June 23, 2025

Odia Express

Here, There and Everywhere

ଇଚ୍ଛାଧାରୀ ନାଗ-ନାଗୁଣୀ ସହିତ ଜଡିତ ଆଶ୍ଚର୍ଯ୍ୟଜନକ ସତ୍ୟତା – ଜାଣିଲେ ଆପଣ ମଧ୍ୟ ଚମକି ପଡିବେ…

ଭରାନ୍ତରେ ନାଗଙ୍କର ସବୁଠାରୁ ଅଧିକ ପ୍ରଜାତି ଦେଖିବାକୁ ମିଳନ୍ତି । ପ୍ରାଚୀନକାଳରୁ ଲୋକମାନସରେ ପ୍ରଚଳିତ ଅଟେ ଯେ ଗୋଟିଏ ଏପରି ନାଗ ରହିଛି ଯିଏ କି ଇଚ୍ଛାଧାରୀ ହୋଇଥାଏ ଅର୍ଥାତ ଯିଏ କାହାର ମଧ୍ୟ ରୂପ ଧାରଣ କରିଇପାରେ । ହିନ୍ଦୁ ଧର୍ମ ରେ ନାଗ ପୁଅଜର ପ୍ରଚଳନ ପ୍ରାଚୀନକାଳରୁ ରହିଆସିଛି । ହିନ୍ଦୁ ପୌରାଣିକ ଗ୍ରନ୍ଥ, କାହାଣୀ, କଥା ଆଦିରେ ଅନେକ ପ୍ରକାର ନାଗଙ୍କ ବିଷୟରେ ଉଲ୍ଲେଖ ରହିଛି ।ହିନ୍ଦୁ ପୌରାଣିକ କଥାରେ ଏହା ଏକ ଏପରି କୋବ୍ରା ଜାତିର ସର୍ପ ହୋଇଥାଏ ଯାହା 100ବର୍ଷ ବୟସ ପୂର୍ଣ୍ଣ କରିବା ପରେ ରୂପ ବଦଳେଇବାର କ୍ଷମତା ପ୍ରାପ୍ତ କରିନିଏ ଓ ତାପରେ ସେ ଶତାଧିକ ବର୍ଷ ଯାଏଁ ଜୀବିତ ରହିଥାଏ । ଏଭଳି କିମ୍ବଦନ୍ତୀ ମଧ୍ୟ ରହିଛି ଯେ ନାଗଙ୍କ ମଧ୍ୟରେ କିଛି ଏପରି ନାଗ ମଧ୍ୟ ଅଛନ୍ତି ଯେଉଁମାନେ ସବୁ ପ୍ରକାର ର ଜ୍ଞାନ ରଖନ୍ତି ।

ଯେଉଁ ପ୍ରକାର ମନୁଷ୍ୟଙ୍କ ମଧ୍ୟରେ ସିଦ୍ଧ ସନ୍ଥ ଅଛନ୍ତି ଠିକ ସେହିପ୍ରକାର ନାଗଙ୍କ ମଧ୍ୟରେ ସିଦ୍ଧ ନାଗ ଅଛନ୍ତି ଯେଉଁମାନେ କାହାର ମଧ୍ୟ ଶରୀରର ବ୍ୟବହାର କରି ମନୁଷ୍ୟଙ୍କର ଭଲ କରିଥାନ୍ତି । ଭାରତର ବହୁତ ଗ୍ରାମୀଣ କ୍ଷେତ୍ରରେ କିଛି ବିଶେଷ ଲୋକଙ୍କ ଶରୀରରେ ନାଗ ଦେବତା ପ୍ରବେଶ କରନ୍ତି ଓ ଦେଶ ସାରା ନାଗଙ୍କର ଅନେକ ମନ୍ଦିର ରହିଛି। ମାନ୍ୟତା ରହିଛି ଯେ ଇଚ୍ଛାଧାରୀ ନାଗଙ୍କ ପାଖରେ ଏକ ମଣି ମଧ୍ୟ ଥାଏ ।

ହିନ୍ଦୁ ପୌରାଣିକ ମାନ୍ୟତା ଅନୁଯାୟୀ ମନୁଷ୍ୟ ଓ 84ଲକ୍ଷ୍ୟ ଯୋନିଙ୍କ ଜୀବ ମଧ୍ୟରେ କିଛି ଏପରି ଜୀବ ଅଛନ୍ତି ଯେଉଁମାନେ ରହସ୍ୟମୟୀ ଅଟନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ନାଗ ମଧ୍ୟ ଅଟେ। ପ୍ରଚନା କାଳରେ 30ରୁ 40 ଫୁଟ ଯାଏ ନାଗ ଥିଲେ। ଶ୍ରୀକୃଷ୍ଣ ଯେଉଁ ନାଗ ଅଗାସୁରକୁ ମାରିଥିଲେ ତାହା ପ୍ରାୟ ଏତିକି ବଡ ଥିଲା। ପୌରାଣିକ ଗ୍ରନ୍ଥରେ ନାଗବଂଶ ଓ ନାଗକନ୍ୟାଙ୍କ ଉଲ୍ଲେଖ ମଧ୍ୟ ରହିଛି । ମହାଭାରତରେ ଉଲ୍ଲେଖ ରହିଛି ଯେ ପଣ୍ଡୁ ପୁତ୍ର ଅର୍ଜୁନ ନାଗକନ୍ୟା ଉଲୁକି ସହିତ ବିବାହ କରିଥିଲେ। ଭୀମଙ୍କ ପୁତ୍ର ଘଟୋତ୍କଚଙ୍କ ବିବାହ ମଧ୍ୟ ଏକ ନାଗକନ୍ୟା ସହିତ ହୋଇଥିଲା । ଯାହାର ନାମ ଅହିଳବତୀ ଥିଲା ଓ ଯାହାର ପୁତ୍ର ବୀର ଯୋଦ୍ଧା ବର୍ବରୀକ ଥିଲା। କିନ୍ତୁ ଏହି ନାଗକନ୍ୟାମାନେ ଇଚ୍ଛାଧାରୀ ନଥିଲେ ।

କିନ୍ତୁ ବିଜ୍ଞାନ ଓ ସର୍ପ ବିଶେଷଜ୍ଞ ମାନନ୍ତି ଯେ ଇଚ୍ଛାଧାରୀ ନାଗୁଣୀର ଚରିତ୍ର ସଂପୂର୍ଣ୍ଣ ରୂପେ କାଳ୍ପନିକ ଅଟେ । ଯଦିଓ ବୈଜ୍ଞାନିକ ଏହା ମଧ୍ୟ କୁହନ୍ତି ଯେ ସାପ ବିଶ୍ଵର ସବୁଠାରୁ ରହସ୍ୟମୟ ପ୍ରାଣୀ ଅଟେ । ୟୁଟ୍ୟୁବରେ ଆପଣଙ୍କୁ ଇଚ୍ଛାଧାରୀ ନାଗ କିମ୍ବା ନାଗୁଣୀଙ୍କର ଅନେକ ଭିଡିଓ ମିଳିଯିବ । କିନ୍ତୁ ଏହା କେହି ଜାଣନ୍ତି ନାହିଁ ଯେ ଇଚ୍ଛାଧାରୀ ନାଗ ଅଛନ୍ତି ବା ଏହା ଏକ କପୋଳକଲ୍ପନା ଅଟେ ।

Leave a Reply

Your email address will not be published. Required fields are marked *