November 18, 2024

Odia Express

Here, There and Everywhere

ଯେବେ କୌଣସି ଝିଅ କୌଣସି ପୁଅକୁ ପ୍ରେମ କରିବାରେ ଲାଗେ ତ ଦେଇଥାଏ ଏହି ସାତଟି ସଂକେତ…

ପ୍ରେମ ମଧ୍ୟ ବହୁତ ଅଦ୍ଭୁତ ଜିନିଷ ଅଟେ । ଏବେ ଏହା ହୋଇଥାଏ ତ ମନୁଷ୍ୟ ଦୁନିଆ ସାରାର ଟେନସନ ଭୁଲିଯାଇଥାଏ ଓ କେବଳ ଏକ ବିଶେଷ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବାରେ ଲାଗେ । କୁହନ୍ତି ଯେ ଯେବେ କୌଣସି ମନୁଷ୍ୟକୁ ପ୍ରେମର କୀଟାଣୁ ଦଂଶନ କରେ ତ ତାହାର ରାତିର ନିଦ ଉଡିଯାଏ, ତାକୁ ସବୁ ଯିବାଆସିବା କରୁଥିବା ଚେହେରାରେ ତାହାର ପ୍ରେମ ନଜର ଆସେ, ଏପରିକି ତାହାକୁ ପ୍ରତିଦିନର ଛୋଟମୋଟ ଜିନିଷ ମଧ୍ୟ ଭଲ ଓ ରୋମାଣ୍ଟିକ ଲାଗେ।ଯେବେ କୌଣସି ପୁଅକୁ ପ୍ରେମ ହୋଇଥାଏ ତ ସେ ବିନା ବିଳମ୍ବ କରି ନିଜର ପ୍ରେମକୁ ଜାହିର କରେ। କିନ୍ତୁ ଝିଅଙ୍କ ମାମଲାରେ ଏପରି ହୋଇନଥାଏ। ଯେବେ କୌଣସି ଝିଅ କୌଣସି ପୁଅକୁ ପ୍ରେମ କରିବାରେ ଲାଗେ ତ ସେ ଏତେ ସହଜରେ ନିଜର ପ୍ରେମର ପ୍ରକାଶ କରିନଥାଏ । ଏମିତିରେ ଅନେକଥର ପୁଅ ଏହି କଥାରେ ଅଜଣା ରାହିଜାଇଥାଏ ଯେ କୌଣସି ଝିଅ ତାକୁ ନିଜର ହୃଦୟ ଦେଇବସିଛି ।

ଆଜି ଆମେ ଆପଣଙ୍କୁ ଝିଅଙ୍କର ବିଷୟରେ କିଛି ଏପରି ସ୍ଵତନ୍ତ୍ର କଥା ଜଣେଇବାକୁ ଯାଉଛୁ ଯାହାର ଅବଲୋକନ କରି ଆପଣ ଏହା ଜାଣିପାରିବେ ଯେ କୌଣସି ଝିଅ କେବଳ ଆପଣଙ୍କ ବନ୍ଧୁ ଅଟେ ଅବା ସେ ଆପଣଙ୍କୁ ପ୍ରେମ କରିବସିଛି।

1 – ଝିଅଙ୍କର ଏହି ଇଶାରା ଦେଇଥାଏ ପ୍ରେମର ସଂକେତ – ଯେବେ କୌଣସି ଝିଅ ଆପଣଙ୍କ କହୁଥିବା ସବୁକଥା ମାନିଥାଏ ଓ ଆପଣଙ୍କ ମୁତାବିକ ଢଳିଯାଏ ତ ବୁଝି ଯାଆନ୍ତୁ ଯେ ସେ ଆପଣଙ୍କୁ ନିଜର ନିକଟତର ମାନୁଛି ଓ ଆପଣଙ୍କୁ ଅମାନ୍ୟ କରି ଆପଣଙ୍କ ହୃଦୟକୁ କଷ୍ଟ ଦେବାକୁ ଚାହୁଁନାହିଁ ।

2 – ଅପଡ ହେବା ଓ ଝଗଡା ହେବା ପରେ ମଧ୍ୟ ଆପଣଙ୍କ ସାଥି ନଛାଡିବା – ଯେବେ କୌଣସି ଝିଅ ଆପଣଙ୍କ ସହିତ ଅନେକଥର ଲଢେଇ ଓ ପାଟିତୁଣ୍ଡ ପରେ ମଧ୍ୟ ଆପଣଙ୍କ ସାଥି ଛଡେ ନାହିଁ ତ ଏହା ସଂକେତ ଅଟେ ଯେ ସେ ଆପଣଙ୍କ ବିନା ରହିପାରିବ ନାହିଁ ।

