October 25, 2024

Odia Express

Here, There and Everywhere

ଶାଶୁ କରାଇଲେ ନିଜ ବିଧବା ବୋହୁର ଦ୍ୱିତୀୟ ବିବାହ , କହିଲେ ସେ ଏତେ କମ୍ ବୟସରେ ନିଜର …

ଶାଶୁ ବୋହୁଙ୍କ ମଧ୍ୟରେ ସଂମ୍ପର୍କ ଅଧିକାଂଶ ସମୟରେ ବଦନାମ୍ ରହିଛି । କୁହନ୍ତି କି ଏହି ଦୁହେଁଙ୍କ ମଧ୍ୟରେ କେବେ ବି ଭଲ ସଂମ୍ପର୍କ ବସିପାରେ ନାହିଁ । ଏମିତି କିନ୍ତୁ ନୁହେଁ , ଏହି ଦୁନିଆଁରେ ଏମିତି କିଛି ଭଲ ଶାଶୁ ଥାଆନ୍ତି , ଯିଏ ସବୁବେଳେ ନିଜ ବୋହୁଙ୍କ ଭଲ ଚାହନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଶାଶୁଙ୍କୁ ସାକ୍ଷାତ କରାଇବାକୁ ଯାଉଛୁ , ଯାହାଙ୍କ ବିଷୟରେ ଜାଣିଲେ ଆପଣ ଗର୍ବ କରିବସିବେ । ଏହି ଶାଶୁ ନିଜ ବିଧବା ବୋହୁର ଦୁଃଖ କମ୍ କରିବାପାଇଁ ନିଜେ ତାର ବୋହୁର ଅନ୍ୟ ଏକ ପୁଅ ସହ ବିବାହ କରାଇଦେଲେ , ଏହି ପୁରା ମାମଲା ଓଡିଶାର ଅନୁଗୁଳ ଜିଲ୍ଲାର ଅଟେ । ଏଠାରେ ତାଳଚେରର ଗୋବରା ଗାଁର ପୁର୍ବ ସରପଞ୍ଚ ପ୍ରତିମା ବେହେରା ନିଜ ପୁଅ ରଶ୍ମୀରଞ୍ଜନଙ୍କ ବିବାହ ୨୦୧୯ ମସିହା ଫେବୃୟାରୀରେ ତୁରଙ୍ଗ ଗାଁରେ ରହୁଥିବା ଲିଲି ବେହେରାଙ୍କ ସହ କରାଇଥିଲେ । ବିବାହର କିଛି ଦିନ ପରେ ରଶ୍ମୀରଞ୍ଜନଙ୍କ କୋଇଲା ଖାଦାନରେ ଏକ ଆକସ୍ମିକ ମୃତ୍ୟୁବରଣ ହୋଇଥିଲା ।

ମା ସହ ରଶ୍ମୀ ରଞ୍ଜନଙ୍କ ସ୍ତ୍ରୀ ଲିଲି ବି କାନ୍ଧିକାନ୍ଧି ଶୋଚଚୀୟ ଅବସ୍ଥା ହୋଇଯାଇଥିଲା,  ଏମିତିରେ ଶାଶୁଙ୍କୁ ନିଜ ବୋହୁର ଏପରି ଅବସ୍ଥା ଆଉ ସହ୍ୟ ହୋଇପାରିଲା ନାହିଁ , ସେ ତାଙ୍କୁ ଆଉଥରେ ମାନେ ଦ୍ୱିତୀୟ ବିବାହ କରିବାକୁ ଚାହିଁଲେ , ଏଥିପାଇଁ ସେ ନିଜ ଭାଇର ପୁଅ ସଂଗ୍ରାମ ବେହେରାଙ୍କୁ ବାଛିଥିଲେ, ପ୍ରାରମ୍ଭିକ କଥାବାର୍ତ୍ତାରେ ସମସ୍ତେ ଏହାପାଇଁ ରାଜି ହୋଇଗଲେ , ଏହାପରେ ୧୧ ସେପ୍ଟେମ୍ବରକୁ ତାଳଚେରର ରାଜକିଶୋରପଡା ମନ୍ଦିରରେ ଦୁହେଁଙ୍କ ବିବାହ କରାଗଲା । ଏହି ପୁଣ୍ୟ କାମରେ ପ୍ରତିମା ବେହେରା ନିଜ ଅଶ୍ରୁତିତ ଆଖିରେ କହନ୍ତି କି ମୁଁ ନିଜ ପୁଅକୁ ହରାଇଲି , ଏହି କ୍ଷତି ଭରପାଇ କେବେ ପୁଣି ଫେରିପାଇବି ନାହିଁ , ଏବେ ମୋତେ ମୋର ବୋହୁକୁ ଭଲ ପାଇବା ଅଛି , ମୁଁ ଚାହୁଁଛି କି ସେ ଏକ ସୁଖଦ ଜୀବନ ଅତିବାହିତ କରୁ , ଏତେ କମ୍ ବୟସରେ କାନ୍ଦୁଥିବାର ଦେଖିବା ବହୁତ ମୁସକିଲ୍ ଅଟେ, ଏଥିପାଇଁ ମୁଁ ନିଷ୍ପତ୍ତି ନେଲି କି ନିଜ ବୋହୁର ଦ୍ୱିତୀୟ ବିବାହ କରାଇବି ।

