ସ୍ଵପ୍ନରେ ଏହି ପଶୁଙ୍କୁ ଦେଖିବାର ଅର୍ଥ ଏହା ଯେ ଆପଣଙ୍କ ଜୀବନରେ ଶୀଘ୍ର ହିଁ….
ଏହି ଦୁନିଆରେ ବୋଧହୁଏ କୌଣସି ଏପରି ବ୍ୟକ୍ତି ଥିବେ ଯିଏ ରାତିରେ ଶୋଇବା ସମୟରେ ସ୍ଵପ୍ନ ଦେଖୁନଥିବେ । ସ୍ଵପ୍ନର ଆମର ଜୀବନରେ ମହତ୍ଵପୂର୍ଣ୍ଣ ଭୂମିକା ଥାଏ । ସମୁଦ୍ରଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଦୁଇଟିରେ କୁହାଯାଇଛି ଯେ ଆମେ ରାତିରେ ଯାହା ମଧ୍ୟ ସ୍ଵପ୍ନ ଦେଖୁ ତାହା ଆମର ଭବିଷ୍ୟ ରେ ଆସୁଥିବା ଘଟଣାର ସଂକେତ ହୋଇଥାଏ । ଆପଣ ସ୍ଵପ୍ନରେ କଣ ଓ କିପରି ଦେଖୁଛନ୍ତି ତାହା ଆପଣଙ୍କ ଭବିଷ୍ୟ ଉପରେ ଅତ୍ୟଧିକ ପ୍ରଭାବ ପକେଇଥାଏ। ଆଜି ଆମେ ଆପଣଙ୍କୁ ସ୍ଵପ୍ନରେ ପଶୁଙ୍କୁ ଦେଖିବାର ଅର୍ଥ କହିବୁ ।
ସ୍ଵପ୍ନରେ ଦେଖିଥିବା ପଶୁ ଦେଇଥାଏ ସଂକେତ
କୁକୁର: ଯଦି ଆପଣଙ୍କୁ ସ୍ଵପ୍ନରେ କୁକୁର ଦେଖାଦିଏ ତେବେ ଏହା ଏକଥାର ସଂକେତ ଅଟେ ଯେ ଆପଣଙ୍କୁ କୌଣସି ବନ୍ଧୁଙ୍କ ତରଫରୁ କୌଣସି ସୁଖଦ ସମାଚାର ମିଳିବାର ଅଛି । ଯଦି ଆପଣ ସ୍ଵପ୍ନରେ କୁକୁରକୁ ରୁଟି ଖାଉଥିବାର ଦେଖନ୍ତି ତ ବୁଝି ଯାଆନ୍ତୁ ଯେ ଆପଣଙ୍କ କୌଣସି ପୁରାତନ ବନ୍ଧୁ ଆପଣଙ୍କୁ ଶୀଘ୍ର ସାକ୍ଷାତ କରିବାକୁ ଆସିବେ ।
ଗାଈ: ସ୍ଵପ୍ନରେ ଗାଈ ଦେଖିବା ଶୁଭ ହୋଇଥାଏ । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତିଙ୍କୁ ସ୍ଵପ୍ନରେ ଗାଈ ଦେଖାଦିଏ ତାଙ୍କର ଜୀବନରେ ଆଗାମୀ ବର୍ଷ ବହୁତ ଭଲ ଓ ସୁଖମୟ ବିତିଥାଏ । ଏହା ପଛରେ ତର୍କ ଏହା ଯେ ଗାଈ ଭିତରେ ଅନେକ ଦେବୀଦେବତାଙ୍କର ବାସ ହୋଇଥାଏ। ଏମିତିରେ ସ୍ଵପ୍ନରେ ଗାଈ ଦେଖିବା ଦ୍ଵାରା ଆପଣଙ୍କୁ ସେହି ଦେବୀଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ହସ୍ତୀ: ସ୍ଵପ୍ନରେ ହସ୍ତୀ ଦେଖିବା ବହୁତ ଶୁଭ ହୋଇଥାଏ । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ସ୍ଵପ୍ନରେ ହସ୍ତୀ ଦେଖନ୍ତି ତାଙ୍କର ଭାଗ୍ୟ ପ୍ରବଳ ହୋଇଯାଏ ଓ ଆଗାମୀ ସମୟରେ ସେ ନିଜର ଭାଗ୍ୟଆଧାରରେ ଅନେକ ବିପଦପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି ।
ମଇଁଷି: ସ୍ଵପ୍ନରେ ମଇଁଷି ଦେଖିବା ଶୁଭ ହୋଇନଥାଏ । ଏପରି କୁହାଯାଏ ଯେ ସ୍ଵପ୍ନରେ ମଇଁଷି ଦେଖିବା କୌଣସି ଗମ୍ଭୀର ରୋଗ କିମ୍ବା ଦୁର୍ଘଟଣାର ସଂକେତ ହୋଇଥାଏ । ମଇଁଷି ଯମରାଜଙ୍କର ବାହନ ମଧ୍ୟ ହୋଇଥାଏ । ଏମିତିରେ ଯଦି କଳା ଜଙ୍ଗଲି ମଇଁଷି ଦେଖିଥାନ୍ତି ତ ଆମର ନିକଟ ସମ୍ପର୍କୀୟ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେବାର ବିପଦ ବଢିଯାଏ ।
ଓଟ: ସ୍ଵପ୍ନରେ ଓଟ ଦେଖିବା ମଧ୍ୟ ଶୁଭ ହୋଇନଥାଏ । ଯଦି ଆପଣ ସ୍ଵପ୍ନରେ ଓଟ ଦେଖନ୍ତି ତ ବୁଝି ଯାଆନ୍ତୁ ଯେ ଆପଣଙ୍କ ଜୀବନରେ କୌଣସି କଷ୍ଟ ଓ ଦୁଃଖ ଆସିବାର ଅଛି ।
ବିଲେଇ: ସ୍ଵପ୍ନରେ ଧଳା କିମ୍ବା ବାଦାମି ବିଲେଇ ଦେଖିବାର ଅର୍ଥ ଏହା ଯେ ଆପଣଙ୍କ ଜୀବନରେ କୌଣସି ସ୍ଵତନ୍ତ୍ର ମନୁଷ୍ୟଙ୍କର ପ୍ରବେଶ ହୋଇପାରେ। ଏହି ସ୍ଵତନ୍ତ୍ର ମନୁଷ୍ୟ ଆପଣଙ୍କୁ ବହୁତ ଆନନ୍ଦ ଦେବେ । ସ୍ଵପ୍ନରେ କଳା ବିଲେଇ ଦେଖିବାର ଅର୍ଥ ହୋଇଥାଏ ଯେ ଆପଣଙ୍କୁ ପ୍ରେମରେ ଧୋକା ମିଳିବାର ଅଛି ।