ଚାଣକ୍ୟନୀତି : ଗରିବଙ୍କୁ କେବେ ମିଳେ ନାହିଁ ଏହି ତିନୋଟି ଜିନିଷ କିନ୍ତୁ ଧନୀକ ଲୋକଙ୍କ ପାଖରେ ସବୁବେଳେ ରହିଥାଏ…
ଚାଣକ୍ୟ ପାଟଳିପୁତ୍ର ଯାହାକୁ ଆମେ ଏବେ ପାଟନା ନାଁରେ ଜାଣିଛେ ସେଠାକାର ସେ ମହାନ୍ ବିଦ୍ୱାନ ଥିଲେ । ଚାଣକ୍ୟ ତାଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ଜଣାଯାଉଥିଲେ , ଏତେ ବଡ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ସେ ଏକ ସାଧାରଣ ଚାଳଘରେ ରହୁଥିଲେ, ତାଙ୍କର ଜୀବନ ବହୁତ ହିଁ ସରଳ ଥିଲା , ଚାଣକ୍ୟ ନିଜ ଜୀବନରୁ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ଜାଗା ଦେଇଛନିତ୍ , ଚାଣକ୍ୟ ନୀତିରେ କିଛି ଏପରି କଥା କୁହାଯାଈଛି ଯାହାକୁ ଯଦି ଅମଳ କରିବା ତେବେ ସେଥିରୁ ସଫଳ ହେବାରେ କେହି ଅଟକାଇପାରିବେ ନାହିଁମ୍ , ସଫଳତା ନିଶ୍ଚୟ ତାର ପାଦ ଛୁଇଁବ , ଯଦି ବ୍ୟକ୍ତି ଏହି ସବୁ କଥାକୁ ପ୍ରୟୋଗ ନିଜ ଜୀବନରେ କରେ ତେବେ ସେ କେବେ ହାର୍ ର ସାମ୍ନା କରିବ ନାହିଁ , ଏହି ନୀତିଗୁଡିକ ସୁଖୀ ଜୀବନର ସହ ଲୁଚି ରହିଛି , ନୀତିରେ କୁହାଯାଇଥିବା କଥାଗୁଡିକ ଶୁଣିବାକୁ ଟିକିଏ ଅଖାଡୁଆ ଲାଗିପାରେ , କିନ୍ତୁ ଏହା ବିଲକୁଲ୍ ସତ୍ୟ ଅଟେ, ଚାଣକ୍ୟ ନୀତି ଅନୁସାରେ ପଇସା ବାଲା ଲୋକଙ୍କ ପାଖରେ ଯେଉଁ ଜିନିଷ ଅଛି , ତାହା କିନ୍ତୁ ଗରିବ ଲୋକଙ୍କୁ ମିଲିପାରିନଥାଏ , ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ?
ଧନୀକ ବ୍ୟକ୍ତିଙ୍କ ପାଖରେ ସବୁବେଳେ ମହଜୁତ୍ ଥାଏ ଏହି ଜିନିଷ ଗୁଡିକ :
୧) ବନ୍ଧୁ : ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକେ ଧନ ଦୌଲତ ଓ ଐଶ୍ୱର୍ଯ୍ୟ ରେ ପରିପୂର୍ଣ୍ଣ ହୋଇଥାନ୍ତି , ସେହି ଲୋକଙ୍କର ବନ୍ଧୁ ଆସନ୍ତି , ଆଜିର ସମୟରେ ଚାଣକ୍ୟଙ୍କର ଏହି କଥା ବହୁତ ହିଁ ପ୍ରାସଙ୍ଗିକ ଅଟେ , ଯଦି ଆପଣଙ୍କ ପାଖରେ ଧନ ଦୌଲତ ନାହିଁ , ତେବେ ଲୋକେ ଆପଣଙ୍କ ଠାରୁ ଦୂରେଇ ରହିବେ ।
