November 17, 2024

Odia Express

Here, There and Everywhere

ସକାଳେ ଖାଲି ପେଟରେ ହଳଦୀ ପାଣି ପିଇବା ଦ୍ଵାରା ହୋଇଥାଏ ଅନେକ ଆଶ୍ଚର୍ଯ୍ୟଜନକ ଲାଭ – ଏବେ ଜାଣିରଖନ୍ତୁ..

1 min read

ବନ୍ଧୁଗଣ ଆଜି ପର୍ଯ୍ୟନ୍ତ ଆପଣ ହଳଦୀର ପ୍ରୟୋଗ କେବଳ ଖାଦ୍ୟର ରଙ୍ଗ ଓ ସ୍ଵାଦ ବଢେଇବା ନିମନ୍ତେ କରି ଆସୁଥିବେ। କିନ୍ତୁ କଣ ଆପଣ ଜାଣନ୍ତି ଯେ ଏହି ସାଧାରଣ ଦେଖାଯାଉଥିବା ହଳଦୀ ଆପଣଙ୍କର ଅନେକ ଗୁଡିଏ ରୋଗରୁ ରକ୍ଷା କରିବାରେ ସକ୍ଷମ ଅଟେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ସକାଳେ ହଳଦୀ ବାଲା ପାଣି ପିଇବାକୁ ହେବ। ଆଜି ପର୍ଯ୍ୟନ୍ତ ଆପଣ ଖାଲି ପେଟରେ ସକାଳେ ଲେମ୍ବୁ ପାଣି କିମ୍ବା ମହୁ ପାଇଁ ପିଇବା କଥା ଶୁଣିଥିବେ କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ହଳଦୀ ବାଲା ପାଣି ପିଇବା ଦ୍ଵାରା ଶରୀରକୁ କେତେ ଲାଭ ହୋଇଥାଏ।

ହଳଦୀ ବାଲା ପାଣି ପିଇବାର ବିଧି- ସାମଗ୍ରୀ- ଏକ ଗ୍ଲାସ ଗରମ ପାଣି, ଫାଳେ ଲେମ୍ବୁ, ଚଉଠ ଚାମଚ ହଳଦୀ ଓ ଅଧ ଚାମଚ ମହୁ

ପ୍ରସ୍ତୁତ କରିବାର ବିଧି- ହଳଦୀ ବାଲା ପାଣି ପ୍ରସ୍ତୁତ କରିବା ନିମନ୍ତେ ସର୍ବପ୍ରଥମେ ଏକ ଗ୍ଲାସ ପାଣିକୁ ଗରମ କରନ୍ତୁ। ଏବେ ଏହା ଭିତରେ ଫାଳେ ଲେମ୍ବୁ ଚିପୁଡି ଦିଅନ୍ତୁ। ଏହାପରେ ଏଥିରେ ଚଉଠ ଚାମଚ ହଳଦୀ ମିଶାଇ ଦିଅନ୍ତୁ ଓ ପାଣିକୁ ଗୋଳେଇ ଦିଅନ୍ତୁ। ଯେବେ ପାଣି ଥଣ୍ଡା ହୋଇଯିବ ତ ଏଥିରେ ଅଧ ଚାମଚ ମହୁ ମଧ୍ୟ ମିଶାଇ ଦିଅନ୍ତୁ। ଏବେ ଏହା ସ୍ୱାସ୍ଥ୍ୟକର ପାନୀୟ ପିଇବା ନିମନ୍ତେ ପ୍ରସ୍ତୁତ ଅଟେ। ଧ୍ୟାନ ରହେ ଯେ ଆପଣାକୁ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ପିଇବାକୁ ହେବ ।

ହଳଦୀ ବାଲା ପାଣି ପିଇବାର ଲାଭ

1 – ହଳଦୀ ବାଲା ପାଣି ପିଇବା ଦ୍ଵାରା ମସ୍ତିଷ୍କ ଦ୍ରୁତ ହୋଇଥାଏ। ଯାଇ ଆପଣଙ୍କୁ ବାରମ୍ବାର ଭୁଲିଯିବା ରୋଗ ଅଛି ତେବେ ଏହି ପିଇଲେ ଏହା ରୋଗକୁ ମଧ୍ୟ ଠିକ କରିଦିଏ ।

2 – ହଳଦୀ ବାଲା ପାଣି ପିଇବା ଦ୍ଵାରା ଶରୀରରେ ଥିବା ଫୁଲା କମ ହୋଇଯାଏ। ଯଦି ଆପଣଙ୍କ ହାତ, ପାଦ କିମ୍ବା ଶରୀରର କୌଣସି ଅଙ୍ଗ କୌଣସି କାରଣ ବଶତଃ ଫୁଲିଯାଏ ତେବେ ହଳଦୀରେ ଉପସ୍ଥିତ ପୋଷକତତ୍ଵ ଏହି ଫୁଲା କୁ କମ କରିଦେଇଥାଏ।

3 – ଯଦି ଆପଣଙ୍କୁ ଆଣ୍ଠୁ ସନ୍ଧିରେ ପୀଡା ସମସ୍ୟା ଅଛି ତେବେ ପ୍ରତିଦିନ ଖାଲି ପେଟରେ ହଳଦୀ ବାଲା ପାଣିକୁ ପିଇଲେ ଆରାମ ମିଳିଥାଏ।

4 – ହଳଦୀ ବାଲା ପାଣି ପିଇବା ଦ୍ଵାରା ଲିଭର ମଜବୁତ ହୋଇଥାଏ। ଏହି ପାଣି ଆମର ଶରୀରରୁ ବିଷାକ୍ତ ତତ୍ଵକୁ ବାହାର କରିଦିଏଥେ ଯାହା ଦ୍ଵାରା ଲିଭରକୁ ସବୁବେଳେ ସ୍ଵସ୍ଥ ରହିବାରେ ସହାୟତା ହୋଇଥାଏ ।

5 – ହଳଦୀ ବାଲା ପାଣି ଆମର ବଢୁଥିବା ବୟସର ଲକ୍ଷଣ ଜେଭଳିକି ଚର୍ମ କୁଞ୍ଚିତ ହେବା, କେଶ ଧଳା ହେବ ଇତ୍ୟାଦି କମ କରିଦେଇଥାଏ।

6 – ହଳଦୀ ବାଲା ପାଣି ପିଇବା ଦ୍ଵାରା ଗଲବ୍ଳାଡର ସଠିକ ରୂପେ କାର୍ଯ୍ୟ କରିଥାଏ ଓ ଏହି ସମ୍ବନ୍ଧିତ କୌଣସି ରୋଗ ଉତ୍ପର୍ଣ୍ଣ ହୋଇପାରେ ନାହିଁ ।

7 – ହଳଦୀରେ ଆଣ୍ଟି ଅକସିଡାଣ୍ଟସ ତତ୍ଵ ଥାଏ ଯାହା କ୍ୟାନ୍ସରକୁ ସୃଷ୍ଟି କରୁଥିବା କୋଷିକାକୁ ନଷ୍ଟ କରିଦିଏ। ଅର୍ଥ ଯେଉଁ ଲୋକମାନେ ପ୍ରତିଦିନ ଖାଲି ପେଟରେ ହଳଦୀ ବାଲା ପାଣି ପିଅନ୍ତି ସେମାନଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମ ହୋଇଯାଏ।

Leave a Reply

Your email address will not be published. Required fields are marked *