ଏହି ଦୁଇଟି ରାଶିମାନଙ୍କ ଉପରେ ସର୍ବଦା ଶନିଦେବଙ୍କ କୃପା ରହିଥାଏ , ଜାଣନ୍ତୁ କଣ ଅଛି ଖାସ୍..
ଜ୍ୟୋତିଷ୍ୟଶାସ୍ତ୍ର କଥା କହିଲେ ସମୁଦାୟ ୧୨ ଟି ରାଶି ରହିଛି , ଯାହା ବ୍ୟକ୍ତିର ଜୀବନ ସହ ଯୋଡି ହୋଇଥାଏ , ସବୁ ବ୍ୟକ୍ତିର ଏକ ବିଶେଷ ରାଶି ହୋଇଥାଏ , ଯାହାର ଜରିଆରେ ସେ ନିଜ ବିଷୟରେ ଜାଣିପାରିବ , ସବୁ ରାଶିର ମହତ୍ତ୍ୱ ଅଲଗା ଅଲଗା ହୋଇଥାଏ, ସେମିତି ଗ୍ରହର ସ୍ୱାମୀ ବି ଅଲଗା ଅଲଗା ହୋଇଥାନ୍ତି , ସୁଚେଇ ଦେବୁ କି ମେଷ ଓ ବିଛା ରାଶିର ସ୍ୱାମୀ ମଙ୍ଗଲ ଗ୍ରହ ବୋଲି ଜଣାଯାଏ , ବୃଷ ଓ ତୁଳା ରାଶିର ସ୍ୱାମୀ ଶୁକ୍ର ଗ୍ରହ ହୋଇଥାନ୍ତି , ସେମିତି ମିଥୁନ ଓ କନ୍ୟା ରାଶିର ସ୍ୱାମୀ ବୁଧ ଗ୍ରହଙ୍କୁ ଜଣାଯାଏ , କର୍କଟ ରାଶିର ସ୍ୱାମୀ ଚନ୍ଦ୍ରଙ୍କୁ ମାନାଯାଏ , ସେମିତି ସିଂହ ରାଶିର ସୁର୍ଯ୍ୟଦେବ ଗ୍ରହର ସ୍ୱାମୀ ହୋଇଥାନ୍ତି , ଧନୁ ଓ ମୀନ ରାଶିର ସ୍ୱାମୀ ଗୁରୁ ଗ୍ରହ ଅଟନ୍ତି , ମକର ଓ କୁମ୍ଭର ସ୍ୱାମୀ ଶନିଦେବ ଅଟନ୍ତି ।
ସବୁ ଗ୍ରହର ନ୍ୟାୟକର୍ତ୍ତା ଶନିଙ୍କ ସର୍ବାଧିକ ମହତ୍ତ୍ୱ ଦିଆଯାଈଛି , ଶନିଦେବଙ୍କୁ କର୍ମର ଦେବତା ମାନେ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି , ଭଲ କର୍ମ କରିଲେ ଭଲ ଓ ଖରାପ କର୍ମ କରିଲେ ଖରାପ ହୋଇଥାଏ , ଏହି କାରଣରୁ ନ୍ୟାୟାଧିଶ ବୋଲି ଶନିଙ୍କୁ ମାନାଯାଏ , ଏହି କାରଣରୁ ଶନିଙ୍କ ମହାଦଶା , ସାଢେସାତି, ଦେଢା ସହିତ ଶନିଙ୍କ ଗୋଚର ନାଁ ଶୁଣିକରି ଭୟ ଆସିଯାଏ , ସେମିତି ଶନିଦେବ ଯାହା ଉପରେ କୃପା ବୃଷ୍ଟି କରନ୍ତି , ତାଙ୍କ ଜୀବନ ବଦଳିଯାଏ , ହଁ ଆଜ୍ଞା ଜ୍ୟୋତିଷ୍ୟଚାର୍ଯ୍ୟ ମନିଷ ଶର୍ମା ଙ୍କ କହିବା କଥା କି ଏବେ ଦୁଇ ରାଶିବାଲାଙ୍କ କୁଣ୍ତଳୀରେ ଶନିଙ୍କର ଶୁଭ ସ୍ଥିତି ଅଛି , ଯାହାକି ବହୁତ ଭଲ ଜଣାଯାଏ , ତାଙ୍କୁ ଜୀବନରେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।
