November 25, 2024

Odia Express

Here, There and Everywhere

ଏହି ଜିନିଷ ହାଡଫୁଟି, ବ୍ରଣ, କଳାଦାଗ ସହିତ ସମସ୍ତ ପ୍ରକାରର ଦାଗ ଓ କାଳିମାକୁ ଗୋଟିଏ ଚୁଟକିରେ ଗାୟବ କରିଦେବ….

ବନ୍ଧୁଗଣ କୌଣସି ମନୁଷ୍ୟର ସୌନ୍ଦର୍ଜ୍ୟରେ ତାହାର ଚେହେରା ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଯେବେ ମଧ୍ୟ ଆମେ କୌଣସି ବ୍ୟକ୍ତିଙ୍କୁ ଦେଖିଥାଉ ତ ଆମର ଦ୍ରୁଷ୍ଟି ସର୍ବପ୍ରଥମେ ତାଙ୍କର ଚେହେରା ଉପରେ ପଡିଥାଏ। ଏମିତିକି ଆମେ ନିଜେ ମଧ୍ୟ ନିଜର ଛେରକୁ ଦିନସାରା ଆଇନା ସମ୍ମୁଖରେ ଅନେକଠାରୁ ଦେଖିଥାଉ। କିନ୍ତୁ ଅନେକଥର, ବସନ୍ତ, ଦାଗ, ବ୍ରଣ କିମ୍ବା କୌଣସ ଅନ୍ୟ କାରଣରୁ ଚେହେରା ଉପରେ ଅନେକ ପ୍ରକାରର ଦାଗ ଚିହ୍ନ ରାହିଜାଉଥିଲା। ଏହି ଦାଗ ଚିହ୍ନ ଦେଖିବାରେ ବିଲକୁଲ ଭଲ ଲାଗେ ନାହିଁ । ଓଲଟା ଏହା ଆମର ଚେହେରାର ସୁନ୍ଦରତାକୁ କମ କରିଦିଏ। ଏମିତିରେ ଏମାନଙ୍କ ଠାରୁ ରକ୍ଷା ପାଇବା ନିମନ୍ତେ ଲୋକମାନେ ଅନେକ ପ୍ରକାରର ଉପାୟ କରିବାରେ ଲାଗିଯାନ୍ତି। ଯଦି ଆପଣ ବଜାରରୁ କୌଣସି ବ୍ୟୁଟି ପ୍ରଡ଼କ୍ଟ ମଧ୍ୟ ଆଣନ୍ତି ତେବେ ତାହା ବହୁତ ମହଙ୍ଗା ହୋଇଥାଏ। ତାସହ ଏହାର ଅଧିକ ବ୍ୟବହାର ତ୍ଵଚାକୁ କ୍ଷତି ପହଞ୍ଚାଇ ପାରେ। ଏହାର କାରଣ ଏହା ଯେ ଅନେକ ବ୍ୟୁଟି ପ୍ରଡ଼କ୍ଟରେ ହାନିକରକ କେମିକାଲ୍ସ ମଧ୍ୟ ମିଶ୍ରିତ ଥାଏ ।

ଏମିତିରେ ଚେହେରାର ଦାଗରୁ ମୁକ୍ତି ପାଇବା ନିମନ୍ତେ ଘରୋଇ ଉପଚାର ସବୁଠାରୁ ଉତ୍ତମ ଅଟେ। ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ଏପରି ଘରୋଇ ଉପଚାର ଜଣେଇବାକୁ ଯାଉଛୁ ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ ଚେହେରାର ସମସ୍ତ ପ୍ରକାର ଦାଗ ମୂଳରୁ ଶେଷ ହୋଇଯିବ। ସାଧାରଣତଃ ଦେଖାଯାଇଛି ଯେ କାଠବ୍ରଣର ଦାଗ ତ କିଛି ମାସରେ ଭଲହୋଇଯାଏ କିନ୍ତୁ ବସନ୍ତ ଦାଗ ଭଲ ହେବାର ନାମ ନିଏ ନାହିଁ । ଏମିତିରେ ଏହି ଉପଚାରର ପ୍ରୟୋଗ ଦ୍ଵାରା ଆପଣ ବସନ୍ତର ଦାଗକୁ ମଧ୍ୟ ଭଲ କରିପାରିବେ। ଏମାନଙ୍କୁ ଭଲ ହେବାରେ ଏକ ରୁ ଦୁଇମାସର ସମୟ ଲାଗିପରେ। ଏହା ନିର୍ଭର କରେ ଯେ ଦାଗ କେତେ ଅଧିକ କିମ୍ବା ପୁରୁଣା ଅଟେ। ତେବେ ଆସନ୍ତୁ ଜାଣିବା ଯେ ଆପଣଙ୍କୁ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ କଣ କରିବାକୁ ହେବ ।

