November 19, 2024

Odia Express

Here, There and Everywhere

ଗୁଜୁରାଟୀ ଯୁବକର ସହିତ ବ୍ରାଜିଲ ଯୁବତୀ ର ପ୍ରେମ ହେଇଗଲା, ବିବାହ ନିମନ୍ତେ ମାଆ ରଖିଲେ ଏହି ବିରାଟ ସର୍ତ – ଦେଖନ୍ତୁ କିପରି ସଫଳ ହେଲା ପ୍ରେମ…

ପ୍ରେମ ବହୁତ କୋମଳ ଜିନିଷ ହୋଇଥାଏ। ଯେବେ ଏହା ହୁଏ ତ ମନୁଷ୍ୟ ଜାତି, ଧର୍ମ, ରଙ୍ଗ, ରୂପ, ଦୂରତା ଇତ୍ୟାଦି ଜିନିଷକୁ ଦେଖେ ନାହିଁ। ଥରେ ଯେବେ ଆପଣ କାହାକୁ ନିଜର ହୃଦୟ ଦେଲେ ତ ତାପରେ ତା ନିମନ୍ତେ ସାରା ଦୁନିଆ ସହିତ ଲଢିବା ପାଇଁ ପ୍ରସ୍ତୁତ ରହନ୍ତି । ତାହାର ପ୍ରେମ ନିମନ୍ତେ ଆପଣ ନିଜକୁ ବଦଳେଇ ମଧ୍ୟ ଦିଅନ୍ତି ଓ ଏହି ପ୍ରେମ ଦୂରରେ ଥିଲେ ତାହାକୁ ପାଇବା ପାଇଁ ସାତ ସମୁଦ୍ର ମଧ୍ୟ ପାରି କରିଯାନ୍ତି । ଏଭଳି ଏକ ଅଦ୍ଭୁତ ପ୍ରେମ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏହି ପ୍ରେମ କାହାଣୀରେ ବର ଗୁଜୁରାଟର ଶ୍ୟାମଳ ପୁଅ ଅଟେ ଓ କନ୍ୟା ବ୍ରାଜିଲର ଗୋରି ଝିଅ ଅଟେ।

ଏଭଳି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ – ପ୍ରକୃତରେ ଏହି ପ୍ରେମ କାହାଣୀର ପ୍ରାରମ୍ଭ କାନାଡାର ଏକ କଲେଜରେ ହୋଇଥିଲା। ଏଠାରେ ଗୁଜୁରାଟର ବଡୋଦରାର ପାର୍ଥ ଶାହ ଓ ବ୍ରାଜିଲର ନିବାସୀ କାରୋଲିନା ପ୍ରଥମ ଥର ପରସ୍ପରକୁ ସାକ୍ଷାତ କରିଥିଲେ । କଲେଜରେ ଏକସାଥିରେ ପଢୁଥିବା ଏହି ଦୁହେଁ ଭଲ ବନ୍ଧୁ ବନିଗଲେ। ଏହାପରେ ଧୀରେଧିରେ ଏମାନେ ପରସ୍ପରକୁ ପସନ୍ଦ ମଧ୍ୟ କରିବାରେ ଲାଗିଲେ ଓ ଶେଷରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ମଧ୍ୟ ନେଲେ ।

ବିଦେଶୀ ବୋହୁ ଶାଶୁଙ୍କ ନିମନ୍ତେ ଛାଡିଲେ ଆମିଷ – ପାର୍ଥ ନିମନ୍ତେ ନିଜର ପରିବାରକୁ ଏକ ବିଦେଶୀ ବୋହୁ ଆଣିବା ନିମନ୍ତେ ମନେଇବା ଏତେ ସହଜ ନଥିଲା। ମୁଖ୍ୟତଃ ପାର୍ଥର ମାଆଙ୍କୁ ଏହି ବିବାହ ସଠିକ ଲାଗୁନଥିଲା ।ତାଙ୍କ ଅନୁଯାୟୀ ‘ଆମ ପରିବାର ଶୁଦ୍ଧ ଶାକାହାରୀ ଅଟେ , କିନ୍ତୁ ଝିଅ ମାଂସାହାରୀ ଅଟେ। ଏଥିପାଇଁ ଏହି ପ୍ରସ୍ତାବ ମୋତେ ଠିକ ଲଗୁନଥିଲା’। କିନ୍ତୁ ଯେବେ ପାର୍ଥ କରୋଲିନାଙ୍କୁ ଏହି ବିଷୟରେ କହିଲେ ତ ସେ ବିବାହ  ପାଇଁ ମାଂସାହାରୀ ଖାଦ୍ୟ ଛାଡିଦେଲେ ଓ ଶୁଦ୍ଧ ଶାକାହାରୀ ହୋଇଗଲେ। ଏତିକି ନୁହେଁ କରୋଲିନା ନିଜ ପରିବାରକୁ ମଧ୍ୟ ଶୁଦ୍ଧ ଶାକାହାରୀ ହେବା ନିମନ୍ତେ ରାଜି କରେଇନେଲେ ।

