ପତଳା ବାଳକୁ ମୋଟା ଓ ଘନ,ଲମ୍ବା ବନାଇବାର ଚମତ୍କାରୀ ଉପାୟ , ଆଜି ହିଁ ଜାଣିନିଅନ୍ତୁ ଏହି ଉପାୟ ବିଷୟରେ….

ଆଜି କାଲି ଭୁଲ୍ ଖାଦ୍ୟପେୟ , ବ୍ୟସ୍ତତା ଭରା ଜୀବନଶୈଳୀ, ପ୍ରଦୁଷଣ, ଚିନ୍ତା ଆଦିକୁ ନେଇ ବାଳ ଲଗାତାର ଝଡିବାକୁ ଲାଗୁଛି , ଯେଉଁଠି ଗୋଟେ ପଟେ ପୁରୁଷ ବର୍ଗ କମ୍ ବୟସରେ ଗଞ୍ଜା ହେବାକୁ ଯାଉଛନ୍ତି , ସେମିତି ମହିଳାଙ୍କ ବାଳ ଛୋଟ ଓ ପତଳା ହେବାକୁ ଯାଊଛି , ଶରୀରର ସୁନ୍ଦରତା ବଢାଇବାପାଇଁ କଳା ଓ ଘନ ଲମ୍ବା ବାଳର ଭୁମିକା ଅଧିକା ହୋଇଥାଏ , ଯଦି ଆପଣଙ୍କ ବାଳ ଝଡିବା ଓ ପତଳା ଯୋଗୁଁ ଚିନ୍ତିତ ହୋଇଛନ୍ତି , ତେବେ ଆଜି କିଛି ଉପାୟ କହିବୁ ଯାହାର ପ୍ରୟୋଗରେ ବାଳ ମୋଟା, ଘନ , ଲମ୍ବା ହୋଇଯିବ ।
ଏହା ହେଲା ଘରୋଇ ଉପାୟ ପ୍ରଣାଳୀ :
୧) ଏଲୋବେରା : ମୁଣ୍ତରେ ବାଳର ସଂଖ୍ୟା ବଢାଇବାକୁ ହେଲେ ଏଲୋବେରା ସଞ୍ଜିବୁନି ବୁଟି ଅଟେ, ଆଲୋବେରା ଜେଲ୍ ୪ ଚାମଚ ନିଜ ସ୍କାଲପ୍ ରେ ଲଗାନ୍ତୁ , ଓ ଏହାକୁ ଅଧ ଘଣ୍ଟା ସେମିତି ଛାଡିଦିଅନ୍ତୁ , ଏହାପରେ ମୁଣ୍ତକୁ ସାଧା ପାଣିରେ ଧୋଇଦିଅନ୍ତୁ , ଏମିତି ୨ ସପ୍ତାହ କରିବାକୁ ହେବ , ଏମିତି କଲେ ବାଲ ଦୀର୍ଘସ୍ଥାୟୀ , ମୋଟା ,ଘନ ଓ ଲମ୍ବା ହେବ ।
୨) ନଡିଆ ତେଲ : ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ନଡିଆ ତେଲ ବ୍ୟବହାର କରୁଥିବେ, କିନ୍ତୁ ଏହାର ସଠିକ୍ ତରିକା ବ୍ୟବହାର କରିବା ବହୁତ କମ୍ ଲୋକଙ୍କୁ ଜଣାଥିବ, ଅଧିକାଂଶ ଲୋକ ନଡିଆ ତେଲ ସକାଳ ଗାଧୋଇବା ପରେ ବାଳରେ ଲଗାନ୍ତି , କିନ୍ତୁ ଏହା ଭୁଲ୍ ଅଟେ , ସକାଳୁ ତେଲ ଲଗାଇଲେ ଦିନ ସାରା ଆପଣଙ୍କ ବାଳରେ ତେଲ ଧୁଳି ଓ ଅନ୍ୟାନ୍ୟ ମଇଳା ଲାଗିଜାଏ , ଓ ଏହା ସ୍କାଲପ୍ ଓ ବାଳକୁ କ୍ଷତି କରେ , ଏଥିପାଇଁ ନଡିଆ ତେଲ ଲଗାଇବାର ଏହି ତରିକା ଜାଣିନିଅନ୍ତୁ । ରାତିରେ ନଡିଅ ତେଲରେ କିଛି ବୁନ୍ଦା ଲେମ୍ବୁର ରସ ମିଶାଇଦିଅନ୍ତୁ , ଏହାକୁ ନଖ ଉଷୁମ ପାଣିରେ ବାଳରେ ଲଗାଇ ବାଳକୁ ମାଲିସ୍ କରନ୍ତୁ , ତାପର ଦିନ ସକାଳୁ ବାଳକୁ ସାମ୍ପୁ କରନୁତ୍ , ଏମିତି ଆପଣଙ୍କୁ ଦିନେ କରିବାକୁ ହେବ , ଏହି ଉପାୟ ଦ୍ୱାରା ବାଳ ତ ସୁସ୍ଥ୍ୟ ରହିବ , ଓ ତାହା ସହ ସ୍କାଲପ୍ ବି ହେଲଦି ରହିବ , ଆଗକୁ ଯାଇ ବାଳ ଲମ୍ବା ହେବାରେ ସାହାଯ୍ୟ କରିବ ।
୩) ମେଥି ଦାନା : ମେଥି ଦାନା ରେ ଥିବା ଏସିଡ୍ ଓ ନିକୋଟେନିକ୍ ବାଳର ଜଡକୁ ଯାଇ ମଜବୁତ୍ କରିଥାଏ , ଏହାର ସଠିକ୍ ବ୍ୟବହାରରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳେ , ଏହାକୁ ବ୍ୟବହାର କରିବାକ୍ ହେଲେ , ଏହାର ଏକ ପେଷ୍ଟ କରିବାକୁ ହେବ , ଏହାକୁ ବନାଇବାକୁ ହେଲେ ମେଥିଦାନାକୁ ରାତି ସାରା ବତୁରାଇ ଦିଅନ୍ତୁ , ତାହାପରେ ଏହାକୁ ମିକ୍ସର୍ ରେ ପେଷିଦିଅନ୍ତୁ , ଆପଣଙ୍କ ମେଥିଦାନା ପେଷ୍ଟ ତିଆରି ହୋଇଯାଇଛି , ଏକ ଚାମଚ ମେଥି ଦାନା ପେଷ୍ଟରେ ଦୁଇ ଚାମଚ ନଡିଆର ତେଲ ମିଶାଇଦିଅନ୍ତୁ , ଓ ଏହାକୁ ନିଜ ସ୍କାଲପ୍ ରେ ଲଗାଇ ଅଧ ଘଣ୍ଟା ଛାଡିଦିଅନ୍ତୁ , ଓ ଏହାକୁ ପରେ ସାମ୍ପୁ ରେ ଧୋଇଦିଅନ୍ତୁ , ଏମିତି ଆପଣ ସପ୍ତାହରେ ୨ ଥର କରିପାରିବେ , ଏହି ପ୍ରୟୋଗରେ ବାଲ ଘନ ଓ ମଜବୁତ୍ ହୋଇଥାଏ ।