ପୂଜାଘରେ ଗୁପ୍ତ ଭାବରେ ରଖିଦିଅନ୍ତୁ ଏହି ୩ ଜିନିଷ, ଅଳ୍ପ ଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ..
ବନ୍ଧୁଗଣ ଏଥିରେ କୌଣସି ଦ୍ଵିରୁକ୍ତି ନାହିଁ ଯେ ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ପଇସାର ଭୋକିଲା ଅଟନ୍ତି। ସେମାନେ ଜୀବନରେ କେତେ ମଧ୍ୟ ଆୟ କରନ୍ତୁ ନା କାହିଁକି ତଥାପି ତାଙ୍କର ଧନର ଭୋକ କେବେ ଶାନ୍ତ ହୁଏନାହିଁ । କିନ୍ତୁ ଅନେକ ଥର ଏଭଳି ସ୍ଥିତି ମଧ୍ୟ ଆସେ ଯେଉଁଥିରେ ମନୁଷ୍ୟକୁ ସତରେ ପଇସାର ବହୁତ ଆବଶ୍ୟକତା ହୋଇଥାଏ ଓ ସେ ଏଥିପାଇଁ ଲକ୍ଷେ ଚେଷ୍ଟା କଲେ ମଧ୍ୟ କୌଣସି ଖରାପ ଭାଗ୍ୟ କାରଣରୁ ସବୁକିଛି ବେକାର ହୋଇଯାଏ।କଣ ଆପଣ ଜାଣନ୍ତି ଯେ ଆପଣଙ୍କ ଘରେ ପଇସା ଆସିବାର ସମ୍ବନ୍ଧ ବହୁତ ଦୂର ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଉପରେ ନିର୍ଭର କରିଥାଏ । ନିଜର ଭାଗ୍ୟ କୁ ଚମକେଇବା ପାଇଁ କେବଳ ଜଣେ ବ୍ୟକ୍ତି ସମସ୍ତଙ୍କର ସାହାଯ୍ୟ କରିଥାଏ ଓ ସେହି ବ୍ୟକ୍ତି ହେଲେ ସ୍ଵୟଂ ଭଗବାନ।
ହଁ ଆଜ୍ଞା , ଭାଗ୍ୟର ବନ୍ଦ ତାଲା ଖୋଲିବା ପାଇଁ ସବୁ ଖେଳ ଭଗବାନଙ୍କୁ ପ୍ରସନ୍ନ କରିବାର ହୋଇଥାଏ। ଏହି ଭଗବାନଙ୍କୁ ମନେଇବା ପାଇଁ ପ୍ରତି ଘରେ ଗୋଟିଏ ପୂଜାଘର ନିଶ୍ଚିତ ଥାଏ । ଏଠାରେ ଆପଣମାନେ ଏମାନଙ୍କୁ ପୂଜା ଆରାଧନା ମଧ୍ୟ କରିଥାନ୍ତି । କିନ୍ତୁ ଯେବେ କଥା ବହୁତ ଗୁଡିଏ ଧନ ଆୟ କରିବାର ଆସିଥାଏ ତ ଆପଣଙ୍କୁ ପୂଜାପାଠ ବ୍ୟତୀତ ଆହୁରି କିଛି ଜିନିଷ କରିବାର ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବୁ ଯାହାର ସମ୍ବନ୍ଧ ଭଗବାନ, ଆପଣଙ୍କ ଭାଗ୍ୟ ଓ ବାସ୍ତୁ ତିନୋଟି ସହିତ ଜଡିତ ଅଟେ। ଯେବେ ଏହି ତିନୋଟି ଜିନିଷ ପରସ୍ପର ମଧ୍ୟରେ ମିଳିତ ହୋଇଥାଏ ତେବେ ଆପଣଙ୍କୁ ଅପାର ଧନ ପ୍ରାପ୍ତି ହୋଇଥାଏ।
ପୂଜା ସ୍ଥଳରେ ରଖିଦିଅନ୍ତୁ ଏହି ଜିନିଷ, ହେବ ଧନର ବର୍ଷ
