November 22, 2024

Odia Express

Here, There and Everywhere

ଘରର ଏହି କୋଣରେ କେବେ ମଧ୍ୟ ରଖନ୍ତୁ ନାହିଁ ଏହି 4 ଜିନିଷ, ନହେଲେ ଦରିଦ୍ରତା ଓ ଦୁର୍ଭାଗ୍ୟ ଦୁହେଁ ସାରାଜୀବନ ପିଛା ଛାଡିବେ ନାହିଁ

ବନ୍ଧୁଗଣ ହିନ୍ଦୁ ଧର୍ମରେ ବାସ୍ତୁର ବହୁତ ଅଧିକ ମହତ୍ଵ ହୋଇଥାଏ। ଏପରି କୁହଯାଏ ଯେ ଯେଉଁ ଘରର ବାସ୍ତୁ ଭଲ ହୋଇଥାଏ ସେଠାରେ କେବେ କୌଣସି ଅସୁବିଧା ଆସିନଥାଏ। କିନ୍ତୁ ଯେଉଁ ଘରେ ବାସ୍ତୁର ନିୟମକୁ ନଜରଅନ୍ଦାଜ କରାଯାଇଥାଏ ସେଠାରେ ଅସୁବିଧାର ଯିବାଆସିବା ଲାଗିରହିଥାଏ । ଏହାର ଏକ ବଡ କାରଣ ଏହା ଯେ ଭଲ ବାସ୍ତୁ ଦ୍ଵାରା ଗୃହରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଯାହାଦ୍ଵାରା ଘର ବାତାବରଣ ମଧ୍ୟ ଉତ୍ତମ ରହିଥାଏ । କିନ୍ତୁ ଯେବେ ବାସ୍ତୁ ନିୟମର ପାଳନ କରାଯାଏ ନାହିଁ ତ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସାଧାରଣତଃ ଲୋକଙ୍କର ଘରର ଡିଜାଇନ ତ ବାସ୍ତୁ ଅନୁରୂପ ବନେଇଥାନ୍ତି କିନ୍ତୁ ଯେବେ କଥା ଘରେ ରଖୁଥିବା ଉପକରଣର ଆସିଥାଏ ତ ବାସ୍ତୁର ଧ୍ୟାନ ରଖାଯାଇନଥାଏ ।

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏପରି ବାସ୍ତୁ ଟିପ୍ସ କହିବାକୁ ଯାଉଛୁ ଯାହା ଆପଣଙ୍କ ବହୁତ କାମରେ ଆସିବ। ଆଜି ଆମେ ଜାଣିବା ଯେ କିପରି ଘରର ବିଶେଷ କୋଣରେ ରଖିଥିବା କିଛି ଉପକରଣ ଆପଣଙ୍କ ଜୀବନରେ ତୋଫାନ ଆଣିପରେ । ପ୍ରକୃତରେ ବାସ୍ତୁ କଥା ମାନିବା ଯଦି ତେବେ ଏହି ସ୍ଵତନ୍ତ୍ର କୋଣରେ କିଛି ବିଶେଷ ଉପକରଣ ଭୁଲରେ ମଧ୍ୟ ରଖିବା ଉଚିତ ନୁହେଁ । ଯଦି ଆପଣ ଏପରି କରନ୍ତି ତେବେ ଦାରିଦ୍ର୍ୟ ଓ ଦୁର୍ଭାଗ୍ୟ ଆପଣଙ୍କ ପିଛା ସାରା ଜୀବନ ଛାଡିବ ନାହିଁ ଏଥିପାଇଁ ଏପରି କରିବାରୁ ସର୍ବଦା କ୍ଷାନ୍ତ ରୁହନ୍ତୁ ।