ପ୍ରତିମା ଆଜି ଯେଉଁ ପୁଣ୍ୟ କାମ କରିଛନ୍ତି ତାହା ସମସ୍ତେ ପ୍ରଶଂସା କରୁଛନ୍ତି , ସେ ଆଜି ସମାଜରେ ପୁରୁଣା ଭାବନାକୁ ବଦଳାଇଛନ୍ତି , ଯଦି ସମାଜରେ ମହଜୁଦ ସବୁ ଲୋକ ଏହି ପରି ଭାବିବାକୁ ଲାଗିଲେ ତେବେ ସମାଜରେ ବହୁତ ପରିବର୍ତ୍ତନ ଆସିଯିବ , ଏକ ବିଧବାପାଇଁ ଜୀବନ ବଞ୍ଚିବା ଏତେ ସହଜ ହୋଇନଥାଏ , କିନ୍ତୁ ଏଥିରେ କୌଣସି ଭୁଲ୍ ନାହିଁ କି ତାର ଜୀବନକୁ ଆଉଥରେ ପୁନଃର୍ବାର ଆଉଥରେ ସଜାଡିବା , ଏଥିପାଇଁ ସମାଜରେ ଲୋକଙ୍କୁ ଆଗକୁ ଆସିବାକୁ ହେବ , ଓ ଏହି ପରି ପୁଣ୍ୟ କାମରେ ନିଜ ସହଯୋଗର ହାତ ବଢାଇବାକୁ ହେବ ।

ଆମେ ସମସ୍ତେ ନ୍ୟୁଜ୍ ରେ ଶୁଣିଥାଉ କି ବୋହୁ ଶାଶୁ ଉପରେ ଅତ୍ୟାଚାର କରୁଛନ୍ତି , ଓ ବୋହୁ ଦ୍ୱିତୀୟ ବିବାହ କରୁଥିବା ଶାଶୁର୍ ଖବର ଏବେ ଆସୁଛି , ଏମିତିରେ ସମସ୍ତେ ପ୍ରତିମାଙ୍କ ଏପରି ମହତ୍ କାମରୁ କିଛି ଶିକ୍ଷା ନେବା ଉଚିତ୍ , ଆମେ ଏକ ଭଲ ମଣିଷ ହୋଇ ବଞ୍ଚିବା ଦରକାର,  ଏହା ଏକ ସୁଖଦ ଜୀବନର ଆଶା ଅଟେ , ସେମିତି ଏହି ପୁରା ମାମଲା ଉପରେ ଆପଣଙ୍କ କଣ ପ୍ରତିକ୍ରିୟା ଅଛି ଆମକୁ ଆପଣ ତଳେ କମେଣ୍ଟ ବକ୍ସରେ ନିଜର ମୂଲ୍ୟବାନ ମତାମତ ଦ୍ୱାରା ଜଣାଇବେ ।

 

 

Leave a Reply

Your email address will not be published. Required fields are marked *