ବିବାହ ର ଲଫଫାରେ କେତେ ଟଙ୍କା ରଖନ୍ତି ବଲିଉଡ ଷ୍ଟାର ମାନେ, ସତ୍ୟତା ଜାଣିଲେ ବିଶ୍ଵାସ ହେବ ନାହିଁ….
ଭାରତରେ ବିବାହ କରିବା କେବଳ ଏକ ସମ୍ପର୍କ ସ୍ଥିର ହେବା ହୋଇନଥାଏ , ପରନ୍ତୁ ଏହା ଏକ ଉତ୍ସବ ହୋଇଥାଏ, ଭାରତୀୟ ବିବାହ ବହୁତ ଧୁମଧାମ ଏବଂ ଆଖିଝଲସେଇବା ଭଳି ହୋଇଥାଏ। ବିବାହର ଗାଉନ ଠାରୁ ଆରମ୍ଭ କରି ସ୍ଵାଦିଷ୍ଟ ଭୋଜନ୍ମ ଲାଇଟିଙ୍ଗ, ବ୍ୟାଣ୍ଡ ବାଜା ବରଯାତ୍ରୀ ଏବଂ ଡିଜାଇନର ପୋଷକ ପିନ୍ଧି ବର କନ୍ୟା ବିବାହକୁ ରୋଚକ କରିଦେଇଥାନ୍ତି । ବିବାହରେ ଯିବାକୁ ପ୍ରତ୍ୟେକଙ୍କୁ ପସନ୍ଦ ହୋଇଥାଏ। ଯେବେ ଆମେ ବିବାହକୁ ଯାଉ ତ ସାଥିରେ କୌଣସି ଉପହାର ନିଶ୍ଚିତ ନେଇଯାଉ। ଏହା ବିନା ବିବାହକୁ ଯିବା ଲଜ୍ଜାଜନକ କଥା ହୋଇଥାଏ । ଅନେକ ସମୟରେ ଯଦି ଉପହାର କିଣିବାର ସମୟ ମିଳିନଥାଏ ତେବେ ଆମେ ଲଫଫାରେ ନିଜର ଇଚ୍ଛା ଅନୁସାରେ କିଛି ଟଙ୍କା ରଖି ସ୍ଟେଜ ଉପରେ ବରକନ୍ୟାଙ୍କୁ ଭେଟି ଦେଇଥାଉ।
ଏହି ବିବାହ ଲଫଫାରେ ଲୋକମାନେ କେତେ ଟଙ୍କା ରଖନ୍ତି ଏହା ଅନେକ କଥା ଉପରେ ନିର୍ଭର କରିଥାଏ। ଯେପରି ଆପଣଙ୍କ ମାସିକ ଆୟ କେତେ ଅଟେ, ବିବାହ ଯେଉଁ ବ୍ୟକ୍ତିଙ୍କର ହେଉଛି ସେ ଆପଣଙ୍କର କେତେ ନିକଟତର ଅଟନ୍ତି, ଆପଣଙ୍କ ଘରର ବିବାହରେ ସେହି ବ୍ୟକ୍ତି କେତେ ଟଙ୍କା ଦେଇଥିଲେ, ବିବାହରେ ଖାଦ୍ୟ ଖାଇବାକୁ ଆପଣଙ୍କ ପରିବାରରୁ କେତେଜଣ ସଦସ୍ୟ ଆସିଛନ୍ତି। ଏହିଭଳି କିଛି ସାଧାରଣ ଲୋକଙ୍କର ମାପଦଣ୍ଡ ହୋଇଥାଏ। ଏହି ସବୁ ଆଧାରରେ ସେ ସ୍ଥିର କରନ୍ତି ଯେ ଲଫଫା ଭିତରେ କେତେ ଟଙ୍କା ରଖିବାକୁ ହେବ । ଏମିତିରେ କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ଫିଲମି ଅଭିନେତା ଯେବେ କୌଣସି ବିବାହକୁ ଯାଆନ୍ତି ତ ଲଫଫା ଭିତରେ କେତେ ଟଙ୍କା ରଖୁଥିବେ? ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ ।
