ଲକଡାଉନ: ଗାଁକୁ ଫେରି ଆସିଲା ପୁରୁଣା ଦିନ, ଜିନିଷ ବଦଳରେ ହେଉଛି କାମ – ଟଙ୍କାର ଦରକାର ପଡୁନାହିଁ…
କୋରୋନା କାରଣରୁ ଲକଡାଉନରେ କଷ୍ଟେମଷ୍ଟେ ଫେରିଥିବା ଲୋକଙ୍କୁ ନିଜର ଗ୍ରାମ ବଦଳି ଯାଇଥିବା ଦେଖାଯାଉଛି। ତାଙ୍କର ପକେଟରେ ତ ଟଙ୍କା ନାହିଁ ଗ୍ରାମରେ ଏବେ ତାହାର ଆବଶ୍ୟକତା ମଧ୍ୟ ନାହିଁ। ଗ୍ରାମର ଦେବାନେବା ଏବେ ଅଦଳବଦଳ ଦ୍ଵାରା ଚାଲିଛି। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା ଲକଡାଉନ ସମୟର ବିହାର ଅଟେ। ଗ୍ରାମରେ ଦେବାନେବାର ବ୍ୟବସ୍ଥା ବଦଳି ଯାଇଛି। ଲୋକଙ୍କ ଜୀବନ ଦଶକ ପୁରାତନ ସମୟକୁ ଫେରିଆସିଛି। କିଏ ମକା ଦେଇ ଆଳୁ ଦେଉଛି ତ କିଏ ପରିବା ବଦଳରେ କ୍ଷୀର । ଏହି ବ୍ୟବସ୍ଥା ଗ୍ରାମରେ ରହୁଥିବା ନୂତନ ପିଢୀ ନିମନ୍ତେ ମଧ୍ୟ ନୂଆ ଅଟେ। ଏହି ପ୍ରକାରର ବ୍ୟବସାୟ ତ ନଜାଣେ କେତେ ଦଶକ ପୂର୍ବରୁ ବନ୍ଦ ହୋଇସାରିଛି। ପରନ୍ତୁ କୋରୋନା ଗ୍ରାମ ମାନଙ୍କର ଅର୍ଥଶାସ୍ତ୍ର ବଦଳେଇ ଦେଇଛି।
ନଗଦ ଦ୍ଵାରା କାରବାର ଏକ ପ୍ରକାର ବନ୍ଦ ହୋଇଯାଇଛି ।
ପୂର୍ବ ବିହାରର ଅନେକ ଗ୍ରାମରେ ଆଜିକାଲି ମୁଦ୍ରାର ଏହି ନୂତନ ବ୍ୟବସ୍ଥା ଚାଲୁଅଛି । ନୀତିଦିନିଆ ଜୀବନର ଆବଶ୍ୟକତାକୁ ପରସ୍ପର ଦେବାନେବା ଦ୍ଵାରା ପୂରଣ କରାଯାଉଛି। ନଗଦ ବି ଆସିବ କେଉଁଠାରୁ? କାମ ବନ୍ଦ ଅଛି, ମଜୁରି ମିଳୁନାହିଁ । ଚାଷ କାର୍ଯ୍ୟ ମଧ୍ୟ ବନ୍ଦ ଅଛି। କ୍ଷେତ କରୁଥିବା କୃଷକ କହୁଛନ୍ତି, ଟଙ୍କା ନନେଇ ବଦଳରେ ଧାନ, ମକା କିମ୍ବା କୌଣସି ଅନ୍ୟ ସାମଗ୍ରୀ ନିଅ। ବିହାରର ଜନସଂଖ୍ୟା ପ୍ରାୟ 10କୋଟି ଅଟେ ଯେଉଁଥିରୁ 90ପ୍ରତିଶତ ଲୋକ ଗ୍ରାମରେ ରହନ୍ତି। ରାଜ୍ୟରେ 199 ସହର ଅଛି ତ ପ୍ରାୟ 40000ଗ୍ରାମ। ସହର ହେଉ କିମ୍ବା ଗ୍ରାମ, ପ୍ରାୟ 33ପ୍ରତିଶତ ଲୋକ ଦାରିଦ୍ର୍ୟରେଖା ତଳେ ବାସ କରୁଛନ୍ତି। ତା ଉପରେ ଦେଶର ଲକଡାଉନରେ ଘରୁ ବାହାରକୁ ବାହାରି ଆୟ କରିବା ମଧ୍ୟ କଷ୍ଟ ଅଟେ ।