ପ୍ରତି ପୂଜାଘରେ ଗୋଟିଏ ଲକ୍ଷ୍ମୀପ୍ରତିମା ଅବଶ୍ୟ ରହିବା ଉଚିତ। ଅନେକ ଲୋକ ପୂଜାଘରେ ତାଙ୍କର ପ୍ରତିମା ରଖନ୍ତି କିନ୍ତୁ ଯେବେ ଲକ୍ଷ୍ମୀ ମାତାଙ୍କ ମୂର୍ତ୍ତି ରହେ ତ ତାଙ୍କର ପୂଜାପାଠ ଓ ପରିଚ୍ଛନ୍ନତା ଆହୁରି ଭଲ ରୂପେ ହୋଇଥାଏ। ଚେଷ୍ଟା କରିବେ ଯେ ପୂଜାଘରେ ରଖିଥିବା ଏହି ଲକ୍ଷ୍ମୀ ପ୍ରତିମା ରୂପାର ନିର୍ମିତ ହୋଇଥିବ । ଏହି ମୂର୍ତ୍ତି ଆକାରରେ ଛୋଟ କିମ୍ବା ବଡ ଏଥିରେ କୌଣସି ଫରକ ପଡିବ ନାହିଁ କେବଳ ଯଦି ଏହା ଚାନ୍ଦିର ନିର୍ମିତ ହୋଇଥିବ ତେବେ ଅଧିକ ପ୍ରଭାବୀ ହେବ । କିନ୍ତୁ ଚାନ୍ଦିର ମୂର୍ତ୍ତି କ୍ରୟ କରି ନପାରିଲେ ଆପଣ ଅନ୍ୟ ଧାତୁର ମୂର୍ତ୍ତି ମଧ୍ୟ ରଖିପାରିବେ। ମୂର୍ତ୍ତିକୁ ପୂଜାଘରେ କେବଳ ଦେଖାଇବା ପାଇଁ ରଖିବେ ନାହିଁ ତାସହ କମସେ କମ ସପ୍ତାହରେ ଗୋଟିଏ ଦିନ ମାନେ ଶୁକ୍ରବାର ଦିନ ଲକ୍ଷ୍ମୀଙ୍କର ଆରତି କରିବେ ଓ ତାଙ୍କୁ 5ପ୍ରକାର ଫଳର ପ୍ରସାଦ ମଧ୍ୟ ଚଢେଇବେ। ଏପରି କରିବା ଦ୍ଵାରା ଲକ୍ଷ୍ମୀ ମତା ପ୍ରସନ୍ନ ହୋଇଥାନ୍ତି ଓ ଘରେ ଧନର ବର୍ଷ କରାନ୍ତି ।
ବୁଧବାର ଦିନ ଗଣେଶ ମନ୍ଦିର ଯାଆନ୍ତୁ ଓ ସେଠାରେ 101ଟଙ୍କା କିମ୍ବା ଏହାଠାରୁ ଅଧିକ ଦକ୍ଷିଣା ଚଢାନ୍ତୁ। ଏହାପରେ ପୂଜାରୀଙ୍କ ଠାରୁ ଏକ ଟଙ୍କାର ମୁଦ୍ରା ମାଗନ୍ତୁ। ଏବେ ଏହି ମୁଦ୍ରାକୁ ଆପଣ ଘରର ପୂଜା ସ୍ଥଳରେ ଗୁଆ ତଳେ ରଖିଦିଅନ୍ତୁ । ଆପଣ ଯେବେ ପ୍ରତିଦିନ ଭଗବାନଙ୍କ ପୂଜା କରିବେ ତେବେ ଏହି ମୁଦ୍ରା ଓ ଗୁଆର ପୂଜା ମଧ୍ୟ କରିବେ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ସିନ୍ଦୁକରେ ରଖିଥିବା ଧନ ଦିନ ଦୁଇଗୁଣ ଓ ରାତି ଚାରିଗୁଣ ବେଗରେ ବୃଦ୍ଧି ହେବ।
ଆପଣ ସମସ୍ତେ ଘରର ପୂଜା ସ୍ଥଳରେ ଭଗବାନଙ୍କୁ ଫୁଲ ନିଶ୍ଚିତ ଦେଉଥିବେ। କିନ୍ତୁ ଯଦି ଆପଣ ପ୍ରତିଦିନ ସକାଳେ ମନ୍ଦିର ଯିବେ ଓ ସେଠାରେ ପ୍ରସାଦ ଚଢେଇବେ ତେବେ ପଣ୍ଡିତଙ୍କୁ ଭଗବାନଙ୍କ ଚରଣରେ ରଖିଥିବା ଏକ ଫୁଲ ମାଗି ଆଣିବେ। ଏବେ ଏହି ଫୁଲକୁ ଆପଣ ସନ୍ଧ୍ୟା ସମୟରେ ନିଜର ଘରର ପୂଜା ସ୍ଥଳରେ ରଖିପାରିବେ । ଏପରି ଆପଣ ପ୍ରତିଦିନ କିମ୍ବା ସପ୍ତାହରେ ଥରେ କରନ୍ତୁ। ଅପନକ ଘର କେବେ କୌଣସି ଧନର ଅଭାବ ହେବ ନାହିଁ ଓ ଧନ ଆଗମନର ନୂତନ ମାର୍ଗ ମଧ୍ୟ ଖୋଲିଯିବ ।