June 23, 2025

Odia Express

Here, There and Everywhere

ମନ୍ଦୋଦରୀଙ୍କର ଏହି କାହାଣୀ ବିଷୟରେ ଆପଣ ଶୁଣିନଥିବେ, ପାର୍ବତୀଙ୍କ ଅଭିଶାପ କାରଣରୁ 12ବର୍ଷ ପର୍ଯ୍ୟନ୍ତ ବନିଥିଲେ ବେଙ୍ଗ – ଦେଖନ୍ତୁ କଣ ଥିଲା ଘଟଣା..

1 min read

ରାମାୟଣର କଥା ଆମେ ଛୋଟବେଳରୁ ଶୁଣିଆସୁଛେ ଓ ଏହାର ପ୍ରମୁଖ ପାତ୍ରଙ୍କ ବିଷୟରେ ଆମେ ଜାଣୁ ମଧ୍ୟ। କିନ୍ତୁ ରାମାୟଣରେ କିଛି ପାତ୍ର ଏଭଳି ମଧ୍ୟ ଥିଲେ ଯାହାଙ୍କର ଭୂମିକା ତ ବହୁତ ମହତ୍ଵପୂର୍ଣ୍ଣ ଥିଲା କିନ୍ତୁ ତାଙ୍କ ବିଷୟରେ ଲୋକଙ୍କୁ ଅଧିକ ସୂଚନା ହୋଇନାହିଁ । ଏପରି ଏକ ପାତ୍ର ଥିଲେ ମନ୍ଦୋଦରୀ, ଲଙ୍କାପତି ରାବଣର ପତ୍ନୀ ମନ୍ଦୋଦରୀଙ୍କ ବିଷୟରେ ଅଧିକାଂଶ ଲୋକଙ୍କୁ କିଛି ଖାସ ଜ୍ଞାନ ନାହିଁ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ନିଜର ବିଶେଷ ଆଲେଖ୍ୟରେ ମନ୍ଦୋଦରୀଙ୍କ ସହ ଜଡିତ ରୋଚକ ଏବଂ କିଛି ଅଶୁଣା କଥା ବିଷୟରେ ଜଣେଇବୁ।

ଯାହାଙ୍କୁ ଆପଣ ରାବଣନ ପତ୍ନୀଙ୍କ ରୂପରେ ଜାଣନ୍ତି ସେହି ମନ୍ଦୋଦରୀ ବିଗତ ଜନ୍ମରେ ଏକ ଅପ୍ସରା ଥିଲେ। ହଁ ଆଜ୍ଞା, ପୌରାଣିକ କଥା ଅନୁସାରେ, ଥରେ ମଧୁରା ନାମ ଏକ ସୁନ୍ଦର ଅପ୍ସରା ଦେବୀ ପାର୍ବତୀଙ୍କ ଅନୁପସ୍ଥିତିରେ କୈଲାଶ ପର୍ବତରେ ପହଞ୍ଚିଲା ଓ ସେଠାକୁ ଯାଇ ନିଜର ରୂପ ଓ କଳା ଦ୍ଵାରା ଭଗବାନ ଶିବଙ୍କୁ ଆକର୍ଷିତ କରିବାର ପ୍ରୟାସ କରିବାରେ ଲାଗିଲା। କିନ୍ତୁ ସେତେବେଳେ ଦେବୀ ପାର୍ବତୀ ସେଠାରେ ପହଞ୍ଚିଗଲେ ଓ ତାହାର ହରକତ କୁ ଦେଖି ସେହି ଅପ୍ସରାକୁ ଅଭିଶାପ ଦେଲେ ଯେ ସେ 12ବର୍ଷ ପର୍ଯ୍ୟନ୍ତ ବେଙ୍ଗ ରୂପରେ କୂଅରେ ରହିବ। ପରନ୍ତୁ ପରେ ଭଗବାନ ଶିବଙ୍କ ଆଗ୍ରହରେ ମାତା ପାର୍ବତୀ ନିଅର ଅଭିଶାପରୁ ରକ୍ଷା ପାଇବାର ବାଟ ବଟେଇଦେଲେ ଓ କହିଲେ ଯେ କଠୋର ତପ ପରେ ହିଁ ମଧୁରା ନିଜର ପ୍ରକୃତ ରୂପ କୁ ପ୍ରତ୍ୟାବର୍ତ୍ତନ କରିପାରିବ ।

ମାତା ପାର୍ବତୀଙ୍କ ଅଭିଶାପ ଦ୍ଵାରା ମଧୁରା ବେଙ୍ଗ ହୋଇଗଲା ଓ ତାଙ୍କର କହିବା ମୁତବକ ସେ ଶାପମୁକ୍ତି ନିମନ୍ତେ କଠୋର ତପସ୍ୟା କରିବାରେ ଲାଗିଲା… ଏହାର ଅନେକ ବର୍ଷ ବିତିବା ପରେ ଯେବେ ଅସୁରଙ୍କ ଦେବତା, ମୟାସୁର ଓ ତାଙ୍କର ଅପ୍ସରା ପତ୍ନୀ ହେମା ନାମକ ଏକ କନ୍ୟାର କାମନାରେ ତପସ୍ୟା କଲେ ତ ଏଥିମଧ୍ୟରେ ମଧୁରା ମଧ୍ୟ ନିଜର କଠୋର ତପସ୍ୟା ଦ୍ଵାରା ଶାପମୁକ୍ତ ହୋଇଗଲା । ଶାପମୁକ୍ତ ହୋଇ ମଧୁରା କୂଅ ରୁ ବାହାରିଲା ମୟାସୁର-ହେମା ଙ୍କୁ ନିଜର ସପସ୍ୟ ସାକାର ହେବା ନଜର ଆସିଲା ଓ ସେମାନେ ସେହି କ୍ଷଣ ମଧୁରାକୁ କନ୍ୟା ରୂପରେ ଗ୍ରହଣ କରିନେଲେ । ଏହାପରେ ମୟାସୁର ନିଜର ଗ୍ରହଣ କରାଯାଇଥିବା କନ୍ୟାର ନାମ ମନ୍ଦୋଦରୀ ରଖିଲା। ପରେ ଏହି ମନ୍ଦୋଦରୀ ରାବଣର ପତ୍ନୀ ହେଲେ ।

