ଯଦି କାଜଲ ଅଜୟଙ୍କ ସହିତ ଭେଟ ହୋଇନଥାନ୍ତେ ତ କଣ ଶାହରୁଖଙ୍କୁ ବିବାହ କରିଥାନ୍ତେ? କାଜଲ ଚମକେଇବା ଭଳି ଉତ୍ତର ଦେଲେ …
1 min readକୌଣସି ବି ବଲିଉଡ ଫିଲ୍ମରେ ଦୁଇ ବ୍ୟକ୍ତି ସବୁଠାରୁ ଅଧିକ ମହତ୍ଵପୂର୍ଣ୍ଣ ହୋଇଥାନ୍ତି। ପ୍ରଥମ ଫିଲ୍ମ ର ହିରୋ ଓ ଦ୍ଵିତୀୟ ହିରୋଇନ । ଯେପର୍ଯ୍ୟନ୍ତ ଏହି ଦୁଇଜଣ ଫିଲ୍ମରେ ଦମଦାର ଅଭିନୟ ନକରିବେ ସେପର୍ଯ୍ୟନ୍ତ ଫିଲ୍ମର ହିଟ ହେବାର ସମ୍ଭାବନା ବହୁତ କମ ଅଟେ। ଏମିତିରେ ଭଲ ଅଭିନୟ ସହିତ ଦୁହିଙ୍କ ମଧ୍ୟରେ ଫିଲ୍ମରେ ଭଲ କେମିଷ୍ଟ୍ରି ଥିବା ମଧ୍ୟ ଉଚିତ । ତେବେ ଦର୍ଶକ ଫିଲ୍ମ ସହିତ ଯୋଡି ହୋଇ ରହିପାରନ୍ତି। ଏବେ ବଲିଉଡରେ ଏମିତିରେ ତ ଅନେକ ଯୋଡି ଆସିଛନ୍ତି ଓ ଯାଇଛନ୍ତି କିନ୍ତୁ ଏହି ସମସ୍ତଙ୍କ ମଧ୍ୟରେ ଆଜି ମଧ୍ୟ 90ଦଶକର ଏକ ଯୋଡି ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ। ଏହି ଯୋଡି ହେଲେ – ଶାହରୁଖ ଖାନ ଓ କାଜଲ ।
ବାଜିଗର, କୁଛ କୁଛ ହୋତା ହୈ, ଦିଲୱାଲେ ଦୁହ୍ଲନିୟା ଲେଯାଏଙ୍ଗେ, କଭି ଖୁସି କଭି ଗମ, ମାଇଁ ନେମ ଇଜ ଖାନ, ଦିଲୱାଲେ ଇତ୍ୟାଦି ସେହି ଫିଲ୍ମ ଅଟେ ଯେଉଁଥିରେ ଶାହାରୁଖ ଓ କାଜଲଙ୍କର ଅନସ୍କ୍ରୀନ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଯେବେଯେବେ ଏହି ଦୁହେଁ ସାଥି ହୋଇ ଫିଲ୍ମରେ ଆସିଛନ୍ତି ତେବେତେବେ ସେହି ଫିଲ୍ମ ବକ୍ସଅଫିସରେ ସୁପରଡୁପର ହିଟ ଘୋଷିତ ହୋଇଛି। 90ଦଶକରେ ତ ଅବସ୍ଥା ଏହା ଥିଲା ଯେ ଲୋକ ପ୍ରକୃତ ଜୀବନରେ ମଧ୍ୟ ଶାହରୁଖ ଓ କାଜଲଙ୍କୁ କପଲ ବୋଲି ଭାବୁଥିଲେ । ଏଭଳି ସମୟରେ ଅନେକ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଆସେ ଯେ ସମ୍ଭବତଃ ଏହି ଦୁହେଁ ବିବାହ କରିଥାନ୍ତେ କିମ୍ବା ଏହି ଦୁହିଙ୍କ ମଧ୍ୟରେ ବିବାହ ହେଲା ନାହିଁ କାହିଁକି?