ବତାସ ଦ୍ଵାରା ଲିଭାନ୍ତୁ ଚେହେରାର ଦାଗ

ବନ୍ଧୁଗଣ ଆଜିର ଏହି ଉପଚାରରେ ଚେହେରାର ଦାଗ ଦୂରେଇବା ପାଇଁ ଆମେ ବାତସର ବ୍ୟବହାର କରିବା। ଯେଉଁ ଲୋକଙ୍କୁ ବତାସ ବିଷୟରେ ଜଣା ନାହିଁ ସେମାନେ ଏହା ତେଜରାତି ଦୋକାନ କିମ୍ବା ପୂଜାସାମଗ୍ରୀ ଦୋକାନରୁ ପାଇପାରିବେ । ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦୁଇଟି ବତାସ ପାଉଡର ଆବଶ୍ୟକ ହେବ। ଏହି ପାଉଡରକୁ ଆପଣ ବତାସକୁ ଖଲରେ କୁଟି ବନେଇପାରିବେ। ଯଦି ଆପଣ ପାଉଡର ବନେଇ ପାରିବେ ନାହିଁ ତେବେ ସିଧା ବତାସର ଉପଯୋଗ ମଧ୍ୟ କରିପାରିବେ ।

ଏଥିନିମନ୍ତେ ସର୍ବପ୍ରଥମେ ଗୋଟିଏ ପାତ୍ରରେ ଦୁଇଟି ବତାସ ନିଅନ୍ତୁ। ଏବେ ଏଥିରେ ଦୁଇ ଚାମଚ କ୍ଷୀର ମିଶାନ୍ତୁ। ବତାସ ଏହି କ୍ଷୀରରେ ଭଲ ଭାବରେ ବୁଡିବା ଆବଶ୍ୟକ। ଆପଣ ଚାହିଁଲେ ଏହାକୁ ମଝିରେ ମଝିରେ ଚାମଚ ସହାୟତାରେ କ୍ଷୀରରେ ଓଲଟପାଲଟ ମଧ୍ୟ କରିପାରିବେ। ଆପଣ ଦେଖିବେ ଯେ କିଛି ସମୟରେ ବତାସ ବତୁରିଯିବ ଓ କ୍ଷୀରରେ ମିଶିଯାଇ ଏକ ଗାଢ ପେଷ୍ଟ ହୋଇଯିବ ।

ଏହି ପେଷ୍ଟକୁ ଆପଣଙ୍କୁ ନିଜର ଚେହେରାରେ ଭଲଭାବରେ ଲଗେଇବାକୁ ହେବ। ଯେଉଁଠାରେ ଦାଗ ଅଛି ସେଠାରେ ଆପଣ ଏହାକୁ ଅଧିକ ମାତ୍ରାରେ ଲଗାନ୍ତୁ। ଆପଣ ଚାହିଁଲେ ପ୍ରଥମ ପରସ୍ତ ସୁଖିବା ପରେ ଆଉଥରେ ଦାଗ ଥିବା ସ୍ଥାନରେ ଏହାକୁ ଲଗେଇପାରିବେ। ଏହି ପେଷ୍ଟକୁ ଆପଣଙ୍କୁ ଚେହେରାରେ ପ୍ରାୟ 15 ରୁ 20 ମିନିଟ ପର୍ଯ୍ୟନ୍ତ ରଖିବେ। ଏହାପରେ ଆପଣ ଚେହେରାକୁ ପାଣିରେ  ଧୋଇନିଅନ୍ତୁ। ଏହା ପ୍ରତିଦିନ ଦିନରେ ଥରେ ସେପର୍ଯ୍ୟନ୍ତ କରନ୍ତୁ ଯେପର୍ଯ୍ୟନ୍ତ ଦାଗ ଭଲ ନହୋଇଛି ।

Leave a Reply

Your email address will not be published. Required fields are marked *