ପତଳା ହେବାର ରାମବାଣ ପାଉଡର, ଘରେ ସହଜରେ ପ୍ରସ୍ତୁତ ହୋଇପାରିବ, ଚିମୁଟାଏ ଦ୍ଵାରା ଚର୍ବି ଗାୟବ କରିଥାଏ…
1 min readମେଦବହୁଳତା ଏକ ଏପରି ଜିନିଷ ଅଟେ ଯାହା ଆପଣଙ୍କ ପ୍ରକୃତ ସାଥି ଅଟେ, ସହଜରେ ଆପଣଙ୍କୁ ଛାଡି ଯାଏ ନାହିଁ , କିନ୍ତୁ ଏହି ସାଥିକୁ କେହି ପସନ୍ଦ କରନ୍ତି କାରଣ ଏହା ନିଜ ସହିତ ଅନେକ ରୋଗକୁ ମଧ୍ୟ ଅନିଠାଏ। ମୁଁ ଆପଣଙ୍କୁ ଆଜି ଏପରି ମିଶ୍ରଣ ପାଉଡରର ଜାଦୁ ଜଣେଇବି ଯଦ୍ଵାରା ମେଦବହୁଳତା ହୋଇଯିବ ଆପଣଙ୍କ ଶତ୍ରୁ ଓ ପାଖକୁ କେବେ ଆସିବ ନାହିଁ । ସର୍ବପ୍ରଥମେ ତ ଏକ ଧ୍ୟାନ ରଖିବାର କଥା ଏହା ଯେ ଆପଣ ରାତିର ଖାଦ୍ୟ ଶୋଇବାର 2-3ଘଣ୍ଟା ପୂର୍ବରୁ ଖାଆନ୍ତୁ , କିଛି ଲୋକ ରାତ୍ରଭୋଜୀ ଅଟନ୍ତି ତ ସେମାନଙ୍କ ଥରେ ମେଦବହୁଳତା ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଏଥିପାଇଁ ଆପଣ ଚେଷ୍ଟା କରନ୍ତୁ ଯେ ଖାଦ୍ୟ ଶୋଇବାର 2-3ଘଣ୍ଟା ପୂର୍ବରୁ ଖାଇନେବେ ଓ ଖାଇବା ପରେ ଏକଦମ ଶୋଇବାରୁ କ୍ଷାନ୍ତ ରହିବେ ।
ଏବେ ସେହି ଜାଦୁ କଥା କହିବ ଯାହା ଆମର ଏହି ଆଲେଖ୍ୟର ମୁଖ୍ୟ ଭାଗ ଅଟେ ।
କିପରି ପ୍ରସ୍ତୁତ କରିବା ପତଳା ହେବାର ରାମବାଣ ପାଉଡର
ସାମଗ୍ରୀ
ମିଶ୍ରଣ ପାଉଡନ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଯେଉଁ ଯେଉଁ ଔଷଧର ଆବଶ୍ୟକତା ହେବ ତାହା ହେଲା- ପାନମଧୁରୀ, ହଳଦୀ, ଫେଶୀ ମଞ୍ଜି, ଜୀରା, ଭୃଷଙ୍ଗପତ୍ର, ହରଡ ଓ ହେଙ୍ଗୁ। ଏହି ସାମଗ୍ରୀ ଗୁଡିକର ବ୍ୟବହାର କରି ପାଉଡର ପ୍ରସ୍ତୁତ କରାଯିବ । ଯଦିଓ ଶୁଣିବାରେ କିଛି ଅଧିକ ସାମଗ୍ରୀ ଅଟେ କିନ୍ତୁ ବଜାରରେ ସବୁ ଆପଣାକୁ ସହଜରେ ମିଳିଯିବ। ଏହି ଜିନିଷ ଆପଣଙ୍କ ଘରର ରୋଷେଇରେ ଉପସ୍ଥିତ ଥାଏ ଯାହା ଏଥିମଧ୍ୟରେ ସବୁଠାରୁ ଜରୁରୀ ଅଟେ ତାହା ହେଲା ପାନମଧୁରୀ, ଜୀରା ଓ ହରଡ। ଏମାନଙ୍କ ବିନା ଆପଣ ପାଉଡର ପ୍ରସ୍ତୁତ କରିପାରିବେ ନାହିଁ । ତଥାପି ଆପଣଙ୍କୁ ହରଡ ନମିଳିଲେ ଆପଣ ତ୍ରିଫଳା ଚୂର୍ଣ୍ଣର ମଧ୍ୟ ବ୍ୟବହାର କରିପାରିବେ । ହରଡ ପାଚନ କ୍ରିୟାକୁ ମଜବୁତ କରେ ଓ ଏହିକାରଣରୁ ଚର୍ବି ଶୀଘ୍ର କମ ହୋଇଥାଏ ।
ବିଧି – ସର୍ବପ୍ରଥମେ ଆପଣ ଫେଶୀ, ଜୀରା ଓ ପାନମଧୁରୀକୁ ଭାଜିଦିଅନ୍ତୁ। କିନ୍ତୁ ଧ୍ୟାନ ରଖିବେ ସେହି ସମୟରେ ଗ୍ୟାସକୁ କମ ଆଞ୍ଚ ରଖିବେ ଓ ନିରନ୍ତର ଭାଜିବା ସମୟରେ ଏହାକୁ ଚଲାଉଥିବେ। ଯେବେ ଏହାର ରଂଗ ସୁନେଲି ରଂଗର ହୋଇଯିବ ତେବେ ଗ୍ୟାସରୁ କାଢି ଆଣନ୍ତୁ । ଏହାର ମାତ୍ରାର ମଧ୍ୟ ଧ୍ୟାନ ରଖିବେ । 25ଗ୍ରାମ ପାନମଧୁରୀ, 25ଗ୍ରାମ ଫେଶୀ ଓ 50ଗ୍ରାମ ଜୀରା। ଏବେ ମିକଶ୍ଚରର ବ୍ୟବହାର କରି ଭଲ ଭାବରେ ପାଉଡର ପ୍ରସ୍ତୁତ କରିନିଅନ୍ତୁ ।
ଏହି ପାଉଡରରେ 25ଗ୍ରାମ ହରଡ ପାଉଡର, ଏକ ଛୋଟ ଚାମଚ ହଳଦୀ ଓ ଅଧ ଚାମଚ ସନ୍ଧାଇବ ଲବଣ ମିଶେଇ ଦିଅନ୍ତୁ। ଏହାପରେ ଦୁଇ ଚାମଚ ହେଙ୍ଗୁ ଓ 25ଗ୍ରାମ ଭୃଷଙ୍ଗପତ୍ର ପାଉଡର ମଧ୍ୟ ମିଶେଇ ଦିଅନ୍ତୁ । ଭଲରୂପେ ମିଶ୍ରଣ କରିବା ପରେ ଆପଣଙ୍କ ପାଉଡର ପ୍ରସ୍ତୁତ ହୋଇଯିବ ।
କେତେବେଳେ ଖାଇବେ
ଏହି ପାଉଡରକୁ ଆପଣ ରାତିର ଖାଦ୍ୟ ଖାଇବା ପରେ, ଶୋଇବାର ଏକଘଣ୍ଟା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣି ସହିତ ସେବନ କରନ୍ତୁ। ଥରକେ ଏକ ଛୋଟ ଚାମଚ ଖାଆନ୍ତୁ । ରାତି ବ୍ୟତୀତଦିନରେ ମଧ୍ୟ ଦୁଇଥର ଏହି ଔଷଧ ଖିଆଯାଇପାରିବ ।