ଘରର ଏହି କୋଣରେ ଭୁଲରେ ମଧ୍ୟ ଏହି ଉପକରଣ ରଖନ୍ତୁ ନାହିଁ

ପଲଙ୍କ: ଆଜିକାଲି ପ୍ରତ୍ୟେକଙ୍କ ଶୟନକକ୍ଷରେ ଆପଣଙ୍କୁ ପଲଙ୍କ ମିଳିଯିବ। କିନ୍ତୁ ଏହି ପଲଙ୍କ ଆପଣ ଭୂଲରେ ମଧ୍ୟ ଦକ୍ଷିଣ ବା ପଶ୍ଚିମ ଦିଗର କାନ୍ଥସହିତ ଲଗେଇ ରଖିବେ ନାହିଁ ଏପରି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଫାଟ ଆସିଥାଏ । ତାସହିତ ବେଡରୁମର ପରିବେଶ ନକରାତ୍ମକ ହୋଇଥାଏ ଯଦି ପତି ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦିଗରେ ଥିବା ପଲଙ୍କରେ ଶୁଅନ୍ତି ତ ତାଙ୍କର ସମ୍ପର୍କ ପୂର୍ଣ୍ଣ ରୂପେ ଶେଷ ହେବାର ସମ୍ଭାବନା ରହିଥାଏ । ଏଥିପାଇଁ ସବୁବେଳେ ପଲଙ୍କକୁ ପୂର୍ବ କିମ୍ବା ଉତ୍ତର ଦିଗରେ ହିଁ ରଖନ୍ତୁ ।

ଗ୍ୟାସ ଚୁଲ୍ଲା: ପ୍ରତ୍ୟେକ ରୋଷେଇଘରେ ଏକ ଗ୍ୟାସ ଚୁଲ୍ଲା ନିଶ୍ଚିତ ରହିଥାଏ । ଏମିତିରେ ଏହି ଗ୍ୟାସ ଚୁଲ୍ଲାକୁ ପଶ୍ଚିମ, ଉତ୍ତର କିମ୍ବା ଦକ୍ଷିଣ ଗିଗାରେ ରଖନ୍ତୁ ନାହିଁ । ଏହାକୁ ସବୁବେଳେ ପୂର୍ବ ଦିଗର କାନ୍ଥରେ ରଖନ୍ତୁ । ଏହିପ୍ରକାର ଯେବେ ଆପଣ ଏଥିରେ ଖାଦ୍ୟ ପ୍ରସ୍ତୁତ କରିବେ ତ ଆପଣଙ୍କ ମୁହଁ ମଧ୍ୟ ପୂର୍ବ ଦିଗରେ ରହିବ। ଏପରି କରିବା ଦ୍ଵାରା ଘରେ ଉନ୍ନତି ସବୁସମୟରେ ରହିଥାଏ। ତାସହ ଏଥିରେ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଓ କିଚେନରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ ।

ମନ୍ଦିର: ଘରର ମନ୍ଦିର ମାନେ ପୂଜାଘର ଏକ ମୁଖ୍ୟ ଅଂଶ ହୋଇଥାଏ । ସଂପୂର୍ଣ୍ଣ ଘରର ଭାଗ୍ୟ ଏହିଠାରୁ ନିର୍ଦ୍ଧାରିତ ହୋଇଥାଏ। ଏମିତିରେ ଘରର ମନ୍ଦିରକୁ କିଛି ଏହିପ୍ରକାର ରଖନ୍ତୁ ଯେ ଯେବେ ଆପଣ ପୂଜା କରିବେ ତ ଆପଣଙ୍କ ମୁହଁ ପୂର୍ବ ଦିଗକୁ ରହିବ। ବାକି ଦିଗରେ ମନ୍ଦିର ରଖିବା ଅଶୁଭ ହୋଇଥାଏ ।

ଆଲମାରି: ଯେବେ ମଧ୍ୟ ଆପଣ ଘରେ ଆଲମାରି ରଖୁଛନ୍ତି ତ ତାହାର ମୁହଁ ଭୁଲରେ ମଧ୍ୟ ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁହଁ କରି ଖୋଲିବା ଉଚିତ ନୁହେଁ । ଗୋଟିଏ ଆଲମୀରାର ମୁହଁ ପୂର୍ବ ବା ଉତ୍ତର ଦିଗରେ ଖୋଲିବା ଶୁଭ ହୋଇଥାଏ । ଏପରି କୁହାଯାଏ ଯେ ଘରେ ଲକ୍ଷ୍ମୀ ଏହି ଦିଗରେ ପ୍ରବେଶ କରନ୍ତି। ଏମିତିରେ ସେ ସିଧା ଆପଣଙ୍କ ଆଲମାରିରେ ରଖିଥିବା ଧନ ପାଖକୁ ଯାଆନ୍ତି ଓ ତାହାକୁ ଆଶୀର୍ବାଦ ଦେଇ କୃପା କରନ୍ତି ।

Leave a Reply

Your email address will not be published. Required fields are marked *