେ। ଏହାର କୌଣସି ମୂଳ ନାହିଁ ।
ଆପଣ କୁ ଏଭଳି ଭାବରେ ବୁଝି ପାରିବେ… ଆମ ସମସ୍ତଙ୍କର ଆଧାର ପୃଥିବୀ ଅଟେ। ଆମେ ସମସ୍ତେ ପୃଥିବୀରେ ରହିଛୁ, ପୃଥିବୀର ଆଧାର ସୂର୍ଯ୍ୟ ଅଟେ, ସୂର୍ଯ୍ୟଙ୍କ ଆଧାର ଆମର ବ୍ରହ୍ମାଣ୍ଡର କେନ୍ଦ୍ରରେ ସ୍ଥିତ ବ୍ଲାକହୋଲ ଅଟେ। ଏହି ପ୍ରକାର ବ୍ରହ୍ମାଣ୍ଡର ଆଧାର ଅନନ୍ତ ଆକାଶ ଅଟେ। କଣ ଅନନ୍ତ ଆକାଶର ମଧ୍ୟ କୌଣସି ଆଧାର ହୋଇପାରେ କି? ଆକାଶ ସମସ୍ତଙ୍କର ଆଧାର ଅଟେ ଆକାଶ ମୂଳ ଅଟେ ଏହାର କୌଣସି ମୂଳ ନାହିଁ। ଏହି ପ୍ରକାର ସମସ୍ତ ବ୍ରହ୍ମାଣ୍ଡକୁ ଚଲାଉଥିବା ମୂଳ ଇଶ୍ଵର ମାନେ ଭଗବାନ ଅଟନ୍ତି, ତାଙ୍କର କୌଣସି ମୂଳ ନାହିଁ। ମୂଳଦୁଆର କେବେ ମୂଳଦୁଆ ନଥାଏ, ଚେରର କେବେ ଚେର ନଥାଏ, ଏହିପ୍ରକାର ମୂଳର ମଧ୍ୟ ମୂଳ ନଥାଏ।
ଏଥିପାଇଁ ଇଶ୍ଵରଙ୍କୁ କେହି ତିଆରି କରିନାହିଁ। ଓ ଯେଉଁ ବସ୍ତୁ ତିଆରି ହୋଇଥାଏ ତାହା ନଷ୍ଟ ମଧ୍ୟ ହୁଏ। କିନ୍ତୁ ଯେଉଁ ବସ୍ତୁ କେବେ ତିଆରି ହିଁ ହୋଇନି ତାହା କେବେ ନଷ୍ଟ ମଧ୍ୟ ହେବନାହିଁ। ଆପଣ ଜାଣନ୍ତି ଯେ ଶକ୍ତି କେବେ ତିଆରି ହୋଇନି, ଏଥିପାଇଁ ତାହା କେବେ ନଷ୍ଟ ହୋଇନଥାଏ। ଏହି ଆକାଶ କେବେ ତିଆରି ହୋଇନାହିଁ, ଏଥିପାଇଁ କେବେ ନଷ୍ଟ ହେବ ନାହିଁ, ପରମାଣୁ କେବେ ତିଆରି ହୋଇନାହିଁ ତେଣୁ କେବେ ଶେଷ ହେବ ନାହିଁ। ଏଥିପାଇଁ ଯଦି କୌଣସି ଜିନିଷ ଶେଷ ହୁଏ ନାହି ତେବେ ଏହାର ଅର୍ଥ ଏହା ହେଲା ଯେ ତାହା ଜନ୍ମ ମଧ୍ୟ ହୋଇନଥାଏ।
ଯେଭଳି ଶକ୍ତି ଏବଂ ଆତ୍ମା ଜନ୍ମ ହୋଇନଥାଏ। ଆତ୍ମା ଆମର ଅଟେ ନଷ୍ଟ ହୋଇନଥାଏ, ଏଥିପାଇଁ ଏହା କେବେ ଜନ୍ମ ମଧ୍ୟ ହୁଏନାହିଁ। ଏହି ପ୍ରକାର ଇଶ୍ଵର ଅମର ଅଟନ୍ତି । ସେ କେବେ ନଷ୍ଟ ହୁଅନ୍ତି ନାହିଁ ଏଥିପାଇଁ ସେ କେବେ ଜନ୍ମ ମଧ୍ୟ ହୁଅନ୍ତି ନାହିଁ। ଇଶ୍ଵର ଅର୍ଥାତ ଭଗବାନ ସର୍ବଦା ରହିଛନ୍ତି। ସେ ଅନାଦି ଅଟନ୍ତି, ନିରାକାର ଅଟନ୍ତି, ସର୍ବବ୍ୟାପକ ଅଟନ୍ତି, ଇଶ୍ଵରଙ୍କୁ କେହି ସୃଷ୍ଟି କରିନାହାନ୍ତି।
ଆମକୁ ବିଶ୍ବାସ ଅଛି ଯେ ବେଦକୁ ଏହି ଉତ୍ତରକୁ ସଂସାର ରେ କେହି ଆହ୍ଵାନ ଦେଇପାରିବ ନାହିଁ। ଯଦି ଆପଣଙ୍କୁ ମଧ୍ୟ ଏହା ଉପରେ ବିଶ୍ବାସ ଅଛି ଓ ଆପଣଙ୍କୁ ଆମର ଏହି ପୋଷ୍ଟ “WhoCreatedGodsinHindi” ପସନ୍ଦ ଆସିଛି ତେବେ ଆପଣ ଏହାକୁ ନିଜର ବନ୍ଧୁ ମାନଙ୍କ ସହିତ ସେୟାର କରନ୍ତୁ। ଧନ୍ୟବାଦ।