November 16, 2024

Odia Express

Here, There and Everywhere

ଯଦି ଶନିଦେବ ସ୍ଵପ୍ନରେ ଦେଖାଦିଅନ୍ତି ତେବେ ବୁଝିଯାଆନ୍ତୁ ଯେ ଶୀଘ୍ର ଆପଣଙ୍କ ଜୀବନରେ….

ବନ୍ଧୁଗଣ ସବୁ ଭଗବାନଙ୍କ ମଧ୍ୟରେ ଶନିଦେବ ଏକ ଏପରି ଦେବତା ଅଟନ୍ତି ଯାହାଙ୍କୁ ଅରାଜି କରିବାର ଦୁଃସାହସ କୌଣସି ଭକ୍ତ କରିପାରିବେ ନାହିଁ। ଯଦି ଥରେ ଶନିଦେବ ଆପଣଙ୍କ ଉପରେ ରୁଷ୍ଟ ହୋଇଯାନ୍ତି ତେବେ ଆପଣଙ୍କ ଜୀବନରେ ଦୁଃଖର ବାଦଲ ଢାଙ୍କି ହୋଇଯିବାରେ ବିଳମ୍ବ ହୋଇନଥାଏ। ଯଦିଓ ଏକଥା ମଧ୍ୟ ସତ୍ୟ ଅଟେ ଯେ ଯଦି ଆପଣ ଥରେ ଶନିଦେବଙ୍କୁ ପ୍ରସନ୍ନ କରିଦିଅନ୍ତି ତେବେ ଜାଣନ୍ତୁ ଆପଣଙ୍କ ଜୀବନର ଅଧାରୁ ଅଧିକ ଚିନ୍ତା ଶେଷ ହୋଇଯିବ । ଏମିତିରେ ପ୍ରଶ୍ନ ଉଠେ ଯେ ଆପଣଙ୍କୁ ଏହା କିପରି ଜଣା ପଡିବ ଯେ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି କିମ୍ବା କ୍ରୋଧିତ ଅଟନ୍ତି? ଅନେକ ସମୟରେ ଆମେ ଅଜାଣତରେ ଏପରି ଭୁଲ କରିଦେଇଥାନ୍ତି ଯାହା ଆମର ଜ୍ଞାନ୍ତ ନଥାଏ। ଏମିତିରେ ଶନିଦେବ ଆପଣଙ୍କୁ ଭିନ୍ନଭିନ୍ନ ମାଧ୍ୟମରେ ସଂକେତ ଦେଇ ଏହି ଭୁଲର ଅନୁଭବ କରେଇଥାନ୍ତି।

ଆପଣ ସମସ୍ତେ ଶୋଇବା ସମୟରେ ସ୍ଵପ୍ନ ନିଶ୍ଚିତ ଦେଖୁଥିବେ। ଅନେକ ସମୟରେ ଏହି ସ୍ଵପ୍ନରେ ଆମେ ଅଦ୍ଭୁତ ଅଦ୍ଭୁତ ଜିନିଷ ଦେଖିଥାଉ। ଏମିତିରେ କିଛି ଜିନିଷର ସିଧା ସମ୍ବନ୍ଧ ଆପଣଙ୍କ ଜୀବନ ସହିତ ମଧ୍ୟ ଜଡିତ ଥାଏ। ଆଜି ଆମେ ଆପଣଙ୍କୁ ସ୍ଵପ୍ନରେ ଦେଖିଥିବା କିଛି ଏପରି ସଂକେତ ବିଷୟରେ ଜଣେଇବୁ ଯାହା ସ୍ଵୟଂ ଶନିଦେବ ନିଜର ଭକ୍ତକୁ ଦର୍ଶନ ଦେଇ କୌଣସି ଜିନିଷ ନିମନ୍ତେ ସତର୍କ କରିଦେଇଥାନ୍ତି ।

