November 22, 2024

Odia Express

Here, There and Everywhere

ଏହି ଉପଚାର ଦ୍ଵାରା ଦେଖୁଦେଖୁ ଖରାରେ କଳା ହୋଇଥିବା ହାତ ଗୋରା ହୋଇଯିବ – ଏବେ ଚେଷ୍ଟା କରି ଦେଖନ୍ତୁ…

ବନ୍ଧୁଗଣ ଅନେକ ସମୟରେ ଖରା ଧାସ ଯୋଗୁ ଆମର ଶରୀରର ଖୋଲା ଅଂଶରେ ଯେଭଳିକି ହାତ ଓ ପାଦ କଳା ପଡିଯାଇଥାଏ। ମୁଖ୍ୟତଃ ଯେଉଁ ଲୋକମାନେ ବାଇକ କିମ୍ବା ସ୍କୁଟର ଚାଳନା କରନ୍ତି ତାଙ୍କର ହାତର ରଙ୍ଗ ନିଶ୍ଚିତ କଳା ପଡିଯାଇଥାଏ। ଏପରି ଖରାରେ ହାତରେ ଗୋଭ୍ସ ପିନ୍ଧିବା ଆବଶ୍ୟକ ହୋଇଥାଏ। ଖରା ଯୋଗୁ କଳା ହୋଇଥିବା ହାତର ରଙ୍ଗ ଓ ଆମର ଅନ୍ୟ ସ୍କିନର ରଣ ଅଲଗା ଟୋନରେ ହେବା କାରଣରୁ ଏହା ଦେଖିବାରେ ବହୁତ ଖରାପ ଦେଖାଯାଇଥାଏ । ଏକଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏପରି ଉପଚାର ସେୟାର କରିବୁ ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ କଳା ପଡିଥିବା ହାତର ରଙ୍ଗ ପ୍ରଥମ ଭଳି ହୋଇଯିବ ।

ଖରାରେ କଳା ପଡିଥିବା ହାତର ରଙ୍ଗକୁ ଧଳା କରିବାର ଉପାୟ – ଏହି ବିଶେଷ ଉପାୟକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ତିନୋଟି ଜିନିଷ କାକୁଡି ରସ, ଲେମ୍ବୁ ରସ ଓ ଗୋଲାପ ଜଳର ଆବଶ୍ୟକତା ହେବ। ସର୍ବପ୍ରଥମେ ଗୋଟିଏ ପାତ୍ରରେ 4ଚାମଚ କାକୁଡି ରସ, 1 ଚାମଚ ଲେମ୍ବୁ ରସ, ଓ ଏକ ଚତୁର୍ଥାଂଶ ଗୋଲାପ ଜଳ ମିଶେଇ ଦିଅନ୍ତୁ । ଏବେ ଏହି ସମସ୍ତ ଜିନିଷକୁ ଚାମଚ ସହାୟତାରେ ଭଲ ରୂପେ ଗୋଳେଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ପ୍ରତିଦିନ ନିଜର ଖରାରେ କଳା ହୋଇଥିବା ହାତରେ 20ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ ଓ ତାପରେ ଥଣ୍ଡା ପାଣିରେ ହାତ ଧୋଇନିଅନ୍ତୁ । ଏହା ପ୍ରତିଦିନ କରିବା ଦ୍ଵାରା ଧୀରେଧିରେ ହାତର କଳାରଙ୍ଗ ଚାଲିଯିବ ଓ ସ୍କିନର ପ୍ରକୃତିକ ରଙ୍ଗ ଫେରି ଆସିବ ।

ଏହି ଉପଚାର ନିମନ୍ତେ ଆପଣଙ୍କୁ ଦୁଇ ଜିନିଷ ମୁଲତାନି ମାଟି ଓ ହଳଦୀ ପାଉଡରର ଆବଶ୍ୟକତା ହେବ। ସର୍ବପ୍ରଥମେ ଗୋଟିଏ ପାତ୍ରରେ 2ଚାମଚ ମୁଲତାନି ମାଟି ଓ ଅଧ ଚାମଚ ହଳଦୀ ପାଉଡର ନିଅନ୍ତୁ । ଏବେ ଏଥିରେ ଅଳ୍ପ ପାଣି ପକେଇ ଏକ ଗାଢ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ନିଜର ହାତରେ ଲଗେଇ ଦିଅନ୍ତୁ ଓ ଯେବେ ପେଷ୍ଟ ଶୁଖିଯିବ ତ ଥଣ୍ଡା ପାଣିରେ ହାତ ଧୋଇନିଅନ୍ତୁ । ଏଇ ଉପାୟ ଆପଣ ସପ୍ତାହରେ 3ଥର କରିପାରିବେ ।

ତାପର ଉପଚାର ନିମନ୍ତେ ଆପଣଙ୍କୁ ଆବଶ୍ୟକ ହେବ 2ଚାମଚ କ୍ଷୀର ମଲେଇ,1ଚାମଚ ମହୁ, ଅଧ ଚାମଚ ଲେମ୍ବୁ ରସ, 1ଚାମଚ ହଳଦୀ ପାଉଡର। ଏବେ ଏହି ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ପକେଇ ପାଣି ସହିତ ଭଲ ଭାବରେ ମିଶ୍ରଣ କରନ୍ତୁ । ଆପଣଙ୍କୁ ଏହି ପେଷ୍ଟ କିଛି ତରଳ କରିବାକୁ ହେବ । ଏହାପରେ ସ୍ନାନର 25ମିନିଟ ପୂର୍ବରୁ ଏହି ପେଷ୍ଟକୁ ହାତରେ ଲଗେଇ 10ମିନିଟ ପର୍ଯ୍ୟନ୍ତ ମାଲିଶ କରନ୍ତୁ। ଏହାର 15ମିନିଟ ପରେ ଆପଣ ଉଷୁମ ପାଣିରେ ଗାଧୋଇବା ସମୟରେ ହାତକୁ ଧୋଇନିଅନ୍ତୁ। ଏହି ଉପାୟ ଆପଣ ସପ୍ତାହରେ 2ରୁ3ଥର କରିପାରିବେ । ଏହି ଉପାୟକୁ ସେପର୍ଯ୍ୟନ୍ତ କରନ୍ତୁ ଯେପର୍ଯ୍ୟନ୍ତ ଆପଣଙ୍କ କଳା ପଡିଥିବା ହାତର ରଙ୍ଗ ପ୍ରଥମ ଭଳି ଗୋରା ନହୋଇଛି ।

Leave a Reply

Your email address will not be published. Required fields are marked *