June 26, 2025

Odia Express

Here, There and Everywhere

କେବଳ ‘ସୀତା ହରଣ’ ହିଁ ନୁହେଁ, ପରନ୍ତୁ ଏହି କାରଣରୁ ମଧ୍ୟ ହୋଇଥିଲା ରାବଣ ର ବଧ, ବହୁତ କମ ଲୋକ ଜାଣନ୍ତି ଏହି କଥା…

ଯଦି ଆପଣଙ୍କୁ ପଚରାଯାଏ ଯେ ରାବଣର ବଧ କାହିଁକି ହୋଇଥିଲା? ତେବେ ଆପଣଙ୍କ ଉତ୍ତର ଏହା ହେବ ଯେ ସେ ସୀତାଙ୍କ ହରଣ କରିଥିଲା, ଯେଉଁ କାରଣରୁ ତାର ବଧ ହେଲା, କିନ୍ତୁ ଏହା ପଛରେ ଅନେକ ଅନ୍ୟ କାରଣ ରହିଛି। ପ୍ରକୃତରେ ରାବଣର ବଧ ପଛରେ ସୀତା ହରଣ ହିଁ ନୁହେଁ, ପରନ୍ତୁ ଅନେକ କାରଣ ରହିଛି, ଯାହାର ଘଟଣାବଳୀ ଶାସ୍ତ୍ରରେ ମଧ୍ୟ କରାଯାଇଛି। ତେବେ ଆଜି ଆମେ ପଣଙ୍କୁ ଜଣେଇବୁ ଯେ ରାବଣ ବଧ ଅନ୍ୟ କେଉଁ କାରଣରୁ ହୋଇଛି।

ଏ କଥା ସେହି ସମୟରେ ଅଟେ, ଯେବେ ଭଗବାନ ଶିବଙ୍କ ଠାରୁ ରାବଣକୁ ବରଦାନ ମିଳିଥିଲା ଓ ଶକ୍ତିଶାଳୀ ଖଡ୍ଗ ପ୍ରାପ୍ତ ହେବା ପରେ ସେ ଆହୁରି ଅଧିକ ଅହଙ୍କାରୀ ହୋଇଯାଇଥିଲା। ଶେଷରେ ଏହି ଅହଂକାର ତାହାର ଅନ୍ତ ର କାରଣ ହେଲା। ଥରେକ ରାବଣ ପୃଥିବୀର ଭ୍ରମଣ କରିବା ସମୟରେ ହିମାଳୟର ଜଙ୍ଗଲକୁ ଆସିଗଲା। ସେଠାରେ ତାକୁ ଗୋଟିଏ ସୁନ୍ଦରୀ କନ୍ୟା ଦୃଶ୍ୟ ହେଲା, ଯିଏ ତପସ୍ୟାରେ ଲୀନ ଥିଲା। କନ୍ୟାକୁ ତପସ୍ୟାରେ ଲୀନ ଦେଖି ରାବଣର ଆତତାୟୀ ରାକ୍ଷସ ରୂପ ଜାଗ୍ରତ ହେଲା ଓ ସେ ସେହି କନ୍ୟାର ତପସ୍ୟାକୁ ଭଙ୍ଗ କରିବାକୁ ଚାହିଁଲା ।

ରାବଣ, ସେହି ରୂପବତୀ କନ୍ୟାର ତପସ୍ୟାକୁ ଭଙ୍ଗ କରି ତାହାର ପରିଚୟ ଜାଣିବାକୁ ଚାହୁଁଥିଲା। ସେ ସେହି ସମୟ କାମବାସନାରେ ପୂର୍ଣ୍ଣ ଥିଲା ଓ କିଛି ଆଚମ୍ଭିତ ପ୍ରଶ୍ନ କରୁଥିଲା। ଏହି ପ୍ରଶ୍ନ ସବୁ ଶୁଣି ସେହି କନ୍ୟା ନିଜର ପରିଚୟ ଦେବାକୁ ଯାଇ ରାବଣକୁ କହିଲା, ହେ ରାକ୍ଷସ ରାଜ ମୋର ନାମ ବେଦବତୀ ଅଟେ। ମୁଁ ପରମ ତେଜସ୍ବୀ ମହର୍ଷି କୁଶଧ୍ଵଜଙ୍କର ପୁତ୍ରୀ ଅଟେ।