ସ୍ଵପ୍ନରେ ଆସି ଶନିଦେବ ଦେଇଥାନ୍ତି ଏହି ସଂକେତ – ଯଦି ଆପଣଙ୍କୁ ସ୍ଵପ୍ନରେ ଶନିଦେବ କଳା ମଇଁଷି ଉପରେ ବସିବାର ଦେଖାଦିଅନ୍ତି ତେବେ ବୁଝିଯାଅନ୍ତୁ ଆପଣଙ୍କ ଜୀବନରେ କୌଣସି ବହୁତ ବଡ ଦୁର୍ଘଟଣା ହେବାର ଅଛି। ଏହି ଦୁର୍ଘଟଣାକୁ ଟାଳିବା ନିମନ୍ତେ ଆପଣଙ୍କୁ ଶନି ମନ୍ଦିରକୁ ଯାଇ ତିଳ ତେଲ ଅର୍ପଣ କରିବା ଉଚିତ। ତାସହ ଆପଣ ଶନିବାର ଦିନ ଶନିଦେବଙ୍କ ନାମରେ ବ୍ରତ ମଧ୍ୟ ରଖନ୍ତୁ। ଏହା ବିପରୀତ ଯଦି ଆପଣାକୁ ସ୍ଵପ୍ନରେ କେବଳ କଳା ମଇଁଷି ଦେଖାଦେଇଥାଏ ଓ ଶନିଦେବ ଦେଖାଦିଅନ୍ତି ନାହିଁ ତେବେ ବୁଝିଯାଅନ୍ତୁ ଯେ ଏହି ଦୁର୍ଘଟଣା ଆପଣଙ୍କ ସହିତ ନୁହେଁ କିନ୍ତୁ ଆପଣଙ୍କ କୌଣସି ନିକଟତମ ସହିତ ହେବାର ଅଛି। ଏଭଳି ସ୍ଥିତିରେ ମଧ୍ୟ ଆପଣ ଏହି ଉପାୟ ଆପଣେଇ ନିଜର ନିକଟତର ମାନଙ୍କୁ କ୍ଷମା କରିବାର ବିନତି କରିଇପାରିବେ ।

ଯଦି ଆପଣ ସ୍ଵପ୍ନରେ କାଉକୁ ଦାନା ଖୁମ୍ପିବାର କିମ୍ବା ଭୋଜନ ଗ୍ରହଣ କରିବାର ଦେଖନ୍ତି ତେବେ ବୁଝିଯାଅନ୍ତୁ ଯେ ଆପଣଙ୍କୁ ଶୀଘ୍ର ଆର୍ଥିକ ଅନଟନରୁ ମୁକ୍ତି ମିଳିବାର ଅଛି। ଆପଣଙ୍କୁ ଜଣେଇଦେବୁ ଯେ କାଉ ଶନିଦେବଙ୍କ ବାହନ ଅଟେ ତେଣୁ ଦାନା ଖୁମ୍ପିବା ଦେଖିବାର ସଂକେତ ଅଟେ ଯେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଅଛି। ଯଦି ଆପଣ ଏହି କାଉ ସହିତ ଶନିଦେବଙ୍କୁ ମଧ୍ୟ ଦେଖନ୍ତି ତେବେ ଜାଣନ୍ତୁ ଯେ ଆପଣଙ୍କ ଭାଗ୍ୟ ଖୋଲିଯାଇଛି। ଶନିଦେବ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଟନ୍ତି ଓ ଶୀଘ୍ର ଆପଣଙ୍କୁ ବହୁତ ବଡ ଧନଲାଭ ହେବାର ଅଛି। ତେଣୁ ଆପଣଙ୍କୁ ଆବଶ୍ୟକ ଯେ ଆପଣ ଶନିଦେବଙ୍କ ପୂଜା ଆରାଧନାରେ କୌଣସି ଅଭାବ ରଖିବେ ନାହିଁ ଓ ତାଙ୍କୁ ସର୍ବଦା ପ୍ରସନ୍ନ ରଖିବେ ।

ଯଦି ଆପଣ ସ୍ଵପ୍ନରେ ନିଜକୁ ଶନିଦେବଙ୍କର ଆରାଧନା କରିବାର ଦେଖନ୍ତି କିମ୍ବା ଆପଣଙ୍କୁ ଶନିଦେବଙ୍କ ମନ୍ଦିର ଦେଖାଯାଏ କିମ୍ବା ତାଙ୍କର କୌଣସି ପ୍ରତିମା ସହିତ ଆପଣ ସ୍ଵୟଂକୁ ଠିଆ ହୋଇଥିବାର ଦେଖନ୍ତି ତେବେ ଜାଣନ୍ତୁ ଯେ ଶନିଦେବ ଆପଣଙ୍କୁ ସ୍ମରଣ କରେଇ ଦେଉଛନ୍ତି ଯେ ଆପଣଙ୍କ ପୂଜାପାଠରେ କୌଣସି ଅଭାବ ରହିଯାଉଛି। ତେଣୁ ଆପଣଙ୍କୁ ନିୟମିତ ରୂପେ ଶନିଦେବଙ୍କ ମନ୍ଦିର ଯାଇ, ତାଙ୍କୁ ତେଲ ଚଢେଇବା ଓ ତାଙ୍କର ଆରାଧନା କରିବା ଇତ୍ୟାଦି ଆରମ୍ଭ କରିବା ଉଚିତ। ଯଦି ଆପଣ ସଠିକ ସମୟରେ ଏହି ସବୁ ଆରମ୍ଭ କରନ୍ତି ତେବେ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହେବେ ନାହିଁ ।

Leave a Reply

Your email address will not be published. Required fields are marked *