3 – ଆପଣଙ୍କ ସବୁ କଥାରେ ହସିବା – ଯେବେ କୌଣସି ଝିଅ ଆପଣଙ୍କ ପ୍ରେମରେ ପଡେ ତ ସେ ଆପଣଙ୍କ ସବୁ ଜୋକ ରେ ହସିଥାଏ, ପଛକେ ସେହି ଜୋକ ଯେତେ ବି ବେକାର ଓ ଶୁଣିଥିବାର ହୋଇଥାଉ ।

4 – ଯେବେ କୌଣସି ଝିଅକୁ କୌଣସି ପୁଅ ପସନ୍ଦ ଆସେ ତ ସେ ନିଜର ପରିପାଟିକୁ ନେଇ ବହୁତ ସଜାଗ ହୋଇଯାଇଥାଏ ଓ ବାରମ୍ବାର ନିଜର କେଶକୁ ସାଉଁଳେଇ ଥାଏ , ବେକରେ ହାତ ବୁଲେଇଥାଏ, ହାତ କୁଣ୍ଡେଇ ଥାଏ ଓ ନେକଥର ଦର୍ପଣ କିମ୍ବା ମୋବାଇଲରେ ନିଜର ମୁହଁକୁ ଦେଖୁଥାଏ ।

5 – ଆପଣଙ୍କ ସହିତ ଅଠା ଭଳି ଲାଖି ହୋଇ ରହେ – ଯଦି କୌଣସି ଝିଅ ଆପଣଙ୍କୁ ପସନ୍ଦ କରିଥାଏ ତ ସେ ଦିନର ଅଧିକାଂଶ ସମୟ ଆପଣଙ୍କ ସହିତ ରହିବାକୁ ପସନ୍ଦ କରିବ । ସେ ଯେଉଁଠାକୁ ଗଲେ ମଧ୍ୟ ଆପଣଙ୍କୁ ନିଜ ସହିତ ନେଇଯିବ । ସହଜ ଶବ୍ଦରେ କହିବା ତ ତାକୁ ଆପଣଙ୍କ ସାଥି ବହୁତ ଭଲଲାଗେ ।

6 – ଆପଣଙ୍କ ସମସ୍ତ କଥାର ଖିଆଲ ରଖିବ – ଯେବେ କୌଣସି ଝିଅ କୌଣସି ପୁଅକୁ ପ୍ରେମ କରିଥାଏ ତ ସେ ତାହାର ଅଧିକ କେୟାର କରିଥାଏ । ତୁମେ ଖାଇଛ ନା ନାହିଁ? ଏହା ଖାଅ ନାହିଁ , ତାହା କର ନାହିଁ ନହେଲେ ବେମାର ପଡିଯିବ , ଏହି ରଙ୍ଗର କପଡା ତୁମକୁ ଭଲ ଦିଶୁନାହିଁ , ସେଠାକୁ ଯିବ ତ ସମ୍ଭାଳିକି ଯିବ ଇତ୍ୟାଦି ଏପରି ଜିନିଷ ହୋଇଥାଏ ଯେଉଁଥିରେ ସେ ସାମିଲ ହୋଇଥାଏ ।

7 – ଲାଜ କରିବା ଓ ନର୍ଭସ ହେବା – କିଛି ଝିଅମାନେ ଯେବେ ମଧ୍ୟ ନିଜର କ୍ରଶ (ପ୍ରେମ) ପାଖକୁ ଯାଇଥାନ୍ତି କିମ୍ବା ସେମାନଙ୍କ ସହିତ କଥା ହୁଅନ୍ତି ତ ତାଙ୍କୁ ଲାଜ ଲାଗିଥାଏ । ନିଜର ଆଖି ତଳକୁ କରିଦିଅନ୍ତି , ତାଙ୍କର କଥା ଖନି ମାରିଯାଏ ଓ ଆପଣଙ୍କୁ ଦେଖି ସେମାନେ ହଡବଡ ରେ ଅନେକ ପ୍ରକାର ଭୁଲ କରିବସନ୍ତି ।

Leave a Reply

Your email address will not be published. Required fields are marked *