ସହରସା ଜିଲ୍ଲାର ଫରାକିଆ ଗ୍ରାମର 91ବର୍ଷର ନାଗୋ ଯାଦବ କୁହନ୍ତି, “ ପୁରାତନ ସମୟ ଫେରି ଆସିଛି। ଭାବିନଥିଲି ପୁଣି ଏପରି ହେବ”। ତାଙ୍କର ବୃଦ୍ଧ ଆଖି ପୂର୍ବ ସମୟ ମଧ୍ୟ ଦେଖିଛି । ଅତୀତ ର ତୁଳନା ସେ ବର୍ତ୍ତମାନ ସହିତ କରୁଛନ୍ତି। କୁହନ୍ତି ଯେ “ ତିନି ଚାରି ଦିନ ପୂର୍ବର କଥା, ପଡୋଶୀର ରମସଖୀ ଦେବୀଙ୍କୁ କିଛି ଘରୋଇ ସାମଗ୍ରୀ କ୍ରୟ କରିବାର ଥିଲା। ତାଙ୍କ ପାଖରେ ନଗଦ ନଥିଲା କାରଣ ଦଶବାର ଦିନରୁ କୌଣସି କାମ ମିଳିନଥିଲା। ହଁ ଘରେ ଦୁଇ ଚାରି ମହଣ ମକା ଥିଲା। କିଏ ଜଣେ କହିଲା ଗ୍ରାମର ଦୋକାନରୁ ମକା ବଦଳରେ ସାମଗ୍ରୀ ନେଇଆସ। ପ୍ରଥମେ ତ ସେ ଇତହସ୍ତତ ହେଲେ କିନ୍ତୁ ଯେବେ ଦୋକାନକୁ ଗଲେ ତ ଦେଖିଲେ କିଛି ଅନ୍ୟ ଲୋକମାନେ ମଧ୍ୟ ସେହି ପ୍ରକାର ଘରୁ ଚାଉଳ, ପରିବା, ଗହମ ଆଣି ଆସିଥିଲେ ଓ ତା ବଦଳରେ ଗୁପ୍ତା ମହାଶୟଙ୍କ ଦୋକାନରୁ ନିଜର ଆବଶ୍ୟକୀୟ ସାମଗ୍ରୀ ନେଇଯାଉଥିଲେ। “ ସେ ଦୀର୍ଘ ନିଶ୍ଵାସ ନେଲେ ଓ ପୁଣି କହିଲେ, “ପୁରୁଣା ଦିନ ଫେରି ଆସିଛି। ବିହାରରେ ଅନେକ ଗ୍ରାମରେ ଏହିଭଳି ସ୍ଥିତି ଅଛି । “
ଗ୍ରାମର ଅର୍ଥଶାସ୍ତ୍ର ବୁଝେଇବାକୁ ଯାଇ 84ବର୍ଷୀୟ ଅବଧ ବିହାରୀ ଚୌଧୁରୀ କୁହନ୍ତି ଯେ ନଗଦ କାରବାର ତ ଠପ ହୋଇଯାଇଛି। ଗମନାଗମନ ବନ୍ଦ ଅଛି, ଛୋଟ କୃଷକ ଓ ପ୍ରତିଦିନ ଆୟ କରି ଚଳୁଥିବା ଲୋକଙ୍କ ସମ୍ମୁଖରେ ବଡ ସଙ୍କଟ ଉଭା ହୋଇଛି। ଘରେ ରଖିଥିବା ଅନ୍ନ କିମ୍ବା ଶସ୍ୟର ସାହାରା ଅଟେ। କୁହନ୍ତି,“ବସ୍ତୁ ବିନିମୟ ଦ୍ଵାରା ହିଁ ଗ୍ରାମରେ କାମ ଚାଲୁଅଛି । କାହା ପାଖରେ କ୍ଷୀର ଅଛି ତ କାହା ପାଖରେ ପରିବା , କାହା ପାଖରେ ଆଳୁ ଅଛି ତ କାହା ପାଖରେ କିଛି ଅନ୍ୟ। ଅଦଳବଦଳର ସମୟ ଆସିଯାଇଛି। “ସେଠାରେ ଥିବା 43ବର୍ଷର ରାମେଶ୍ଵର ପାସ୍ଵାନ କୁହନ୍ତି ଯେ, “ଏହି ଋତୁରେ ପିଲାମାନେ ଘରୁ ଧାନ ଗହମ ଆଣି ବଦଳରେ ବରଫ ବାଲା ଠାରୁ ବରଫ ନେଉଥିଲେ କିନ୍ତୁ ଏବେ ତ ଲାଗୁଛି ଯେ , ଗ୍ରାମରେ ବହୁତ କିଛି ଅଦଳବଦଳ ଦ୍ଵାରା ଚାଲୁଅଛି ।