ଏକ ବଡ କାରଣ ତ ଏହା ଯେ ଶାହରୁଖ ଫିଲ୍ମକୁ ଆସିବା ଆଗରୁ ଗୌରି ଖାନଙ୍କୁ ବିବାହ କରିଥିଲେ। ଯଦିଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାହ ଭାଙ୍ଗିବା ଓ ନୂତନ ବିବାହ କରିବା କୌଣସି ବଡ କଥା ନୁହେଁ । ଏଥିପାଇଁ କିଛି ପ୍ରଶଂସକଙ୍କ ମନରେ ଏହା ମଧ୍ୟ ପ୍ରଶ୍ନ ଆସେ ଯେ ଯଦି ଅଜୟ ଦେବଗନ କାଜଲଙ୍କ ଜୀବନରେ ଆସିନଥାନ୍ତେ ତେବେ କଣ ସେ ଶାହରୁଖ ଖାନଙ୍କୁ ବିବାହ କରିଥାନ୍ତେ? ଏବେ ଏହି ପ୍ରଶ୍ନର ଉତ୍ତର ନିଜେ କାଜଲ ଦେଇଛନ୍ତି। ଆରେ ଭାଇ ସାହେବ ଜବାବ ମଧ୍ୟ ଏପରି ଦେଇଛନ୍ତି ଯେ ସମସ୍ତେ ଚାହିଁ ରହିଗଲେ ।
କଥା ଏହା ଯେ ନିକଟରେ କାଜଲ ଇନଷ୍ଟାଗ୍ରାମରେ ‘AskMeAnything’(ମୋତେ କିଛି ବି ପଚାର)ର ଏକ ପ୍ରୋଗ୍ରାମ ରଖିଥିଲେ । ଏଥିରେ ସେ ନିଜର ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଯାହା ବି ପ୍ରଶ୍ନ ପଚାରିବେ ସେ ତାହାର ଉତ୍ତର ନିଶ୍ଚିତ ଦେବେ। ଏମିତିରେ ସୁଯୋଗର ଲାଭ ଉଠେଇ ଏକ ପ୍ରଶ୍ନକର୍ତ୍ତା ପଚାରିଦେଲେ ଯେ ‘ଯଦି ଆପଣ ଅଜୟ ଦେବଗନଙ୍କୁ ସାକ୍ଷାତ କରିନଥାନ୍ତେ ତେବେ କଣ ଶାହରୁଖଙ୍କୁ ବିବାହ କରିଥାନ୍ତେ କି? ସ୍ମରଣ ରହେ ଯେ ଆପଣ କହିଥିଲେ ଯେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ’ ବାସ ତାପରେ କଣ ଥିଲା କାଜଲ ମଧ୍ୟ ନିଜର ପ୍ରତିଶ୍ରୁତି ରକ୍ଷାକଲେ ଓ ଏହି ପ୍ରଶ୍ନର ବହୁତ ହୃଦୟସ୍ପର୍ଶୀଉତ୍ତର ଦେଇଥିଲେ।
ଶାହରୁଖଙ୍କୁ ବିବାହକୁ ନେଇ ଏହା ଥିଲା କାଜଲଙ୍କର ଉତ୍ତର – କାଜଲ ନିଜର ଉତ୍ତରରେ ଲେଖିଲେ ଯେ ‘ପ୍ରପୋଜ କରିବା ପୁରୁଷଙ୍କ କାମ ଅଟେ ନା? ଅର୍ଥ କାଜଲ ବହୁତ ଚତୁର ଭାବରେ ପ୍ରଶ୍ନର ପୁଟୁଳା ଶାହରୁଖଙ୍କ ଉପରେ ଛାଡିଦେଲେ । ତାଙ୍କର ସଂକେତ ଏହା ଥିଲା ଯେ ଯଦି ଅଜୟ ମୋର ଜୀବନରେ ଆସିନଥାନ୍ତେ ତ ବିବାହ ନିମନ୍ତେ ପ୍ରପୋଜ କରିବାର ଦାୟିତ୍ଵ ଶାହରୁଖଙ୍କର ଥିଲା ନା…. କିନ୍ତୁ ଏହି ଉତ୍ତରରୁ ଏହା ଏବେ ମଧ୍ୟ କ୍ଲିଅର ହୋଇନାହିଁ ଯେ ଯଦି ଶାହରୁଖ ତାଙ୍କୁ ପ୍ରପୋଜ କରିଥାନ୍ତେ ବି ତେବେ କାଜଲଙ୍କ ଉତ୍ତର ହଁ କିମ୍ବା ନାହିଁ ହୋଇଥାନ୍ତା?
ଏମିତିରେ କାଜଲ ମଧ୍ୟ ଏକଥା ଜାଣନ୍ତି ଯେ ସେହି ସମୟରେ ଶାହରୁଖ ପ୍ରଥମରୁ ବିବାହିତ ଥିଲେ ଓ ନିଜର ପତ୍ନୀ ଗୌରିଙ୍କ ସହିତ ପ୍ରତିଶ୍ରୁତିବଦ୍ଧ ଥିଲେ। ଏମିତିରେ ତାଙ୍କର କାଜଲଙ୍କୁ ପ୍ରପୋଜ କରିବା ମୁସ୍କିଲ ଥିଲା। କିନ୍ତୁ ହଁ ଯଦି ଶାହରୁଖ ମଧ୍ୟ ଅବିବାହିତ ଥାନ୍ତେ ତେବେ ହୁଏତ ଆମେ ପ୍ରକୃତ ଜୀବନରେ କାଜଲ ଓ ଶାହରୁଖଙ୍କୁ ସ୍ଵାମୀ ସ୍ତ୍ରୀ ରୂପରେ ଦେଖିପାରିଥାନ୍ତେ ।