ଖୁବ ଶୀଘ୍ର ଶେଷ ହୋଇଯିବ କଳିଯୁଗ, ପୃଥିବୀରୁ ଗଙ୍ଗା ଲେଉଟିଯିବା ପରେ ସୂର୍ଯ୍ୟଙ୍କ ଠାରେ ଲୀନ ହୋଇଯିବ ପୃଥିବୀ….
1 min readଏବେ ବର୍ଷ 2020 ଚାଲୁଅଛି ଓ ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ଆକଳନ କରାଯାଉଛି ଯେ ପୃଥିବୀର ଅନ୍ତ ମାନେ କଳିଯୁଗର ଅନ୍ତ କେବେ ହେବ? ଭିନ୍ନ ଭିନ୍ନ ଭବିଷ୍ୟକର୍ତ୍ତାଙ୍କର ନିଜର ଭବିଷ୍ୟବାଣୀର ବିଭିନ୍ନ ପ୍ରକାରର କଥା ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ଆସୁଛି କିନ୍ତୁ ଏବେ ପର୍ଯ୍ୟନ୍ତ କେହି ମଧ୍ୟ ସଠିକ ରୂପରେ କହିପାରି ନାହାନ୍ତି । ଆପଣ ଜାଣିବାକୁ ଚାହାନ୍ତି ଯେ କଳିଯୁଗର ଅନ୍ତ କେବେ ହେବ ତ ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଆଣି ଆସିଛୁ। ଏହି ପୋଷ୍ଟରେ ଆମେ ସେହି ସବୁ ପରିବର୍ତ୍ତନ ବିଷୟରେ ସୂଚନା ଜେବୁ ଯାହା କଳିଯୁଗର ଅନ୍ତ ହେବା ପର୍ଯ୍ୟନ୍ତ ମନୁଷ୍ୟ ଭିତରେ ରହିବ।
ବ୍ରହ୍ମବୈବର୍ତ୍ତ ପୂରାଣ: ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ଗୋଟିଏ ସମୟ ଏପରି ଆସିବ ଯେବେ ମନୁଷ୍ୟର ବୟସ ବିଲକୁଲ କମ ହୋଇଯିବ। 16ବର୍ଷର ବୟସରେ କେଶ ପକ୍ଵ ହୋଇଯିବ ଓ 20ବର୍ଷ ର ବୟସରେ ବୃଦ୍ଧ ହୋଇଯିବ। ବ୍ରହ୍ମବୈବର୍ତ୍ତ ପୂରାଣରେ କୁହାଯାଇଛି ଯେ କଳିଯୁଗରେ ଏପରି ସମୟ ମଧ୍ୟ ଆସିବ ଯେବେ ଯୁବକ ଅବସ୍ଥା ସମାପ୍ତ ହୋଇଯିବ। ପୁରାଣରେ କୁହାଯାଇଛି କଳିଯୁଗ ପାଞ୍ଚ ହଜାର ବର୍ଷ ପୂର୍ଣ୍ଣ କରି ଶେଷ ହୋଇଯିବ।
ବ୍ରହ୍ମବୈବର୍ତ୍ତ ପୂରାଣର ଭବିଷ୍ୟବାଣୀ: ଗ୍ରନ୍ଥ ଅନୁଯାୟୀ ଚାରି ଯୁଗ ଅଛି। ପ୍ରତି ଯୁଗରେ ପରିବର୍ତ୍ତନ ଆସେ। ଯେପରକିକ ପ୍ରଥମେ ଧର୍ମର ପଥରେ ଅଧିକ ଲୋକ ଥିଲେ ଓ ଯେଉଁମାନେ ପାପୀ ଥିଲେ ତାଙ୍କର ନାଶ ଭଗବାନ କୌଣସି ନା କୌଣସି ରୂପରେ ଆସି କରିଥିଲେ। କଳିଯୁଗରେ ପାପର ସ୍ତର କଣ ଅଟେ ସେହି ବିଷୟରେ ଆମେ ସମସ୍ତେ ଜାଣିଛେ। ଏହା ବ୍ୟତୀତ ଏହି ପୁରାଣରେ କଳିଯୁଗରେ କେଉଁ ପ୍ରକାର ବାତାବରଣ ରହିବ , ମନୁଷ୍ୟଙ୍କ ଜୀବନ କିଭଳି ହେବ, ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ସମ୍ବନ୍ଧ କିପରି ରହିବ ଆଦି କଥାର ଭବିଷ୍ୟବାଣୀ କରାଯାଇଛି। ଏଠାରେ ଜାଣନ୍ତୁ ଏହି ପୁରାଣରେ କଳିଯୁଗ ନିମନ୍ତେ କଣ କଣ ଭବିଷ୍ୟବାଣୀ ପ୍ରଥମରୁ କରି ଦିଆଯାଇଛି
ଯୁବାବସ୍ଥାର ସମାପନ: କଳିଯୁଗର ଅନ୍ତ ପର୍ଯ୍ୟନ୍ତ ମନୁଷ୍ୟଙ୍କର ଆୟୁ ବହୁତ କମ ହୋଇଯିବ। ଯୁବକ ହେବା ପୂର୍ବରୁ ସ୍ତ୍ରୀ ଓ ପୁରୁଷ ରୋଗୀ ହୋଇଯିବେ ତାସହ ଆୟୁ ମଧ୍ୟ ବହୁତ କମ ହୋଇଯିବ। 16ବର୍ଷ ବୟସରେ ହିନ ଲୋକଙ୍କ କେଶ ପାଚିଯିବ ଓ ସେମାନେ 20ବର୍ଷ ବୟସ ବେଳକୁ ବୃଦ୍ଧ ହୋଇଯିବେ। ଯୁବାବସ୍ଥା ସମାପ୍ତ ହୋଇଯିବ।
ପୁରାତନ ସମୟରେ ମନୁଷ୍ୟଙ୍କର ହାରାହାରି ବୟସ ପ୍ରାୟ 100ବର୍ଷ ରହୁଥିଲା। ସେହି ସମୟରେ 100ବର୍ଷରୁ ଅଧିକ ବଞ୍ଚୁଥିବା ଲୋକ ମଧ୍ୟ ଥିଲେ, କିନ୍ତୁ ଆଜିର ସମୟରେ ମନୁଷ୍ୟଙ୍କର ହାରାହାରି ଆୟୁ ବହୁତ କମ ହୋଇଯାଇଛି ଓ ଏହା କମ ହେବାରେ ଲାଗିଛି। ପୁରାତନ ସମୟରେ ଦୀର୍ଘ ଆୟୁ ପରେ କେଶ ଧଳା ହେଉଥିଲା, କିନ୍ତୁ ଆଜିର ସମୟରେ ଯୁବାବସ୍ଥାରେ ହିନ ସ୍ତ୍ରୀ ଏବଂ ପୁରୁଷଙ୍କ କେଶ ଧଳା ହୋଇଯାଉଛି। ଯୌବନ ଦିନରେ ବୃଦ୍ଧର ରୋଗ ହେବାରେ ଲାଗୁଛି ।
ଯୁଗର ସମାପ୍ତି: ପ୍ରତି ଯୁଗର ସମାପ୍ତି ହୋଇଥାଏ ତ ସଂପୂର୍ଣ୍ଣ ପୃଥିବୀ ଜଳପୂର୍ଣ୍ଣ ହୋଇଯାଏ। ସମସ୍ତ ଲୋକ ଜଳରେ ଲୀନ ହୋଇଯାନ୍ତି ଏବଂ କିଛି ଲୋକ ଆଗାମୀ ଯୁଗର ପ୍ରାରମ୍ଭ କରନ୍ତି। ଯେବେ କଳିଯୁଗର ପାଞ୍ଚ ହଜାର ବର୍ଷ ପରେ ସମାପ୍ତ ହେବ ଗଙ୍ଗା ନଦୀ ଶୁଖିଯିବ ଏବଂ ପୁନଃ ବୈକୁଣ୍ଠ ପ୍ରସ୍ଥାନ କରିଯିବ। ଯେବେ କଳିଯୁଗର ଦଶ ହଜାର ବର୍ଷର ହୋଇଯିବ ତେବେ ସମସ୍ତ ଦେବୀଦେବତା ପୃଥିବୀ ଛାଡି ନିଜର ଧାମକୁ ପ୍ରସ୍ଥାନ କରିଯିବେ। ମନୁଷ୍ୟ ପୂଜନ-କର୍ମ, ବ୍ରତ-ଉପବାସ ଓ ସମସ୍ତ ଧାର୍ମିକ କାର୍ଯ୍ୟ କରିବା ବନ୍ଦ କରିଦେବେ ।