November 16, 2024

Odia Express

Here, There and Everywhere

କିନ୍ନରଙ୍କର ଏହି ୨୫ ଟି ହୃଦୟବିଦାରକ ସତ୍ୟ: ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

କିନ୍ନର ଆପଣଙ୍କୁ ଭାରତର ପ୍ରତି ସହର ଓ ଗ୍ରାମରେ ମିଳିଯିବେ । ଏହି କିନ୍ନରଙ୍କୁ ଆମେ ସମସ୍ତେ ପ୍ରାୟତଃ ଦେଖିଥାଉ କିନ୍ତୁ ଅଧିକତର ଲୋକ ଏମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । କିନ୍ନରଙ୍କ ବିଷୟରେ ଲୋକଙ୍କର ବହୁତ କମ ଧାରଣା ରହିଛି। ଆଜି ଆମେ ଆପଣଙ୍କୁ କିନ୍ନରଙ୍କ ସହିତ ଜଡିତ କିଛି ଏପରି ରହସ୍ୟ ଜଣେଇବୁ ଯାହା ଆପଣ କେବେ ମଧ୍ୟ ଶୁଣିନଥିବେ।

କିନ୍ନରଙ୍କର ଅଶୁଣା ରହସ୍ୟ

ଭାରତରେ ପ୍ରତିବର୍ଷ 50000 କିନ୍ନର ଜନ୍ମ ନିଅନ୍ତି। ଏମାନଙ୍କ ମଧ୍ୟରୁ 90ପ୍ରତିଶତ କିନ୍ନର ସେମାନେ ହୋଇଥାନ୍ତି ଯେଉଁମାନେ ଏକ ସାମାନ୍ୟ ଜନ୍ମ ନେବାପରେ କିନ୍ନର ହୋଇଯାନ୍ତି କିମ୍ବା ବନେଇ ଦିଆଯାଆନ୍ତି । କିନ୍ନରଙ୍କର ଇତିହାସ ବହୁତ ବର୍ଷ ପୁରାତନ ଅଟେ। ପୌରଣିକ କଥାରେ ମଧ୍ୟ କୁହାଯାଇଛି ଯେ କିନ୍ନରଙ୍କର ଉତ୍ପତ୍ତି ବ୍ରହ୍ମାଙ୍କର ଛାୟାରୁ ହୋଇଛି। ଅନ୍ୟ ଏକ ମାନ୍ୟତା ଅନୁଯାୟୀ ଅରିଷ୍ଟା ଓ କଶ୍ୟପ ରୁଷିଙ୍କ ଠାରୁ କିନ୍ନରଙ୍କର ଉତ୍ପତ୍ତି ହୋଇଛି ।

ମହାଭାରତରେ ଯେବେ ପାଣ୍ଡବ ଏକବର୍ଷର ଅଜ୍ଞାନ୍ତବାସ କାଟୁଥିଲେ ସେତେବେଳେ ଅର୍ଜୁନ ଏକ ଶାପ ଅନୁଯାୟୀ ଏକ ବର୍ଷ ପର୍ଯ୍ୟନ୍ତ ବୃହନ୍ନଳା (କିନ୍ନର) ରୂପରେ ରହିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୀର୍ଯ୍ୟର ଅଧିକତାରେ ପୁତ୍ର, ରକ୍ତ ଅଧିକତାରେ କନ୍ୟା ଓ ଦୁଇଟିର ସାମାନ୍ୟ ମାତ୍ରାରେ କିନ୍ନର ଜନ୍ମ ହୋଇଥାନ୍ତି।

ପ୍ରାଚୀନ ସମୟରେ କିନ୍ନରଙ୍କର ଜୀବିକା ରାଜାମହାରାଜାଙ୍କର ଦରବାରରେ ନାଚଗୀତ ଦ୍ଵାରା ଚଳୁଥିଲା। ଏପରିକି ମହାଭାରତରେ ଉତ୍ତରାଙ୍କୁ ନୃତ୍ୟ ଓ ଗୀତ ବୃହନ୍ନଳା (ଅର୍ଜୁନ) ଶିଖେଇଥିଲେ । କିନ୍ନରଙ୍କର ଆଶୀର୍ବାଦ ଦ୍ଵାରା କାହାର ମଧ୍ୟ ଖରାପ ସମୟ ସମାପ୍ତ ହୋଇପାରେ। କିନ୍ନରଙ୍କର ଅଭିଶାପ ନେବା ଅଶୁଭ କୁହାଯାଏ। ଏହାଦ୍ୱାରା ଆପଣଙ୍କ ଭଲ ଘର ପରିବାର ବରବାଦ ରାସ୍ତାରେ ଯାଇପାରେ । କିନ୍ନରଙ୍କ ଠାରୁ ଏକ ଟଙ୍କାର ମୁଦ୍ରା ନେଇ ତାହା ପର୍ସ କିମ୍ବା ସିଂଦୁକରେ ରଖିବା ଦ୍ଵାରା ଧନବୃଦ୍ଧି ହୋଇଥାଏ । ପ୍ରାଚୀନ ମାନ୍ୟତା ଅନୁଯାୟୀ ଶ୍ରୀଖଣ୍ଡୀଙ୍କୁ କିନ୍ନର କୁହାଯାଇଛି। ଯେଉଁ କାରଣରୁ ଅର୍ଜୁନ ଭୀଷ୍ମଙ୍କୁ ଯୁଦ୍ଧରେ ପରାସ୍ତ କରିବାରେ ସଫଳତା ପ୍ରାପ୍ତ ହୋଇଥିଲେ ।

ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ହୋଇଥାଏ ସେମାନେ କିନ୍ନରଙ୍କୁ ସବୁଜ ରଂଗର ଚୁଡି ଓ ଶାଢୀ ଦାନ ଦେଲେ ଲାଭ ହୋଇଥାଏ। କିନ୍ନର ସମାଜରେ ନୂତନ ବ୍ୟକ୍ତିଙ୍କୁ ସାମିଲ କରିବା ପୂର୍ବରୁ ନାଚଗୀତ ଓ ସାମୁହିକ ଭୋଜି ହୋଇଥାଏ, ପରେ କିନ୍ନର ରୀତିନୀତି ଅନୁଯାୟୀ ତାଙ୍କୁ ନିଜର ଲୋକଙ୍କ ମଧ୍ୟରେ ସାମିଲ କରାଯାଇଥାଏ ।

ସାରା ଦେଶରେ କିନ୍ନରଙ୍କର ମୋଟ 4ଜଣ ଦେବୀ ଅଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କର କୁଣ୍ଡଳୀରେ ବୁଧ, ଶୁକ୍ର, ଶନି ଓ କେତୁଙ୍କ ଅଶୁଭ ଯୋଗ ଥିଲେ ସେ କିନ୍ନର କିମ୍ବା ନଂପୁଷକ ହୋଇଥାନ୍ତି। କିନ୍ନରଙ୍କର ମୃତ୍ୟୁ ହେବା ପରେ ତାଙ୍କର ଅନ୍ତିମ ସଙ୍କସ୍କର ଗୋପନୀୟ ଉପାୟରେ କରାଯାଏ । କିନ୍ନରଙ୍କୁ ଦାହ କରିବା ପରିବର୍ତ୍ତେ ସମାଧି ଦିଆଯାଏ। ମୃତ କିନ୍ନରଙ୍କର ଚେହେରା କୌଣସି ଅନ୍ୟ କିନ୍ନରଙ୍କୁ ଦେଖାଇ ଦିଆଯାଏ ନାହିଁ ନହେଲେ ସେହି କିନ୍ନର ଆଗାମୀ ଜନ୍ମରେ କିନ୍ନର ହୋଇଥାନ୍ତି । କିନ୍ନରଙ୍କର ଶବ ଯାତ୍ରା କୁ ରାତିରେ କରାଯାଏ ।

ମୃତ କିନ୍ନରଙ୍କର ଶବ ଯାତ୍ରା ବାହାର କରିବା ପୂର୍ବରୁ ତାଙ୍କୁ ଅନ୍ୟ କିନ୍ନର ଜୋତା ଚପଲରେ ବାଡେଇଥାନ୍ତି । କିନ୍ନରଙ୍କର ମରିବା ପରେ ପୁରା ସମୁଦାୟ ଏକ ସପ୍ତାହ ପର୍ଯ୍ୟନ୍ତ ଉପବାସ ରହନ୍ତି । କିନ୍ନର ନିଜକୁ ମଙ୍ଗଳମୁଖୀ ମାନିଥାନ୍ତି। ଏହାର କାରଣ ଏହା ଯେ ଏମାନେ କେବଳ ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି ।

କିନ୍ନରଙ୍କର ମୃତ୍ୟୁ ପରେ ତାଙ୍କର ମୃତ୍ୟୁର ଶୋକ ପାଳନ କରାଯାଏ ନାହି। ସେମାନେ ମାନନ୍ତି ଯେ ଏହି ଶରୀରକୁ ନର୍କ ରୂପୀ ଦୁନିଆରୁ ଶୀଘ୍ର ମୁକ୍ତି ମିଳିଗଲା । ସାଧାରଣତଃ ସିଂହସ୍ଥରେ 13ଆଖଡା ଥାଏ କିନ୍ତୁ ଏଥର କିନ୍ନରଙ୍କ ନିମନ୍ତେ ଏକ ଆଖଡା ବିଶେଷ ରୂପରେ ନିର୍ମାଣ କରାଯାଇଥିଲା। ଏହି ଆଖଡାର ଉଦ୍ଦେଶ୍ୟ ସେମାନଙ୍କୁ ସମାଜରେ ସମାନତା ଦେବାର ଅଟେ । କିନ୍ନରଙ୍କ ଆରାଧ୍ୟଦେବ ଅରାବନ ଅଟେ ଯାହାଙ୍କୁ ସେମାନେ ବର୍ଷରେ ଥରେ ବିବାହ କରନ୍ତି। ଆସନ୍ତା ଦିନ ଦେବଙ୍କ ମୃତ୍ୟୁ ସହିତେ ଏହି ବିବାହ ଶେଷ ହୋଇଯାଏ। କିନ୍ନରଙ୍କର ମୃତ୍ୟୁ ପରେ ଏହି ଲୋକମାନେ ନିଜର ଟଙ୍କାରେ ଦାନଧର୍ମ କାର୍ଯ୍ୟ ମଧ୍ୟ କରନ୍ତି ।

କିନ୍ନର ସମୁଦାୟରେ କିଛି ଗ୍ୟାଙ୍ଗ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ସୁନ୍ଦର ଓ କୋମଳ ଚଳଣି ଥିବା ପୁଅଙ୍କ ତଲାଶରେ ରହନ୍ତି। ଏହି ଲୋକମାନେ ପ୍ରଥମେ ସେହି ପୁଅର ନିକଟତା ବଢାନ୍ତି ଓ ତାପରେ ତାକୁ ନଂପୁଷକ କରିଦିଅନ୍ତି। ଅର୍ଥାତ ତାହାର ଶରୀରର ପୁରୁଷଅଙ୍ଗକୁ କାଟିଦିଅନ୍ତି ଯାହା ଫଳରେ ସେ ପୁଅ ହୋଇ ରହେ ନାହିଁ।

Leave a Reply

Your email address will not be published. Required fields are marked *