ଗୋଟିଏ ଛେଳି ଜଣେ ଗରିବ କୃଷକର ୬୦ ହଜାର ଟଙ୍କା ଖାଇଗଲା , ଦୁଃଖୀ କୃଷକ ତାପରେ ଯାହା କଲା ତାହା ଜାଣିଲେ ସ୍ତବ୍ଧ ହୋଇଯିବେ ଆପଣ…
ଏହି ଦେଶରେ ଆଜି କୃଷକଙ୍କର କଣ ସ୍ଥିତି ଅଛି ଏକଥାରୁ ତ ଆପଣ ସମସ୍ତେ ପରିଚିତ ଥିବେ। ପ୍ରତିଦିନ ଖବରରେ କେଉଁଠି ନା କେଉଁଠି କୃଷକ ଆତ୍ମହତ୍ୟାର ଖବର ଶୁଣିବାକୁ ମିଳୁଛି , ସରକାର ମଧ୍ୟ କୃଷକଙ୍କ ନିମନ୍ତେ ସେତିକି କରିପାରୁନାହାନ୍ତି ଯେତିକି କରିବା ଆବଶ୍ୟକ । ଏବେ ଏମିତିରେ ଟିକେ ଭାବନ୍ତୁ ଯଦି କୌଣସି କୃଷକର ସାରାଜୀବନର ଆୟ ଗୋଟେ ଛେଳି ଖାଇଯିବ ତେବେ ସେତେବେଳେ ବିବଶ କୃଷକ କରିବ କଣ? ନା ତ ସେ କୌଣସି ଥାନାକୁ ଯାଇ ଏହାର କୌଣସି ରିପୋର୍ଟ କରିପାରିବ ନା ସେ ନିଜର ଟଙ୍କା ଫେରିପାଇବ । ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ସେଥିରେ ଏକ କୃଷକର ସବୁକିଛି ସେତବେଳେ ସରିଗଲା ଯେବେ ଗୋଟିଏ ଛେଳି ତାହାର ପରିଶ୍ରମର 60ହଜାର ଟଙ୍କାର ଆୟ ଖାଇଦେଲା। କିନ୍ତୁ ଏହାପରେ ସେହି କୃଷକ ଯାହା କଲା ତାହା ଜାଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ ।
ଆପଣଙ୍କୁ ଜଣେଇ ଦେବୁ ଯେ ଛେଳି ଦ୍ଵାରା 60ହଜାର ଟଙ୍କା ଗିଳିଦେବାର ଏହି ଘଟଣା ଉତ୍ତରପ୍ରଦେଶର ସୁଲତାନପୁରର ଅଟେ ଯେଉଁଠାରେ ଏକ କୃଷକ ସର୍ବେଶ ପଟେଲର ସବୁକିଛି ସେତେବେଳେ ସରିଗଲା ଯେବେ ଗୋଟିଏ ଛେଳି ତାହାର ସାରାଜୀବନର ଜମାପୁଞ୍ଜି ପ୍ରାୟ 60ହଜାର ଟଙ୍କା ଥରକରେ ଖାଇଗଲା। ଜଣେଇଦେବୁ ଯେ ଗତ ସୋମବାର ସକାଳେ ସର୍ବେଶ ପଟେଲ ନାମକ ଏହି କୃଷକ ବ୍ୟାଙ୍କରୁ ପ୍ରାୟ 60ହଜାର ଟଙ୍କା ବାହାର କରି ନିଜର ଘରର ମରାମତି କରିବା ନିମନ୍ତେ ଆଣିଥିଲା ।
ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଘରକୁ ଆସିବା ପରେ ସର୍ବେଶ ପଟେଲ ନିଜର ପ୍ୟାଣ୍ଟ ଖୋଲି ବାହାରେ ଖଟ ଉପରେ ରଖି ଗାଧୋଇବାକୁ ଚାଲିଗଲା ଓ ପ୍ୟାଣ୍ଟର ପକେଟରେ ସେ ଟଙ୍କାରଖିଥିଲା। ଜଣେଇଦେବୁ ଯେ ସର୍ବେଶ ଯେତେବେଳେ ଗାଧୋଇ ବାହାରକୁ ଆସିଲା ସେତେବେଳେ ତାର ଆଶ୍ଚର୍ଯ୍ୟର ସୀମା ନଥିଲା ଯେବେ ତାକୁ ମାଲୁମ ହେଲା ଯେ ସେ ଯେଉଁ ଟଙ୍କା ବାହାରକରିଥିଲା ସେସବୁ ତାର ଛେଳି ଖାଇଦେଇଛି । ଆପଣଙ୍କୁ ଜଣେଇଦେବୁ ଯେ ବ୍ୟାଙ୍କରୁ ଉଠେଇଥିବା ଅର୍ଥରୁ ସର୍ବେଶକୁ କେବଳ ଗୋଟିଏ ନୋଟ ମିଳିଲା ଯାହାକି ଅଧା ଚୋବା ଯାଇସାରିଥିଲା କାରଣ ଛେଳି ସବୁ ନୋଟ ଖାଇସାରିଥିଲା ।
ଯେଉଁ କୃଷକ ଦିନରାତି ପରିଶ୍ରମ କରେ ତେବେ ଯାଇ ସେତିକି ଅର୍ଥ ଏକତ୍ର କରିପାରିଥାଏ ଯେ ସେହି ଘର ନିର୍ମାଣ କରିବ କିନ୍ତୁ ଟିକେ ଭାବନ୍ତୁ ସର୍ବେଶ ନାମକ ଏହି କୃଷକ ଉପରେ କଣ ବଜ୍ର ପଡିଥିବ ଯେତେବେଳେ ତାକୁ ଜଣା ପଡିଲା ଯେ ତାର ସାରା ଜୀବନର ଆୟ କେହି ଛଡେଇ ବି ନେଇନାହିଁ କିନ୍ତୁ ଗୋଟିଏ ଛେଳି ଖାଇଗଲା । ପ୍ରକୃତରେ କଥାଟି ଦୁଃଖଦ ଅଟେ କିନ୍ତୁ ଏହା ପରେ ସର୍ବେଶର ସେହି ଛେଳି ସହିତ ଯାହା କଲା ତାହା ଆପଣଙ୍କୁ ସତରେ ଆଶ୍ଚର୍ଯ୍ୟ କରିଦେବ ।
ଜଣେଇଦେବୁ କି ଏହି ଘଟଣାର ସୂଚନା ପାଇବା ମାତ୍ରେ ଗ୍ରାମରେ ରହୁଥିବା ଆଖପାଖ ଲୋକମାନେ ସର୍ବେଶ ଘର ଆଗରେ ଏକତ୍ର ହୋଇଗଲେ ଓ ସମସ୍ତେ ସର୍ବେଶକୁ ପରାମର୍ଶ ଦେଲେ ଯେ ଏହି ଛେଳିକୁ କାଟିଦିଅ ଯାହାଦ୍ୱାରା ତା ପେଟ ଭିତରକୁ ଯାଇଥିବା ଟଙ୍କା ହୁଏତ ମିଳିଯାଇପାରେ ଓ ଏକ ଭଲ ଭୋଜି ମଧ୍ୟ ମିଳିଯିବ । କିନ୍ତୁ ସର୍ବେଶ ନାମକ ଏହି କୃଷକ ଏପରି କିଛି କରିନଥିଲା ଅଥଚ ସେ ଲୋକଙ୍କୁ ବୁଝେଇଲା ଯେ ଯଦି ମୁଁ ମଧ୍ୟ ଏହି ଛେଳି ଭଳି ହୋଇଯିବି ତେବେ ମୋର ଓ ଏ ଛେଳି ମଧ୍ୟରେ କଣ ପ୍ରଭେଦ ରହିବ। ପ୍ରକୃତରେ ସର୍ବେଶର ଏହି କଥା ହୃଦୟକୁ ଛୁଇଁଗଲା ଭଳି ଥିଲା କାରଣ ଆଜିର ସମୟରେ ଏଭଳି ଚିନ୍ତାଧାରା ରଖିଥିବା ଲୋକ ବିରଳ ।