June 23, 2025

Odia Express

Here, There and Everywhere

କରୋନା ସଙ୍କଟରେ ସାହାଯ୍ୟ କରିବାକୁ ଆଗକୁ ମାଡି ଆସିଲେ ଏହି ଦାନବୀର ମାନେ – କରିଲେ ଏତେ କୋଟି ତାଙ୍କର ସାହାଯ୍ୟ – ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ..

1 min read

କରୋନା ଜୀବାଣୁରେ ପୀଡିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ପୃଥିବୀର କୌଣସି ଦେଶ ଏଥିରୁ ରକ୍ଷା ପାଇବାରେ ସକ୍ଷମ ହୋଇ ନାହାଁନ୍ତି। ଏହି ରୋଗ ହେତୁ ମୋଟ ୧ ଲକ୍ଷ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି, ୨୦ ଲକ୍ଷରୁ ଅଧିକ ଲୋକ ଏହାର ଅଧୀନରେ ଅଛନ୍ତି। ଭାରତ ମଧ୍ୟ କରୋନା ଦ୍ୱାର ଶିକାର ହେବାରେ ଲାଗିଛି |ସାରା ଦେଶରେ ଲକ ଡାଉନ ପଡିଛି | ତେବେ ଏହି ଲକ ଡାଉନ ମେ ୩ ଯାଏ ବୃଦ୍ଧି କର ଯାଇଛି | ତେବେ ଏହି ସମୟରେ ଅନେକ ବଡ଼ ବଡ ଧନୀ ଲୋକ ଏହି କାରଣ ମୁକାବିଲାର ସାମ୍ନା କରିବା ପାଇଁ ଆଗକୁ ମାଡି ଆସିଛନ୍ତି | ତେବେ ଆଜି ଚାଲନ୍ତୁ ଜାଣିବା କିଏ କେତେ ଟଙ୍କା ଦାନ କରିଛନ୍ତି

ମୁକେଶ ଅମ୍ବାନୀ – ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମହାରାଷ୍ଟ୍ରର ସିଏମ୍ ରିଲିଫ୍ ପାଣ୍ଠିରେ ୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହା ବ୍ୟତୀତ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ସାରା ଦେଶରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛି। ଏହା ବ୍ୟତୀତ ଅମ୍ବାନୀ କରୋନା ଜୀବାଣୁ ପୀଡିତଙ୍କ ପାଇଁ ଏକ ଡାକ୍ତରଖାନା ମଧ୍ୟ ସ୍ଥାପନ କରିଛନ୍ତି। ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି।

ରତନ ଟାଟା – ତେବେ ଯେତେବେଳେ ଦେଶ କୌଣସି ଅସୁବିଧାର ସମ୍ମୁଖୀନ ହେଇଥାଏ ସେ ସମୟରେ ଯେଉଁ ଲୋକ ସବୁଠୁ ଆଗରେ ସାହାଯ୍ୟ କରିବା ଆଇଁ ଆସନ୍ତି ସେ ହେଉଛନ୍ତି ରତନ ଟାଟା | ସେ ୧୫୦୦ କୋଟି ଟଙ୍କାର ସାହାଯ୍ୟ କରିଛନ୍ତି କରୋନା ମୁକାବିଲା କରିବା ପାଇଁ

ଅନିଲ ଅଗ୍ରୱାଲ – ମହାମାରୀର ମୁକାବିଲା ପାଇଁ ଭାରତରେ ବେଦାନ୍ତ ଗୋଷ୍ଠୀର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ତାଙ୍କ ତରଫରୁ ୧୦୦ କୋଟି ଦେବା ପାଇଁ ଘୋଷଣା କରିଛନ୍ତି

ଆନନ୍ଦ ମହିନ୍ଦ୍ରା – ମହିନ୍ଦ୍ରା କମ୍ପାନୀ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଦରମା କରୋନା ସଂଯୁକ୍ତ ପାଣ୍ଠିରେ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସହକର୍ମୀମାନଙ୍କୁ ମଧ୍ୟ ଏହା କରିବାକୁ ଅନୁରୋଧ କରିଛନ୍ତି।ଏହା ବ୍ୟତୀତ ସେ ଡାକ୍ତରଖାନା ଭାବରେ ବ୍ୟବହାର ପାଇଁ ନିଜର ମହିନ୍ଦ୍ରା ହଲିଡେ ରିସର୍ଟ ଖୋଲିବାକୁ ମଧ୍ୟ କହିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କ କାରଖାନାଗୁଡ଼ିକରେ କରୋନା ଭାଇରସ ପୀଡିତଙ୍କ ପାଇଁ ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ବିଲ୍ ଗେଟ୍ସ – ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏସିଆ ଏବଂ ଆଫ୍ରିକାର କରୋନା ଔଷଧ ଏବଂ ଡାକ୍ତରଖାନା ପାଇଁ 750 କୋଟି ଦେବା ପାଇଁ ଘୋଷଣା କରିଛନ୍ତି

ଆଦାନୀ ଜିନ୍ଦଲ ଦେଇଥିବା 100 କୋଟି : ଆଦାନୀ ଗ୍ରୁପ୍‌ର ମୁଖ୍ୟ ଆଦାନୀ ଏବଂ କିମ୍ବଦନ୍ତୀ ଇସ୍ପାତ କମ୍ପାନୀ ଜେଏସଡବ୍ଲୁ ଗ୍ରୁପର ମୁଖ୍ୟ ସଜନ ଜିନ୍ଦଲ 100-100 କୋଟି ଟଙ୍କା ଦାନ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉଦୟ କୋଟାକ୍ ଦ୍ୱାରା 60 କୋଟି ଟଙ୍କା ଦାନ କରାଯାଇଛି। ସେହିଭଳି କଲ୍ୟାଣ ଜୁଏଲର୍ସ 10 କୋଟି ଏବଂ ମୋତିଲାଲ ଓସୱାଲ 5 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ଅକ୍ଷୟ କୁମାର – ତେବେ ସାରା ଦେଶର ଲୋକ ପ୍ରକୁତିକ ବିପର୍ଯ୍ୟରେ ଲୋକଙ୍କ ପାଖରେ ସବୁବେଳେ ଠିଆ ହେଉଥିବା ହିରୋ ଅକ୍ଷୟ କୁମାର | ସେ ଏହି କରୋନା ମୁକାବିଲା ପାଇଁ ସର୍ବପ୍ରଥମେ ସାହାଯ୍ୟ ର ହାତ ବଢ଼େଇଥିଲେ | ତେବେ ସେ ୨୫ କୋଟି ଟଙ୍କା ଦାନ କରିଥିଲେ

Leave a Reply

Your email address will not be published. Required fields are marked *