ବେଦବତୀ ରାବଣକୁ କହିଲା ଯେ ମୋର ବୟସ ହେବା ପରେ ମୋତେ ଦେବତା, ଗନ୍ଧର୍ବ, ଯକ୍ଷ, ରାକ୍ଷସ, ନାଗ ସମସ୍ତେ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ,ମୋର ପିତା କୁଶଧ୍ଵଜଙ୍କର ଇଚ୍ଛା ଥିଲା ଯେ ମୋର ସ୍ଵାମୀ ସ୍ଵୟଂ ଶ୍ରୀବିଷ୍ଣୁ ହୁଅନ୍ତୁ। ମୋର ପିତାଙ୍କ ଏହି ଇଚ୍ଛା ଶୁଣି ଶମ୍ଭୁ ନାମକ ଦୈତ୍ୟ କ୍ରୋଧରେ ମୋର ପିତାଙ୍କର ରାତ୍ରରେ ଶୟନ କରିବା ସମୟରେ ହତ୍ୟା କରିଦେଲା। ତାପରେ ମୋର ମତା ପିତାଙ୍କ ବିୟୋଗରେ ଜ୍ଵଳନ୍ତ ଚିତା ରେ ଲମ୍ଫ ଦେଇ ପ୍ରାଣ ବିସର୍ଜନ କରିଦେଲେ। ଏହି କାରଣରୁ ଏବେ ମୁଁ ନିଜର ପିତାଙ୍କର ଅନ୍ତିମ ଇଚ୍ଛାପୂର୍ତ୍ତି ନିମନ୍ତେ ତପସ୍ୟା କରୁଛି ।

ବେଦବତୀ ରାବଣକୁ ଆହୁରି କହିଲେ ଯେ ମୁଁ ଏହି ତପସ୍ୟାକୁ ପୂର୍ଣ୍ଣ କରି ନିଜର ପିତାଙ୍କ ଇଚ୍ଛା ପୂରଣ କରିବି। ଏତିକି ନୁହେଁ, ସେହି ସୁନ୍ଦର ସ୍ତ୍ରୀ ଏହା ମଧ୍ୟ କହିଦେଲା ଯେ ମୁଁ ନିଜର ତପସ୍ୟା ବଳରେ ଆପଣଙ୍କ କୁପ୍ରବୃତ୍ତିକୁ ଜାଣିସାରିଛି। ଏତିକି ଶୁଣିବା ମାତ୍ରେ ଅହଙ୍କାରୀ ରାବଣ କ୍ରୋଧ ପୂର୍ଣ୍ଣ ହୋଇଗଲା ଓ ନିଜର ଦୁଇ ହାତରେ ସେହି କନ୍ୟାର କେଶ ଧରି ନିଜ ଆଡକୁ ଟାଣିବାକୁ ଲାଗିଲା। ନିଜର ପୀଡା କାରଣରୁ ବେଦବତୀ ରାବଣକୁ ଅଭିଶାପ ଦେଲା ।

ବେଦବତୀ ରାବଣକୁ ଏହି ଶାପ ଦେଲା ଯେ ତୋର ବଧ ନିମନ୍ତେ ମୁଁ ପୁଣିଥରେ ଜନ୍ମ ନେବି ଓ ଏତିକି କହି ସେ ଅଗ୍ନିରେ ଲୀନ ହୋଇଗଲା। ରାବଣ ସଂହିତାରେ ଏହା ଉଲ୍ଲେଖ ଅଛି ଯେ ନିଜର ଦ୍ଵିତୀୟ ଜନ୍ମରେ ସେହି ତପସ୍ଵିନୀ ସୁନ୍ଦରୀ କନ୍ୟା ଗୋଟିଏ ସୁନ୍ଦର କମଳରୁ ଉତ୍ପନ୍ନ ହେଲା ଓ ଯାହାର ସଂପୂର୍ଣ୍ଣ କାୟା କମଳ ପରିକା ଥିଲା। ଏହି ଜନ୍ମରେ ମଧ୍ୟ ରାବଣ ପୁଣିଥରେ ସେହି କନ୍ୟାର ହରଣ କରିବାକୁ ଚାହିଁଲା ଓ ନିଜର ଶକ୍ତି କାରଣରୁ କନ୍ୟାକୁ ନିଜର ମହଲକୁ ନେଇୟାଶୀଳ। ମହଲରେ ଉପସ୍ଥିତ ଜ୍ୟୋତିଷଗଣ ସେହି କନ୍ୟାକୁ ଦେଖିଲେ ଓ ରାବଣକୁ କହିଲେ, ଯଦି ଏହି କନ୍ୟା ଏହି ମହଲରେ ରହିବ ତେବେ ଅବଶ୍ୟ ଆପଣଙ୍କ ମୃତ୍ୟୁର କାରଣ ହେବ। ଏହି କଥା ଶୁଣି ରାବଣ ସେହି କନ୍ୟାକୁ ସମୁଦ୍ରରେ ଫିଙ୍ଗିଦେଲା ।

ତାପରେ ଏହି କନ୍ୟା ପୃଥିବୀରେ ପହଞ୍ଚିଲା ଓ ରାଜା ଜନକଙ୍କ ହଳ ଯୋଚା ଯିବା ପରେ ତାଙ୍କର ପୁତ୍ରୀ ରୂପରେ ପ୍ରକଟ ହେଲା। ଶାସ୍ତ୍ର ଅନୁଯାୟୀ କନ୍ୟାର ଏହି ରୂପ ରାବଣ ବଧ ର କାରଣ ହେଲା ।

Leave a Reply

Your email address will not be published. Required fields are marked *