ଦୁବଳ ଶରୀର ଯୋଗୁ ଚିନ୍ତିତ କି? ଆଜି ହିଁ ଆପଣାନ୍ତୁ ଓଜନ ବୃଦ୍ଧି କରିବାର ଏହି ଉନ୍ନତମାନର ଉପଚାର…
ଶୁଖିଲା କାଠ ଭଳି ଶରୀର ନେଇ ବୁଲିବା କାହାକୁ ପସନ୍ଦ ଆସେ ନାହିଁ । ଆଜିର ସମୟରେ ସମସ୍ତେ ଫିଟ ଓ ସ୍ୱାସ୍ଥ୍ୟବାନ ରହିବାକୁ ଚାହାନ୍ତି । କିନ୍ତୁ କିଛି ଲୋକ ଅଟନ୍ତି ଯାହାଙ୍କୁ ପ୍ରାୟତଃ ଏହି ଅଭିଯୋଗ ରହିଥାଏ ଯେ ମୁଁ ପଛକେ କେତେ ମଧ୍ୟ ଖାଉଛି କିନ୍ତୁ କେବେ ମୋଟା ହୋଇପାରୁ ନାହିଁ। ଏଥିପାଇଁ ଏହି ଲୋକମାନେ ଅନେକ ସମୟରେ ନିଜର ପତଳା ଶରୀର ପାଇଁ ବ୍ୟଙ୍ଗର ପାତ୍ର ହୋଇଥାନ୍ତି । ଯଦି ଆପଣଙ୍କର ଶରୀର ମଧ୍ୟ ପତଳା ଅଟେ ଓ ଆପଣ ନିଜର ଓଜନ ବୃଦ୍ଧି କରିବାକୁ ଚାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଘରେ ଓଜନ ବୃଦ୍ଧି କରିବାର କିଛି ସହଜ ଓ ସଫଳ ଉପାୟ ଜଣେଇବୁ ।
ଓଜନ ବୃଦ୍ଧି କରିବାର ଘରୋଇ ଉପଚାର
ଉପାୟ# 1 – କାଜୁର କ୍ଷୀର – କାଜୁ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଉତ୍ତମ ହୋଇଥାଏ। ଯଦି ଏହାର ସଠିକ ଉପାଯରେ ବ୍ୟବହାର କରାଯାଏ ତେବେ ଏହା ଓଜନ ବୃଦ୍ଧି କରିବାରେ ଆପଣଙ୍କର ସହୟତ କରିପାରେ। କାଜୁର କ୍ଷୀର ପ୍ରସ୍ତୁତ କରିବା ନିମନ୍ତେ ସର୍ବପ୍ରଥମେ 30ଗ୍ରାମ କାଜୁ ନିଅନ୍ତୁ ଓ ତାହାକୁ ମିକଶ୍ଚର ରେ ଗୁଣ୍ଡ କରିଦିଅନ୍ତୁ । ଏବେ ଏହି ଗୁଣ୍ଡା କାଜୁକୁ 150ମିଲି ପାଣିରେ ଭଲଭାବରେ ମିଶେଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଛଣାରେ ଛାଣି ଗ୍ଲାସରେ ରଖନ୍ତୁ। ଏହିପ୍ରକାର କାଜୁର କ୍ଷୀର ପ୍ରସ୍ତୁତ ହୋଇଯିବ । କାଜୁର ଏହି କ୍ଷୀରକୁ ପ୍ରତିଦିନ ଗୋଟିଏ ଥର ଏକ ଗ୍ଲାସ ପିଅନ୍ତୁ। ଏପରି କରିବା ଦ୍ଵାରା ଓଜନ ତ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ତସହିତ ଦୁର୍ବଳତା ମଧ୍ୟ ଦୂର ହୁଏ ।
ଉପାୟ# 2 – କ୍ଷୀର ଓ କଦଳୀ – ଅସ୍ଥି ଓ ମାଂସପେଶୀକୁ ଦୃଢ କରିବାରେ କ୍ୟାଲସିୟମ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏବେ ଆପଣ କ୍ଷୀର ଓ କଦଳୀ ଏକସାଥିରେ ଖାଆନ୍ତି ତ ଏହି କ୍ୟାଲସିୟମ ଆପଣଙ୍କ ସ୍ୱାସ୍ଥ୍ୟ କୁ ଭଲଭାବରେ ଲାଗିଥାଏ ଓ ଶରୀରରେ କ୍ୟାଲସିୟମର ଆବଶ୍ୟକତା ପୂର୍ଣ୍ଣ ହୋଇଥାଏ। ଏଥିପାଇଁ ପ୍ରତିଦିନ ସକାଳେ 2ଟି କଦଳୀ ଓ ଏକ ଗ୍ଲାସ କ୍ଷୀର ପିଅନ୍ତୁ। ଓଜନ ବୃଦ୍ଧି କରିବାରେ ସବୁଠାରୁ ସଫଳ ଓ ସରଳ ଉପାୟ ଅଟେ ।
ଉପାୟ# 3 – ଅଖରୋଟ – ଶରୀରର ଓଜନ ବୃଦ୍ଧି ନିମନ୍ତେ କିଛି ଏପରି ସ୍ଵତନ୍ତ୍ର ପୋଷକ ତତ୍ଵର ଆବଶ୍ୟକତା ହୋଇଥାଏ ଯାହା କି ଅଖରୋଟରେ ମିଳିଥାଏ। 20ଗ୍ରାମ ଅଖରୋଟକୁ ରାତିରେ ଭିଜେଇ ଦିଅନ୍ତୁ ଓ ତାପରଦିନ ଏହାକୁ ଉଷୁମ କ୍ଷୀର ସହିତ ଖାଇଲେ ଆଶ୍ଚର୍ଯ୍ୟଜନକ ଲାଭ ଦେଖିବାକୁ ମିଳିଥାଏ। ଏହି ଉପାୟରେ ଓଜନ ବୃଦ୍ଧି ହୋଇଥାଏ ତସହିତ ସନ୍ଧି ସ୍ଥାନର ପୀଡାର ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ଉପାୟ# 4 – ଖଜୁର ଓ ଅଞ୍ଜିର – 2 ଗ୍ଲାସ କ୍ଷୀର ନିଅନ୍ତୁ ଓ ଏହା ଭିତରେ ମଞ୍ଜି ରହିତ 4ଖଜୁରୀ ଓ 4ଅଞ୍ଜିର ମିଶେ ଦିଅନ୍ତୁ। ଏବେ ଏହି କ୍ଷୀରକୁ ସେତେବେଳ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଅଧା ମାନେ 1ଗ୍ଲାସ ନ ହୋଇଯାଇଛି । ଏହାପରେ ଏହାକୁ ପିଇ ଦିଅନ୍ତୁ । ଏହି ଉପାୟ ପ୍ରତିଦିନ ସକାଳେ ଜଳଖିଆରେ ଓ ରାତିରେ ଶୋଇବା ପୂର୍ବରୁ କରିପାରନ୍ତି। ଏହି ଉପାୟ ସହିତ ଦ୍ବୀପରହରରେ 30ଗ୍ରାମ କିସମିସ ମଧ୍ୟ ଖାଆନ୍ତୁ । ଏହି ଡାଏଟ ନିୟମ ସହିତ ପାଳନ କରିବା ଦ୍ଵାରା ଆପଣଙ୍କ ଓଜନ ଦ୍ରୁତ ଗତିରେ ବୃଦ୍ଧି ହେବା ଆରମ୍ଭ ହୋଇଯିବ ।