ପୁରୁଣା ସମୟରେ ବିହାରର ଗ୍ରାମରେ ଏହି ବ୍ୟବସ୍ଥା ଥିଲା। କେହି କିଛି ଉତ୍ପନ୍ନ କରୁଥିଲା ତ କିଏ କିଛି ଅଲଗା। ସେମାନେ ପରସ୍ପର ମଧ୍ୟରେ ସାମଗ୍ରୀ ଅଦଳବଦ କରୁଥିଲେ। ଏଥିପାଇଁ ସେମାନେ ଗ୍ରାମ ବାହାରକୁ ମଧ୍ୟ ଯାଉନଥିଲେ। ବିନିମୟର ଏହି ବ୍ୟବସ୍ଥାରେ ସମସ୍ତେ ପରସ୍ପର ଉପରେ ଆଶ୍ରିତ ଥିଲେ। ସତରେ, କୋରୋନାର ଯୁଗରେ ଗ୍ରାମରେ ସହଯୋଗର ଭାବନା ବଢିଯାଇଛି ନହେଲେ ଗ୍ରାମ ମଧ୍ୟ ସହର ଭଳି ଚାଲିବାରେ ଲାଗିଥିଲା। ଲୋକଙ୍କୁ ଜେଭଳି କାହାର ଆବଶ୍ୟକତା ମଧ୍ୟ ନଥିଲା। ଏବେ ଲୋକମାନେ ପୁଣିଥରେ ପରସ୍ପର ପ୍ରତି ସହଯୋଗ କରୁଛନ୍ତି, ଆପଣାର ଭାବୁଛନ୍ତି ଏପରି କାହିଁକି ହେଉଛି? ଗ୍ରାମରେ ଥିବା ଲୋକନକ ଜୀବନ କିପରି ଚାଲିବ?
ସରକାର ବିପିଏଲ ସୂଚୀରେ ସାମିଲ ଅତ୍ୟନ୍ତ ଗରିବ ଲୋକଙ୍କ ନିମନ୍ତେ ନଗଦ ଟଙ୍କା ଓ ଶସ୍ୟ ଦେଉଛନ୍ତି। ବିହାର ସରକାରଙ୍କ ସୂଚୀରେ ଏଭଳି ପ୍ରାୟ ଏକ କୋଟି 68ଲକ୍ଷ ପରିବାର ଅଛନ୍ତି ଯେଉଁମାନେ ରେସନ କାର୍ଡଧାରୀ ଅଟନ୍ତି। ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ଏହି ପରିବାରର ଆଠ କୋଟି ଚଉଷଠି ଲକ୍ଷ ଲୋକଙ୍କୁ ସରକାରୀ ସହାୟତା ମିଳୁଛି। ସମସ୍ୟା ସେହି ଲୋକଙ୍କୁ ଅଧିକ ବଡ ଅଟେ ଯାହା ପାଖରେ ରେସନ କାର୍ଡ ମଧ୍ୟ ନାହିଁ । ଏହାସହିତ ସେହି ଲୋକ ମଧ୍ୟ ହଇରାଣ ହେଉଛନ୍ତି ଯାହାର ଜୀବନ ସେହି ପରିଜନଙ୍କ ନଗଦ ଦ୍ଵାରା ଚଳୁଥିଲା ଯିଏ ବିଦେଶରେ ଆୟ କରି ନିଜର ଘରଲୋକଙ୍କ ପାଖକୁ ଟଙ୍କା ପଠାଉଥିଲେ । ଏବେ ଏହି କୋରୋନାର ସଙ୍କଟରେ ମଧ୍ୟ ସେମାନେ ବି ତ ନିଜର ଲୋକଙ୍କ ପାଖକୁ ଫେରି ଆସିଛନ୍ତି। ଏଠାରେ କିଛି କରିବାର ତ ନାହିଁ , ନହେଲେ ତ ବାହାରକୁ କାହିଁକି ଯାନ୍ତେ।