ମକର ରାଶି : ସବୁଠାରୁ ପ୍ରଥମେ ଜାଣିନିଅନ୍ତୁ ଆପଣଙ୍କ ନାଁ ଯଦି ଜା,ଜି, ଖି,ଖୁ,ଖୋ, ଗା କିମ୍ବା ଗିରୁ ଅକ୍ଷରରୁ ଆରମ୍ଭ ହେଉଥିଲେ ତେବେ ଆପଣ ମକରରାଶିରୁ ଅଟନ୍ତି , ଏହି ରାଶି ବାଲା ଜାତକର ଖାସିୟତ୍ ଏହା କି ଏମାନେ ବହୁତ୍ ମହତ୍ତ୍ୱକାଂକ୍ଷୀ ହୋଇଥାନ୍ତି , ଏହି ଲୋକ ମାନ ସମ୍ମାନ ପ୍ରାପ୍ତ କରିବାପଇଁ ସବୁବେଳେ ତତ୍ପର ରୁହନ୍ତି , ଓ ଏହା ପାଇଁ ସବୁବେଳେ ପରିଶ୍ରମ କରିଥାନ୍ତି , ଏହି ଲୋକଙ୍କର ବିଳସିତା ଜୀବନ ପସନ୍ଦ ହୋଇଥାଏ , କିନ୍ତୁ ନିଜ ଇଚ୍ଛାକୁ ପୁରା କରିବାରେ ବହୁତ ପରିଶ୍ରମ କରିବାକୁ ପଡିଥାଏ , ଏହି ରାଶିର ଲୋକେ ଯାତ୍ରା କରିବାକୁ ଅଧିକାପସନ୍ଦ କରନ୍ତି , ଏହି ଲୋକ ଗମ୍ଭୀର ସ୍ୱଭାବର ହୋଇଥାନ୍ତି , ସେଥିପଇଁ ଏମାନଙ୍କର ଅଧିକା ବନ୍ଧୁ ହୋଇପାରନ୍ତି ନାହିଁ , ତାହା ସହ ଏହି ଲୋକଙ୍କୁ କମ୍ କହିବା ପସନ୍ଦ ଅଟେ , ଏହି ଲୋକ ଇଶ୍ୱର ଓ ଭାଗ୍ୟ ଉପରେ ଅଧିକ୍ ବିଶ୍ୱାସ କରିବାବାଲା ହୋଇଥାନ୍ତି ।
କୁମ୍ଭ ରାଶି : ଯଦି ଆପଣଙ୍କ ନାଁ ଗୁ,ଗେ, ଗୋ, ସା,ସି,ସୁ,ସେ, ସୋ ଅକ୍ଷରରୁ ଆରମ୍ଭ ହେଉଥାଏ ତେବେ ଆପଣ କୁମ୍ଭ ରାଶିର ଅଟନ୍ତି , ଏହି ରାଶିର ଜାତକରେ ଗମ୍ଭୀରତା ଅଧିକା ପସନ୍ଦ ହୋଇଥାଏ , ଏମାନେ ସବୁକାମ ଗମ୍ଭୀରତା ସହ କରନ୍ତି , ଏହି ରାଶିର ଲୋକେ ବହୁତ ବୁଦ୍ଧିମାନ ହେବା ସହ ଭଲ ବ୍ୟବହାର ବାଲା ହୋଇଥାନ୍ତି , ଏହି ଲୋକଙ୍କୁ ପୁରା ସ୍ୱାଧିନତାରେ ଚଳିବାର ଅଭ୍ୟାସ ଥାଏ, ଏହି ଲୋକ ସାମାଜିକ କାର୍ଯ୍ୟକ୍ରମରେ ରହିବା କିମ୍ବା ଯୋଡିହେବାରେ ପସନ୍ଦ କରନ୍ତି , ଏହି ରାଶିର ଲୋକେ ସାହିତ୍ୟ କଳା ଓ ଦାନ ପୁଣ୍ୟର ବହୁତ ସଉକ ହୋଇଥାଏ , ଏହି ଲୋକ ମିତ୍ରଙ୍କୁ କେବେ ଅସମାନତା ବ୍ୟବହାର କରନ୍ତି ନାହିଁ , ଏମାନଙ୍କ ଏହି ଅଭ୍ୟାସ ତାଙ୍କୁ ସମସ୍ତଙ୍କ ପ୍ରଶଂସାର୍ ପାତ୍ର କରାଇଥାଏ ।