୨) ସଂମ୍ପର୍କିୟ : ଚାଣକ୍ୟ ନିଜ ବହିରେ ଏହା ବି ଲେଖିଥିଲେ କି ଧନ ଦୌଲତ ଥିବା ଲୋକଙ୍କର ସଂମ୍ପର୍କିୟ ଥାନ୍ତି , ଓ ଯାହାଙ୍କ ପାଖରେ ପଇସା ଥାଏ ତାଙ୍କୁ ନିଜ ସଂମ୍ପର୍କୀୟ ପଚାରିଥାନ୍ତି , ଏତିକି ନୁହେଁ ଘରରେ ସେହି ଲୋକଙ୍କର କଥାକୁ ବେଶୀ ମହତ୍ତ୍ୱ ଦିଆଯାଏ ।
୩) ମାନ ସମ୍ମାନ : ଚାଣକ୍ୟ ନୀତି ଅନୁସାରେ ସେହି ବ୍ୟକ୍ତି ସଫଳ ହୋଇଥାଏ ଯିଏ ଧନ ଧାନ୍ୟରେ ପରିପୁର୍ଣ୍ଣ ହୋଇଥାଏ , ଆଜିର ସମୟର ଲୋକେ ଏମିତି ଲୋକଙ୍କୁ ବିଦ୍ୱାନ ମାନିଥାନ୍ତି , ସେମିତି ସେ ମୁର୍ଖ ହୋଇଥାଉ , ଲୋକେ ଏମିତି ଲୋକଙ୍କୁ ପ୍ରଶ୍ଂସା କରିଥାନ୍ତି , ଓ ନିଜ ମତଲବ ପାଇଁ ତାଙ୍କ ଆଗ ପଛରେ ବୁଲିଥାନ୍ତି , ଆଜିର ସମୟରେ ସେହି ବ୍ୟକ୍ତିର ମାନ ସମ୍ମାନ ମିଲିଥାଏ , ଯିଏ ପଇସାର ଦମ୍ ରେ ସବୁ କିଛି ହାସିଲ୍ କରିପାରେ ,
ଏହା ଛଡା ଚାଣକ୍ୟ ନୀତିରେ କିଛି ଏପରି କଥା କୁହାଯାଇଛି , ଯାହାକୁ ବ୍ୟକ୍ତି ଯଦି ଛାଡିଦିଏ ତେବେ ସେ କେବେ ଗରିବ ରହିବ ନାହିଁ । ଚାଣକ୍ୟ ନୀତି ଅନୁସାରେ କେବେ ନା କେବେ ବ୍ୟକ୍ତି ମିଛର ସାଥ୍ ଦେବା ଉଚିତ୍ ନୁହେଁ , ମିଛର ସାଥ୍ ଦେଉଥିବା ବ୍ୟକ୍ତି ସର୍ବଦା ଦାରିଦ୍ରତାର ଜୀବନ ଅତିବାହିତ କରେ , ଏମିତି ଲୋକ ଜୀବନସାରା ଦାରିଦ୍ରର କସାଘାତରେ ବୁଡି ରୁହନ୍ତି , ସେଥିପାଇଁ ସର୍ବଦା ସତର ସାଥ୍ ଦେବା ଉଚିତ୍ ।
ଏହା ଛଡା ସେହି ଲୋକ କେବେ ବି ଧନ ବାନ ହୋଇନଥାନ୍ତି ଯେଉଁମାନେ ସୂର୍ଯ୍ୟଦୋୟ ପରେ ଉଠନ୍ତି , ଚାଣକ୍ୟଙ୍କ ଅନୁସାରେ ପରିଶ୍ରମୀ ବ୍ୟକ୍ତି ସେ କୁହାଯାଏ ଯିଏ ସୂର୍ଯୋଦୟ ପୁର୍ବରୁ ଉଠିକରି ନିଜର ନିତ୍ୟକର୍ମ ଆରମ୍ଭ କରିଦିଏ , ଆଳସୀ ,କାମଚୋର, ଓ ନିଦରେ ମଗ୍ନ ରହୁଥିବା ବ୍ୟକ୍ତିଙ୍କ ଉପରେ କେବେ ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ନାହିଁ ।