ଗୁଜୁରାଟୀ ରୀତିନୀତି ଅନୁଯାୟୀ ବିବାହ ହେଲା – କରୋଲିନାଙ୍କର କହିବ ହେଲା ଯେ ମୋତେ ପାର୍ଥଙ୍କର ଗୁଜୁରାଟୀ ବେଶପୋଷାକ, ଖାଦ୍ୟପେୟ ଓ ଭାଷା ବହୁତ ଭଲ ଲାଗିଥିଲା। ଏଥିପାଇଁ ମୁଁ ଗୁଜୁରାଟ ଆସି ତାଙ୍କ ସଂସ୍କୃତିରେ ବିବାହ କରିବାର ନିର୍ଣ୍ଣୟ ନେଲି। ଯେବେ ଗୁଜୁରାଟରେ ପାର୍ଥ ଓ କରୋଲିନାଙ୍କର ବିବାହ ହେଲା ତ ଝିଅର କନ୍ୟଦାନ କରିବା ପାଇଁ ତାଙ୍କର ପୁରା ପରିବାର ଗୁଜୁରାଟ ଆସିଗଲେ। କରୋଲିନାଙ୍କ ପରିବାର ରେ ତାଙ୍କର ମା, ବାପା, ଭାଇ ଓ ଜାପାନୀ ଭାଉଜ ଅଛନ୍ତି। ଏମାନେ ସମସ୍ତେ ଲୋକ ଭାରତୀୟ ପୋଷାକ ପିନ୍ଧି ବିବାହରେ ସାମିଲ ହୋଇଥିଲେ। ବିବାହରେ କରୋଲିନାଙ୍କ ଭାଇ ଓ ତାଙ୍କର ଜାପାନୀ ପତ୍ନୀ ଜୋରଦାର ନୃତ୍ୟ ମଧ୍ୟ କରିଥିଲେ। ଏବି ବିବାହ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଯେପରିକି ମେହେନ୍ଦି ଉତ୍ସବ, ହଳଦୀ ଉତ୍ସବ, ମଣ୍ଡପ ପୂଜା, ଗଣେଶ ପୂଜନ ଓ କନ୍ୟଦାନ ଇତ୍ୟାଦି ସହିତ ସମ୍ପନ୍ନ ହେଲା ।

ବିଦେଶୀ ବୋହୁଙ୍କ ପରିବାର ବହୁତ ଉପଭୋଗକରିଥିଲେ – ପାର୍ଥ କୁହନ୍ତି ଯେ କରୋଲିନାଙ୍କର ପରିବାରର ଲୋକମାନେ ବହୁତ ଖୋଲା ବିଚାରବାଲା ଅଟନ୍ତି। ତାଙ୍କ ତରଫରୁ ବିବାହ ନିମନ୍ତେ ସଂପୂର୍ଣ୍ଣ ରାଜି ଥିଲେ । ଏଥିପାଇଁ ଏମାନେ ଏହି ବିବାହରେ ସାମିଲ ହେବା ପାଇଁ ଖୁସି ଖୁସି ଭାରତ ମଧ୍ୟ ଆସିଥିଲେ। ସେହି ସମସ୍ତ ଲୋକମାନେ ବିବାହରେ ବହୁତ ଆନନ୍ଦ ଉପଭୋଗ କରିଥିଲେ। ମୁଖ୍ୟତଃ ସେମାନଙ୍କୁ ଭାରତୀୟ ପୋଷାକ, ଏଠାକାର ବ୍ୟଞ୍ଜନ ଓ ରୀତିନୀତି ଖୁବ ପସନ୍ଦ ଆସିଥିଲା। ସେମାନେ ତ କରୋଲିନାଙ୍କ ଖୁସି ପାଇଁ ମାଂସାହାର ମଧ୍ୟ ତ୍ୟାଗ କରିଦେଲେ । ଏପରେ କରୋଲିନା ମଧ୍ୟ ପାର୍ଥଙ୍କ ସହିତ ବିବାହ କରି ବହୁତ ଖୁସି ଅଛନ୍ତି। କରୋଲିନା କୁହାନ୍ତ ଯେ ପାର୍ଥ ମୋର ବହୁତ ଧ୍ୟାନ ରଖନ୍ତି ଏବଂ ମୋତେ ବହୁତ ଭଲ ପାଉଛନ୍ତି। ଆମେ ମଧ୍ୟ ପାର୍ଥ ଓ କରୋଲିନାଙ୍କର ଏହି ଖୁସି ଅବସରରେ ତାଙ୍କୁ ବହୁତ ସାରା ବଧେଇ ଜଣାଉଛୁ ।

Leave a Reply

Your email address will not be published. Required fields are marked *