ରାବଣ ଓ ମନ୍ଦୋଦରୀଙ୍କ ବିବାହ ବିଷୟରେ ପୌରାଣିକ ମାନ୍ୟତା ଏହା ଯେ ଥରେ ଯେବେ ରାବଣ, ମୟାସୁର ସହିତ ସାକ୍ଷାତ କରିବାକୁ ଯାଇଥିଲା ତ ସେଠାରେ ତାଙ୍କର ସୁନ୍ଦର କନ୍ୟାକୁ ଦେଖି ମୋହିତ ହୋଇଗଲା ଓ ସେ ମନ୍ଦୋଦରୀଙ୍କୁ ବିବାହ କରିବାର ଇଚ୍ଛା ଜାହିର କଲା, କିନ୍ତୁ ମୟାସୁର ଏହି ପ୍ରସ୍ତାବକୁ ଅସ୍ଵୀକାର କରିଦେଲେ। କିନ୍ତୁ ସେଠାରେ ମନ୍ଦୋଦରୀ ଜାଣିଥିଲେ ଯେ ରାବଣ ଅହଙ୍କାରୀ ପ୍ରବୃତ୍ତି ସହିତ ବହୁତ ଶକ୍ତିଶାଳୀ ମଧ୍ୟ ଅଟେ, ଏଥିପାଇଁ ସେ ତାହାର ଭୟରେ ନିଜର ପିତାଙ୍କ ସୁରକ୍ଷା ନିମନ୍ତେ ତାହା ସହିତ ବିବାହ କରିବା ନିମନ୍ତେ ପ୍ରସ୍ତୁତ ହୋଇଗଲେ। ଏହି ବିବାହ ଦ୍ଵାରା ରାବଣ ଓ ମନ୍ଦୋଦରୀଙ୍କର ତିନି ପୁତ୍ର ହେଲେ, ଅକ୍ଷୟ କୁମାର, ମେଘନାଦ ଓ ଅତିକାୟ ।

ମନ୍ଦୋଦରୀ ଏକ ପତିବ୍ରତା ନାରୀ ଥିଲେ କିନ୍ତୁ ସେ ଜାଣିଥିଲେ ଯେ ତାହାର ସ୍ଵାମୀ ଭୁଲ ମାର୍ଗରେ ଚାଲୁଛନ୍ତି ଓ ଯେବେ ରାବଣ ମାତା ସୀତାଙ୍କୁ ହରଣ କରି ଲଙ୍କା ନେଇ ଆସିଲେ ତ ମନ୍ଦୋଦରୀ ସୀତାଙ୍କୁ ଫେରେଇବା ନିମନ୍ତେ ରାବଣଙ୍କୁ ନିବେଦନ କଲେ କିନ୍ତୁ ଅହଙ୍କାରୀ ରାବଣ ନିଜର ପତ୍ନୀଙ୍କର କୌଣସି କଥା ଶୁଣିନଥିଲେ। ଯଦିଓ ଯେବେ ତାହାର ପରିଣାମ ସ୍ୱରୂପ ଯୁଦ୍ଧ ହେଲା ତ ମନ୍ଦୋଦରୀ ଏକ ପତିବ୍ରତା ସ୍ତ୍ରୀର ଧର୍ମ ପାଳନ କରିବାକୁ ଯାଇ ରାବଣର ବିଜୟ କାମନା କରିଥିଲେ ।

ମନ୍ଦୋଦରୀଙ୍କ ସମ୍ବନ୍ଧରେ ଏକ କିମ୍ବଦନ୍ତୀ ଏହା ମଧ୍ୟ ପ୍ରଚଳିତ ଅଛି ଯେ ରାବଣର ମୃତ୍ୟୁ ପରେ ମନ୍ଦୋଦରୀଙ୍କର ବିବାହ ବିଭୀଷଣ ସହିତ ହୋଇଥିଲା। ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ ରାବଣ ଓ ତାହାର ପୁତ୍ର ମାନଙ୍କର ଅନ୍ତ ହେବାପରେ ଶୋକରେ ମନ୍ଦୋଦରୀ ନିଜକୁ ମହଲ ମଧ୍ୟରେ ବନ୍ଦୀ କରି ରଖିଥିଲେ। ଏହି ସମୟରେ ରାବଣର ଭାଇ ବିଭୀଷଣ ଲଙ୍କାର ରାଜଗାଦି ସମ୍ଭାଳୁ ଥିଲେ। କିଛି ବର୍ଷ ପରେ ମନ୍ଦୋଦରୀ ନିଜର ମହଲରୁ ବାହାରକୁ ଆସିଲେ ଓ ବିଭୀଷଣଙ୍କ ସହିତ ବିବାହ କରିବା ନିମନ୍ତେ ରାଜି ହେଲେ। ବିବାହ ପରେ ମନ୍ଦୋଦରୀ ଓ ବିଭୀଷଣ ଏକତ୍ର ମିଶି ଲଙ୍କାର ସାମ୍ରାଜ୍ୟକୁ ସମ୍ଭାଳିଥିଲେ ।

Leave a Reply

Your email address will not be published. Required fields are marked *