ପତଳା କେଶକୁ ଘନ ଓ ଲମ୍ବା କରିଦେବ ଘରେ ପ୍ରସ୍ତୁତ କରାଯାଉଥିବା ଏହି ଜବରଦସ୍ତ ଉପାୟ…
1 min readସମସ୍ତେ ଚାହାନ୍ତି ଯେ ତାଙ୍କର କେଶ ସୁନ୍ଦର ହେଉ ପଛକେ ସେ ପୁରୁଷ ହୁଅନ୍ତୁ କିମ୍ବା ସ୍ତ୍ରୀ, କାରଣ ଲୋକଙ୍କ ସୁନ୍ଦରତା ତାଙ୍କର କେଶରୁ ହୋଇଥାଏ ଯଦି ମୁଣ୍ଡରେ କେଶ ନଥିବା ତେବେ ସେହି ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଖରାପ ଲାଗିଥାଏ। ବର୍ତ୍ତମାନ କେଶର ସମସ୍ୟା ପ୍ରତ୍ୟେକଙ୍କର ଥାଏ, କାରଣ ନାରୀଙ୍କ କେଶ ତାଙ୍କର ଗହଣା ହୋଇଥାଏ। ଯଦି ତାହା ନଥିବ ତେବେ ତାଙ୍କର ସୁନ୍ଦରତାର ଗ୍ରହଣ ଲାଗିଯାଏ ।ଏଥିପାଇଁ ସେମାନେ ନିଜର କେଶର ଅଧିକ ଯତ୍ନ କରିଥାନ୍ତି। ଏମିତିରେ ଆଜିକାଲି ସ୍ତ୍ରୀ ଲୋକଙ୍କର କେଶ ବହୁତ ଝଡିବାକୁ ଲାଗୁଛି । ଯେଉଁ କାରଣରୁ ସେମାନେ ଅଧିକ ବିବ୍ରତ ରହୁଛନ୍ତି । ଏହି ସମସ୍ୟାର ସମାଧାନ ନେଇ ଆଜି ଆମେ ଆପଣଙ୍କୁ ଏକ ଏପରି ଘରୋଇ ଉପାୟ କହିବାକୁ ଯାଉଛୁ। ଯାହାଦ୍ଵାରା ଆପଣଙ୍କ କେଶ ଝଡିବା କମ ହୋଇଯିବ ଓ କେଶ ପୁରବାଠାରୁ ଅଧିକ ଘନ ଲମ୍ବା ଓ ଚମକଦାର ଦେଖାଯିବ। ତେବେ ଆସନ୍ତୁ ଜଣେଇବୁ ତାହା କି ଘରୋଇ ଉପାୟ
କେଶକୁ ଘନ ଓ ଲମ୍ବା କରିବାର ଉପାୟ – କେଶକୁ ସୁନ୍ଦର ଓ ଲମ୍ବା କରିବାପାଇଁ ଆମକୁ ପ୍ରଥମେ ଦରକାର ନଡିଆ ତେଲ, ଏକ ପାତ୍ରରେ ଏକ ଚାମଚ ନିଅନ୍ତୁ ତାପରେ ସେଥିରେ ୨ଚାମଚ ତାଜା ଦହି ତାପରେ ୨-୩ବୁନ୍ଦା ଲେମ୍ବୁ ରସ ମିଶେଇ ଦିଅନ୍ତୁ ଓ ଶେଷରେ କଫିର ପାଉଡର ମିଶେଇ ଦିଅନ୍ତୁ ଓ ଏକ ଭଲ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ନିଜ କେଶରେ ଲଗାନ୍ତୁ ।
କଫି ଆପଣଙ୍କ କେଶ ନିମନ୍ତେ ବହୁତ ଲାଭଜନକ – ସୂଚନା ନିମନ୍ତେ ଜଣେଇଦେବୁ ଯେ ଦହି ଦ୍ଵାରା ଆପଣଙ୍କ କେଶରେ ଉତ୍ତମ ଚମକ ଆସିଥାଏ, ଯାହାଦ୍ଵାରା ଆପଣଙ୍କ କେଶକୁ ବହୁତ ଭଲ ଲୁକ ମିଳିଥାଏ । ଏହା ବ୍ୟତିତ ଏହା ଆପଣଙ୍କ ଶୁଷ୍କ କେଶକୁ କୋମଳ ଓ ରେଶମୀ ବନାଏ। ଯଦି କଫିର କଥା କହିବୁ ତେବେ ଏହା ଆପଣଙ୍କ କେଶ ନିମନ୍ତେ ବହୁତ ଲାଭଜନକ ହୋଇଥାଏ। କଫି ଆପଣଙ୍କ କେଶକୁ ପ୍ରକୃତିକ ରୂପରେ ରଙ୍ଗ କରିଥାଏ। କଫି ଆପଣଙ୍କ କେଶକୁ ଗାଢ ବାଦାମି ରଙ୍ଗର କରିଦିଏ ।