ବଲିଉଡର ବିବାହ ମାନ ଭବ୍ୟ ଢଂଗରେ ଆୟୋଜିତ କରାଯାଏ। ଏହା ଉପରେ ମିଡିଆର ମଧ୍ୟ ଦୃଷ୍ଟି ରହିଥାଏ। ଯେବେ ମଧ୍ୟ କୌଣସି ଅଭିନେତା ବିବାହରେ ଯୋଗ ଦେଇଥାନ୍ତି ତ ପାପରାଜୀ ଲୋକ ତାଙ୍କ ପଛରେ ଫଟୋ ନେବା ନିମନ୍ତେ ଲାଗି ଯାଆନ୍ତି। ଏହି କଥାର କୌଣସି ସନ୍ଦେହ ନାହିଁ ଯେ ଏହି ଫିଲମି ଅଭିନେତା ବହୁତ ଆୟ କରନ୍ତି। ଏମିତିରେ ଲୋକଙ୍କ ମନରେ ଏହା ଜାଣିବାର ଉତ୍ସୁକତା ଆହୁରି ବୃଦ୍ଧି ପାଏ ଯେ ବଲିଉଡର ତାରକା ବିବାହ ମାନଙ୍କରେ ଦେଉଥିବା ଲଫଫାରେ କେତେ ଟଙ୍କା ରଖନ୍ତି। ଜଣେଇଦେବୁ ଯେ ଏହି ଟଙ୍କାର ମୂଲ୍ୟ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚିତ ଲାଗିବ ।
ବିବାହର ଲଫଫାରେ ଏତିକି ଟଙ୍କା ରଖନ୍ତି ତାରକା ମାନେ – ଫିଲ୍ମି ତାରକା କୌଣସି ବିବାହରେ ଲଫଫା ଦିଅନ୍ତି ତ ସେଥିରେ 101ଟଙ୍କା ରଖନ୍ତି । ହଁ ଆଜ୍ଞା ଏକଥା ସତ୍ୟ ଅଟେ। ଏବଂ ଏହି କଥାର ଉନ୍ମୋଚନ ନିଜେ ଅମିତାଭ ବଚ୍ଚନ ଠାରେ ଏକ ଶୋ ସମୟରେ କରିଥିଲେ। ଏହି ଶୋରେ ତାଙ୍କ ସହିତ କମେଡିଆନ କପିଲ ଶର୍ମା ମଧ୍ୟ ଥିଲେ। ସେ ଏମିତିରେ ଥଟ୍ଟାରେ ପଚାରି ଦେଇଥିଲେ ଯେ ଏହି ଫିଲ୍ମି କଳାକାର ମାନେ ବିବାହରେ ଯାଆନ୍ତି ତ ଲଫଫାରେ କେତେ ଟଙ୍କା ରଖଣ୍ଟ। ଏହି କଥା ଉପରେ ବଲିଉଡର ମହାନାୟକ ଅମିତାଭ କହିଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉପହାର ରୂପରେ ଲଫଫାରେ ଅନୁକୂଳ ରୂପରେ 101ଟଙ୍କା ଦିଆଯାଏ। ଆପଣ ମାନଙ୍କୁ ଲାଗୁଥିବ ଯେ କୋଟି କୋଟି ଆୟ କରୁଥିବା ତାରକା ମାନେ ଏତେ କମ ଟଙ୍କା କାହିଁକି ରଖନ୍ତି? ପ୍ରକୃତରେ ଏହା ପଛରେ ମଧ୍ୟ ଏକ ଖାସ କାରଣ ଅଛି ।
ଉପହାରରେ କାହାକୁ କେତେ ଟଙ୍କା ଦିଆଯିବ ଏହାକୁ ନେଇ ସବୁବେଳେ ଦ୍ଵିଧା ରହିଥାଏ। ମୁଖ୍ୟତଃ ଜୁନିଅର ଆର୍ଟିସ୍ଟ ଏବଂ କ୍ୟାମେରା ମ୍ୟାନ ଭଳି ଲୋକ ନିଜଠାରୁ ବଡ ଅଭିନେତା କିମ୍ବା ନିର୍ମାତା ନିର୍ଦେଶକ ଇତ୍ୟାଦିଙ୍କ ପାର୍ଟିରେ ଯିବାକୁ ସଙ୍କୋଚ କରୁଥିଲେ। ଏମିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ସାଧାରଣ ରାଶି ଅନୁକୂଳ ରୂପରେ 101ଟଙ୍କା ସ୍ଥିର କରିଥିଲେ। ଏହି ପଦକ୍ଷେପ ଦ୍ଵାରା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କ ମଧ୍ୟରେ ସମାନତା ରହିଥାଏ ଏବଂ ପ୍ରତ୍ୟେକ ପ୍ରକାର ବ୍ୟକ୍ତି ପରସ୍ପର ମଧ୍ୟରେ ବିବାହରେ ବିନା ସଙ୍କୋଚରେ ଯାଇପାରୁଛନ୍ତି ।