June 20, 2025

Odia Express

Here, There and Everywhere

ଏହି ଜିନିଷକୁ କେବଳ ସପ୍ତାହରେ 2 ଥର ଲଗାନ୍ତୁ, ଏତେ ଲମ୍ବା କେଶ ହେବ ଯେ ଲୋକେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଗୋଟିଏ ଯୁଗ ଥିଲା ଯେବେ ରାସ୍ତାକୁ ବାହାରିଲା ମାତ୍ରେ ଆମକୁ ଅନେକ ଦୀର୍ଘ କେଶବତୀ ଝିଅମାନେ ଦୃଶ୍ୟ ହେଉଥିଲେ। କିନ୍ତୁ ଆଜିର ସମୟରେ କେବଳ ହତଗଣତି ଝିଅ ଏପରି ଅଛନ୍ତି ଯେଉଁମାନଙ୍କ କେଶ ଅଧିକ ଲମ୍ବା ହୋଇଥାଏ। କେଶର ଦୀର୍ଘତା କମିବାର ଆଉ ଏକ କାରଣ ଆଜିର ଖରାପ କିମ୍ବା ଯତ୍ନହୀନ ଜୀବନଶୈଳୀ । ମୁଖ୍ୟତଃ ଆଜିର ଯୁବପିଢୀ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ବିଲକୁଲ ଦେଉନାହାନ୍ତି । ଆଜିକାଲି ଲୋକମାନେ ବାହାରର ଫାଷ୍ଟଫୁଡ ଅଧିକ ଓ ଫଳ ପନିପରିବା କମ ଖାଇବାକୁ ପସନ୍ଦ କରୁଛନ୍ତି। ଏହି ଅଭ୍ୟାସ କାରଣରୁ କେଶକୁ ଜରୁରୀ ପୋଷକ ତତ୍ଵ ମିଳିପାରେ ନାହିଁ ଓ ସେମାନେ ଅଧିକ ବଢିପାରନ୍ତି ନାହିଁ। ଏହା ବ୍ୟତୀତ ବଢୁଥିବା ପ୍ରଦୂଷଣ ଓ କେଶର ଯତ୍ନ ନକରିବା କାରଣରୁ ଏମାନଙ୍କ ଝଡିବା ମଧ୍ୟ ଅଧିକ ହୋଇଯାଏ।

ଅନେକ ଲୋକ ଟିଭିରେ ବିଜ୍ଞାପନ ଦେଖି ଭିନ୍ନ ଭିନ୍ନ ପ୍ରକାରର ହେୟାର ପ୍ରଡ଼କ୍ଟ ମଧ୍ୟ ବ୍ୟବହାର କରିବାରେ ଲାଗନ୍ତି। କିନ୍ତୁ ବଜାରର ଏହି ହେୟାର ପ୍ରଡ଼କ୍ଟସରେ ଅନେକ ପ୍ରକାର ରସାୟନ ମିଶିଥାଏ ଯାହା କେଶକୁ ଭବିଷ୍ୟତରେ କ୍ଷତି ପହଞ୍ଚେଇ ଥାଏ। ସେଠାରେ କିଛି ଲୋକଙ୍କୁ କେଶକୁ ଷ୍ଟ୍ରେଟ କରେଇବା କିମ୍ବା ସେଥିରେ କଲର କରେଇବାର ସଉକ ମଧ୍ୟ ଥାଏ। ଏହା ମଧ୍ୟ କେଶର ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଏ । ଏମତିରେ କେଶକୁ ସୁନ୍ଦର, କଳା, ଘନ ଓ ଦୀର୍ଘ କରିବାରେ ଘରୋଇ ଉପଚାର ସର୍ବୋତ୍ତମ ହୋଇଥାଏ।

ଏହିକଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ଏପରି ସହଜ ଓ ସଫଳ ଉପଚାର କହିବାକୁ ଯାଉଛୁ ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ କେଶ ଏତେ ଦୀର୍ଘ ହୋଇଯିବ ଯେ ଯେବେ ଆପଣ ବାହାରକୁ ବାହାରିବେ ତ ଲୋକମାନେ ଆପଣାକୁ ଫେରିକି ବୁଲିବୁଲି ଅନେଇବେ। ତେବେ ଆସନ୍ତୁ ଜାଣିବା ଏହି ଉପଚାରକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ କଣ କରିବାକୁ ହେବ ।

କେଶକୁ ଲମ୍ବା କରିବାର କୁହୁକ ହେୟାର ମାସ୍କ

ପ୍ରସ୍ତୁତ ବିଧି: ଉପଚାର ପ୍ରସ୍ତୁତ କରିବା ନିମନ୍ତେ ଆପଣ ମେଥି ଦାନାକୁ ପାଞ୍ଚ ଚାମଚ ପାଣିରେ ଭିଜେଇକରି ରାତିସାରା ରଖିଦିଅନ୍ତୁ। ଏତିକି ମାତ୍ରାରେ ଆପଣ ସୋରିଷକୁ ପାଣିରେ ଭିଜେଇ ଦିଅନ୍ତୁ। ଆସନ୍ତା ଦିନ ସୋରିଷ ଓ ମେଥିକୁ ପାଣିରୁ ଛାଣି ରଖନ୍ତୁ। ଏବେ ଭିଜେଇ ଥିବା ସୋରିଷ ଏବଂ ମେଥିକୁ ମିକ୍ସଚରରେ ପେଶିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଏକ କପରେ ରଖନ୍ତୁ ଓ ଏହାଭିତାରେ ତିନି ଚାମଚ ଦହି, ଏକ ଚାମଚ ଜଡା ତେଲ ଓ ଚାରି ରୁ ପାଞ୍ଚ ବୁନ୍ଦା ରୋଜମେରି ତେଲ ମିଶାନ୍ତୁ। ଏବେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଏବେ ଆପଣଙ୍କ ହେୟାର ମାସ୍କ ପ୍ରସ୍ତୁତ ।

ଲଗେଇବାର ବିଧି: ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ନିଜର କେଶରେ ଭଲ ଭାବରେ ଲଗେଇ ଦିଅନ୍ତୁ। ଏହାକୁ ଲଗେଇବା ସମୟରେ ଆପଣ ଅଙ୍ଗୁଳି ଦ୍ଵାରା ହାଲୁକା ମଳିଶ ମଧ୍ୟ କରିପାରିବେ। ଏହି ମଳିଶ ଆପଣ ପ୍ରାୟ ଦୁଇମିନିଟ ପର୍ଯ୍ୟନ୍ତ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ପୁଣି କେଶମୂଳରୁ ଆରମ୍ଭ କରି ସଂପୂର୍ଣ୍ଣ କେଶରେ ଲଗେଇଡିଆନ୍ତୁ। ଏବେ ଆପଣାକୁ ନିଜର କେଶକୁ ପ୍ଲାଷ୍ଟିକର ଖୋଳରେ କଭର କରିବେ। ଏହି ମିଶ୍ରଣକୁ କେଶରେ ପ୍ରାୟ ଏକଘଣ୍ଟା ନିମନ୍ତେ ରହିବାକୁ ଦିଅନ୍ତୁ। ଏହାପରେ ଆପଣ ଏହାକୁ କୌଣସି କୋମଳ ସାମ୍ପୁରେ ଧୋଇଦିଅନ୍ତୁ।

ଏହି ଉପାୟକୁ ଆପଣ ସପ୍ତାହରେ ଅଧିକରୁ ଅଧିକ ଦୁଇଥର ବ୍ୟବହାର କରିପାରିବେ। ଏହି ଉପାୟରେ ଆପଣ ଦୁଇ ରୁ ତିନି ସପ୍ତାହରେ କେଶରେ ଅନ୍ତର ଦେଖିପାରିବେ। ଏହି ଉପଚାରର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଲମ୍ବା ହେବା ସହିତ କଳା, ଘନ ଓ ଚମକଦାର ମଧ୍ୟ ହେବ।

Leave a Reply

Your email address will not be published. Required fields are marked *